Page #1
--------------------------------------------------------------------------
________________
ଦାଦା ଭଗବାନ କଥିତ
ମାନବ ଧର୍ମ
Oriya
। ମୋତେ ଯେଉଁଥିରେ ଦୁଃଖ ଲାଗେ, ସେଭଳି ଦୁଃଖ ମୁଁ କାହାରିକୁ ନଦିଏ ।
Page #2
--------------------------------------------------------------------------
________________
୬୬
ଦାଦା ଭଗବାନ ପ୍ରରୂପିତ
ମାନବ ଧର୍ମ
। ମୂଳ ଗୁଜରାଟୀ ସଂକଳନ : ଡା. ନୀରୂବହନ ଅମୀନ ।
ଅନୁବାଦ : ମହାମ୍ବାଗଣ
Page #3
--------------------------------------------------------------------------
________________
ପ୍ରକାଶକ : ଶ୍ରୀ ଅଜିତ୍ ସି. ପଟେଲ
ଦାଦା ଭଗବାନ ଆରାଧନା ଟ୍ରଷ୍ଟ ୫, ମମତା ପାଇଁ ସୋସାଇଟୀ, ନବଗୁଜରାଟ କଲେଜ ପଛ, ଉତ୍କାନପୁରା, ଅହମଦାବାଦ୍-୩୮୦୦୧୪, ଗୁଜୁରାଟ ଫୋନ୍ : (୦୭୯) ୩୯୮୩୦ ୧୦୦
All Rights reserved - Deepakbhai Desai Trimandir, Simandhar City Ahmedabad-Kalol Highway,
Adalaj, Dist- Gandhinagar-382421, Gujarat, India No part of this book may be used or reproduced in any manner whatsoever
without written permission from the holder of the copy right.
ପ୍ରଥମ ସଂସ୍କରଣ : ବହି ସଂଖ୍ୟା ୧୦୦୦
ନଭେମ୍ବର ୨୦୧୬|
ଭାବ ମୂଲ୍ୟ : ‘ପରମ ବିନୟ’ ଏବଂ
| ‘ମୁଁ କିଛି ମଧ୍ୟ ଜାଣି ନାହିଁ, ଏହି ଭାବ !
ଦ୍ରବ୍ୟ ମୂଲ୍ୟ : ୧୦ ଟଙ୍କା
ମୁଦ୍ରକ : ଅମ୍ବା ଓସେଟ୍
ପାର୍ଶ୍ଵନାଥ ଚାମ୍ବର୍ସ, ନୂଆ ରିଜର୍ଭ ବ୍ୟାଙ୍କ ପାଖ, ଇକବ୍ୟାକ୍ସ, ଅହମଦାବାଦ୍ – ୩୮୦୦୧୪ ଫୋନ : (୦୭୯) ୨୭୫୪ ୨୯୬୪
Page #4
--------------------------------------------------------------------------
________________
ତ୍ରିମନ୍ତ୍ର
વર્તમાનતીર્થંકર શ્રીસીમંધર સ્વામી
ନମୋ ଅରିହତାଣଂ ନମୋ ସିଦ୍ଧାଶଂ
ନମୋ ଆୟରିୟାଣଂ ନମୋ ଭବଚ୍ଛାୟାଣଂ ନମୋ ଲୋଏ ସବସାହୁକଂ ଏସେ ପଞ୍ଚ ନମୁକ୍ତାରୋ, ସବୁ ପାବଟଣାସଣେ ମଙ୍ଗଳାମଂ ଚ ସନ୍ଦେସିଂ,
ପଢମଂ ହବଇ ମଙ୍ଗଳମ୍ || ୧ ||
ଓଁ ନମୋ ଭଗବତେ ବାସୁଦେବାୟ ॥୨॥|
ଓଁ ନମଃ ଶିବାୟ ॥ ୩ ॥ ॥ ଜୟ ସଚ୍ଚିଦାନନ୍ଦ ॥
દાદા ભગવાનની અસીમ જય જયનારા
Page #5
--------------------------------------------------------------------------
________________
ଦାଦା ଭଗବାନ’ କିଏ ? ଜୁନ୍ ୧୯୫୮ର ଏକ ସନ୍ଧ୍ୟାର ପାଖାପାଖୁ ଛଅଟା ସମୟ, ଭିଡ଼ରେ ଭରି ହୋଇଥିବା ସୁରତ ସହରର ରେଲୱେ ଷ୍ଟେସନ୍, ପ୍ଲାଟ୍ଫର୍ମ ନମ୍ବର ୩ର ବେଞ୍ଚ ଉପରେ ବସିଥିବା ଶ୍ରୀ ଅମ୍ବାଲାନ୍ ମୁଜୀ ଭାଈ ପଟେଲ୍ ରୂପୀ ଦେହମନ୍ଦିରରେ ପ୍ରାକୃତିକ ରୂପରେ, ଅକ୍ରମ ରୂପରେ, କେତେ ଜନ୍ମରୁ ବ୍ୟକ୍ତ ହେବାପାଇଁ ଆତୁର ‘ଦାଦା ଭଗବାନ’ ପୂର୍ଣ୍ଣ ରୂପରେ ପ୍ରକଟ ହେଲେ । ଏବଂ ପ୍ରକୃତି ସଜ୍ଜିତ କଲା ଅଧାର ଅଭୁତ ଆଶ୍ଚର୍ଯ୍ୟ । ଏକ ଘଣ୍ଟାରେ ତାଙ୍କୁ ବିଶ୍ୱ ଦର୍ଶନ ହେଲା । ମୁଁ କିଏ ? ଭଗବାନ କିଏ ? ଜଗତ କିଏ। ଚଲାଉଛି ? କର୍ମ କ’ଣ ? ମୁକ୍ତି କ’ଣ ?” ଇତ୍ୟାଦି ଜଗତର ସମସ୍ତ ଆଧାର୍ମିକ ପ୍ରଶ୍ନର ସଂପୂର୍ଣ୍ଣ ରହସ୍ୟ ପ୍ରକଟ ହେଲା । ଏହିପରି ପ୍ରକୃତି, ବିଶ୍ଵ ସମ୍ମୁଖରେ ଏକ ଅଦ୍ବିତୀୟ ପୂର୍ଣ୍ଣ ଦର୍ଶନ ପ୍ରସ୍ତୁତ କଲା ଏବଂ ତାହାର ମାଧ୍ୟମ ହେଲେ ଶ୍ରୀ ଅମ୍ବାଲାଲ୍ ମୂଜୀଭାଈ ପଟେଲ, ଯିଏ ଗୁଜରାଟର ଚରୋତର କ୍ଷେତ୍ରର ଭାଦରଣ ଗାଁ’ର ପାଟୀଦାର,କଂଟ୍ରାକ୍ତି ବ୍ୟବସାୟ କରିବାବାଲା, ତଥାପି ପୂର୍ଣ୍ଣ ରୂପରେ ବାତରାଗ ପୁରୁଷ ! |
‘ବ୍ୟାପାରରେ ଧର୍ମ ରହିବା ଉଚିତ୍, ଧର୍ମରେ ବ୍ୟାପାର ନୁହେଁ”, ଏହି ସିଦ୍ଧାନ୍ତ ସହ ସେ ସାରା ଜୀବନ ବିତାଇଲେ । ଜୀବନରେ କେବେ ମଧ୍ୟ କାହାରିଠାରୁ ପଇସା ନେଇ ନାହାନ୍ତି, ବରଂ ନିଜ ରୋଜଗାରରୁ ଭକ୍ତମାନଙ୍କୁ ଯାତ୍ରା କରାଉଥିଲେ ।
ତାଙ୍କୁ ଯେପରି ପ୍ରାପ୍ତ ହେଲା, ସେହିପରି କେବଳ ଦୁଇ ଘଣ୍ଟାରେ ଅନ୍ୟ ମୁମୁକ୍ଷୁମାନଙ୍କୁ ମଧ୍ୟ ସେ ଆମ୍ବିଜ୍ଞାନର ପ୍ରାପ୍ତି କରାଉଥିଲେ, ତାଙ୍କର ଅଭୁତ ସିଦ୍ଧ ହୋଇଥିବା ଜ୍ଞାନ ପ୍ରୟୋଗ ଦ୍ଵାରା । ତାହାକୁ ଅକ୍ରମ ମାର୍ଗ କହିଲେ । ଅକ୍ରମ, ଅର୍ଥାତ୍ ବିନା କ୍ରମରେ ଏବଂ କ୍ରମ ଅର୍ଥାତ୍ ସିଢ଼ି ପରେ ସିଢ଼ି, କ୍ରମାନୁସାରେ ଉପରକୁ ଚଢ଼ିବା । ଅକ୍ରମ ଅର୍ଥାତ୍ ଲିଫ୍ ମାର୍ଗ, ସର୍ଟ କଟ୍ ।
। ସେ ନିଜେ ପ୍ରତ୍ୟେକଙ୍କୁ ‘ଦାଦା ଭଗବାନ କିଏ ?’ର ରହସ୍ୟ ଜଣାଇବାକୁ ଯାଇ କହୁଥିଲେ ଯେ, ଏ ଯିଏ ଆପଣଙ୍କୁ ଦେଖାଯାଉଛନ୍ତି ସେ ଦାଦା ଭଗବାନ ନୁହଁନ୍ତି, ସେ ତ ଏ.ଏମ୍. ପଟେଲ୍ ଅଟେ । ମୁଁ ଜ୍ଞାନୀପୁରୁଷ ଅଟେ ଏବଂ ଭିତରେ ଯିଏ ପ୍ରକଟ ହୋଇଛନ୍ତି, ସେ ଦାଦା ଭଗବାନ’ ଅଟନ୍ତି । ଦାଦା ଭଗବାନ ତ’ ଚଉଦ ଲୋକର ନାଥ ଅଟନ୍ତି । ସେ ଆପଣଙ୍କ ଭିତରେ ମଧ୍ୟ ଅଛନ୍ତି, ସମସ୍ତଙ୍କ ଭିତରେ ଅଛନ୍ତି । ଆପଣଙ୍କ ଭିତରେ ଅବ୍ୟକ୍ତ ରୂପରେ ଅଛନ୍ତି ଏବଂ ଏଠାରେ’ ମୋ ଭିତରେ ସଂପୂର୍ଣ୍ଣ ରୂପରେ ବ୍ୟକ୍ତ ହୋଇଛନ୍ତି । ଦାଦା ଭଗବାନଙ୍କୁ ମୁଁ ମଧ୍ୟ ନମସ୍କାର କରେ ।””
Page #6
--------------------------------------------------------------------------
________________
ଆମ୍ବିଜ୍ଞାନ ପ୍ରାପ୍ତି ପାଇଁ ପ୍ରତ୍ୟକ୍ଷ ଲିଙ୍କୁ
। “ମୁଁ ତ କିଛି ଲୋକଙ୍କୁ ନିଜ ହାତରେ ସିଦ୍ଧି ପ୍ରଦାନ କରିବ । ପରେ ଅନୁଗାମୀ ଦରକାର କି ନାହିଁ ? ପରେ ଲୋକଙ୍କୁ ମାର୍ଗ ତ ଦରକାର ନା ?” ।
- ଦାଦାଶ୍ରୀ
ପରମ ପୂଜ୍ୟ ଦାଦାଶ୍ରୀ ଗାଁ-ଗାଁ’, ଦେଶ-ବିଦେଶ ପରିଭ୍ରମଣ କରି ମୁମୁକ୍ଷୁମାନଙ୍କୁ ସଙ୍ଗ ଏବଂ ଆତ୍ମଜ୍ଞାନର ପ୍ରାପ୍ତି କରାଉଥିଲେ । ସେ ନିଜର ଜୀବନ କାଳ ମଧ୍ୟରେ ପୂଜ୍ୟ ଡା. ନୀରୂବହନ ଅମୀନ(ନୀରୂମୀ)ଙ୍କୁ ଆମ୍ବିଜ୍ଞାନ ପ୍ରାପ୍ତି କରାଇବାର ଜ୍ଞାନସିଦ୍ଧି ପ୍ରଦାନ କରିଥିଲେ । ଦାଦାଶ୍ରୀଙ୍କ ଦେହ ବିଲୟ ପରେ ନୀରୂମା ସେହିପରି ମୁମୁକ୍ଷୁମାନଙ୍କୁ ସସଙ୍ଗ ଏବଂ ଆତ୍ମଜ୍ଞାନର ପ୍ରାପ୍ତି, ନିମିତ୍ତ ଭାବରେ କରାଉଥିଲେ । ପୂଜ୍ୟ ଦୀପକଭାଈ ଦେଶାଈଙ୍କୁ ଦାଦାଶ୍ରୀ ସସଙ୍ଗ କରିବା ପାଇଁ ସିଦ୍ଧି ପ୍ରଦାନ କରିଥିଲେ । ନୀରୂର୍ମୀଙ୍କ ଉପସ୍ଥିତିରେ ହିଁ ତାଙ୍କର ଆଶୀର୍ବାଦ ଦ୍ଵାରା ପୂଜ୍ୟ ଦୀପକଭାଈ ଦେଶ-ବିଦେଶରେ ଅନେକ ଜାଗାକୁ ଯାଇ ମୁମୁକ୍ଷୁମାନଙ୍କୁ ଆମ୍ବିଜ୍ଞାନ ପ୍ରାପ୍ତି କରାଉଥିଲେ, ଯାହା ନୀରୂମାଙ୍କ ଦେହବିଲୟ ପରେ ଆଜି ମଧ୍ୟ ଚାଲୁଅଛି । ଏହି ଆମ୍ବିଜ୍ଞାନ ପ୍ରାପ୍ତି ପରେ ହଜାର ହଜାର ମୁମୁକ୍ଷୁ ସଂସାରରେ ରହି, ନିଜର ସାଂସାରିକ ଦାୟିତ୍ତ୍ବ ବହନ କରି ମଧ୍ୟ ମୁକ୍ତ ରହି ଆମ୍ବରମଣତାର ଅନୁଭବ କରୁଛନ୍ତି ।
ଗ୍ରନ୍ଥରେ ମୁଦ୍ରିତ ବାଣୀ ମୋକ୍ଷାର୍ଥୀମାନଙ୍କୁ ମାର୍ଗଦର୍ଶନ ପାଇଁ ଅତ୍ୟନ୍ତ ଉପଯୋଗୀ ସିଦ୍ଧ ହେବ, କିନ୍ତୁ ମୋକ୍ଷପ୍ରାପ୍ତି ପାଇଁ ଆମ୍ବିଜ୍ଞାନ ପ୍ରାପ୍ତ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ । ଅକ୍ରମ ମାର୍ଗ ଦ୍ଵାରା ଆମ୍ବିଜ୍ଞାନ ପ୍ରାପ୍ତିର ମାର୍ଗ ଆଜି ମଧ୍ୟ ଖୋଲାଅଛି
ଯେପରି ପ୍ରଜ୍ୱଳିତ ଦୀପ ହିଁ ଅନ୍ୟ ଦୀପକୁ ପ୍ରଜ୍ୱଳିତ କରିପାରେ, ସେହିପରି ପ୍ରତ୍ୟକ୍ଷ ଆମ୍ବିଜ୍ଞାନୀଙ୍କଠାରୁ ଆମ୍ବିଜ୍ଞାନ ପ୍ରାପ୍ତ କରି ହିଁ ନିଜର ଆମ୍ବା ଜାଗୃତ ହୋଇପାରେ ।
Page #7
--------------------------------------------------------------------------
________________
ନିବେଦନ ଆବିଜ୍ଞାନୀ ଶ୍ରୀ ଅମ୍ବାଲାଲ ମୂଲ୍ଜୀଭାଇ ପଟେଲ, ଯାହାଙ୍କୁ ଲୋକେ ଦାଦା ଭଗବାନ’ ନାମରେ ମଧ୍ୟ ଜାଣନ୍ତି, ତାଙ୍କ ଶ୍ରୀମୂଖରୁ ଅଧାମ୍ ତଥା ବ୍ୟବହାର ଜ୍ଞାନ ସମନ୍ଧୀୟ ଯେଉଁ ବାଣୀ ବାହାରିଛି, ସେସବୁକୁ ରେକର୍ଡ କରି,ସଙ୍କଳନ ତଥା ସମ୍ପାଦନ କରି ପୁସ୍ତକ ରୂପରେ ପ୍ରକାଶିତ କରାଯାଉଛି ।
। ପ୍ରସ୍ତୁତ ଅନୁବାଦରେ ଏହା ବିଶେଷ ଧ୍ୟାନ ରଖାଯାଇଛି ଯେ, ପାଠକଙ୍କୁ ଦାଦାଶ୍ରୀଙ୍କର ହିଁ ବାଣୀ ଶୁଣାଯାଉଛି,ଏପରି ଅନୁଭବ ହେଉ,ଯେଉଁ କାରଣରୁ ବୋଧ ହୁଏ କିଛି ଜାଗାରେ ଅନୁବାଦର ବାକ୍ୟ ରଚନା ଓଡ଼ିଆ ବ୍ୟାକରଣ ଅନୁସାରେ ତୃଟିପୂର୍ଣ୍ଣ ଲାଗିପାରେ, କିନ୍ତୁ ଏଠାରେ ଭାବନାକୁ ବୁଝି ପଢାଯିବ ତେବେ ଅଧିକ ଲାଭକାରୀ ହେବ ।
ଜ୍ଞାନୀଙ୍କ ବାଣୀକୁ ଓଡ଼ିଆ ଭାଷାରେ ଯଥାର୍ଥ ରୂପରେ ଅନୁବାଦ କରିବାର ପ୍ରୟାସ କରାଯାଇଛି । ପ୍ରସ୍ତୁତ ପୁସ୍ତକରେ ଅନେକ ଜାଗାରେ ବନ୍ଧ ନୀରେ ଦର୍ଶାଯାଇଥିବା ଶବ୍ଦ ବା ବାକ୍ୟ ପରମପୂଜ୍ୟ ଦାଦାଶ୍ରୀଙ୍କ ଦ୍ଵାରା କୁହାଯାଇଥିବା ବାକ୍ୟକୁ ଅଧିକ ସ୍ପଷ୍ଟତାପୂର୍ବକ ବୁଝାଇବା ହେତୁ ଲେଖାଯାଇଛି । ଯେବେ କି କିଛି ଜାଗାରେ ଇଂରାଜୀ ଶବ୍ଦକୁ ଓଡ଼ିଆ ଅର୍ଥରୂପରେ ରଖାଯାଇଛି । ଦାଦାଶ୍ରୀଙ୍କ ଶ୍ରୀମୁଖରୁ ବାହାରିଥିବା କିଛି ଗୁଜରାତୀ ଶବ୍ଦ ଯେମିତିକୁ ସେମିତି ରଖାଯାଇଛି,କାରଣ ସେ ଶବ୍ଦଗୁଡ଼ିକ ପାଇଁ ଓଡ଼ିଆରେ ଏପରି କିଛି ଶବ୍ଦ ନାହିଁ, ଯାହା ତାହାର ପୂର୍ଣ୍ଣ ଅର୍ଥ ଦେଇପାରିବ ।
ଅନୁବାଦଜନିତ ତୃଟି ପାଇଁ ଆପଣଙ୍କ ପାଖରେ କ୍ଷମାପ୍ରାର୍ଥୀ ଅଟୁ ।
Page #8
--------------------------------------------------------------------------
________________
ସମ୍ପାଦକୀୟ ମଣିଷ ଜୀବନ ତ’ ସମସ୍ତେ ଜିଉଁଛନ୍ତି । ଜନ୍ମ ହେଲେ, ପଢ଼ିଲେ, ଘୃକିରୀ କଲେ, ବାହାହେଲେ, ବାପା ହେଲେ, ଜେଜେ ହେଲେ ଆଉ ପୁଣି କୋକେଇ ଉଠିଗଲା । ଜୀବନର କ’ଣ ଏହି କ୍ରମ ହୋଇଥିବ ? ଏହିଭଳି ଜୀବନ ଜିଇଁବାର ଅର୍ଥ କ’ଣ ? ଜନ୍ମ କାହିଁକି ନେବାକୁ ପଡେ ? ଜୀବନରେ କ’ଣ ପ୍ରାପ୍ତ କରିବାର ଅଛି ? ମନୁଷ୍ୟ
ଦେହର ପ୍ରାପ୍ତି ହୋଇଛି ଏଥିପାଇଁ ନିଜେ ମାନବ ଧର୍ମରେ ରହିବା ଉଚିତ୍ । ମାନବତା ରହିବା ଉଚିତ୍, ତେବେଯାଇ ଜୀବନ ଧନ୍ୟ ହେଲା କୁହାଯାଏ ।
। ମାନବତାର ପରିଭାଷା ନିଜ ଉପରୁ ହିଁ ସ୍ଥିର କରିବାର ଅଛି । ଯଦି ମୋତେ କେହି ଦୁଃଖ ଦିଏ ତେବେ ମୋତେ ଭଲ ଲାଗେ ନାହିଁ, ଏଥିପାଇଁ ମୋତେ କାହାକୁ ଦୁଃଖ ନଦେବା ଉଚିତ୍’ । ଏହି ସିଦ୍ଧାନ୍ତ ଜୀବନରେ ପ୍ରତ୍ୟେକ ବ୍ୟବହାରରେ ଯାହାକୁ ଫିଟ୍ କ୍ରିୟାକାରୀ) ହୋଇଗଲା, ତା’ ଠାରେ ପୂରା ମାନବତା ଆସିଗଲା ।
ମଣିଷ ଜୀବନ ତ’ ଘୂରି ଗତିର ଜଂକସନ୍, କେନ୍ଦ୍ରସ୍ଥାନ ଅଟେ । ସେଠାରୁ ଘୂରିଗତି କୁ ଯିବା ପାଇଁ ଛାଡ ଅଛି, କିନ୍ତୁ ଯେଉଁ କାରଣର ସେବନ କରିଥିବ, ସେହି ଗତିରେ ଯିବାକୁ ପଡ଼େ । ମାନବ ଧର୍ମରେ ରହିବ ତେବେ ପୁଣିଥରେ ମଣିଷ ଜନ୍ମ
ଦେଖୁବ ଆଉ ମାନବ ଧର୍ମରୁ ବିଚଳିତ ହୋଇଗଲ ତେବେ ପଶୁ ପକ୍ଷୀ ଜନ୍ମ ମିଳିବ । ମାନବ ଧର୍ମରୁ ମଧ୍ୟ ଆଗକୁ, ସୁପର ହ୍ୟୁମାନ(ଦୈବୀଗୁଣବାଲା ମନୁଷ୍ୟ)ର ଧର୍ମରେ ଆସିବ, ଆଉ ପୂରା ଜୀବନ ପରୋପକାର ହେତୁ ବିତାଇବ ତେବେ ଦେବଗତିରେ ଜନ୍ମ ହୁଏ । ମଣିଷ ଜୀବନରେ ଯଦି ଆଜ୍ଞାନୀଙ୍କ ପାଖରୁ ଆମ୍ବଧର୍ମ ପ୍ରାପ୍ତ କରିନେବ, ତେବେ ଅନ୍ତତଃ ମୋକ୍ଷଗତି-ପରମପଦ ପ୍ରାପ୍ତ କରିପାରିବ ।
। ପରମପୂଜ୍ୟ ଦାଦାଶ୍ରୀ ତ’, ମଣିଷ ନିଜ ମାନବ ଧର୍ମରେ ପ୍ରଗତି କରୁ, ଏପରି ସୁନ୍ଦର ସମଝ ସତସଙ୍ଗ ଦ୍ବାରା ପ୍ରାପ୍ତ କରାଇଛନ୍ତି । ସେ ସବୁ ପ୍ରସ୍ତୁତ ସଂକଳନରେ ଅଙ୍କିତ ହୋଇଛି । ସେହି ସମଝି ଆଜିକାଲିର ପିଲା ଆଉ ଯୁବକମାନଙ୍କ ପର୍ଯ୍ୟନ୍ତ ପହଞ୍ଚବ ତେବେ ଜୀବନର ପ୍ରାରମ୍ଭରୁ ହିଁ ସେମାନେ ମାନବ ଧର୍ମରେ ଆସିଯିବେ, ତେବେ ଏହି ମଣିଷ ଜୀବନକୁ ସାର୍ଥକ କରି ଧନ୍ୟ ହୋଇଯିବେ, ଏହି ଅଭ୍ୟର୍ଥନା ।
-ଡ଼ା. ନୀଭୂବହନ ଅମୀନ
Page #9
--------------------------------------------------------------------------
________________
दादा भगवान फाउन्डेशन के द्वारा प्रकाशित पुस्तकें
१. ज्ञानी पुरुष की पहचान
२४. मानव धर्म २. सर्व दु :खो से मुक्ति
२५. सेवा-परोपकार ३. कर्म का सिद्धांत
२६. मृत्यु समय, पहले और पश्चात ४. आत्मबोध
२७. निजदोष दर्शन से...निर्दोष ५. मैं कौन हूँ?
