Book Title: Death Before During and After Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 35
________________ ୨ ୬ । ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ପ୍ରକୃତିର କିପରି ସୁନ୍ଦର କାନୁନ୍ ! ଅତଃ ଏଠାରୁ ଯାଏ ତାହା ବି ପ୍ରକୃତିର ନ୍ୟାୟ, ଠିକ ଅଟେ ନା ! କିନ୍ତୁ ବୀତରୋଗୁଁ ସାବଧାନ କରାନ୍ତି ଯେ ଭାଇ ପଚାଷ ବର୍ଷ ହୋଇଗଲା ଏବେ ସମ୍ଭାଳି ଯା ! ପଞ୍ଚସ୍ତରୀ ବର୍ଷର ଆୟୁଷ ହୋଇଥିବ ତେବେ ପଚାଷ ବର୍ଷରେ ପ୍ରଥମ ଫଟୋ ଉଠେ ଆଉ ଷାଠିଏ ବର୍ଷର ଆୟୁଷ ହୋଇଥିବ ତେବେ ଚାଳିଷ ବର୍ଷରେ ଫଟୋ ଉଠେ । ଏକାଅଶୀ ବର୍ଷର ଆୟୁଷ ହୋଇଥିବ ତେବେ ଚଉବନ ବର୍ଷରେ ଫଟୋ ଉଠିଯାଏ । କିନ୍ତୁ ସେପର୍ଯ୍ୟନ୍ତ ଏତେ ଟାଇମ୍ ଫ୍ରି ଅଫ୍ କସ୍ଟ ମିଳେ, ଦୁଇ ତୃତୀୟାଂଶ ଭାଗ ଫ୍ରି ରେ ମିଳେ ଆଉ ଏକ ତୃତୀୟାଂଶ ଭାଗ, ତାହାର ପୁଣି ଫଟୋ ଉଠି ଚାଲିଥାଏ । କାନୁନ ଭଲ ଅଟେ ନା ଜୋର-ଜବରଦସ୍ତି ବାଲା ଅଟେ ? ଜୋରଜବରଦସ୍ତି ବାଲା ନୁହେଁ ନା ? ନ୍ୟାୟସଙ୍ଗତ ଅଟେ ନା ? ପ୍ରକୃତି କୁହେ ଦୁଇ ତୃତୀୟାଂଶ କୁଦା-କୁଦି କରିଥିବ, ତାହାର ମୋତେ ଆପତ୍ତି ନାହିଁ, କିନ୍ତୁ ଏବେ ସିଧା ମର ନା । । କ୍ଷଣ-କ୍ଷଣ ଭାବ ମରଣ । ପ୍ରଶ୍ନକର୍ତ୍ତା : ଦେହର ମୃତ୍ୟୁ ତ କୁହାଯିବ ନା ? ଦାଦାଶ୍ରୀ : ଅଜ୍ଞାନୀ ମଣିଷକୁ ତ ଦୁଇ ପ୍ରକାରର ମରଣ ହୋଇଥାଏ । ପ୍ରତିଦିନ ଭାବ ମରଣ ହୋଇ ଚାଲିଥାଏ । କ୍ଷଣ-କ୍ଷଣ ଭାବ ମରଣ ଏବଂ ପୁଣି ଅନ୍ତତଃ ଦେହର ମୃତ୍ୟୁ ହୁଏ । କିନ୍ତୁ ପ୍ରତିଦିନ ତା’ପାଇଁ ମରଣ, କନ୍ଦାକଟା ପ୍ରତିଦିନ । କ୍ଷଣ କ୍ଷଣ ଭାବ ମରଣ । ସେଥିପାଇଁ କୃପାଳୁଦେବ ଲେଖୁଛନ୍ତି ନା ! | ‘କ୍ଷଣ-କ୍ଷଣ ଭୟଙ୍କର ଭାବ ମରଣେ କ୍ୟା ଅହୋ ରାଚୀ ରହୋ !' (କ୍ଷଣ-କ୍ଷଣ ଭୟଙ୍କର ଭାବ ମରଣ, କ’ଣ ଆରେ ପ୍ରସନ୍ନ ଅଛୁ !) ଏମାନେ ସମସ୍ତେ ବଞ୍ଚୁଛନ୍ତି, ସେମାନେ ମରିବା ପାଇଁ ନା କ’ଣ ପାଇଁ ବଞ୍ଚୁଛନ୍ତି ?

Loading...

Page Navigation
1 ... 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64