Book Title: Death Before During and After Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 36
________________ ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ସମାଧୂ ମରଣ ଏଣୁ ମୃତ୍ୟୁକୁ କହିବ ଯେ, ‘ତୋତେ ଜଲ୍‌ଦୀ ଆସିବାର ଅଛି ତେବେ ଜଲଦୀ ଆ, ଡେରିରେ ଆସିବାର ଅଛି ତେବେ ଡେରିରେ ଆ, କିନ୍ତୁ ‘ସମାଧ୍ଵ ମରଣ’ ହୋଇ ଆସିବୁ?? ସମାଧୂ ମରଣ ଅର୍ଥାତ ଆତ୍ମା ବ୍ୟତୀତ ଅନ୍ୟ କିଛି ସ୍ମରଣ ନଥାଏ। ନିଜ ସ୍ଵରୂପ ଶୁଦ୍ଧାତ୍ମାକୁ ଛାଡ଼ି ଅନ୍ୟ ଜାଗାରେ ଚିତ୍ତ ହିଁ ନଥାଏ । ମନ-ବୁଦ୍ଧି-ଚିତ୍ତ-ଅହଂକାର କେହି ବି ଅସ୍ଥିର ନଥାନ୍ତି ! ନିରନ୍ତର ସମାଧ୍! ଦେହକୁ ଉପାଧ୍ ଥାଏ, ତଥାପି ଉପାଧ୍ ଛୁଏଁ ନାହିଁ ! ଦେହ ତ ଉପାଧ୍ ବାଲା ଅଟେ ନା ନାହିଁ ? ପ୍ରଶ୍ନକର୍ତ୍ତା : ହଁ । ଦାଦାଶ୍ରୀ : କେବଳ ଉପାଧ୍ ବାଲା ହିଁ ନୁହେଁ, ବ୍ୟାଧବାଲା ବି ଅଟେ ନା ନାହିଁ ? ଜ୍ଞାନୀଙ୍କୁ ଉପାଧ୍ଵ ଛୁଏଁ ନାହିଁ । ବ୍ୟାଧ ହୋଇଥବ ତେବେ ତାହା ମଧ୍ୟ ଛୁଏଁ ନାହିଁ । ଆଉ ଅଜ୍ଞାନୀ ତ ବ୍ୟାଧ ନଥବ, ତେବେ ତାକୁ ଡାକେ ! ସମାଧୂ ମୃତ୍ୟୁ ଅର୍ଥାତ ‘ମୁଁ ଶୁଦ୍ଧାତ୍ମା ଅଟେ’ ଏପରି ଭାନ୍(ଜାଗୃତି) ରୁହେ ! ଆମର କେତେ ସବୁ ମହାତ୍ମାଙ୍କର ମୃତ୍ୟୁ ହୋଇଛି, ସେ ସମସ୍ତଙ୍କୁ ‘ମୁଁ ଶୁଦ୍ଧାତ୍ମା ଅଟେ, ମୁଁ ଶୁଦ୍ଧାତ୍ମା ଅଟେ’ ଏପରି ଭାନ୍ ରହୁଥିଲା । ଗତିର ଲକ୍ଷଣ ପ୍ରଶ୍ନକର୍ତ୍ତା : ମୃତ୍ୟୁ ସମୟରେ ଏପରି କିଛି ଲକ୍ଷଣ ଅଛି କି ଯେବେ ଜଣା ପଡ଼େ ଯେ ଏ ଜୀବର ଗତି ଭଲ ହେଲା ନା ନାହିଁ ? ଦାଦାଶ୍ରୀ : ସେ ସମୟରେ, ମୋ ଝିଅ ବାହା ଦେଲି କି ନାହିଁ? ଏସବୁ ହୋଇନାହିଁ । ଏଭଳି ସବୁ ଘରର ହିଁ ମଗଜମାରୀ କରି ଚାଲିଥାଏ, ଉପାଧ୍ କରି ଚାଲିଥାଏ । ଏଣୁ ବୁଝିନେବ ଯେ ୟା’ର ହୋଇଗଲା ଅଧୋଗତି । ଆଉ ଆତ୍ମାରେ ରହୁଥବ ଅର୍ଥାତ ଭଗବାନରେ ରହୁଥ‌ିବ ତେବେ ଭଲ ଗତି ହେଲା । ପ୍ରଶ୍ନକର୍ତ୍ତା : କିନ୍ତୁ କିଛି ଦିନ ବେହୋସ ରୁହେ, ତେବେ ?

Loading...

Page Navigation
1 ... 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64