२८. पति-पत्नि का दिव्य व्यवहार ६.वर्तमान तीर्थकर श्री सीमंधर स्वामी २९. क्लेश रहित जीवन ७.भुगते उसी की भूल
३०. गुरु-शिष्य ८. एडजस्ट एवरीव्हेयर
३१. अहिंसा 8. टकराव टालिए
३२. सत्य-असत्य के रहस्य १०. हुआ सो न्याय
३३. चमत्कार ११. चिंता
३४. पाप-पुण्य १२. क्रोध
३५. वाणी,व्यवहार में... १३. प्रतिक्रमण
३६. कर्म का विज्ञान १४. दादा भगवान कौन ?
३७. आप्तवाणी -१ १५. पैसों का व्यवहार
३८. आप्तवाणी - २ १६. अंत : करण का स्वरुप
३९. आप्तवाणी - ३ १७. जगत कर्ता
४०. आप्तवाणी - ४ १८. त्रिमंत्र
४१. आप्तवाणी - ५ १९. भावना से सुधरे जन्मोजन्म ४२. आप्तवाणी - ६ २०. माता-पिता और बच्चों का ४३. आप्तवाणी - ७ व्यवहार
४४. आप्तवाणी - ८ २१. प्रेम
४५. समझ से प्राप्त ब्रह्मचर्य (पूर्वार्ध२२. समझ से प्राप्त ब्रह्मचर्य
उत्तरार्ध) २३. दान • ଦାଦା ଭଗବାନ ଫାଉଣ୍ଡେଶନ ଦ୍ବାରା ଗୁଜରାଟୀ ଭାଷାରେ ବି ୫୫ ପୁସ୍ତକ ପ୍ରକାଶିତ GRIR I 68PIRe www.dadabhagwan.org 60 व था16) Vaag ପୁସ୍ତକ ପ୍ରାପ୍ତ କରିପାରିବେ । • ଦାଦା ଭଗବାନ ଫାଉଣ୍ଡେଶନ ଦ୍ବାରା ପ୍ରତ୍ୟେକ ମାସ ହିନ୍ଦୀ, ଗୁଜରାଟୀ ତଥା ଇଂରାଜୀ ଭାଷାରେ “ଦାଦାବାଣୀ” ମାଗାଜିନ୍ ପ୍ରକାଶିତ ହେଉଛି । था : ९) थाalalIn १) al SIMg I) AN?
४) am @Ggala 8) 681 9)alapuri 9)
Page #10
--------------------------------------------------------------------------
________________
ମାନବ ଧର୍ମ
ମାନବତାର ଧେୟ ପ୍ରଶ୍ନକର୍ତ୍ତା : ମଣିଷ ଜୀବନର ଧେୟ କ’ଣ ?
ଦାଦାଶ୍ରୀ: ମାନବତାର ପଶ ପ୍ରତିଶତ ଅଙ୍କ ମିଳିବା ଦରକାର । ଯେଉଁ ମାନବ ଧର୍ମ ଅଛି, ସେଥିରେ ପଶ ପ୍ରତିଶତ ଅଙ୍କ ଆସିବା ଦରକାର, ଏହା ମଣିଷ ଜୀବନର ଧେୟ ଅଟେ । ଆଉ ଯଦି ଉଚ୍ଚ ଧେୟ ରଖୁଥିବ ତେବେ ନବେ ପ୍ରତିଶତ ଅଙ୍କ ଆସିବା ଦରକାର । ମାନବତାର ଗୁଣ ତ’ ରହିବା ଦରକାର ନା ? ଯଦି ମାନବତା ହିଁ ନାହିଁ, ତେବେ ମଣିଷ ଜୀବନର ଧେୟ କେଉଁଠି ରହିଲା ?
| ଏ ତ’ ଲାଇଫ( ଜୀବନ) ପୁରା ଫ୍ରାକଚର ହୋଇଯାଇଛି । କ’ଣ ପାଇଁ ଜୀଉଁଛନ୍ତି, ତାହାର ମଧ୍ୟ ସମଝ ନାହିଁ । ମନୁଷ୍ୟସାର କ’ଣ ? ଯେଉଁ ଗତିରେ ଯିବାକୁ ଥିବ ସେହି ଗତି ମିଳୁ ଅଥବା ମୋକ୍ଷ ପାଇବାର ଥିବ ତେବେ ମୋକ୍ଷ ମିଳୁ ।
। ତାହା ସନ୍ତି ସମାଗମରୁ ଆସେ । । ପ୍ରଶ୍ନକର୍ତ୍ତା : ମନୁଷ୍ୟ ଜୀବନର ଯାହା ଧେୟ ଅଟେ, ତାହା ପ୍ରାପ୍ତ କରିବା ପାଇଁ କ’ଣ କରିବା ଅନିବାର୍ଯ୍ୟ ଅଟେ ଆଉ କେତେ ସମୟ ପର୍ଯ୍ୟନ୍ତ ?
। ଦାଦାଶ୍ରୀ: ମାନବତାର କେଉଁ କେଉଁ ଗୁଣ ଅଛି ଆଉ ତାହା କିପରି ପ୍ରାପ୍ତ ହେବ, ଏସବୁ ଜାଣିବା ଉଚିତ୍ । ଯିଏ ମାନବତାର ଗୁଣରେ ସମ୍ପର୍ଣ୍ଣ ହୋଇଥିବେ, ଏପରି ସନ୍ଥପୁରୁଷ ଥିବେ, ତାଙ୍କ ପାଖରେ ଯାଇ ତୁମକୁ ବସିବା ଉଚିତ୍ ।
। ଏହା ହେଉଛି ପ୍ରକୃତ ମାନବ ଧର୍ମ ଏବେ କେଉଁ ଧର୍ମର ପାଳନ କରୁଛି ? ପ୍ରଶ୍ନକର୍ତ୍ତା : ମାନବ ଧର୍ମର ପାଳନ କରୁଛି । ଦାଦାଶ୍ରୀ: ମାନବ ଧର୍ମ କାହାକୁ କୁହନ୍ତି ? ପ୍ରଶ୍ନକର୍ତ୍ତା : ବାସ୍, ଶାନ୍ତି !
ଦାଦାତ୍ରୀ : ନା, ଶାନ୍ତି ତ’ ମାନବ ଧର୍ମ ପାଳନ୍ତି ତାହାର ଫଳ ଅଟେ । କିନ୍ତୁ । ମାନବ ଧର୍ମ ଅର୍ଥାତ୍ ଆପଣ କ’ଣ ପାଳନ କରନ୍ତି ?
ପ୍ରଶ୍ନକର୍ତ୍ତା : ପାଳନ କରିବା ଭଳି କିଛି ନାହିଁ । କୌଣସି ସମ୍ପ୍ରଦାୟ ନରଖୁବା, ବାସ୍ । ଜାତିଭେଦ ନରଖୁବା, ତାହା ମାନବ ଧର୍ମ ।
Page #11
--------------------------------------------------------------------------
________________
9
ଦାଦାଶ୍ରୀ : ନା, ତାହା ମାନବ ଧର୍ମ ନୁହେଁ । ପ୍ରଶ୍ନକର୍ତ୍ତା : ତେବେ ପୁଣି ମାନବ ଧର୍ମ କ’ଣ ?
ମାନବ ଧର୍ମ
ଦାଦାଶ୍ରୀ: ମାନବ ଧର୍ମ ଅର୍ଥାତ୍ କ’ଣ ସେ ବିଷୟରେ ଅଳ୍ପ-ବହୁତ ଆଲୋଚନା କରିବା । ପୂରା କଥା ତ’ ବହୁତ ବଡ଼ ଅଟେ, କିନ୍ତୁ ଆମେ ଅଳ୍ପ ଆଲୋଚନା କରିବା । କୌଣସି ମନୁଷ୍ୟକୁ ଆମ ନିମିତ୍ତରୁ ଦୁଃଖ ନ ହେଉ; ଅନ୍ୟ ଜୀବମାନଙ୍କ କଥା ତ’ ଛାଡ଼ି ଦିଅ, କିନ୍ତୁ ଯଦି କେବଳ ମଣିଷମାନଙ୍କୁ ସମ୍ଭାଳିନେବା ଯେ ‘ମୋ ନିମିତ୍ତରୁ ସେମାନଙ୍କୁ ଦୁଃଖ ନହେବା ହିଁ ଉଚିତ୍’, ତାହା ମାନବଧର୍ମ ଅଟେ |
ବାସ୍ତବରେ ମାନବ ଧର୍ମ କାହାକୁ କୁହାଯାଏ ? ଯଦି ଆପଣ ସେଠ୍ ହୋଇଥିବେ ଆଉ ଋକରକୁ ବହୁତ ଧମକାଉଥିବେ ସେ ସମୟରେ ଆପଣଙ୍କୁ ଏପରି ବିୟର ଆସିବା ଉଚିତ୍ ଯେ, ‘ଯଦି ମୁଁ ଋକର ହୋଇଥାନ୍ତି ତେବେ କ’ଣ ହୋଇଥାନ୍ତା ? ’ ଏତିକି ବିୟର ଆସିବ ତେବେ ପୁଣି ଆପଣ ତାକୁ ମର୍ଯ୍ୟାଦାରେ ରହି ଧମକାଇବେ, ଅଧୂକ କହିବେ ନାହିଁ, ଯଦି ଆପଣ କାହାର କ୍ଷତି କରୁଥିବେ ତେବେ ସେହି ସମୟରେ ଆପଣଙ୍କୁ ଏ ବିୟର ଆସେ ଯେ ‘ମୁଁ ସାମ୍ନାବାଲାର କ୍ଷତି କରୁଛି, କିନ୍ତୁ ଯଦି କେହି ମୋର କ୍ଷତି କରେ ତେବେ କ’ଣ ହେବ ?’
ମାନବ ଧର୍ମ ଅର୍ଥାତ୍, ଆମକୁ ଯାହା ପସନ୍ଦ ତାହା ଲୋକଙ୍କୁ ଦେବା ଆଉ ଆମକୁ ଯାହା ପସନ୍ଦ ନୁହେଁ ତାହା ଲୋକଙ୍କୁ ଦେବା ନାହିଁ । ଆମ ଉପରକୁ କେହି କାଦୁଅ ଫିଙ୍ଗୁ ତାହା ଆମକୁ ପସନ୍ଦ ନୁହେଁ ତେବେ ଆମକୁ ଅନ୍ୟମାନଙ୍କ ଉପରକୁ କାଦୁଅ ନଫିଙ୍ଗିବା ଉଚିତ୍ । ଆମକୁ କେହି ଗାଳି କରେ ତାହା ଆମକୁ ଭଲ ଲାଗେନାହିଁ, ତେବେ ପୁଣି ଆମେ ଅନ୍ୟ କାହାକୁ ଗାଳି ନଦେବା ଉଚିତ୍ । ମାନବ ଧର୍ମ ଅର୍ଥାତ୍, ଆମକୁ ଯାହା ରୁଚୁ ନାହିଁ ତାହା ଅନ୍ୟମାନଙ୍କ ସହ କରିବା ନାହିଁ । ଆମକୁ ଯାହା ଭଲଲାଗେ ତାହାହିଁ ଅନ୍ୟମାନଙ୍କ ସହ କରିବା, ତାହାର ନାମ ମାନବ ଧର୍ମ । ଏପରି ଖ୍ୟାଲ ରହୁଛି ନା ନାହିଁ ? କାହାରିକୁ ହଇରାଣ କରୁଛ ? ନା, ତେବେ ତ’ ଭଲ କଥା !
‘ମୋ କାରଣରୁ କାହାରିକୁ ଅସୁବିଧା ନ ହେଉ’, ସବୁବେଳେ ଏପରି ରୁହେ
ତେବେ କାମ ହୋଇଗଲା !
ରାସ୍ତାରେ ଟଙ୍କା ମିଳେ ତେବେ...
କାହାର ପନ୍ଦର ହଜାର ଟଙ୍କା, ଶହେ-ଶହେ ଟଙ୍କା କାଗଜର ଏକ ବିଡ଼ା ଆମକୁ ରାସ୍ତାରେ ମିଳେ, ସେତେବେଳେ ଆମ ମନରେ ଏ ବିୟର ଆସିବା ଉଚିତ୍ ଯେ ‘ଯଦି
Page #12
--------------------------------------------------------------------------
________________
ମାନବ ଧର୍ମ
ମୋର ଏତେ ଟଙ୍କା ହଜିଯିବ ତେବେ ମୋତେ କେତେ ଦୁଃଖ ହେବ ? ତେବେ ପୁଣି ଏ ଟଙ୍କା ଯାହର ହୋଇଥିବ ତା’କୁ କେତେ ଦୁଃଖ ହେଉଥିବ ?? ଏଥିପାଇଁ ଆମକୁ ଖବର କାଗଜରେ ବିଜ୍ଞାପନ ଦେବା ଉଚିତ୍ ଯେ, ଏହି ବିଜ୍ଞାପନର ଖର୍ଚ୍ଚଦେଇ, ପ୍ରମାଣ ଦେଇ ଆପଣଙ୍କର ବିଡ଼ା ନେଇଯାନ୍ତୁ । ବାସ୍, ଏହିପରି ମାନବତା ବୁଝିବାର ଅଛି । କାହିଁକିନା ଯେପରି ଆମକୁ ଦୁଃଖ ହେଉଛି ସେହିପରି ସାମ୍ବାବାଲାକୁ ମଧ୍ୟ ଦୁଃଖ ହେଉଥିବ, ଏତିକି ତ ଆମେ ବୁଝିପାରୁଛନ୍ତି ନା ? ଏହିଭଳି ପ୍ରତ୍ୟେକ କଥାରେ ଆପଣଙ୍କୁ ଏପରି ବିଚାର ଆସିବା ଉଚିତ । କିନ୍ତୁ ଆଜିକାଲି ତ ଏ ମାନବତା ବିସ୍ମୃତ ହୋଇଗଲାଣି, ହଜିଗଲାଣି ! ଏହାର ପରିଣାମ ସରୂପ ଏ ଦୁଃଖମାନେ ଅଛନ୍ତି ସବୁ ! ଲୋକେ ତ’ କେବଳ ନିଜର ସାର୍ଥରେ ହିଁ ପଡ଼ିଛନ୍ତି । ତାହା ମାନବତା କୁହାଯାଏ ନାହିଁ ।
। ଏବେ ତ’ ଲୋକେ ଏପରି ମାନୁଛନ୍ତି ଯେ ଯାହା ମିଳିଲା ତାହା ମାଗଣା ଅଟେ ନା !? ଆରେ ଭାଇ ! ସେମିତିରେ ତ’ ଯଦି ତୋର କିଛି ହଜିଗଲା, ତେବେ ତାହା ଅନ୍ୟ ପାଇଁ ମାଗଣା ହିଁ ହେଲା ନା !”
