Book Title: Death Before During and After Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ...
୧୫
ଏଣୁ ଯେତେବେଳେ ପୁଅ ମନେ ପଡ଼େ, ସେତେବେଳେ ତା’ର ଆମ୍ବାର କଲ୍ୟାଣ ହେଉ ଏପରି କହିବ । ‘କୃପାଳୁଦେବ’ଙ୍କ ନାମ ନେବ, ‘ଦାଦା ଭଗବାନ’ କହିବ ତେବେ ମଧ୍ୟ କାମ ହେବ । କାହିଁକିନା ‘ଦାଦା ଭଗବାନ’ ଆଉ ‘କୃପାଳୁଦେବ’ ଆମ୍ବ-ସ୍ଵରୁପରେ ଏକ ହିଁ ଅଟନ୍ତି । ଦେହ ହିସାବରେ ଅଲଗା ଦେଖାଯାନ୍ତି, ଆଖୁରେ ଅଲଗା ଦେଖାଯାନ୍ତି, କିନ୍ତୁ ବସ୍ତୁତ୍ଵ ଏକ ହିଁ ଅଟେ । ମାନେ ମହାବୀର ଭଗବାନଙ୍କ ନାମ ନେବ ତେବେ ମଧ୍ୟ ଗୋଟିଏ କଥା । ତା’ର ଆମ୍ବାର କଲ୍ୟାଣ ହେଉ ସେତିକି ହିଁ ଆମକୁ ନିରନ୍ତର ଭାବନା କରିବାର ଅଛି । ଆମେ ତା’ ସାଥ୍ରେ ନିରନ୍ତର ରହିଛେ, ସାଥ୍ରେ ଖାଇଛେ–ପିଇଛେ, ଏଣୁ ତା’ର କଲ୍ୟାଣ କିପରି ହେବ ଏପରି ଭାବନା କରିବା ଉଚିତ । ଆମେ ପର ଲୋକଙ୍କ ପାଇଁ ଭଲ ଭାବନା କରୁଛେ, ତେବେ ଏ ତ ଆମ ସ୍ଵଜନ ପାଇଁ କ’ଣ ନକରିବା ?
କାନ୍ଦନ୍ତି, ସ୍ବ ପାଇଁ ନା ଯିବାବାଲା ପାଇଁ ?
9
ପ୍ରଶ୍ନକର୍ତ୍ତା : ଆମ ଲୋକେ ପୂର୍ବଜନ୍ମ ବୁଝନ୍ତି, ତଥାପି ଘରେ କେହି ମରିଗଲେ, ସେ ସମୟରେ କାନ୍ଦନ୍ତି କାହିଁକି ?
ଦାଦାଶ୍ରୀ : ସେମାନେ ତ ନିଜ-ନିଜ ସ୍ଵାର୍ଥ ପାଇଁ କାନ୍ଦନ୍ତି । ବହୁତ ନିକଟ ସମ୍ପର୍କୀୟ ହୋଇଥବ, ତେବେ ସେମାନେ ସତରେ କାନ୍ଦନ୍ତି, କିନ୍ତୁ ଅନ୍ୟ ସବୁ ଯେଉଁ ସତରେ କାନ୍ଦନ୍ତି ନା, ସେମାନେ ତ ନିଜ ସମ୍ପର୍କୀୟଙ୍କୁ ମନେ ପକାଇ କାନ୍ଦନ୍ତି । ଏହା ବି ଆଶ୍ଚର୍ଯ୍ୟ ଅଟେ ନା ! ଏ ଲୋକେ ଅତୀତ କାଳକୁ ବର୍ତ୍ତମାନ କାଳରେ ଆଣନ୍ତି । ଏହି ଭାରତୀୟ ମାନଙ୍କୁ ବି ଧନ୍ୟ ନା ! ଅତୀତ କାଳକୁ ବର୍ତ୍ତମାନ କାଳରେ ଆଣନ୍ତି ଏବଂ ସେ ପ୍ରୟୋଗ ଆମକୁ ଦେଖାନ୍ତି !
କଳ୍ପାନ୍ତ ର ପରିଣାମ
ଏ ଥରେ ଯଦି ଏମିତି କଳ୍ପାନ୍ତ କଲ ତେବେ ‘କଳ୍ପ’ର ଅନ୍ତ ପର୍ଯ୍ୟନ୍ତ ଭଟକିବାର ହୋଇଗଲା । ଏକ ପୁରା କଳ୍ପର ଅନ୍ତ ପର୍ଯ୍ୟନ୍ତ ଭଟକିବାର ହେଲା ଏହା ।

Page Navigation
1 ... 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64