Book Title: Death Before During and After Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ...
ଜୀବନ ଏକ ଜେଲ୍ ।
ପ୍ରଶ୍ନକର୍ତ୍ତା : ଆପଣଙ୍କ ହିସାବରେ ଜୀବନ କ’ଣ ?
। ଦାଦାଶ୍ରୀ : ମୋ ହିସାବରେ ଜୀବନ, ତାହା ଜେଲ୍ ଅଟେ, ଜେଲ୍ ! ଚାରି ପ୍ରକାରର ଜେଲ୍ ଅଛି ।
ପ୍ରଥମ ନଜରବନ୍ଦୀ ଅଟେ । ଦେବଲୋକେ ନଜରବନ୍ଦୀରେ ଅଛନ୍ତି । ଏ ମନୁଷ୍ୟ ସରଳ ବନ୍ଦୀରେ ଅଛନ୍ତି । ପଶୁପକ୍ଷୀ ଶକ୍ତ ମଜୁରୀ ବନ୍ଦୀରେ ଅଛନ୍ତି ଏବଂ ନର୍କର ଜୀବ ଆଜୀବନ ବନ୍ଦୀରେ ଅଛନ୍ତି ।
ଜନ୍ମ ସମୟରୁ ହିଁ ଚାଲେ ଆରି
। ଏ ଶରୀର ମଧ୍ୟ ପ୍ରତିକ୍ଷଣ ମରି ଚାଲିଛି, କିନ୍ତୁ ଲୋକଙ୍କୁ କ’ଣ କିଛି ଜଣା ଅଛି ? କିନ୍ତୁ ଆମ ଲୋକେ ତ କାଠଟିଏ ଦୁଇ ଖଣ୍ଡ ହୋଇ ଯଦି ତଳକୁ ପଡ଼ିଯାଏ, ତେବେ କହିବେ, “କଟି ଗଲା” । ଆରେ, ଏହା ତ କଟୁଥିଲା, ଏ ଆରି ତ ଚାଲୁଥିଲା ।
ମୃତ୍ୟୁର ଭୟ ଏହା ନିରନ୍ତର ଭୟବାଲା ଜଗତ ଅଟେ । ଗୋଟିଏ କ୍ଷଣ ପାଇଁ ବି ନିର୍ଭୟତା ବାଲା ନୁହେଁ ଏ ଜଗତ ଆଉ ଯେତିକି ନିର୍ଭୟତା ଲାଗେ, ସେତିକି ତାହାର ମୂଚ୍ଚାରେ ଅଛି ଜୀବ । ଖୋଲା ଆରେ ଶୋଉଛନ୍ତି, ଏଣୁ ଏସବୁ ଚାଲୁ ରହିଛି । | ପ୍ରଶ୍ନକର୍ତ୍ତା : ଏପରି କୁହାଯାଏ ଯେ ଆମ୍ବା ମରେ ନାହିଁ, ସେ ତ ଜୀବନ୍ତ ହିଁ ରୁହେ ।
ଦାଦାଶ୍ରୀ : ଆମ୍ବା ମରେ ହିଁ ନାହିଁ, କିନ୍ତୁ ଯେ ପର୍ଯ୍ୟନ୍ତ ତୁମେ ଆମ୍ବରୂପ ହୋଇ ନାହିଁ, ସେ ପର୍ଯ୍ୟନ୍ତ ତୁମକୁ ଭୟ ଲାଗୁଥାଏ ନା ? ମରିବାର ଭୟ ଲାଗେ ନା ? ତାହା ତ ଏବେ ଯଦି ଶରୀରରେ କିଛି ଯନ୍ତ୍ରଣା ହେବ ନା, ତେବେ ‘ ଚାଲିଯିବି, ମରିଯିବି? ଏପରି ଭୟ ଲାଗେ । ଦେହ ଦୃଷ୍ଟି ନ ଥିବ, ତେବେ ନିଜେ ମରେ ହିଁ ନାହିଁ ।

Page Navigation
1 ... 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64