ପ୍ରଶ୍ନକର୍ତ୍ତା : କିନ୍ତୁ ମୋତେ ଏ ଯେଉଁ ଟଙ୍କା ମିଳିଲା, ଆଉ କିଛି ନକଲେ, ମୋ ପାଖରେ ରଖୁବି ନାହିଁ, କିନ୍ତୁ ଗରିବଙ୍କ ମଧ୍ୟରେ ବାଣ୍ଟିଦେବି ତେବେ ?
ଦାଦାଶ୍ରୀ: ନାଁ, ଗରିବଙ୍କ ମଧ୍ୟରେ ନୁହେଁ, ସେ ଟଙ୍କା ତା ମାଲିକ ପାଖରେ କିପରି ପହଞ୍ଚିବ ତା’କୁ ଖୋଜି ଖବରଦେଇ ତା’ ପାଖରେ ପହଞ୍ଚାଇ ଦେବ । ତଥାପି ଯଦି ସେ ଲୋକର ଠିକଣା ନମିଳେ, ସେ ପରଦେଶୀ ହୋଇଥିବ, ତେବେ ପୁଣି ଆମକୁ
ସେ ଟଙ୍କାର ଉପଯୋଗ କୌଣସି ଭଲକାମ ପାଇଁ କରିବା ଉଚିତ୍, କିନ୍ତୁ ନିଜ ପାଖରେ ନରଖୁବା ଉଚିତ୍ ।
। ଆଉ ଯଦି ତୁ ମୋ କାହାର ଫେରାଇଥିବ ତେବେ ତୁ ମକୁ ମଧ୍ୟ ଫେରାଇବାବାଲା ମିଳିଯିବେ । ତୁମେ ହିଁ ଫେରାଇବନି ତେବେ ପୁଣି ତୁମର କିପରି ମିଳିବ ? ଅତଃ ଆମକୁ ନିଜର ଚିନ୍ତାଧାରା ବଦଳାଇବା ଉଚିତ୍ । ଏପରି ତ ଚଳିବା । ନାହିଁ ନା ! ଏହାକୁ ମାର୍ଗ ହିଁ କୁହାଯିବନି ନା ? ! ଏତେ ସାରା ଟଙ୍କା ରୋଜଗାର କରୁଛି ତଥାପି ସୁଖ ନାହିଁ, ଏହା କିପରି ? !
। ଏବେ ଯଦି ଆପଣ କାହାଠୁ ଦୁଇ ହଜାର ଟଙ୍କା ଆଣି ବେ ଆଉ ଫେରାଇବାର ସୁବିଧା ହେଉନାହିଁ ଏବଂ ମନରେ ଏପରି ଭାବ ହେଲା, “ଏବେ ମୁଁ ତା’କୁ କିପରି ଫେରାଇବି ? ତା’କୁ ‘ନା’ କହିଦେବା ।” ଏପରି ଭାବ ଆସିବା କ୍ଷଣି ମନରେ ବିଶ୍ଚର ଆସେ ଯେ ଯଦି ମୋ ପାଖରୁ କେହି ନେଇଯାଇଥିବ ଏବଂ ସେ ଏପରି
Page #13
--------------------------------------------------------------------------
________________
ମାନବ ଧର୍ମ
ଭାବ କରିବ ତେବେ ମୋର କ’ଣ ଦଶା ହେବ ? ଅର୍ଥାତ୍, ଭାବ ନ ବିଗିଡ଼ୁ ଏହିପରି ଆମେ ରହିବା, ତାହା ମାନବ ଧର୍ମ ଅଟେ ।
। କାହାରିକୁ ଦୁଃଖ ନ ହେଉ, ତାହା ସବୁଠୁ ବଡ଼ ଜ୍ଞାନ ଅଟେ । ଏତିକି ସମ୍ଭାଳି ନେବ । ଭଲା କନ୍ଦମୂଳ ନଖାଉଥିବ, କିନ୍ତୁ ମାନବତାର ପାଳନ କରିବା ନ ଆସେ ତେବେ ବ୍ୟର୍ଥ ଅଟେ । ଏମିତି ତ’ ଲୋକଙ୍କର ହଡ଼ପକରି ଖାଇବାବାଲା ଅନେକ ଅଛନ୍ତି, ଯେଉଁମାନେ ଲୋକମାନଙ୍କର ହଡ଼ପକରି ପଶୁଗତିରେ ଯାଇଛନ୍ତି ଆଉ ଏବେ ପର୍ଯ୍ୟନ୍ତ ଫେରି ନାହାନ୍ତି । ଏହା ତ’ ସବୁ ନିୟମ ଆଧାରରେ ଋଲେ, ଏଠାରେ ଅନ୍ଧାର ନଗରୀ ନାହିଁ । ଏଠି ଗପ ଚଳିବନି ।
ପ୍ରଶ୍ନକର୍ତ୍ତା : ହଁ, ସଭାବିକ ରାଜୁତି ଅଟେ !
ଦାଦାଶ୍ରୀ : ହଁ, ସଭାବିକ ରାଜୁତି ଅଟେ । ପୋଲ୍( ବାହାନା) ଚଳେ ନାହିଁ । ବୁଝିପାରିଲ ? ‘ମୋତେ ଯେତିକି ଦୁଃଖ ହେଉଛି, ସେତିକି ତାକୁ ମଧ୍ୟ ହେଉଥିବ ନା । ନାହିଁ ?” ଯାହାକୁ ଏପରି ବିଗ୍ଧର ଆସେ ସେମାନେ ସମସ୍ତେ ମାନବ ଧର୍ମ ଅଟନ୍ତି, ଅନ୍ୟଥା ମାନବ ଧର୍ମ କିପରି କୁହାଯିବ ?
। ଉଧାର ଆଣିଥିବା ଟଙ୍କା ନଫେରାଇବା ତେବେ ?
ଯଦି ଆମକୁ କେହି ଦଶ ହଜାର ଟଙ୍କା ଦେଇଥିବ ଆଉ ଆମେ ତାକୁ ଫେରାଇବା ନାହିଁ, ତେବେ ସେହି ସମୟରେ ଆମ ମନରେ ବିକ୍ଟର ଆସିବା ଉଚିତ୍ ଯେ ଯଦି ମୁଁ କାହାକୁ ଦେଇଥିବି ଆଉ ସେ ମୋତେ ଫେରାଇବ ନାହିଁ, ତେବେ ମୋତେ କେତେ ଦୁଃଖ ହେବ ? ଏଥିପାଇଁ ଯେତେ ଶୀଘ୍ର ସମ୍ଭବ, ତାକୁ ଫେରାଇ ଦେବି ।” ନିଜ ପାଖରେ ରଖୁବା ନାହିଁ । ମାନବ ଧର୍ମ ଅର୍ଥାତ କ’ଣ ? ଯେଉଁ ଦୁଃଖ ଆମକୁ ହୁଏ ସେହି ଦୁଃଖ ସାମ୍ବାବାଲାକୁ ମଧ୍ୟ ହୁଏ । କିନ୍ତୁ ମାନବ ଧର୍ମ ପ୍ରତ୍ୟେକଙ୍କର ଅଲଗାଅଲଗା ହୋଇଥାଏ । ଯାହାର ଯେପରି ଡେଭଲପମେଣ୍ଟ ( ଆନ୍ତରିକ ବିକାଶ)ଅଟେ ତା’ର ସେପରି ମାନବ ଧର୍ମ ଅଟେ । ମାନବ ଧର୍ମ ଏକ ପ୍ରକାରର ହୋଇନଥାଏ ।
। କାହାରିକୁ ଦୁଃଖ ଦେବା ସମୟରେ ନିଜ ମନରେ ଏପରି ହୁଏ ଯେ, ମୋତେ ଦୁଃଖ ଦେଲେ କ’ଣ ହେବ ?’ ଅତଃ ପୁଣି ଦୁଃଖ ଦେବା ବନ୍ଦ କରିଦିଏ, ତାହା ମାନବତା ଅଟେ ।
। ଅତିଥୁ ଘରକୁ ଆସନ୍ତି ତେବେ... ଆମେ ଯଦି କାହାରି ଘରେ ଅତିଥୁ ହୋଇଥିବା ତେବେ ଆମକୁ ଆମନ୍ତ୍ରକର
Page #14
--------------------------------------------------------------------------
________________
ମାନବ ଧର୍ମ
ବିଶ୍ଚର କରିବା ଉଚିତ୍ ଯେ, ଆମ ଘରେ ପନ୍ଦର ଦିନ ଅତିଥ ରହିବେ ତେବେ କ’ଣ
ହେବ ? ଏଥିପାଇଁ ଆମନ୍ତ୍ରକ ଉପରେ ବୋଝ ହେବ ନାହିଁ । ଦୁଇଦିନ ରହିବା ପରେ ବାହାନା ବନାଇ ହୋଟେଲକୁ ଋଲିଯିବ ।
। ଲୋକେ ନିଜ ସୁଖରେ ହିଁ ମଗ୍ନ ଅଛନ୍ତି । ଅନ୍ୟମାନଙ୍କ ସୁଖରେ ମୋ ସୁଖ ଅଛି, ଏଭଳି କଥା ଦୂର ହୋଇଭୁଲିଛି । ଅନ୍ୟମାନଙ୍କ ସୁଖରେ ମୁଁ ସୁଖ’ ଏପରି ସବୁ ଆମର ଏଠି ଖତମ୍ ହୋଇଗଲାଣି ଏବଂ ନିଜ ସୁଖରେ ହିଁ ମଗୁଥାନ୍ତି ଯେ ମୋତେ ଚା’ ମିଳିଗଲା, ବାସ୍ !
। ତୁମକୁ ଅନ୍ୟ କିଛି ଧାନ ରଖୁବାର ଆବଶ୍ୟକତା ନାହିଁ । “କନ୍ଦମୂଳ ଖାଇବା ଉଚିତ୍ ନୁହେଁ ଯଦି ଏହା ନ ଜାଣିବ ତଥାପି ଚଳିବ, କିନ୍ତୁ ଏତିକି ଜାଣିନେବ ତେବେ ବହୁତ ହୋଇଗଲା । ଆପଣଙ୍କୁ ଯେଉଁ ଦୁଃଖ ହୁଏ ସେପରି କାହାକୁ ନହେଉ, ଏହିପରି ରହିବା, ତାହାକୁ ମାନବ ଧର୍ମ କୁହାଯାଏ । କେବଳ ଏତିକି ହିଁ ଧର୍ମ ପାଳିବା ତେବେ ବହୁତ ହୋଇଗଲା । ଏବେ ଏଭଳି କଳିଯୁଗରେ ଯେଉଁମାନେ ମାନବ ଧର୍ମ ପାଳୁଥିବେ,
ସେମାନଙ୍କୁ ମୋକ୍ଷ ପାଇଁ ମୁହର ମାରିଦେବାକୁ ପଡ଼େ କିନ୍ତୁ ସତ୍ୟଯୁଗରେ କେବଳ । ମାନବ ଧର୍ମ ପାଳିଲେ ଚଳୁନଥିଲା । ଏହା ତ’ ଏବେ, ଏହି କାଳରେ, କମ୍ ପ୍ରତିଶତ ମାର୍କ ହେବା ପରେ ମଧ୍ୟ ପାସ୍ କରିବାକୁ ପଡ଼ୁଛି । ମୁଁ କ’ଣ କହିବାକୁ ଗୃହୁଁଛି ତୁମେ ବୁଝି ପାରୁଛି ? ଏଣୁ ପାପ କେଉଁଥିରେ ଅଛି ଏବଂ କେଉଁଥିରେ ପାପ ନାହିଁ, ତାହା ବୁଝିଯାଅ । । ଅନ୍ୟତ୍ର ଦୃଷ୍ଟି ବିଗାଡ଼ିଲ, ସେଠି ମାନବ ଧର୍ମରୁ ଓହରିଲ
ପୁଣି ଏହାଠୁ ଅଧିକତର ମାନବ ଧର୍ମ ମାନେ କ’ଣ ଯେ କେଉଁ ସ୍ତ୍ରୀ କୁ ଦେଖୁକରି ଆକର୍ଷଣ ହୁଏ ତେବେ ତୁରନ୍ତ ବିର୍ଭର କରିବା ଯେ ଯଦି ମୋ ଭଉଣୀକୁ କେହି ଏପରି ଖରାପ ନଜରରେ ଦେଖେ ତେବେ କ’ଣ ହେବ ? ମୋତେ ଦୁଃଖ ହେବ । ଏପରି ବିଗ୍ଧର କରିବା, ତାହାର ନାମ ମାନବ ଧର୍ମ । ଏଥିପାଇଁ ,ମୋତେ କୌଣସି ସ୍ତ୍ରୀକୁ ଖରାପ ନଜରରେ ନଦେଖୁବା ଉଚିତ୍’, ଏପରି ପଶ୍ଚାତାପ କରେ । ଏପରି ତା’ର ଡେଭଲପମେଣ୍ଟ ହୋଇଥିବା ଉଚିତ୍ ନା ? |
। ମାନବତା ମାନେ କ’ଣ ? ନିଜ ସ୍ତ୍ରୀ ଉପରେ କେହି ଦୃଷ୍ଟି ବି ଗାଡ଼େ ସେତେବେଳେ ନିଜକୁ ଭଲଲାଗେ ନାହିଁ, ତେବେ ଏହିଭଳି ସେ ମଧ୍ୟ ସାମ୍ବାବାଲାର ସ୍ତ୍ରୀ ଉପରେ ଦୃଷ୍ଟି ନ ବିଗାଡୁ । ନିଜ ଝିଅ ଉପରେ କେହି ଦୃଷ୍ଟି ବିଗାଡ଼େ ସେତେବେଳେ
Page #15
--------------------------------------------------------------------------
________________
ମାନବ ଧର୍ମ
ନିଜକୁ ଭଲ ଲାଗେନାହିଁ, ତେବେ ସେହିଭଳି ସେ ଅନ୍ୟମାନଙ୍କ ଝିଅ ଉପରେ ଦୃଷ୍ଟି ନ ବିଗାଡୁ । କାହିଁକିନା ଏହି କଥା ସର୍ବଦା ଧ୍ୟାନରେ ରହିବା ଉଚିତ୍ ଯେ ଯଦି ମୁଁ କାହାର ଝିଅ ଉପରେ ଦୃଷ୍ଟି ବିଗାଡ଼ିବି ତେବେ କେହି ମୋ ଝିଅ ଉପରେ ନିଶ୍ଚୟ ଦୃଷ୍ଟି ବିଗାଡ଼ିବ । ଏପରି ଖୁଆଲ ରେ ରହିବା ଉଚିତ୍, ତେବେ ତାହା ମାନବ ଧର୍ମ କୁହାଯିବ ।
। ମାନବ ଧର୍ମ ମାନେ, ଯାହା ଆମକୁ ପସନ୍ଦ ନୁହେଁ ତାହା ଅନ୍ୟମାନଙ୍କ ସହ କରିବା ନାହିଁ । ମାନବ ଧର୍ମ ଲିମିଟ( ସୀମା)ରେ ଅଛି, ଲିମିଟରୁ ବାହାରେ ନୁହେଁ, କିନ୍ତୁ ସେତିକି ଯଦି ସେ କରେ ତେବେ ବହୁତ ହୋଇଗଲା ।
। ନିଜ ସ୍ତ୍ରୀ ହୋଇଥିବ ତେବେ ଭଗବାନ କୁହନ୍ତି ଯେ ତୁ ବିବାହ କରିଛୁ ତାକୁ ସଂସାର ସୀକାର କରିଛି, ତୋ ଶଶୁର ଘରବାଲା ସୀକାର କରିଛନ୍ତି, ତୋ ପରିବାରଜନ ସୀକାର କରିଛନ୍ତି, ସମସ୍ତେ ସୀକାର କରନ୍ତି । ସ୍ତ୍ରୀକୁ ନେଇ ସିନେମା ଦେଖବାକୁ ଯିବା ତେବେ କେହି ଆଙ୍ଗୁଳି ଉଠାଇବ ? ଆଉ ଯଦି ପର ସ୍ତ୍ରୀକୁ ନେଇ ଯିବା ତେବେ ?
ପ୍ରଶ୍ନକର୍ତ୍ତା : ଆମେରିକାରେ ଏଥିପାଇଁ ଆପତ୍ତି ଉଠାନ୍ତି ନାହିଁ ।
ଦାଦାଶ୍ରୀ: ଆମେରିକାରେ ଏଥିପାଇଁ ଆପତ୍ତି ଉଠାନ୍ତି ନାହିଁ, କି ନ୍ତୁ । ହିନ୍ଦୁସ୍ତାନରେ ଆପତ୍ତି ଉଠାଇବେ ନା ? ଏହା ଠିକ୍ କଥା, କିନ୍ତୁ ସେଠାକାର ଲୋକେ ଏକଥା ବୁଝନ୍ତି ନାହିଁ । କିନ୍ତୁ ଆମେ ଯେଉଁ ଦେଶରେ ଜନ୍ମ ହୋଇଛନ୍ତି, ସେଠାରେ ଏପରି ବ୍ୟବହାର ପାଇଁ ଆପତ୍ତି ଉଠାନ୍ତି ନା ! ଆଉ ଏପରି ଆପତ୍ତିଜନକ କାର୍ଯ୍ୟ ଦୋଷ ଅଟେ ।
। ଏଠାରେ ତ ୮୦ ପ୍ରତିଶତ ଲୋକେ ପଶୁ ଗତିରେ ଯିବାକୁ ଅଛନ୍ତି । ବର୍ତ୍ତମାନର ୮୦ ପ୍ରତିଶତ ମନୁଷ୍ୟ ! କାହିଁକିନା ମନୁଷ୍ୟ ଜନ୍ମ ପାଇକରି କ’ଣ କରୁଛନ୍ତି ? ତେବେ କହିବା ଅପମିଶ୍ରଣ କରୁଛନ୍ତି, ଅଣହକୁ ( ବି ନା ହକ୍ ର)ର ଭୋଗୁଛନ୍ତି, ଅଣହକ୍ର ଲୁଟି ନେଉଛନ୍ତି, ଅଣହତ୍କର ପ୍ରାପ୍ତ କରିବା ପାଇଁ ଇଚ୍ଛା କରୁଛନ୍ତି, ଏପରି ବିଶ୍ଚର କରୁଛନ୍ତି ଅଥବା ପରସ୍ତ୍ରୀ ଉପରେ ଦୃଷ୍ଟି ବିଗାଡୁଛନ୍ତି । ମନୁଷ୍ୟକୁ ନିଜ ସ୍ତ୍ରୀ ଭୋଗିବାର ହକ୍ତି ଅଛି, କିନ୍ତୁ ଅଣହତ୍କର, ପର ସ୍ତ୍ରୀ ଉପରେ ଦୃଷ୍ଟି ମଧ୍ୟ ବିଗାଡ଼ି ପାରିବା ନାହିଁ, ସେଥିପାଇଁ ମଧ୍ୟ ଦଣ୍ଡ ମିଳେ । କେବଳ ଦୃଷ୍ଟି ବିଗାଡ଼ିଲେ ତାହାର ମଧ୍ୟ ଦଣ୍ଡ, ତା’କୁ ପଶୁ ଗତି ପ୍ରାପ୍ତ ହୁଏ । କାହିଁକି ନା ତାହା ପାଶବତା କୁହାଯାଏ । (ପ୍ରକୃତରେ) ମାନବତା ଥିବା ଉଚିତ୍ ।
ମାନବ ଧର୍ମର ଅର୍ଥ କ’ଣ ? ହକ୍ର ଭୋଗିବା ତାହା ମାନବ ଧର୍ମ ଏପରି
Page #16
--------------------------------------------------------------------------
________________
ମାନବ ଧର୍ମ
ତୁମେ ସୀକାରୁଛି ନା ନାହିଁ ?
