Book Title: Death Before During and After Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 40
________________ ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ୩୧ ବଚନ-କାୟାର ତିନି ବ୍ୟାଟେରୀ ଥାଆନ୍ତି, ଯାହା ଗର୍ଭରୁ ଇଫେକ୍ଟ( ପରିଣାମ) ଦେଇ ଚାଲିଥାନ୍ତି । ସେ ଇଫେକ୍ଟ ପୂର୍ଣ ହୁଏ, ତେବେ ‘ବ୍ୟାଟେରୀ ମାନଙ୍କ ଠାରୁ ହିସାବ ପୁରା ହୋଇଯାଏ, ସେପର୍ଯ୍ୟନ୍ତ ସେ ବ୍ୟାଟେରୀ ମାନେ ଥାଆନ୍ତି ଏବଂ ପରେ ଖତମ ହୋଇଯାନ୍ତି, ତାହାକୁ ମୃତ୍ୟୁ କୁହନ୍ତି । କିନ୍ତୁ ସେତେବେଳେ ପୁଣି ପରଜନ୍ମ ପାଇଁ ଭିତରେ ନୂଆ ବ୍ୟାଟେରୀ ଚାର୍ଜ ହୋଇ ସାରିଥାଏ । ପରଜନ୍ମ ପାଇଁ ଭିତରେ ନୂଆ ବ୍ୟାଟେରୀ ଚାର୍ଜ ହୋଇ ଚାଲିଥାଏ ଏବଂ ପୁରୁଣା ବ୍ୟାଟେରୀ ‘ଡିସ୍‌ଚାର୍ଜ’ ହେଉଥାଏ । ଏହିପରି ଚାର୍ଜ-ଡିସ୍‌ଚାର୍ଜ ହୋଇ ଚାଲିଥାଏ । କାରଣ ତା’କୁ ‘ରଙ୍ଗ୍ -ବିଲିଫ୍’ (ଭ୍ରାନ୍ତ ମାନ୍ୟତା) ଅଛି । ସେଥିପାଇଁ ‘କଜେଜ୍ (କାରଣ) ଉତ୍ପନ୍ନ ହୁଏ । ଯେପର୍ଯ୍ୟନ୍ତ ‘ରଙ୍ଗ-ବିଲିଫ୍’ ଅଛି ସେପର୍ଯ୍ୟନ୍ତ ରାଗ-ଦୈଷ ଏବଂ ‘କଜେଜ୍' ଉତ୍ପନ୍ନ ହୁଏ । ଆଉ ସେ ‘ରଙ୍ଗବିଲିଫ୍’ ବଦଳେ ଆଉ ‘ରାଇଟ୍ ବିଲିଫ୍’ ବସେ, ତେବେ ପୁଣି ରାଗ-ଦୈଷ ଏବଂ ‘କଜେଜ୍‌’ ଉତ୍ପନ୍ନ ହୁଏ ନାହିଁ । ପୁନର୍ଜନ୍ମ ପ୍ରଶ୍ନକର୍ତ୍ତା : ଜୀବାମ୍ବା ମରେ, ପୁଣି ଫେରିକି ଆସେ ନା ? । ଦାଦାଶ୍ରୀ : ଏପରି ଅଟେ, ଫରେବାଲାଙ୍କର ଫେରେ ନାହିଁ, ମୁସଲିମ୍ ମାନଙ୍କର ଫେରେ ନାହିଁ, କିନ୍ତୁ ତୁମର ଫେରିକି ଆସେ । ତୁମ ଉପରେ ଭଗବାନଙ୍କର ଏତେ କୃପା ଅଛି ଯେ ତୁମର ଫେରିକି ଆସେ । ଏଠାରେ ମରିଲା କି ସେଠି ଅଲଗା ଯୋନିରେ ପ୍ରବେଶ କରି ସାରିଥାଏ । ଆଉ ତାଙ୍କର ତ ଫେରେ ନାହିଁ । ଏବେ ବାସ୍ତବରେ ଫେରେ ନାହିଁ, ଏପରି ନୁହେଁ । ସେମାନଙ୍କର ମାନ୍ୟତା ଏପରି ଯେ ଏଠାରୁ ମରିଲି ମାନେ ମରିଗଲି, କିନ୍ତୁ ବାସ୍ତବରେ ଫେରିକି ହିଁ ଆସେ ! କିନ୍ତୁ ତାଙ୍କୁ ବୁଝା ପଡ଼େ ନାହିଁ । ପୁନର୍ଜନ୍ମ ହଁ ବୁଝନ୍ତି ନାହିଁ । ତୁମକୁ ପୁନର୍ଜନ୍ମ ବୁଝା ପଡ଼ୁଛି ନା ? ଶରୀରର ମୃତ୍ୟୁ ହୁଏ, ତେବେ ତାହା ଜଡ଼ ହୋଇଯାଏ । ତାହା ଉପରୁ ସାବ୍ୟସ୍ତ ହୁଏ ଯେ ସେଥିରେ ଜୀବ ଥିଲା, ସେ ବାହାରି ଅନ୍ୟ ଜାଗା ଗଲା । ଫରେନ୍‌ବାଲା

Loading...

Page Navigation
1 ... 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64