Book Title: Death Before During and After Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ସେ ‘ଲିକେଜ୍’ କରିବା କଥା ନୁହେଁ । ପ୍ରଶ୍ନକର୍ତ୍ତା : ନରସିଂହ ମେହଟା, ତାଙ୍କ ପତ୍ନୀଙ୍କ ମୃତ୍ୟୁ ହେଲା ସେତେବେଳେ ‘ଭଲୁ ଥୟୁ ଭୀଗୀ ଜଞ୍ଜାଳ ଭଲ ହେଲା ଛୁଟିଲା ଜଞ୍ଜାଳ) କହି ଉଠିଲେ, ତେବେ ତାହା କ’ଣ କୁହାଯିବ ? ।
। ଦାଦାଶ୍ରୀ : କିନ୍ତୁ ସେ ବାଉଳା ହୋଇ କହି ଉଠିଲେ ଯେ ‘ଭଲୁ ଥୟୁ ଭୀଗୀ ଜଞ୍ଜାଳ’ । ଏହି କଥା ମନରେ ରଖୁବାକୁ ହୁଏ ଯେ ‘ଜଞ୍ଜାଳ ଛୁଟିଗଲା ।’ ତାହା ମନରୁ ‘ଲିକେଜ୍’ ନ ହେବା ଉଚିତ । କିନ୍ତୁ ଏ ତ ମନରୁ ‘ଲିକେଜ୍’ ହୋଇ ବାହାରକୁ ବାହରି ଗଲା । ମନରେ ରଖୁବାକୁ ଥିବା ଜିନିଷ ପ୍ରକାଶ କରି ଦିଅନ୍ତି, ତେବେ ସେମାନେ ବାଉଳା ମଣିଷ କୁହାଯାନ୍ତି ।
। ଜ୍ଞାନୀ ହୋଇଥାନ୍ତି ବହୁତ ବିବେକୀ ଆଉ ‘ଜ୍ଞାନୀ’ ବାଉଳା ନୁହଁନ୍ତି । ଜ୍ଞାନୀ ବହୁତ ସମଝଦାର ଅଟନ୍ତି । ମନରେ ସବୁକିଛି ହୁଏ ଯେ “ଭଲ ହେଲା ଛୁଟିଲା ଜଞ୍ଜାଳ’ କିନ୍ତୁ ବାହାରେ କ’ଣ କୁହନ୍ତି ? ଆ ରେ , ବହୁତ ଖରାପ ହେଲା । ଏ ତ ମୁଁ ଏକୁଟିଆ ଏବେ କ’ଣ କରିବି? ! ଏମିତି ବି କୁହନ୍ତି । ନାଟକ କରନ୍ତି । ଏହି ଜଗତ ତ ସ୍ୱୟଂ ନାଟକ ହିଁ ଅଟେ । ଏଥିପାଇଁ ଭିତରେ ଜାଣ ଯେ ‘ଭଲ ହେଲା ଛୁଟିଲା ଜଞ୍ଜାଳ’ କିନ୍ତୁ ବିବେକରେ ରହିବା ଉଚିତ । ‘ଭଲ ହେଲା ଛୁଟିଲା ଜଞ୍ଜାଳ, ସୁଖରେ ଭଜିବା ଶ୍ରୀ ଗୋପାଳ’ ଏପରି କୁହନ୍ତି ନାହିଁ । ଏଭଳି ଅବିବେକ ତ କେଉଁ ବାହାରବାଲା ବି କରେ ନାହିଁ । ଶତ୍ରୁ ହୋଇଥିବ, ତଥାପି ବିବେକ ସହ ବସେ, ଶୋକବାଲା ମୁହଁ କରି ବସେ ! ମୋତେ ଶୋକ ଅବା ଅନ୍ୟ କିଛି ବି ହୁଏ ନାହିଁ, ତଥାପି ବାଥରୁମରେ ଯାଇ ପାଣି ଲଗାଇ, ଆସି ଆରାମରେ ବସେ । ଏହା ଅଭିନୟ ଅଟେ । ଦି ଓ ଇଜ୍ ଦି ଡ୍ରାମା ଇଟସେଲ୍, (ସଂସାର ସ୍ଵୟଂ ଏକ ନାଟକ ଅଟେ) ତୁମକୁ କେବଳ ନାଟକ ହିଁ କରିବାର ଅଛି, ଅଭିନୟ ହିଁ କରିବାର ଅଛି, କିନ୍ତୁ ଅଭିନୟ ‘ସିନ୍ଦିୟରଲୀ’ କରିବାର ଅଛି ।

Page Navigation
1 ... 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64