ପ୍ରଶ୍ନକର୍ତ୍ତା : ଠିକ୍ କଥା । ଦାଦାଶ୍ରୀ: ଆଉ ଅଣହକ୍ସ ବିଷୟରେ ?
ପ୍ରଶ୍ନକର୍ତ୍ତା : ସୀକାରିବା ଉଚିତ୍ ନୁହେଁ । ପଶୁଗତିରେ ଯିବେ, ଏହାର କିଛି ପ୍ରମାଣ ଅଛି ?
। ଦାଦାଶ୍ରୀ: ହଁ, ପ୍ରମାଣ ସହିତ ଅଛି । ବିନା ପ୍ରମାଣ, ଏମିତି ହିଁ ଗ ମାରି ପାରିବିନି ।
। ମଣିଷତ୍ କେବେ ପର୍ଯ୍ୟନ୍ତ ରହିବ ? ‘ଅଣହତ୍କର କିଞ୍ଚିତମାତ୍ର ନଭୋଗେ’ ସେ ପର୍ଯ୍ୟନ୍ତ ମଣିଷତ୍ ରହିବ । ନିଜ ହକ୍ର ଭୋଗେ, ସେ ମନୁଷ୍ୟ ଜନ୍ମ ପାଏ, ଅଣହକ୍ର ଭୋଗେ ସେ ପଶୁଗତିରେ ଯାଏ । ନିଜ ହକ୍ରୁ ଅନ୍ୟମାନଙ୍କୁ ଦେଇଦେବା ତେବେ ଦେବଗତି ହେବ ଆଉ ମାରପିଟ୍ କରି ଅଣହକ୍ଟର ନେଇଯିବା ତେବେ ନର୍କଗତି ମିଳେ ।
ମାନବତାର ଅର୍ଥ ମାନବତା ମାନେ, ମୋର ଯାହା ଅଟେ ତାକୁ ମୁଁ ଭୋଗିବି ଆଉ ତୋର ଯାହା ଅଟେ ତାକୁ ତୁ ଭୋଗ । ମୋ ଭାଗରେ ଯାହା ଆସିଲା ତାହା ମୋର ଆଉ ତୋ ଭାଗରେ ଯାହା ଆସିଲା ତାହା ତୋର । ପର ଜିନିଷ ପ୍ରତି ଦୃଷ୍ଟି ନକରିବା, ଏହା ମାନବତାର ଅର୍ଥ । ଆଉ ପାଶବତା ମାନେ ‘ମୋର ତାହା ମଧ୍ୟ ମୋର ଆଉ ତୋର ତାହା ମଧ୍ୟ ମୋର !’ ଆଉ ଦୈବୀଗୁଣ କାହାକୁ କହିବା ?ତୋର ତାହା ତୋର, କିନ୍ତୁ ଯାହା ମୋର ତାହା ମଧ୍ୟ ତୋର ।’ ଯେଉଁମାନେ ପରୋପକାରୀ ଅଟନ୍ତି ସେମାନେ ନିଜର ହୋଇଥିବ, ତାହା ମଧ୍ୟ ଅନ୍ୟମାନଙ୍କୁ ଦେଇଦିଅନ୍ତି । ଏପରି ଦୈବଗୁଣବାଲା ମଧ୍ୟ ଥା’ନ୍ତି ନା ନଥାନ୍ତି ? ଆଜିକାଲି କ’ଣ ଆପଣଙ୍କୁ ମାନବତା ଦେଖାଯାଉଛି କେଉଁଠି ?
। ପ୍ରଶ୍ନକର୍ତ୍ତା : କେଉଁଠି ଦେଖୁବାକୁ ମିଳୁଛି ଆଉ କେଉଁଠି ଦେଖୁବାକୁ ମିଳୁ ନାହିଁ ମଧ୍ୟ ।
। ଦାଦାଶ୍ରୀ: କେଉଁ ମନୁଷ୍ୟର ପାଶବତା ଦେଖୁଛ ? ଯେତେବେଳେ ସେ ଶିଙ୍ଗ ବୁଲାଏ ତେବେ କ’ଣ ଆମେ ବୁଝି ଯିବାନି ଯେ ଏ ମଇଁଷି ପରି ଅଟେ, ଏଥିପାଇଁ ଶିଙ୍ଗ ମାରିବାକୁ ଆସୁଛି ! ସେତେବେଳେ ଆମକୁ ହଟିଯିବା ଉଚିତ୍ । ଏପରି ପଶୁତାବାଲା ମନୁଷ୍ୟ ତ ରାଜାକୁ ମଧ୍ୟ ଛାଡ଼େ ନାହିଁ । ସାମ୍ନାରୁ ଯଦି ରାଜା ଆସୁଥିବେ ତଥାପି ମଇଁଷିର
Page #17
--------------------------------------------------------------------------
________________
ମାନବ ଧର୍ମ
ଭାଇ ମସ୍ତୀରେ ଗୁଲୁଥିବ, ସେଠାରେ ରାଜାକୁ ବୁଲିକରି ଯିବାକୁ ପଡ଼େ କିନ୍ତୁ ସେ ହଟେ ନାହିଁ ।
ଏହା ମାନବତାଠୁ ମଧ୍ୟ ବଡ଼ ଗୁଣ ଅଟେ ପୁଣି ମାନବତାଠୁ ମଧ୍ୟ ଉଚ୍ଚ, ଏପରି ସୁପର ହୁମାନ’ (ଦୈବୀ ମାନବ) କିଏ କୁହାଯିବ ? ତୁମେ ଦଶ ଥର କୌଣସି ବ୍ୟକ୍ତିର କ୍ଷତି କର, ତଥାପି,ଯେତେବେଳେ ତୁମକୁ ଦରକାର ଥିବ ସେତେବେଳେ ସେ ବ୍ୟକ୍ତି ତୁମକୁ ସାହାଯ୍ୟ କରେ ! ତୁମେ ପୁଣି । ତା’ର କ୍ଷତି କର, ତେବେ ମଧ୍ୟ ତୁମର କାମଥୁବ ତେବେ ସେହି ସମୟରେ ସେ ତୁମର । ‘ହେ?(ସାହାଯ୍ୟ) କରେ । ତା’ର ସଭାବ ହିଁ ହେଳ୍ପ କରିବା ଅଟେ । ଏଥିପାଇଁ ଆମେ ବୁଝିନେବା ଯେ ଏ ମନୁଷ୍ୟ ‘ସୁପର ହୁମାନ’ ଅଟେ । ଏହା ଦୈବୀଗୁଣ କୁହାଯାଏ । ଏପରି ମଣିଷ ତ’ କେବେ-କେମିତି ହିଁ ଥା’ନ୍ତି । ଏବେ ତ ଏପରି ମଣିଷ ମିଳୁ ନାହାନ୍ତି ନା ! କାହିଁକିନା ଲକ୍ଷେ ମଣିଷରେ ଜଣେ ଅଧେ ଏପରି ହୋଇଥିବେ, ଏପରି ଏହାର ଆକାର ହୋଇଗଲାଣି ।
। ମାନବତାର ଧର୍ମ ବିରୁଦ୍ଧରେ କୌଣସି ମଧ୍ୟ ଧର୍ମର ଆଚରଣ କରେ, ଯଦି ପାଶବିକ ଧର୍ମର ଆଚରଣ କରେ ତେବେ ପଶୁରେ ଯାଏ, ଯଦି ରାକ୍ଷସ ଧର୍ମର ଆଚରଣ କରେ ତେବେ ରାକ୍ଷସରେ ଯାଏ ଅର୍ଥାତ୍ ନର୍କଗତିରେ ଯାଏ ଆଉ ଯଦି ସୁପର ହ୍ୟମାନ ଧର୍ମର ଆଚରଣ କରେ ତେବେ ଦେବଗତିରେ ଯାଏ । ଏହା ତୁମେ ବୁଝିଲ, ମୁଁ ଯାହା କହିବାକୁ ଗୃହୁଁଛି ? ।
ଯେତିକି ଜାଣିଛନ୍ତି, ସେତିକି ସେମାନେ ଧର୍ମ ଶିଖାନ୍ତି
ଏଠାରେ ସନ୍ଥ ପୁରୁଷ ଏବଂ ଜ୍ଞାନୀପୁରୁଷ ଜନ୍ମ ନିଅନ୍ତି ଏବଂ ସେମାନେ ଲୋକମାନଙ୍କୁ ଲାଭ ପହଞ୍ଚାନ୍ତି । ସେମାନେ ନିଜେ ପାରି ହୋଇ ସାରିଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ପାରି କରାଇ ଦିଅନ୍ତି । ନିଜେ ଯେପରି ହୋଇଛନ୍ତି ସେପରି କରାଇ ଦିଅନ୍ତି । ନିଜେ ଯଦି ମାନବ ଧର୍ମ ପାଳୁଥିବେ, ତେବେ ସେ ମାନବ ଧର୍ମ ଶିଖାନ୍ତି । ଏହାଠୁ ଅଧିକତର ଯଦି ସେ ଦୈବୀ ଧର୍ମର ପାଳନ କରୁଥିବେ ତେବେ ଦୈବୀ ଧର୍ମ ଶିଖାନ୍ତି । “ଅତି ମାନବ’ ( ସୁପର ହୁମାନ) ର ଧର୍ମ ଜାଣିଥିବେ ତେବେ ଅତି ମାନବ ଧର୍ମ ଶିଖାନ୍ତି, ଅର୍ଥାତ୍ ଯେଉଁ ଯେଉଁ ଧର୍ମ ଜାଣିଛନ୍ତି, ତାହାହିଁ ସେମାନେ ଶିଖାନ୍ତି । ଯଦି ସମସ୍ତ ଅବଲମ୍ବନରୁ ମୁକ୍ତତାର ଜ୍ଞାନ ଜାଣିଥିବେ, ସେ ମୁକ୍ତ ହୋଇଥିବେ, ତେବେ ସେ ମୁକ୍ତତାର ଜ୍ଞାନ ମଧ୍ୟ ଶିଖାଇ ଦିଅନ୍ତି ।
Page #18
--------------------------------------------------------------------------
________________
ମାନବ ଧର୍ମ
ଏପରି ଅଟେ ପାଶବତାର ଧର୍ମ । । ପ୍ରଶ୍ନକର୍ତ୍ତା : ପ୍ରକୃତ ଧର୍ମ ତ ମାନବ ଧର୍ମ ଅଟେ । ଏବେ ସେଥିରେ ଖାସ୍ ଏହା ଜାଣିବାର ଅଛି ଯେ, ପ୍ରକୃତ ମାନବ ଧର୍ମ ଅର୍ଥାତ୍ ‘ଆମଦ୍ଵାରା କାହାରିକୁ ମଧ୍ୟ ଦୁଃଖ ନ ହେଉ’ । ଏହା ତାହାର ସବୁଠୁ ବଡ ଆଧାର ଅଟେ । ଲକ୍ଷ୍ମୀର, ସତ୍ତାର,
ବୈଭବର, ଏସବୁର ଦୁରୂପଯୋଗ ନ କରିବା ଉଚିତ୍ । ସେମାନଙ୍କର ସଦୁପଯୋଗ କରିବା ଉଚିତ୍ । ଏସବୁ ମାନବ ଧର୍ମର ସିଦ୍ଧାନ୍ତ ଅଟେ, ଏପରି ମୁଁ ମାନେ, ତେବେ ଆପଣଙ୍କଠୁ ଜାଣିବାକୁ ଋହୁଁଛି ଯେ କ’ଣ ଏହା ଠିକ୍ ଅଟେ ?
ଦାଦାଶ୍ରୀ : ପ୍ରକୃତ ମାନବ ଧର୍ମ ଏହା ଯେ କୌଣସି ମଧ୍ୟ ଜୀବକୁ କିଞ୍ଚିତ୍ । ମାତ୍ର ମଧ୍ୟ ଦୁଃଖ ନଦେବା ଉଚିତ୍ । କେହି ଆମକୁ ଦୁଃଖ ଦିଏ ତେବେ ସେ ପାଶବତା କରୁଛି କିନ୍ତୁ ଯଦି ମାନବତା ରଖୁବାର ଅଛି ତେବେ ଆମକୁ ପାଶବତା ନକରିବା ଉଚିତ୍ । ଆଉ ମାନବ ଧର୍ମ ର ଭଲ ଭାବରେ ପାଳନ କରିବା ତେବେ ପୁଣି ମୋକ୍ଷପ୍ରାପ୍ତିରେ ବିଳମ୍ବ ହୁଏ ନାହିଁ । ମାନବ ଧର୍ମ ହିଁ ଯଦି ବୁଝିନେବା ତେବେ ବହୁତ ହୋଇଗଲା । ଅନ୍ୟ କୌଣସି ଧର୍ମ ବୁଝିବା ଭଳି ହିଁ ନୁହଁ । ମାନବ ଧର୍ମ ଅର୍ଥାତ୍ ପାଶବତା । ନକରିବା, ତାହା ମାନବ ଧର୍ମ ଅଟେ । ଯଦି ଆମକୁ କେହି ଗାଳି ଦିଏ ତେବେ ତାହା ପାଶବତା ଅଟେ, କିନ୍ତୁ ଆମେ ପାଶବତା କରିବା ନାହିଁ, ଆମେ ମନୁଷ୍ୟ ପରି ସମତା ରଖୁବା ଆଉ ତାକୁ ପରିବା ଯେ, “ଭାଇ, ମୋର ଦୋଷ କ’ଣ ? ତୁ ମୋତେ କହିବୁ ତେବେ ମୁଁ ନିଜ ଦୋଷ ସୁଧାରି ନେବି’ । ମାନବ ଧର୍ମ ଏପରି ହେବା ଉଚିତ୍
ଯେ, କାହାରିକୁ ଆମଦ୍ଵାରା କିଞ୍ଚତ୍ ମାତ୍ର ଦୁଃଖ ନହେବ । କାହାଦ୍ଵାରା ଆମକୁ ଦୁଃଖ ହୁଏ ତେବେ ତାହା ତା’ର ପାଶବିକ ଧର୍ମ ଅଟେ । ସେତେବେଳେ ତାହା ବଦଳରେ ଆମେ ପାଶବିକ ଧର୍ମ କରିପାରିବା ନାହିଁ । ପାଶବିକ ସାମ୍ନାରେ ପାଶବିକ ନହେବା, ଏହା ମାନବ ଧର୍ମ । ଆପଣ ବୁଝିପାରୁଛନ୍ତି ? ମାନବ ଧର୍ମରେ ‘ଯେମିତିକୁ ସେମିତି ଚଳେ ନାହିଁ । କେହି ଆମକୁ ଗାଳି ଦେବ ଏବଂ ଆମେ ତା’କୁ ଗାଳି ଦେବା, କେହି । ମନୁଷ୍ୟ ଆମକୁ ମାରିବ ତେବେ ଆମେ ତା’କୁ ମାରିବା, ପୁଣି ତ’ ଆମେ ପଶୁ ହୋଇଗଲେ ନା ! ମାନବ ଧର୍ମ କେଉଁଠି ରହିଲା ? ଏଣୁ ଧର୍ମ ଏପରି ହେବା ଉଚିତ୍ ଯେ କାହାରିକୁ ଦୁଃଖ ନହେବ ।
। କୁହାଯାଉଛି ମଣିଷ କିନ୍ତୁ ମଣିଷତ୍ତ୍ବ ତ? ଭୂଲିଯାଇଛି ତେବେ ପୁଣି ସେ କେଉଁ କାମର ? ଯେଉଁ ରାଶିରେ ତେଲ ହିଁ ନଥିବ, ତେବେ ସେ ରାଶି କେଉଁ କାମର ? | ତାହାକୁ ରାଶି କିପରି କହିବା ? ତା’ର ମଣିଷତ୍ତ୍ବ ତ? ଭୁଲିଯାଇଛି । ମଣିଷତ୍ତ୍ବ ପ୍ରଥମେ
Page #19
--------------------------------------------------------------------------
________________
୧୦
ମାନବ ଧର୍ମ
ଦରକାର । ସେଥିପାଇଁ ସିନେମାବାଲା ଗାଉଛନ୍ତି ନା, କିତନା ବଦଲ ଗୟା ଇସାନ୍...' ତେବେ ପୁଣି ରହିଲା କ’ଣ ? ଇସାନ୍ ବଦଳି ଗଲା ତେବେ ସମସ୍ତ ପୁଞ୍ଜି ହଜିଗଲା ! ଏବେ କେମିତି ବେପାର କରିବୁ, ଭାଇ ?
। ଅଣ୍ଡରହ୍ମାଣ୍ଡ ସହ କର୍ତ୍ତବ୍ୟ ବହନ... । ପ୍ରଶ୍ନକର୍ତ୍ତା : ଆମ ତଳେ କେହି କାମ କରୁଥିବ, ଆମ ପୁଅ ହେଉ ବା ଅଫିସରେ କେହି ହେଉ, ଅବା କେହି ମଧ୍ୟ ହେଉ ଯଦି ସେ ନିଜର କର୍ତ୍ତବ୍ୟ ଭୁଲି ଯାଇଥିବ ତେବେ ସେହି ସମୟରେ ଆମେ ତାକୁ ସଠିକ୍ ଉପଦେଶ ଦିଅନ୍ତି । ଏବେ ଏହାଦ୍ବାରା ତାକୁ ଦୁଃଖ ହୁଏ ତେବେ ସେତେବେଳେ ବିରୋଧାଭାସ ଉତ୍ପନ୍ନ ହେଉଥିବା ପରି ଲାଗେ । ସେଠାରେ କ’ଣ କରିବା ଉଚିତ୍ ?
। ଦାଦାଶ୍ରୀ: ସେଥିରେ ଅସୁବିଧା ନାହିଁ । ତୁମର ଦୃଷ୍ଟି ଠିକ୍ ଅଛି ସେ ପର୍ଯ୍ୟନ୍ତ ଅସୁବିଧା ନାହିଁ । କିନ୍ତୁ ତା’ ଉପରେ ତୁମର ପାଶବତାର, ଦୁଃଖ ଦେବାର ଉଦ୍ଦେଶ୍ୟ ନଥିବା ଉଚିତ୍ । ଆଉ ବିରୋଧାଭାସ ଉତ୍ପନ୍ନ ହୁଏ ତେବେ ପୁଣି ଆମକୁ ତାଙ୍କଠାରୁ କ୍ଷମା ମାଗିନେବା ଉଚିତ୍ ଅର୍ଥାତ୍ ସେ ଭୁଲ୍ ସୀକାର କରିନିଅ । ମାନବଧର୍ମ ପୂରାହେବା ଉଚିତ୍ ।
ଋକର ଦ୍ବାରା ନଷ୍ଟ ହୋଇଯାଏ, ତେବେ... ଏ ଲୋକମାନଙ୍କ ମଧ୍ୟରେ ମତଭେଦ କାହିଁକି ହୁଏ ? ପ୍ରଶ୍ନକର୍ତ୍ତା : ମତଭେଦ ହେବାର କାରଣ ସାର୍ଥ ଅଟେ ।
ଦାଦାଶ୍ରୀ: ସାର୍ଥ ତ’ ତାକୁ କୁହାଯାଏ ଯେ ଝଗଡା ନକରିବା । ସାର୍ଥରେ ସର୍ବଦା ସୁଖ ଥାଏ ।
ପ୍ରଶ୍ନକର୍ତ୍ତା : କିନ୍ତୁ ଆଧାର୍ମିକ ସାର୍ଥ ହୋଇଥିଲେ ସେଥିରୁ ସୁଖ ମିଳେ । ଭୌତିକ ସାର୍ଥ ହୋଇଥିଲେ ତ’ ସେଥିରୁ ଦୁଃଖ ହିଁ ମିଳେ ନା !
ଦାଦାଶ୍ରୀ: ହଁ, କିନ୍ତୁ ଭୌତିକ ସାର୍ଥ ମଧ୍ୟ ଠିକ୍ ଅଟେ । ନିଜର ଯେଉଁ ସୁଖ ଅଛି ତାହା ଭୁଲି ନଯାଉ, କମ୍ ନ ହେଉ । ସେ ସୁଖ ବଢୁ, ଏପରି ରହିଥାଏ, କିନ୍ତୁ ଏ କ୍ରେଶ ହେବାଦ୍ବାରା ଭୌତିକ ସୁଖ ଭୁଲିଯାଏ । ସ୍ତ୍ରୀ ହାତରୁ ଗ୍ରାସ ଖସି ପଡ଼େ ଆଉ ସେଥିରେ ୨୦ ଟଙ୍କାର କ୍ଷତି ହେଉଥିବ ତେବେ ତୁରନ୍ତ ମନେମନେ ଆକୁଳିତ ହୋଇଯାଏ ଯେ, “କୋଡ଼ିଏ ଟଙ୍କା ନଷ୍ଟ କରିଦେଲା । ଆରେ ମୂର୍ଚ, ଏହାକୁ ନଷ୍ଟ ହେବା କୁହନ୍ତିନି, ଏ ତ’ ତାଙ୍କ ହାତରୁ ଖସି ପଡ଼ିଲା, ଯଦି ତୋ ହାତରୁ ଖସି ପଡ଼ିଥାନ୍ତା
Page #20
--------------------------------------------------------------------------
________________
। ମାନବ ଧର୍ମ
ତେବେ ତୁ କ’ଣ ନ୍ୟାୟ କରିଥାନ୍ତୁ ? ସେହିଭଳି ଆମକୁ ନ୍ୟାୟ କରିବା ଉଚିତ୍ । କିନ୍ତୁ ସେଠାରେ ଆମେ ଏପରି ନ୍ୟାୟ କରନ୍ତି ଯେ, ଏ ହିଁ ନଷ୍ଟ କଲା’ । କିନ୍ତୁ କ’ଣ ସେ କେଉଁ ବାହାର ବ୍ୟକ୍ତି ? ଆଉ ଯଦି ବାହାର ବ୍ୟକ୍ତି ହୋଇଥିବ ତେବେ ମଧ୍ୟ, ଗୁକର ହୋଇଥିବ ତେବେ ମଧ୍ୟ ଏପରି ନକରିବା ଉଚିତ୍ । କାହିଁକିନା ସେ କେଉଁ ନିୟମ ଆଧାରରେ ଖସିପଡ଼େ, ସେ ପକାଇଦିଏ ନା ଖସିପଡ଼େ, ଏହାର ବିପ୍ଟର କରିବା ଉଚିତ୍ ନୁହେଁ ? ଋକର କ’ଣ ଜାଣି-ଶୁଣି ପକାଇଦିଏ ?
। ଏଣୁ କେଉଁ ଧର୍ମର ପାଳନ କରିବାର ଅଛି ? କେହି ମଧ୍ୟ କ୍ଷତି ପହଞ୍ଚାଏ, କେହି ମଧ୍ୟ ବୈରୀ ନଜର ଆସେ ତେବେ ବାସ୍ତବରେ ସେ ଆମର ବୈରୀ ନୁହେଁ । କ୍ଷତି କେହି କରାଇପାରିବ ଏପରି ସମ୍ଭବ ନୁହେଁ । ଏଥିପାଇଁ ତା’ ପ୍ରତି ଦ୍ବେଷ ନହେବା ଉଚିତ୍ । ପୁଣି ଭଲା ସେ ଆମ ଘର ଲୋକ ହୁଅନ୍ତୁ ବା ଋକର ହାତରୁ ଗ୍ରାସ ଖସିପଡ଼ୁ, ତେବେ ମଧ୍ୟ ତାହା ସେ ଋକର ପକାଏ ନାହିଁ । ସେ ପକାଇବାବାଲା କେହି ଅନ୍ୟ ଜଣେ ଅଟେ । ଏଥିପାଇଁ ଋକର ଉପରେ ବେଶୀ କ୍ରୋଧ କରିବ ନାହିଁ । ତାକୁ ଧରେ କହିବ, ଭାଇ ଟିକେ ଧୀରେ ସ୍କୁଲ, ତୋ ପାଦରେ ଫୋଡି ହୋଇନି ତ ?? ଏପରି ପରିବ । ଆମର ଦଶ-ବାରଟି ଗ୍ଲାସ ଭାଙ୍ଗିଯାଏ ତେବେ ଭିତରେ କୁଢ଼ନ-ଜଳନ ଆରମ୍ଭ ହୋଇଯାଏ । ଅତିଥି ଯଦି ବସିଥିବେ ସେ ପର୍ଯ୍ୟନ୍ତ କ୍ରୋଧ କରେ ନାହିଁ କିନ୍ତୁ । (ଭିତରେ) ଜଳୁଥାଏ । ଆଉ ଅତିଥ ଯିବା ପରେ, ପୁଣି ତୁରନ୍ତ ତା’ କଥା ବୁଝି ଦିଏ । ଏପରି କରିବାର ଆବଶ୍ୟକତା ନାହିଁ । ଏହା ସବୁଠୁ ବଡ଼ ଅପରାଧ ଅଟେ । କିଏ କରୁଛି ଏହା ଜାଣି ନାହିଁ । ଜଗତ, ଆଖୁକୁ ଯାହା ଦେଖାଯାଏ ସେ ନିମିତ୍ତ କୁ ହିଁ ମାରିବା । ପାଇଁ ଦୌଡେ ।
। ମୁଁ ଏତିକି ଛୋଟ-ଛୋଟ ପିଲାଙ୍କୁ କହିଲି ଯେ ଯା, ଏ ଗ୍ଲାସ ବାହାରେ ଫୋପାଡି ଦେଇ ଆସେ, ତେବେ ସେ ମୁଣ୍ଡ ଏମିତି ହଲାଇଲା, ମନା କରିଦେଲା । କେହି ନଷ୍ଟ କରନ୍ତି ନାହିଁ । ଗୋଟିଏ ପିଲାକୁ ମୁଁ କହିଲି ‘ଏହା ଦାଦାଙ୍କ ଯୋତା ଏହାକୁ ବାହାରେ ଫୋପାଡି ଦେଇ ଆସି’। ସେ ମୁଣ୍ଡ ହଲାଇ କହିଲା, “ୟାକୁ ଫୋପାଡ଼ନ୍ତି ନାହିଁ । କେତେ ସଠିକ୍ ସମଝ ! ଅର୍ଥାତ୍, ଏମିତି ହିଁ କେହି ଫୋପାଡନ୍ତି ନାହିଁ । ଋକର ମଧ୍ୟ ଭାଙ୍ଗେ ନାହିଁ । ଏ ତ’ ମୂର୍ଖ ଲୋକ, ସ୍ମକରକୁ ବିବ୍ରତ କରିପକାନ୍ତି । ଆରେ, ତୁ ଯେବେ ଗୁକର ହେବୁ ତେବେ ତୋତେ ଜଣା ପଡ଼ିବ । ଏଣୁ ଆମେ ଏପରି ନକରିବା ତେବେ ଆମର କେବେ \କର ହେବାର ପାଳି ଆସିଲେ ଆମକୁ ଭଲ ସେ ମିଳିବ ।
ନିଜକୁ ଅନ୍ୟମାନଙ୍କ ଜାଗାରେ ରଖୁବା ତାହା ମାନବ ଧର୍ମ । ଅନ୍ୟ ଧର୍ମ ତ
Page #21
--------------------------------------------------------------------------
________________
୧୨
ମାନବ ଧର୍ମ
ପୁଣି ଅଧାମ, ତାହା ତ’ ତାହାଠୁ ଆଗର କଥା । କିନ୍ତୁ ଏତିକି ମାନବ ଧର୍ମ ତ ଆସିବା ଉଚିତ୍ ।
ଯେତିକି ଚରିତ୍ରବଳ, ସେତିକି ବର୍ଭନ ପ୍ରଶ୍ନକର୍ତ୍ତା : କିନ୍ତୁ ଏ କଥା ବୁଝିବା ସତ୍ତ୍ୱେ ମଧ୍ୟ ଅନେକ ଥର ଆମକୁ ଏପରି ରୁହେ ନାହିଁ, ତାହାର କାରଣ କ’ଣ ? । ଦାଦାଶୀ: କାରଣ ଏ ଜ୍ଞାନ ଜଣା ହିଁ ନାହିଁ । ପ୍ରକୃତ ଜ୍ଞାନ ଜଣା ନାହିଁ । ଯେଉଁ ଜ୍ଞାନ ଜଣା ଅଛି ତାହା କେବଳ ପୁସ୍ତକ ଦ୍ଵାରା ପ୍ରାପ୍ତ ହୋଇଥିବା ଜ୍ଞାନ, କୌଣସି କୂଲୀଫାଇଡ଼(ଯୋଗ୍ୟ) ଗୁରୁଙ୍କଠାରୁ ଜାଣି ନାହିଁ । କୂଲୀଫାଇଡ଼ ଗୁରୁ ଅର୍ଥାତ ସେ ଯାହା ଯାହା ବତାନ୍ତି ତାହା ଆମକୁ ଭିତରେ ଏକ୍ଜାକୁ ( ଯଥାର୍ଥ ରୂପରେ) ହୋଇଯାଏ । ଆଉ ଯଦି ମୁଁ ବିଡ଼ି ପିଇ ଗୁଲିଥିବି ଆଉ ଆପଣଙ୍କୁ କହିବି ଯେ, ‘ବିଡ଼ି ଛାଡ଼ିଦିଅ ତେବେ ତାହାର କିଛି ପରିଣାମ ଆସେ ନାହିଁ । ସେଥିପାଇଁ ତ ଚରିତ୍ରବଳ ଦରକାର । ସେ ପାଇଁ ତ ଗୁରୁ ସମ୍ପୂର୍ଣ୍ଣ ଚରିତ୍ରବଳବାଲା ହୋଇଥିବେ, ତେବେ ଯାଇ ଆମ ଦ୍ଵାରା ପାଳନ ହେବ, ଅନ୍ୟଥା ଏମିତି ହିଁ ପାଳନ ହେବନି ।
। ଆପଣ ନିଜ ପିଲାକୁ କହିବେ ଯେ ଏହି ବୋତଲରେ ବିଷ ଅଛି । ଦେଖ, ଧଳା ଦେଖାଯାଉଛି ନା ! ତୁ ୟାକୁ ଛୁଇଁବୁନି । ତେବେ ସେ ବାଳକ କ’ଣ ପରେ ? ବିଷ ମାନେ କ’ଣ ? ସେତେବେଳେ ଆପଣ ବତାନ୍ତି ଯେ ବିଷମାନେ ୟାକୁ ପିଇଲେ ମରିଯାନ୍ତି । ତେବେ ସେ ପୁଣି ପରେ, ମରିଯିବାମାନେ କ’ଣ ?' ସେତେବେଳେ ଆପଣ କୁହନ୍ତି, “ କାଲି ସେଠାରେ ତାଙ୍କୁ ବାନ୍ଧିକରି ନେଇଯାଉଥିଲେ ନା, ତୁ କହୁଥିଲୁ ନିଅ ନାହିଁ ନିଅ ନାହିଁ, ମରିଗଲେ ସେହିପରି ନେଇଯାନ୍ତି । ଏହାଦ୍ୱାରା ସେ ବୁଝିପାରେ ଆଉ ପୁଣି ତାକୁ ଛୁଏଁ ନାହିଁ । ଜ୍ଞାନ ବୁଝାହୁଆ ହେବା ଦରକାର ।
। ଥରେ ବତାଇ ଦିଆଗଲା, ଏହା ବିଷ ଅଟେ’ ! ପରେ ସେ ଜ୍ଞାନ ତୁମକୁ ହାଜିର ରହିବା ଦରକାର ଆଉ ଯେଉଁ ଜ୍ଞାନ ହାଜିର ରହୁନଥିବ, ତାହା ଜ୍ଞାନ ହିଁ ନୁହେଁ, ତାହା ଅଜ୍ଞାନ ଅଟେ । ଏଠାରୁ ଅହମଦାବାଦ ଯିବାର ଜ୍ଞାନ, ଆପଣଙ୍କୁ ନସା ଆଦି ଦିଆଗଲା ଆଉ ପୁଣି ତା ଅନୁସାରେ ଯଦି ଅହମଦାବାଦ ନ ଆସେ ତେବେ ସେ ନକସା ହିଁ ଭୁଲ୍ ଅଟେ, ଏକ୍ଜାକୁ ଆସିବା ଦରକାର ।
। ଘୂରି ଗତିରେ ଭଟକିବାର କାରଣ... ପ୍ରଶ୍ନକର୍ତ୍ତା : ମନୁଷ୍ୟର କର୍ତ୍ତବ୍ୟ ସମ୍ବନ୍ଧରେ ଆପଣ କିଛି ବତାନ୍ତୁ ।
Page #22
--------------------------------------------------------------------------
________________
ମାନବ ଧର୍ମ
୧୩।
ଦାଦାଶ୍ରୀ: ମନୁଷ୍ୟର କର୍ତ୍ତବ୍ୟରେ, ଯାହାକୁ ପୁଣି ମନୁଷ୍ୟ ହିଁ ହେବାକୁ ଥିବା ତା’ର ଲିମିଟ( ସୀମା) ବତାଉଛି । ଉପରକୁ ଚଢ଼ିବାର ନଥିବ ଅଥବା ତଳକୁ ଖସିବାର ନଥିବ, ଉପରେ ଦେବଗତି ଅଛି ଆଉ ତଳେ ପଶୁଗତି ଅଛି ଆଉ ତା’o ତଳେ ନର୍କଗତି ଅଛି । ଏପରି ଗତିସବୁ ଅଛି । ଆପଣ ମନୁଷ୍ୟଙ୍କ ବିଷୟରେ ପରୁଛନ୍ତି ?
ପ୍ରଶ୍ନକର୍ତ୍ତା : ଦେହ ଅଛି ସେ ପର୍ଯ୍ୟନ୍ତ ତ’ ମନୁଷ୍ୟଙ୍କ ପରି କର୍ତ୍ତବ୍ୟ ପାଳନ କରିବାକୁ ହେବ ନା ?
। ଦାଦାଶ୍ରୀ: ମନୁଷ୍ୟର କର୍ତ୍ତବ୍ୟ ପାଳନ କରୁଛନ୍ତି, ସେଥିପାଇଁ ତ’ ମନୁଷ୍ୟ ହେଲେ । ସେଥିରେ ଆମେ ଉତ୍ତୀର୍ଣ୍ଣ ହୋଇଛନ୍ତି, ତ ଏବେ କେଉଁଥିରେ ଉତ୍ତୀର୍ଣ୍ଣ ହେବାର ଅଛି ? ସଂସାର ଦୁଇ ପ୍ରକାରରେ ଚାଲିଥାଏ । ଏକ, ମନୁଷ୍ୟ ଜନ୍ମରେ ଆସିବାପରେ କ୍ରେଡ଼ିଟ୍ ଜମା କରନ୍ତି, ତେବେ ଉଚ୍ଚଗତିରେ ଯା’ନ୍ତି । ଡେବିଟ ଜମା କରନ୍ତି ତେବେ ତଳକୁ ଯାଆନ୍ତି ଆଉ ଯଦି କ୍ରେଡ଼ିଟ-ଡେବିଟ ଦୁଇଟିଯାକ ବ୍ୟାପାର ବନ୍ଦ କରିଦେବା ତେବେ ମୁକ୍ତି ହୋଇଯାଏ । ଏ ପାଞ୍ଚଟି ସାରା ଜାଗା ଖୋଲା ଅଛି । ଘୁରିଟି ଗତି ଅଛି । ବହୁତ କ୍ରେଡ଼ିଟ ଥୁବ ତେବେ ଦେବଗତି ମିଳେ । କ୍ରେଡ଼ିଟ ଅଧୁକ ଆଉ ଡେବିଟ କମ୍ ଥିବ ତେବେ ମନୁଷ୍ୟଗତି ମିଳେ । ଡେବିଟ ଅଧୁକ ଆଉ କ୍ରେଡ଼ିଟ କମ୍ ଥିବ ତେବେ ପଶୁଗତି ଆଉ ସମୃତୟା ଡେବିଟ ସେଠାରେ ନର୍କଗତି । ଏ ଗୁରିଟି ଗତି ଆଉ ପାଞ୍ଚନମ୍ବରବାଲା ଯେଉଁ ଅଛି ତାହା ମୋକ୍ଷଗତି । ଏ ଘୂରିଟିଯାକ ଗତି ମନୁଷ୍ୟ ପ୍ରାପ୍ତ କରି ପାରିବେ ଆଉ ପାଞ୍ଚନମ୍ବର ଗତି ତ’ ହିନ୍ଦୁସ୍ତାନର ମନୁଷ୍ୟ ହିଁ ପ୍ରାପ୍ତ କରିପାରିବେ ସେଶାଲ ଫର ଇଣ୍ଡିଆ’(ଖାସ୍ ହିନ୍ଦୁସ୍ତାନ ପାଇଁ) ଅନ୍ୟମାନଙ୍କ ପାଇଁ ତାହା ନୁହେଁ ।
ଏବେ ଯଦି ତା’କୁ ମନୁଷ୍ୟ ହେବାର ଅଛି ତେବେ ତାକୁ ଗୁରୁଜନମାନଙ୍କର ମା-ବାପାଙ୍କର ସେବା କରିବା ଉଚିତ୍, ଗୁରୁଙ୍କର ସେବା କରିବା ଉଚିତ୍ । ଲୋକମାନଙ୍କ ପ୍ରତି ଓବଲାଇଜିଙ୍ଗ୍ ନେଚର ( ପରୋପକାରୀ ସଭାବ) ରଖୁବା ଉଚିତ୍ । ବ୍ୟବହାର ଏପରି ରଖୁବା ଉଚିତ୍ ଯେ, ଦଶ ଦିଅ ଆଉ ଦଶ ନିଆ । ଏହିପରି ବ୍ୟବହାର ଶୁଦ୍ଧ ରଖୁବା ତେବେ ସାମ୍ବାବାଲା ସହିତ କିଛି ଦେବା-ନେବା ରୁହେ ନାହିଁ । ଏହିପରି ବ୍ୟବହାର କର, ସମ୍ପୂର୍ଣ୍ଣ ଶୁଦ୍ଧ ବ୍ୟବହାର । ମାନବତାରେ ତ, କାହାକୁ ମାରିବା ସମୟରେ ଅବା ମାରିବା ପୂର୍ବରୁ ଖୁଆଲ ଆସେ । ମାନବତା ଥିବ ତେବେ ଖୁଆଲ ଆସିବା ହିଁ ଉଚିତ୍ ଯେ, ଯଦି କେହି ମୋତେ ମାରିବ ତେବେ କ’ଣ ହେବ ? ଏ ଖୁଆଲ ପ୍ରଥମେ ଆସିବା ଉଚିତ୍ ତେବେ ଯାଇ ମାନବଧର୍ମ ରହି ପାରିବ, ନଚେତ ରହିବା ନାହିଁ । ଏଥିରେ ରହି ସବୁ ବ୍ୟବହାର କରାଯିବ ତେବେ ପୁଣି ମନୁଷ୍ୟତ୍ ପ୍ରାପ୍ତ ହେବ,
Page #23
--------------------------------------------------------------------------
________________
୧୪
। ମାନବ ଧର୍ମ
। ନଚେତ୍ ମନୁଷ୍ୟତ୍ଵ ପୁଣି ଥରେ ପ୍ରାପ୍ତ ହେବା ମଧ୍ୟ କଷ୍ଟସାଧ୍ୟ ଅଟେ ।
ଯାହାକୁ ଏହାର ଖବର ନାହିଁ ଯେ ଏହାର ପରିଣାମ କ’ଣ ହେବ, ତେବେ ସେ ମନୁଷ୍ୟ ହିଁ କୁହାଯାଏ ନାହିଁ । ଖୋଲା ଆଖୁରେ ଶୁଅନ୍ତି ତାହା ଅଜାଗୃତି, ସେ ମନୁଷ୍ୟ କୁହାଯାଏ ନାହିଁ । ଦିନସାରା ଅଣହତ୍କର ଭୋଗିବା ବିଷୟରେ ଭାବୁଥାନ୍ତି, ଅପମିଶ୍ରଣ କରନ୍ତି, ସେମାନେ ସବୁ ପଶୁଗତିରେ ଯାନ୍ତି । ଏଠାରୁ, ମନୁଷ୍ୟରୁ ସିଧା ପଶୁଗତିରେ ଯାଇ ସେଠାରେ ପୁଣି ଭୋଗେ ।
। ନିଜ ସୁଖ ଅନ୍ୟମାନଙ୍କୁ ଦେଇଦିଏ, ନିଜ ହକ୍କର ସୁଖ ମଧ୍ୟ ଅନ୍ୟମାନଙ୍କୁ ଦେଇ ଦିଏ ତେବେ ସେ ସୁପର ହ୍ୟୁମାନ କୁହାଯାଏ ଆଉ ଏଥିପାଇଁ ଦେବଗତିରେ ଯାଏ । ନିଜକୁ ଯେଉଁ ସୁଖ ଭୋଗିବାକୁ ଥିବ, ନିଜ ପାଇଁ ଯାହା ତିଆରି ହୋଇଛି, ତାହା ନିଜର ଦରକାର ଥିବ ତଥାପି ଅନ୍ୟମାନଙ୍କୁ ଦେଇଦିଏ, ସେ ସୁପର ହୁମାନ ଅଟେ । ଏଣୁ ଦେବଗତି ପ୍ରାପ୍ତ କରେ । ଆଉ ଯିଏ ଅନର୍ଥ କ୍ଷତି ପହଞ୍ଚାଏ, ନିଜକୁ କିଛି ଫାଇଦା ହେଉନଥିବ ତଥାପି ସାମ୍ବାବାଲାକୁ ବହୁତ କ୍ଷତି ପହଞ୍ଚାଏ , ସେ ନର୍କଗତିରେ ଯାଏ । ଯେଉଁ ଲୋକ ଅଣହକ୍ର ଭୋଗନ୍ତି, ସେମାନେ ତ ନିଜ ଫାଇଦା ପାଇଁ ଭୋଗନ୍ତି ଏଥିପାଇଁ ପଶୁଗତିରେ ଯା’ନ୍ତି । କିନ୍ତୁ ଯେଉଁମାନେ ବିନା କିଛି କାରଣରେ ଲୋକଙ୍କ । ଘର ଜାଳିପକାନ୍ତି, ଏପରି ଅନ୍ୟ କାମ କରନ୍ତି, ଦଙ୍ଗା-ଫସାଦ କରନ୍ତି, ସେମାନେ ସମସ୍ତେ ନର୍କର ଅଧିକାରୀ ଅଟନ୍ତି । ଯିଏ ଅନ୍ୟ ଜୀବର ପ୍ରାଣ ନିଅନ୍ତି ଅଥବା ପୋଖରୀରେ ବିଷ ମିଶାନ୍ତି, ଅଥବା କୂଅରେ ଏପରି କିଛି ପକାନ୍ତି, ସେମାନେ ସମସ୍ତେ ନର୍କର ଅଧିକାରୀ ଅଟନ୍ତି । ସବୁ ଜିମ୍ନଦାରୀ( ଦାୟୀଭୃଭାର)ଆମ ନିଜର ହିଁ ଅଟେ । ଏ ସଂସାରରେ ଏକ ବାଳ ସଦୃଶ ଜିମ୍ନଦାରୀ ମଧ୍ୟ ନିଜର ହିଁ ଅଟେ ।
। ପ୍ରକୃତିର ଘରେ ତିଳେମାତ୍ର ମଧ୍ୟ ଅନ୍ୟାୟ ନାହିଁ । ଏଠି ମନୁଷ୍ୟମାନଙ୍କ ଭିତରେ କଦାଚିତ ଅନ୍ୟାୟ ଥିବ, କିନ୍ତୁ ପ୍ରକୃତିର ଘର ସମ୍ପୂର୍ଣ୍ଣ ନ୍ୟାୟସଙ୍ଗତ ଅଟେ । କେବେ ମଧ୍ୟ ଅନ୍ୟାୟ ହୋଇ ନାହିଁ । ସବୁ ନ୍ୟାୟରେ ହିଁ ରୁହେ ଆଉ ଯାହା ହେଉଅଛି ତାହା ମଧ୍ୟ ନ୍ୟାୟ ହିଁ ହେଉଅଛି, ଏପରି ଯଦି ବୁଝାପଡ଼େ ତେବେ ତାହା ‘ଜ୍ଞାନ’ କୁହାଯାଏ । ଯାହା ହେଉଅଛି ତାହା ଭୁଲ୍ ହେଲା, ଏହା ଭୁଲ୍ ହେଲା, ଏହା ଠିକ୍
ହେଲା? ଏପରି କୁହନ୍ତି ତାହା ‘ଅଜ୍ଞାନ’ କୁ ହାଯାଏ । ଯାହା ହେଉଅଛି ତାହା କରେକ୍ଟ( ସଠିକ) ହିଁ ଅଟେ ।
Page #24
--------------------------------------------------------------------------
________________
ମାନବ ଧର୍ମ
୧୫
ଅଣ୍ଡରହ୍ମାଣ୍ଡ ସହ ମାନବ ଧର୍ମ
ଯଦି କେହି ନିଜ ଉପରେ କ୍ରୋଧ କରେ ତାହା ଆମଦ୍ୱାରା ସହି ହୁଏ ନାହିଁ କିନ୍ତୁ ଦିନସାରା ଅନ୍ୟ ଉପରେ କ୍ରୋଧ କରି ଋଲିଥାନ୍ତି । ଆରେ ! ଏ କି ବୁଦ୍ଧି ? ଏହା ମାନବ ଧର୍ମ କୁହାଯାଏ ନାହିଁ । ନିଜ ଉପରେ ଯଦି କେହି ତିଳେ-ମାତ୍ର କ୍ରୋଧ କରେ ତେବେ ସହି ପାରେନାହିଁ ଆଉ ସେହି ମନୁଷ୍ୟ ଦିନସାରା ସମସ୍ତଙ୍କ ଉପରେ କ୍ରୋଧ କରିରୁଲିଥାଏ, କାରଣ ସେମାନେ ତୁମ ଅଧୀନରେ ଅଛନ୍ତି ଏଥିପାଇଁ ନା ? ଅଧୁନସ୍ତକୁ ମାରିବା ତ’ ବହୁତ ବଡ଼ ଅପରାଧ କୁହାଯାଏ । ମାରିବାର ଅଛି ତେବେ ଉପରୀ( ଆମ ଉପରେ ଯିଏ ଅଛି) କୁ ମାର ! ଭଗବାନଙ୍କୁ ଅଥବା ଉପରୀକୁ, କାହିଁକିନା ସେମାନେ ତୁମର ଉପରୀ ଅଟନ୍ତି, ଶକ୍ତିମାନ ଅଟନ୍ତି । ଏ ତ’ ଅଣ୍ଡରହ୍ମାଣ୍ଡ ଅଶକ୍ତ ଅଟେ, ଏଥିପାଇଁ ଜୀବନସାରା ତାକୁ ଗାଳି କରୁଥାଏ । ମୁଁ ତ, ଅଣ୍ଡରଲ୍ୟାଣ୍ଡ ଭଲା ଯେଭଳି ମଧ୍ୟ ଦୋଷୀ ହୋଇଥାଉ, ତଥାପି ତାକୁ ବଞ୍ଚାଇଛି, କିନ୍ତୁ ଉପରୀ ତ’ ଭଲା କେତେବି ଭଲ ଥାଉ ତଥାପି ମୋତେ ଉପରୀ ପୋଷାଏ ନାହିଁ ଆଉ ମୋତେ କାହାର ଉପରୀ ହେବାର ନାହିଁ । ଉପରୀ ଯଦି ଭଲ ହୋଇଥବ ତେବେ ମୋର କିଛି ଅସୁବିଧା ନାହିଁ, କିନ୍ତୁ ତାହାର ଏ ଅର୍ଥ ନୁହେଁ ଯେ ସେ ସବୁବେଳେ ଏପରି ରହିବ । ସେ କେବେ ଆମକୁ ଶୁଣାଇ ପାରେ ମଧ୍ଯ । ଉପରୀ କିଏ କୁହାଯାଏ ଯେ ଯିଏ ଅଣ୍ଡରଲ୍ୟାଣ୍ଡ କୁ ସମ୍ଭାଳେ ! ସେ ପ୍ରକୃତ ଉପରୀ । ମୁଁ ପ୍ରକୃତ ଉପରୀ ଖୋଜୁଛି । ମୋ ଉପରୀ ହୋ କିନ୍ତୁ ପ୍ରକୃତ ଉପରୀ ହୋ ! ତୁ ଆମକୁ ଧମକାଇବୁ, କ’ଣ ଆମେ ଏଇଥିପାଇଁ ଜନ୍ମ ହୋଇଛୁ ? ଏମିତି ତୁ ଆମକୁ କ’ଣ ଦେଇପକେଇବୁ ?
ତୁମ ପାଖରେ କେହି ଋକିରୀ କରୁଥିବ ତେବେ ତାକୁ କେବେ ମଧ୍ୟ ତିରସ୍କୃତ କରିବ ନାହିଁ, ଚିଡ଼ାଇବ ନାହିଁ । ସମସ୍ତଙ୍କୁ ସମାନ ପୂର୍ବକ ରଖୁବ । କିଏ ଜାଣେ କାହାଠୁ କି ଲାଭ ହୋଇଯିବ !
ପ୍ରତ୍ୟେକ ବର୍ଗରେ ମାନବ ଧର୍ମ
ପ୍ରଶ୍ନକର୍ତ୍ତା : ମନୁଷ୍ୟ ଗତିର ଚଉଦ ଲକ୍ଷ ଯୋନି, ଲେୟର୍ସ(ସ୍ତର) ଅଛି, କିନ୍ତୁ ଏମିତି ମାନବ ଜାତିକୁ ଦେଖିବା ତେବେ ବାୟୋଲୋଜୀକାଲୀ(ଜୈବିକ) ତ’ କାହା ମଧ୍ୟରେ କିଛି ଅନ୍ତର ନଜର ଆସେ ନାହିଁ, ସମସ୍ତେ ସମାନ ଲାଗନ୍ତି କିନ୍ତୁ ଏଥୁରୁ ଏହା ବୁଝିହେଉଛି ଯେ, ବାୟୋଲୋଜିକାଲ ଅନ୍ତର ଭଲା ନଥାଉ, କିନ୍ତୁ ସେମାନଙ୍କର ଯେଉଁ ମାନସିକ...
Page #25
--------------------------------------------------------------------------
________________
୧୬
ମାନବ ଧର୍ମ
ଦାଦାଶ୍ରୀ: ତାହା ଡେଭଲପ୍ମେଣ୍ଟ (ଆନ୍ତରିକ ବିକାଶ) ଅଟେ । ତାହାର ଭେଦ ଏତେ ସବୁ ଅଛି |
ପ୍ରଶ୍ନକର୍ତ୍ତା : ଅଲଗା-ଅଲଗା ଲେୟର୍ସ ହେବା ସତ୍ତ୍ବେ ବାୟୋଲୋଜୀକାଲୀ ସମସ୍ତେ ସମାନ ହିଁ ଅଟନ୍ତି ତେବେ ପୁଣି ତାହାର କୌଣସି ଏକ କମନ୍(Common) ଧର୍ମ ହୋଇପାରିବ ନା ?
ଦାଦାଶ୍ରୀ:କମନ୍ ଧର୍ମ ତ’ ମାନବ ଧର୍ମ, ସେ ନିଜ ସମଝ ଅନୁସାରେ ମାନବ ଧର୍ମ ପାଳେ । ପ୍ରତ୍ୟେକ ମନୁଷ୍ୟ ନିଜ ସମଝ ଅନୁସାରେ ମାନବ ଧର୍ମ ପାଳେ, କିନ୍ତୁ ଯିଏ ପ୍ରକୃତ ଅର୍ଥରେ ମାନବ ଧର୍ମ ପାଳୁଥିବେ, ସେ ସବୁଠୁ ଉତ୍ତମ କୁହାଯାନ୍ତି । ମାନବ ଧର୍ମ ତ’ ବହୁତ ଶ୍ରେଷ୍ଠ ଅଟେ କିନ୍ତୁ ମାନବ ଧର୍ମରେ ରହିବ ତେବେ ନା ! ଲୋକମାନଙ୍କ ମଧ୍ୟରେ ଆଉ ମାନବ ଧର୍ମ ରହିଛି କେଉଁଠି ?
ମାନବ ଧର୍ମ ତ ବହୁତ ସୁନ୍ଦର ଅଟେ କିନ୍ତୁ ତାହା ଡ଼େଭଲପମେଣ୍ଟ ଅନୁସାରେ ହୋଇଥାଏ । ଆମେରୀକାନ୍ମାନଙ୍କ ମାନବ ଧର୍ମ ଅଲଗା ଆଉ ଆମର ମାନବ ଧର୍ମ
ଅଲଗା ହୋଇଥାଏ ।
ପ୍ରଶ୍ନକର୍ତ୍ତା : ସେଥିରେ ମଧ୍ୟ ଫରକ ଅଛି, ଦାଦାଜୀ ? କିଭଳି ଫରକ ଅଛି ?
ଦାଦାଶ୍ରୀ: ବହୁତ ଫରକ ଥାଏ । ଆମର ମମତା ଆଉ ତାଙ୍କର ମମତାରେ ଫରକ ଥାଏ । ଆମ ମାତା-ପିତାଙ୍କ ପ୍ରତି ଆମର ଯେତିକି ମମତା ଥାଏ ତାଙ୍କର ସେତିକି ନଥାଏ । ଏଥିପାଇଁ ମମତା କମ ହେବା ଦ୍ବାରା ଭାବରେ ଫରକ ହୋଇଥାଏ, ସେତିକି
କମ ହୋଇଥାଏ ।
ପ୍ରଶ୍ନକର୍ତ୍ତା : ଯେତିକି ମମତା କମ ହୁଏ ସେତିକି ଭାବରେ ଫରକ ପଡ଼ି ଯାଏ ?
ଦାଦାଶ୍ରୀ: ସେହି ମାତ୍ରାରେ ମାନବ ଧର୍ମ ଥାଏ । ଅତଃ ଆମ ଭଳି ମାନବ ଧର୍ମ ନଥାଏ, ସେମାନେ ତ’ ମାନବଧର୍ମରେ ହିଁ ଅଛନ୍ତି । ପାଖାପାଖ୍ ୮୦ ପ୍ରତିଶତ ଲୋକ ମାନବ ଧର୍ମରେ ହିଁ ଅଛନ୍ତି, କେବଳ ଆମ ଲୋକମାନେ ହିଁ ନାହାନ୍ତି । ଅନ୍ୟ ସମସ୍ତେ ସେମାନଙ୍କ ହିସାବରେ ତ ମାନବ ଧର୍ମରେ ହିଁ ଅଛନ୍ତି |
ମାନବତାର ପ୍ରକାର, ଅଲଗା-ଅଲଗା
ପ୍ରଶ୍ନକର୍ତ୍ତା : ଏ ଯେଉଁ ମାନବ ଗୋଷ୍ଠି ସବୁ ଅଛନ୍ତି, ସେମାନଙ୍କର ସମଝଶକ୍ତି, ଭଲା ଜୈନ ହୁଅନ୍ତୁ, ବୈଷ୍ଣବ ହୁଅନ୍ତୁ, ଖ୍ରୀଷ୍ଟୀୟାନ ହୁଅନ୍ତୁ, ତାହା
Page #26
--------------------------------------------------------------------------
________________
ମାନବ ଧର୍ମ
। ୧୭ ।
ସମସ୍ତଙ୍କଠାରେ ଏକ ସମାନ ହିଁ ଅଟେ ନା ?
। ଦାଦାଶ୍ରୀ: ଏପରି ଅଟେ ଯେ ଯେପରି ଡେଭଲପମେଣ୍ଟ ହୋଇଥିବ, ସେପରି ତା’ର ସମଝଶକ୍ତି ହୋଇଥାଏ । ଜ୍ଞାନୀ, ସେ ମଧ୍ୟ ମନୁଷ୍ୟ ହିଁ ଅଟନ୍ତି ନା ! ଜ୍ଞାନୀର ମାନବତା, ଅଜ୍ଞାନୀର ମାନବତା, ପାପୀର ମାନବତା, ପୁଣ୍ୟଶାଳୀର ମାନବତା, ସମସ୍ତଙ୍କ ମାନବତା ଅଲଗା-ଅଲଗା ହୋଇଥାଏ । ମନୁଷ୍ୟ ଏକ ପ୍ରକାରର ଅଟନ୍ତି, ତଥାପି !
। ଜ୍ଞାନୀପୁରୁଷଙ୍କ ମାନବତା ଅଲଗା ପ୍ରକାର ହୋଇଥାଏ ଏବଂ ଅଜ୍ଞାନୀର ମାନବତା ଅଲଗା ପ୍ରକାର ହୋଇଥାଏ । ମାନବତା ସମସ୍ତଙ୍କ ପାଖରେ ଥାଏ, ଅଜ୍ଞାନୀ । ପାଖରେ ମଧ୍ୟ ମାନବତା ଥାଏ । ଯେଉଁମାନେ ଅନଡେଭଲପ(ଅବିକଶିତ) ଅଟନ୍ତି ତାଙ୍କର ମଧ୍ୟ ମାନବତା, କିନ୍ତୁ ସେ ମାନବତା ଅଲଗା ପ୍ରକାର ହୋଇଥାଏ । ତାହା ଅନଡେଭଲପ ଆଉ ଏହା ଡେଭଲପ । ଆଉ ପାପୀର ମାନବତା ଅର୍ଥାତ୍, ଆମକୁ ଯଦି ସାମ୍ନାରେ ର୍ଭେର ମିଳେ, ତେବେ ତା’ର ମାନବତା କିପରି କହିବ ? ଠିଆ ହୋଇ ରୁହ । ଆମେ ବୁଝିନେବା ଯେ, ଏହା ତା’ର ମାନବତା ଅଟେ । ତା’ର ମାନବତା ଆମେ ଦେଖୁନେଲେ ନା ? ସେ ଯଦି କୁହେ, “ଦେଇଦିଅ’ ତେବେ ଆମେ କହିବା, “ଏ ନେ ଭାଇ, ଶୀଘ୍ର ନେ ।’ ଆମକୁ ତୁ ଭେଟିଲୁ, ତାହା ତୋର ପୁଣ୍ୟ ଅଟେ ନା !
। ମୁମ୍ବାଇରେ ଜଣେ ବ୍ୟାକୁଳତାବାଲା(ଅଧୀର) ବ୍ୟକ୍ତି, ବ୍ୟାକୁଳତାବାଲା, ସେ ମୋତେ କହିଲା ଯେ, ଏବେ ତ କ୍ରୀରେ ବୁଲି ପାରିବାନି । ମୁଁ ପ\ରିଲି ‘କ’ଣ ହେଲା ଭାଇ ? ଏତେ ସାରା ବ୍ୟାଙ୍କୀ ଅଛି ଆଉ ବୁଲି ପାରିବାନି, ଏପରି କ’ଣ
ହେଲା ? କିଛି ନୂଆ ସରକାରୀ କାନୁନ ଆସିଛି କି ?’ ସେତେବେଳେ ସେ କହିଲା, ‘ନା, ଟୀକ୍କାବାଲା ଲୁଟି ନେଉଛନ୍ତି । ଟ୍ରାଲ୍ଲୀରେ ମାରି-ପିଟି ଲୁଟି ନେଉଛନ୍ତି ।’ ବିଆରେ ଏପରି ନିର୍ବୋଧତାର କଥା ଆପଣ କେବେ ପର୍ଯ୍ୟନ୍ତ କରୁଥିବେ ?” ଲୁଟିବା ନିୟମ ଅନୁସାରେ ହୁଏ ନା ନିୟମ ବାହାରେ ? ପ୍ରତିଦିନ ଗୁରିଜଣ ଲୋକ ଲୁଟା ହେଉଥିବେ, ଏବେ ସେ ପୁରସ୍କାର ଆପଣଙ୍କୁ ମିଳିବ, ଏହାର ବିଶ୍ବାସ ଆପଣଙ୍କୁ କେମିତି ହୋଇଗଲା ?
ସେ ପୁରସ୍କାର ତ’ କେଉଁ ହିସାବବାଲାକୁ କେଉଁ ଦିନ ମିଳେ, କ’ଣ ସବୁଦିନ ପୁରସ୍କାର ମିଳୁଥିବ ?
। ଏ ଖ୍ରୀଷ୍ଟୀୟାନ ମଧ୍ୟ ପୁନର୍ଜନ୍ମ ବୁଝନ୍ତି ନାହିଁ । ଭଲା ତୁମେ କେତେ ମଧ୍ୟ ତାଙ୍କୁ କୁହ ଯେ ତୁମେ ପୁନର୍ଜନ୍ମ କାହିଁକି ବୁଝୁନାହଁ ? ତଥାପି ସେମାନେ ମାନନ୍ତି ନାହିଁ । କିନ୍ତୁ ଆମେ (ସେମାନେ ଭୁଲ୍ ଅଟନ୍ତି) ଏପରି କହିପାରିବା ନାହିଁ, କାହିଁକିନା ଏହା
Page #27
--------------------------------------------------------------------------
________________
୧୮
ମାନବ ଧର୍ମ
ମାନବତାର ବିରୁଦ୍ଧ ଅଟେ । କିଛି ବି କହିବା ଦ୍ଵାରା ଯଦି ସାମ୍ରାବାଲାକୁ ତିଳେ ମଧ୍ୟ ଦୁଃଖ ହେବ, ତାହା ମାନବ ଧର୍ମର ବିରୁଦ୍ଧ ଅଟେ । ଆପଣଙ୍କୁ ସେମାନଙ୍କୁ ପ୍ରୋତ୍ସାହିତ କରିବା ଉଚିତ୍ ।
। ଏହିପରି ଭୁଲିଗଲେ ମାନବ ଧର୍ମ । ମାନବ ଧର୍ମ ମୁଖ୍ୟବସ୍ତୁ ଅଟେ । ମାନବ ଧର୍ମ ଏକ ସମାନ ନୁହେଁ । କାହିଁକିନା, ଜଣେ ୟୁରୋପୀୟନ ଆପଣଙ୍କ ପ୍ରତି ମାନବ ଧର୍ମ ସମ୍ପନ୍ନ କରେ ଆଉ ଆପଣ ତା’ ସହ ମାନବ ଧର୍ମ ସମ୍ପନ୍ନ କରିବେ ତେବେ ଦୁହିଁଙ୍କ ମଧ୍ୟରେ ବଡ଼ ଫରକ ହେବ । କାରଣ ଏହା ପଛରେ ତା’ର ଭାବନା କ’ଣ ଆଉ ତୁମର ଭାବନା କ’ଣ । କାରଣ ଆପଣ ଡେଭଲପ୍ତ ଅଟନ୍ତି, ଅଧାମ୍ ଯେଉଁଠି ‘ଡେଭଲପ’ ହୋଇଛି ସେ ଦେଶର ଅଟନ୍ତି । ଏଥିପାଇଁ ଆମର ସଂସ୍କାର ବହୁତ ଉଚ୍ଚ ପ୍ରକାର ଅଟେ । ଯଦି ମାନବ ଧର୍ମରେ ଥିବ, ତେବେ ଆମର ସଂସ୍କାର ତ ଏତେ ଉଚ୍ଚା ଅଟେ ଯେ ତାହାର ସୀମା ନାହିଁ । କିନ୍ତୁ ଲୋଭ ଏବଂ ଲାଲତ କାରଣରୁ ଲୋକେ ମାନବ ଧର୍ମ ଭୁଲି ଗଲେଣି । ଆମର ଏଠି କ୍ରୋଧ-ମାନ-ମାୟା-ଲୋଭ ‘ଫୁଲ୍ଲୀ ଡେଭଲପ’( ପୂର୍ଣ୍ଣ ବିକଶିତ) ଅଟନ୍ତି । ଏଥିପାଇଁ ଏଠାକାର ଲୋକେ ଏ ମାନବ ଧର୍ମ ଭୁଲି ଯାଇଛନ୍ତି, କିନ୍ତୁ ମୋକ୍ଷର ଅଧିକାରୀ ଅବଶ୍ୟ ଅଟନ୍ତି । କାହିଁକିନା ଏଠି ଡେଭଲପ ହେଲା ସେବେଠାରୁ ହିଁ ମୋକ୍ଷର ଅଧିକାରୀ ହୋଇଗଲା । ସେମାନେ ମୋକ୍ଷର ଅଧିକାରୀ ନୁହନ୍ତି । ସେମାନେ ଧର୍ମର ଅଧିକାରୀ, କିନ୍ତୁ ମୋକ୍ଷର ଅଧିକାରୀ ନୁହଁନ୍ତି ।
। ମାନବତାର ବିଶେଷ ସମଝି ପ୍ରଶ୍ନକର୍ତ୍ତା : ଭିନ୍ନ ଭିନ୍ନ ମାନବତାର ଲକ୍ଷଣ ଟିକେ ବିସ୍ତାର ପୁର୍ବକ ବୁଝାନ୍ତୁ ।
ଦାଦାଶ୍ରୀ: ମାନବତାର ଗ୍ରେଡ଼( କକ୍ଷା) ଭିନ୍ନ ଭିନ୍ନ ଅଟେ । ପ୍ରତ୍ୟେକ ଦେଶର ମାନବତା ସେ ଦେଶର ଡେଭେଲପମେଣ୍ଟ ଅନୁସାରେ ସବୁ ଗ୍ରେଡ଼ ହୋଇଥାଏ । ମାନବତା ଅର୍ଥାତ୍ ନିଜର ଗ୍ରେଡ଼ ସ୍ଥିର କରିବାକୁ ହୁଏ ଯେ, ଯଦି ଆମକୁ ମାନବତା ଆଣିବାର ଅଛି, ତେବେ ‘ମୋତେ ଯାହା ଅନୁକୂଳ ହେଉଛି ତାହା ହିଁ ମୁଁ ସାମ୍ବାବାଲା ସହିତ କରିବି’ । ଆମକୁ ଯାହା ଅନୁକୂଳ ସେହିପରି ଅନୁକୂଳ ସଂଯୋଗ ଆମେ ସାମ୍ଭାବାଲା ସହିତ ବ୍ୟବହାରରେ ଆଣିବା, ତାହା ମାନବତା । ଏଥିପାଇଁ ସମସ୍ତଙ୍କ । ମାନବତା ଅଲଗା-ଅଲଗା ହୋଇଥାଏ । ମାନବତା ସମସ୍ତଙ୍କର ଏକ ସମାନ ହୋଇନଥାଏ, ସେମାନଙ୍କ ଗ୍ରେଡ଼େସନ ଅନୁସାରେ ହୋଇଥାଏ ।
Page #28
--------------------------------------------------------------------------
________________
ମାନବ ଧର୍ମ
। ୧୯
ନିଜକୁ ଯାହା ଅନୁକୂଳ ହୁଏ ସେହିପରି ଅନ୍ୟମାନଙ୍କ ପ୍ରତି ରଖୁବା ଉଚିତ୍ ଯେ ଯଦି ମୋତେ ଦୁଃଖ ହେଉଛି, ତେବେ ତା’କୁ ଦୁଃଖ କ’ଣ ପାଇଁ ହେବନାହିଁ ? ଆମର କେହି କିଛି ରିକରି ନିଏ ତ’ ଆମକୁ ଦୁଃଖ ହୁଏ, ତେବେ କାହାର ଭେରି କରିବା ସମୟରେ ଆମକୁ ବିଶ୍ଚର ଆସିବା ଉଚିତ୍ ଯେ, “ନା ! କାହାକୁ ଦୁଃଖ ହେଉ ଏପରି କେମିତି କରିପାରିବା ?? ଯଦି କେହି ମିଛ କହିଲେ ଆମକୁ ଦୁଃଖ ହୁଏ ତେବେ ଆମକୁ ମଧ୍ୟ କାହା ସହ ଏପରି କରିବା ପୂର୍ବରୁ ବିଶ୍ଚର କରିବା ଉଚିତ୍ । ପ୍ରତ୍ୟେକ ଦେଶର, ପ୍ରତ୍ୟେକ ମନୁଷ୍ୟର ମାନବତାର ଗ୍ରେଡ଼ସନ ଭିନ୍ନଭିନ୍ନ ହୋଇଥାଏ ।
। ମାନବତା ଅର୍ଥାତ୍ ‘ନିଜକୁ ଯାହା ପସନ୍ଦ ଆସେ ସେହିପରି ବ୍ୟବହାର ଅନ୍ୟମାନଙ୍କ ସହ କରିବା ।’ ଏ ଛୋଟ ବ୍ୟାଖ୍ୟା ଭଲ, କିନ୍ତୁ ପ୍ରତ୍ୟେକ ଦେଶର ଲୋକଙ୍କୁ ଅଲଗା-ଅଲଗା ଦରକାର ।
। ନିଜକୁ ଯାହା ଅନୁକୂଳ ନଆସେ, ସେପରି ପ୍ରତିକୂଳ ବ୍ୟବହାର ଅନ୍ୟମାନଙ୍କ ସହ ନକରିବା ଉଚିତ୍ । ନିଜକୁ ଅନୁକୂଳ ହେଉଥିବାପରି ବ୍ୟବହାର ଅନ୍ୟମାନଙ୍କ ସହ କରିବା ଉଚିତ୍ । ଯଦି ମୁଁ ତୁମ ଘରକୁ ଆସିଲି ସେତେବେଳେ ତୁମେ ‘ଆସନ୍ତୁ ,ବସନ୍ତୁ କହିଲ ଆଉ ତାହା ମୋତେ ଭଲ ଲାଗୁଥିବ, ତେବେ ମୋ ଘରକୁ ଯେବେ କେହି ଆସେ ସେତେବେଳେ ମୋତେ ମଧ୍ୟ ତା’କୁ ‘ଆସନ୍ତୁ, ବସନ୍ତୁ’ ଏପରି କହିବା ଉଚିତ୍, ଏହା ହିଁ ମାନବତା । ପୁଣି ଆମ ଘରକୁ କେହି ଆସିଲେ, ଆମେ ଏପରି କହିବା ନାହିଁ ଆଉ ସେମାନଙ୍କଠୁ ଆଶା କରିବା, ତାହା ମାନବତା କୁହାଯାଏ ନାହିଁ । ଆମେ କାହା ଘରକୁ ଅତିଥି ହୋଇ ଯାଇଥିବା ଆଉ ସେମାନେ ଭଲ ଭୋଜନ କରାନ୍ତୁ ଏପରି ଆଶା କରିବା, ତେବେ ଆମକୁ ମଧ୍ୟ ବିଶ୍ଚର କରିବା ଉଚିତ୍ ଯେ, ଆମ ଘରକୁ ଯେବେ କେହି ଅତଥା ଆସିବେ, ତାଙ୍କୁ ଭଲ ଭୋଜନ କରାଇବା । ଯେପରି ଦରକାର ସେହିପରି କରିବା ତାହା ମାନବତା ଅଟେ ।
। ନିଜକୁ ସାମ୍ଭାବାଲା ଜାଗାରେ ରଖ୍ ସବୁ ବ୍ୟବହାର କରିବା, ତାହା ମାନବତା ! ମାନବତା ପ୍ରତ୍ୟେକଙ୍କର ଅଲଗା-ଅଲଗା ହୋଇଥାଏ, ହିନ୍ଦୁଙ୍କର ଅଲଗା, ମୁସଲମାନଙ୍କର ଅଲଗା, ଖ୍ରୀଷ୍ଟୀୟାନଙ୍କର ଅଲଗା, ସମସ୍ତଙ୍କର ଅଲଗା-ଅଲଗା ଅଟେ । ଜୈନମାନଙ୍କ ମାନବତା ମଧ୍ୟ ଅଲଗା ଅଟେ ।
ଏମିତି ନିଜକୁ ଅପମାନ ଭଲଲାଗେ ନାହିଁ ଆଉ ଲୋକମାନଙ୍କର ଅପମାନ କରିବାରେ ଶୁରବୀର ହୋଇଥାଏ, ତାହା ମାନବତା କିପରି କୁହାଯିବ ? ଅର୍ଥାତ୍ ପ୍ରତ୍ୟେକ କଥାରେ ବିସ୍ତର ପୂର୍ବକ ବ୍ୟବହାର କରିବା, ତାହା ମାନବତା କୁହାଯାଏ ।
Page #29
--------------------------------------------------------------------------
________________
୨୦
ମାନବ ଧର୍ମ
ସଂକ୍ଷେପରେ, ପ୍ରତ୍ୟେକଙ୍କର ମାନବତା ନିଜ ଅନୁସାରେ ହୋଇଥାଏ । ‘ମୁଁ କାହାରିକୁ ଦୁଃଖ ଦେବିନାହିଁ”, ତାହା ମାନବତାର ବାଉଣ୍ଡୀ(ସୀମା) ଅଟେ ଏବଂ ସେ ବାଉଣ୍ଡୀ ପ୍ରତ୍ୟେକଙ୍କର ଅଲଗା-ଅଲଗା ହୋଇଥାଏ । ମାନବତାର କୌଣସି ସୈକୀକ ମାପଦଣ୍ଡ ନାହିଁ । ‘ଯାହାଦ୍ବାରା ମୋତେ ଦୁଃଖ ହୁଏ, ସେପରି ଦୁଃଖ ମୁଁ ଅନ୍ୟ କାହାକୁ ଦେବି ନାହିଁ । କେହି ମୋତେ ଏଭଳି ଦୁଃଖ ଦେବ ତେବେ କ’ଣ ହେବ ? ସେଥିପାଇଁ ସେଭଳି ଦୁଃଖ ମୁଁ କାହାକୁ ଦେବି ନାହିଁ ।’ ସେ ନିଜର ଯେତିକି ଡେଭଲପମେଣ୍ଟ ହୋଇଥବ, ସେ ଅନୁସାରେ କରେ ।
ସୁଖ ମିଳେ, ଦେଇ କରି ସୁଖ
ପ୍ରଶ୍ନକର୍ତ୍ତା : ମୁଁ ଜାଣିଛି ଯେ କାହାରି ମନକୁ ଦୁଃଖ ନ ହେବ, ଏହିପରି ବଞ୍ଚିବାର ଅଛି, ସେ ସବୁ ମାନବତାର ଧର୍ମ ଜାଣିଛି ।
ଦାଦାଶ୍ରୀ: ସେ ତ ସବୁ ମାନବତାର ଧର୍ମ ଅଟେ । ମାନବ ଧର୍ମର ଅର୍ଥ କ’ଣ ? ଆମେ ସାମ୍ନାବାଲାକୁ ସୁଖ ଦେବା ତେବେ ଆମକୁ ସୁଖ ମିଳିଋଲିବ । ଯଦି ଆମେ ସୁଖ ଦେବାର ବ୍ୟବହାର କରିବା ତେବେ ବ୍ୟବହାରରେ ଆମକୁ ସୁଖ ପ୍ରାପ୍ତ ହେବ ଆଉ ଦୁଃଖ ଦେବାର ବ୍ୟବହାର କରିବା ତେବେ ବ୍ୟବହାରରେ ଦୁଃଖ ପ୍ରାପ୍ତ ହେବ । ଏଥିପାଇଁ ଯଦି ଆମକୁ ସୁଖ ଦରକାର ତେବେ ବ୍ୟବହାରରେ ସମସ୍ତଙ୍କୁ ସୁଖ ଦିଅ ଆଉ ଦୁଃଖ ଦରକାର ତେବେ ଦୁଃଖ ଦିଅ । ଆଉ ଯଦି ଆତ୍ମାର ସଦ୍ଭାବିକ ଧର୍ମ ଜାଣିନେବା ତେବେ ପୁଣି ନିରନ୍ତର ସୁଖର ଅନୁଭବ ହେବ ।
ପ୍ରଶ୍ନକର୍ତ୍ତା : ସମସ୍ତଙ୍କୁ ସୁଖ ପହଞ୍ଚାଇବାର ଶକ୍ତି ପ୍ରାପ୍ତ ହେଉ, ଏପରି ପ୍ରାର୍ଥନା କରିବା ଉଚିତ୍ ନା ?
ଦାଦାଶ୍ରୀ: ହଁ, ଏପରି ପ୍ରାର୍ଥନା କରି ପାରିବା !
ଜୀବନ ବ୍ୟବହାରରେ ଯଥାର୍ଥ ମାନବ ଧର୍ମ
ପ୍ରଶ୍ନକର୍ତ୍ତା : ଏବେ ଯାହାକୁ ମନୁଷ୍ୟର ମୂଳ ଆବଶ୍ୟକତା କୁହନ୍ତି, ସେ ଭୋଜନ, ପାଣି, ଆରାମ ଆଦିର ବ୍ୟବସ୍ଥା ଆଉ ପ୍ରତ୍ୟେକ ମନୁଷ୍ୟଙ୍କୁ ଆସରା ମିଳୁ, ସେଥ୍ପାଇଁ ଚେଷ୍ଟାକରିବା ମାନବ ଧର୍ମ କୁହାଯାଏ ।
ଅଟେ । ମାନବ ଧର୍ମ ତ ଅଛି, ତାହା ପ୍ରାକୃତିକ ତୁମକୁ ଦେବାକୁ ପଡ଼େ ।
ଦାଦାଶ୍ରୀ : ମାନବ ଧର୍ମ ତ ଜିନିଷ ହିଁ ଅଲଗା ଏପର୍ଯ୍ୟନ୍ତ ଅଟେ ଯେ, ଏ ଦୁନିଆରେ ଲକ୍ଷ୍ମୀର ଯେଉଁ ଭାଗବା ଭାଗବାଣ୍ଟ ଅଟେ । ସେଥିରେ ମୋ ଭାଗରେ ଯାହା ଥାଏ ତାହା
Page #30
--------------------------------------------------------------------------
________________
ମାନବ ଧର୍ମ
ଏଥିପାଇଁ ମୋତେ ଲୋଭ କରିବାର ଆବଶ୍ୟକତା ହିଁ ନାହିଁ । ଲୋଭ ନରହିବ ତାହା ମାନବ ଧର୍ମ କୁହାଯାଏ । ଏତେ ସବୁ ତ’ ହୋଇପାରିବନି, କିନ୍ତୁ ମନୁଷ୍ୟ ଯଦି କିଛି ସୀମା ପର୍ଯ୍ୟନ୍ତ ପାଳନ କରେ ତେବେ ମଧ୍ୟ ବହୁତ ହୋଇଗଲା ।
୨୧
ପ୍ରଶ୍ନକର୍ତ୍ତା : ତେବେ ତାହାର ଅର୍ଥ ଏଇଆ ହେଲା ଯେ ଯେମିତି-ଯେମିତି କଷାୟ ରହିତ ହୋଇଗୁଲିବୁ, ତାହା ମାନବ ଧର୍ମ ଅଟେ ?
ଦାଦାଶ୍ରୀ : ନା, ଏପରି ହେବ ତେବେ ତ ପୁଣି ସେ ବୀତରାଗ ଧର୍ମରେ ଆସିଗଲା । ମାନବ ଧର୍ମ ଅର୍ଥାତ୍ କେବଳ ଏତିକି ଯେ ସ୍ତ୍ରୀ ସହ ରହିବା, ପିଲାମାନଙ୍କ ସହ ରହିବା, ଅମୁକ ସାଙ୍ଗରେ ରହିବା, ତନ୍ମୟାକାର ହୋଇଯିବା, ବାହାକରାଇବା, ଏସବୁ ଭିତରେ କଷାୟରହିତ ହେବାର ପ୍ରଶ୍ନହିଁ ନାହିଁ, କିନ୍ତୁ ଆପଣଙ୍କୁ ଯେମିତି ଦୁଃଖ ହୁଏ ସେମିତି ଅନ୍ୟମାନଙ୍କୁ ମଧ୍ୟ ଦୁଃଖ ହେବ, ଏପରି ମାନିକରି ଆପଣ ଭୁଲିବେ । ପ୍ରଶ୍ନକର୍ତ୍ତା : ହଁ, କିନ୍ତୁ ସେଥିରେ ପୁଣି ଏଇୟା ହେଲା ନା, ଯେ ଧରିନିଅ ଆମକୁ ଭୋକ ଲାଗିଲା, ଭୋକ ଏକପ୍ରକାର ଦୁଃଖ ଅଟେ । ତା’ ପାଇଁ ଆମ ପାଖରେ ସାଧନ ଅଛି, ଆମେ ଖାଆନ୍ତି । କିନ୍ତୁ ଯାହା ପାଖରେ ସେ ସାଧନ ନାହିଁ ତାକୁ ତାହା ଦେବା, ଆମକୁ ଯେଉଁ ଦୁଃଖ ହେଉଛି ତାହା ଅନ୍ୟମାନଙ୍କୁ ନହେଉ ଏପରି କରିବା, ତାହା ମଧ୍ୟ ଏକ ଦିଗରୁ ମାନବତା ହିଁ ହେଲା ନା ?
ଦାଦାଶ୍ରୀ : ନା, ଏହା ଆପଣ ଯେଉଁ ମାନୁଛନ୍ତି ନା, ତାହା ମାନବତା ନୁହେଁ । ପ୍ରକୃତିର ନିୟମ ଏପରି ଅଟେ ଯେ, ସେ ପ୍ରତ୍ୟେକଙ୍କୁ ସେମାନଙ୍କର ଭୋଜନ ପହଞ୍ଚାଇ ଦିଏ । ଗୋଟିଏ ମଧ୍ଯ ଗାଁ ହିନ୍ଦୁସ୍ତାନରେ ଏପରି ନାହିଁ, ଯେଉଁଠାରେ କୌଣସି ମନୁଷ୍ୟକୁ କେହି ଖାଇବା ପହଞ୍ଚାଇବା ପାଇଁ ଯାଉଥବ, କପଡା ପହଞ୍ଚାଇବା ପାଇଁ ଯାଉଥବ । ଏପରି କିଛି ନାହିଁ । ଏହା ତ’ କେବଳ ଏହି ସହରରେ ଥାଏ, ଏକ ପ୍ରକାର ପ୍ରତିପାଦନ(ପ୍ରତିଷ୍ଠା) କରିଛନ୍ତି ! ଏ ତ’ ବ୍ୟପାରୀ ଢଙ୍ଗ ଆପଣାଇଛନ୍ତି ଯେ ସେମାନଙ୍କ ପାଇଁ ଟଙ୍କା ଏକାଠି କରିବା । ଅସୁବିଧା ତ କେଉଁଠି ଅଛି ? ସାଧାରଣ ଜନତା, ଯେଉଁମାନେ ମାଗିପାରୁ ନାହାନ୍ତି, କିଛି କହିପାରୁ ନାହାନ୍ତି, ସେଠାରେ ଅସୁବିଧା ଅଛି । ବାକି ସବୁ ଜାଗା ଏଥିରେ କି ଅସୁବିଧା ଅଛି ? ଏ ତ’ ବିନା କାରଣରେ ଧରି ବସିଛନ୍ତି,
ବେକାରରେ !
ପ୍ରଶ୍ନକର୍ତ୍ତା : ଏପରି କେଉଁମାନେ ?
ଦାଦାଶ୍ରୀ : ଆମର ସମସ୍ତ ସାଧାରଣ ବର୍ଗ ଏପରି ହିଁ ଅଟେ । ସେଠିକୁ
Page #31
--------------------------------------------------------------------------
________________
୨୨
ମାନବ ଧର୍ମ
ଯାଆନ୍ତୁ ଏବଂ ପରନ୍ତୁ ଯେ, ଭାଇ ତୁମକୁ କ’ଣ ଅସୁବିଧା ଅଛି ? ଆଉ ଏ । ଲୋକମାନଙ୍କୁ, ଯାହାଙ୍କୁ ଆପଣ କହୁଛନ୍ତି ନା ଯେ ଏମାନଙ୍କ ପାଇଁ ଦାନ କରିବା ଉଚିତ୍, ସେମାନେ ତ ମଦପିଇକରି ମଜା ଉଡ଼ାଉଛନ୍ତି ।
ପ୍ରଶ୍ନକର୍ତ୍ତା : ତାହା ଠିକ୍ କିନ୍ତୁ ଆପଣ ଯେଉଁ କହିଲେ ଯେ ସାଧାରଣ ଲୋକଙ୍କୁ ଦରକାର ଅଛି, ତେବେ ସେମାନଙ୍କୁ ଦେବା ତାହା ଧର୍ମ ହେଲା ନା ?
ଦାଦାଶ୍ରୀ :ହଁ, କିନ୍ତୁ ସେଥିରେ ମାନବ ଧର୍ମର କ’ଣ ନେବା-ଦେବା ? ମାନବ ଧର୍ମର ଅର୍ଥ କ’ଣ ଯେ ଯେମିତି ମୋତେ ଦୁଃଖ ହେଉଛି ସେମିତି ଅନ୍ୟମନଙ୍କୁ ମଧ୍ୟ ହେଉଥିବ ସେଥିପାଇଁ ଏପରି ଦୁଃଖ ନ ହେଉ ସେହିପରି ବ୍ୟବହାର କରିବା ଉଚିତ୍ ।
ପ୍ରଶ୍ନକର୍ତ୍ତା : ଏହିଭଳି ହିଁ ହେଲା ନା ? କାହାକୁ କପଡ଼ା ନଥିବ...
ଦାଦାଶ୍ରୀ : ନା, ତାହା ଦୟାଳୁର ଲକ୍ଷଣ ହେଲା । ସବୁ ଲୋକ ଦୟା କିପରି ଦେଖାଇ ପାରିବେ ? ତାହା ତ ଯିଏ ପଇସାବାଲା ହୋଇଥିବ ସେ ହିଁ କରିପାରିବ ।
| ପ୍ରଶ୍ନକର୍ତ୍ତା : ସାମାନ୍ୟ ମନୁଷ୍ୟକୁ ଠିରେ ପ୍ରାପ୍ତ ହେଉ, ଆବଶ୍ୟକତା ସବୁ ପୂର୍ଣ୍ଣ ହେଉ, ଏଥିପାଇଁ ସାମାଜିକ ସ୍ତରକୁ ଉପରକୁ ଉଠାଇବା ପାଇଁ ଚେଷ୍ଟା କରିବା, ତାହା ଠିକ୍ ? ସାମାଜିକ ସ୍ତର ଉଠାଇବା ଅର୍ଥାତ୍, ଆମେ ସରକାର ଉପରେ ଗୁପ ପକାଇବା ଯେ ଏମିତି କର, ଏ ଲୋକମାନଙ୍କୁ ଦିଆ । ଏପରି କରିବା ମାନବ ଧର୍ମରେ ଆସେ ?
ଦାଦାତ୍ରୀ : ନା । ସେ ସବୁ ମିଥ୍ୟା ଅହଂକାର ଅଟେ, ଏ ଲୋକଙ୍କର ।
। ସମାଜସେବା କରନ୍ତି, ତାହା ତ ଲୋକଙ୍କର ସେବା କରୁଛି, ଏପରି କୁହାଯିବ ଅଥବା ଦୟାକରୁଛି, ସମ୍ବେଦନା ଦେଖାଉଛି ଏପରି କୁହାଯିବ, କିନ୍ତୁ ମାନବ ଧର୍ମ ତ ସମସ୍ତଙ୍କୁ ସ୍ପର୍ଶ କରେ । ମୋ ଘଣ୍ଟା ହଜିଯିବ ତେବେ ମୁଁ ବୁଝିବି ଯେ, କେହି ମାନବ ଧର୍ମବାଲା ଥିବ ତେବେ ମୋ ଘଣ୍ଟା ମିଳିବ । ଆଉ ସେଭଳି ଯେଉଁମାନେ ମଧ୍ୟ ସେବା କରୁଥିବେ, ସେମାନେ କୁସେବା କରୁଛନ୍ତି । ଜଣଙ୍କୁ ମୁଁ କହିଲି, “ଏ କ’ଣ କରୁଛ ?
ସେମାନଙ୍କୁ ଏସବୁ କ’ଣ ପାଇଁ ଦେଉଛି ? ଏପରି ଦିଆଯାଏ ! ଆସିଲେ ବଡ଼ ସେବା କରିବାବାଲା ! ସେବକ ଆସିଲେ ! କ’ଣ ଦେଖୁକି ସେବା କରିବା ପାଇଁ ବାହାରିଛ ?” ଲୋକଙ୍କର ଟଙ୍କା ଭୁଲ ରାସ୍ତାରେ ଯାଉଛି ଆଉ ଲୋକେ ଦେଇଆସୁଛନ୍ତି ମଧ୍ୟ ।
ପ୍ରଶ୍ନକର୍ତ୍ତା : କିନ୍ତୁ ଆଜି ତାହାକୁ ହିଁ ମାନବ ଧର୍ମ କୁହାଯାଏ । ଦାଦାଶ୍ରୀ : ମଣିଷମାନଙ୍କୁ ଖତମ କରିପକାଉଛି, ତୁମେ ସେମାନଙ୍କୁ
Page #32
--------------------------------------------------------------------------
________________
। ମାନବ ଧର୍ମ
୨୩
ବଞ୍ଚିବାକୁ ମଧ୍ୟ ଦେଉ ନାହିଁ । ସେ ଲୋକକୁ ମୁଁ ବହୁତ ଗାଳି ଦେଲି । କିଭଳି ଲୋକ ତୁମେ ? ତୁମକୁ ଏପରି କିଏ ଶିଖାଇଲା ? ଲୋକମାନଙ୍କ ପାଖରୁ ପଇସା ଆଣିବା । ଆଉ ନିଜ ଦୃଷ୍ଟିରେ ଯିଏ ଗରିବ ଲାଗେ ତାକୁ ଡାକିକରି ଦେବା। ଆରେ, ତାହାର ଥର୍ମୋମିଟର (ମାପଦଣ୍ଡ) କ’ଣ ? ଏ ଗରିବ ଲାଗିଲା ଏଥିପାଇଁ ତାକୁ ଦେବା ଆଉ ଏ ଲାଗିଲା ନାହିଁ ଏଥିପାଇଁ କ’ଣ ତାକୁ ଦେବା ନାହିଁ ? ଯାହାକୁ କଷ୍ଟର ଠିକ୍ ଭାବରେ ବର୍ଣ୍ଣନା କରିବା ଆସିଲା ନାହିଁ, ତାକୁ ଦେବା ନାହିଁ ଆଉ ଅନ୍ୟକୁ ଭଲ କହିବା ଆସିଲା, ତାକୁ ଦେବା । ଆସିଲା ବଡ଼ ଥର୍ମୋମିଟରବାଲା ! ପରେ ସେ ମୋତେ କହିଲା ଆପଣ ମୋତେ ଅନ୍ୟ କିଛି ରାସ୍ତା ଦେଖାନ୍ତୁ । ମୁଁ କହିଲି, ଏ ଲୋକ ଶରୀର ହିସାବରେ ତାଗଡ଼ା ଅଛି, ତା’କୁ ନିଜ ଟଙ୍କାରେ ହଜାରେ-ଦେଢ଼ହଜାରର ଏକ ଠେଲା ଆଣି ଦେବ, ଆଉ ଦୁଇଶହ ଟଙ୍କା ନଗଦ ଦେଇକରି କହିବ ଯେ ପରିବା-ପତ୍ର ନେଇ ଆଣ ଆଉ ବିକିବା ଆରମ୍ଭ କରିଦେ । ଆଉ ତାକୁ କହିବ ଯେ, ଏ ଠେଲାର ଭଡ଼ା ବାବଦାରେ ପ୍ରତି ଦୁଇ ଘୁରି ଦିନରେ ପଷ ଟଙ୍କା ଦେଇ ଆସିବୁ ।
ପ୍ରଶ୍ନକର୍ତ୍ତା : ପ୍ରୀ ଦେବୁ ନାହିଁ । ତା’କୁ ଏପରି ଉତ୍ପାଦନର ସାଧନ ଦେବୁ ।
। ଦାଦାଶ୍ରୀ : ହଁ, ନଚେତ ଏମିତି ତ ତୁମେ ତା’କୁ ବେକାର ବନଉଛି । ସାରା ସଂସାରରେ କେଉଁଠି ବେକାରୀ ନାହିଁ, ଏପରି ବେକାରୀ ତୁମେ ସୃଷ୍ଟି କରିଛି । ଏହା ଆମ ସରକାର ବିସ୍ତାର କରିଛନ୍ତି । ଏସବୁ କରି, ଏ ତ’ ଭୋଟ ନେବା ପାଇଁ ଏ ସବୁ ତୋଫାନ ଋଲିଛି ।
ମାନବ ଧର୍ମ ତ’ ସେଫସାଇଡ଼ ହିଁ ଦେଖାଏ ।
। ପ୍ରଶ୍ନକର୍ତ୍ତା : ଏହା ଠିକ୍ କଥା ଯେ ଆମେ ଦୟା ଦେଖାଇଲେ ସେଥିରେ ଏକ ପ୍ରକାରର ଏପରି ଭାବନା ହୁଏ ଯେ ସେ ଅନ୍ୟ କାହା ଯୋଗୁଁ ବଞ୍ଚିଛି ।
ଦାଦାଶ୍ରୀ : ତାକୁ ଖାଇବା-ପିଇବା ପାଇଁ ମିଳିଗଲା, ଏଥିପାଇଁ ପୁଣି ଯଦି ତାଙ୍କ ଭିତରେ କେହି ମଦ ରଖୁଥିବ, ସେଠାରେ ଯାଇ ବସେ ଏବଂ ଖାଇ-ପିଇ ମଜା ଉଡ଼ାଏ ।
ପ୍ରଶ୍ନକର୍ତ୍ତା : ହଁ ଏପରି ପିଅନ୍ତି, ତାହାର ଉପଯୋଗ ଏଭଳି ହୁଏ ।
ଦାଦାଶ୍ରୀ : ଯଦି ଏମିତି ହେଉଛି, ତେବେ ସେମାନଙ୍କୁ ବିଗାଡ଼ିବା ଉଚିତ୍ ନୁହେଁ । ଯଦି ଆମେ କାହାକୁ ସୁଧାରିପାରିବା ନାହିଁ ତେବେ ତାକୁ ବିଗାଡ଼ିବା ମଧ୍ୟ ଅନୁଚିତ୍ । ତାହା କିପରି ? ଏ ଲୋକମାନେ ଯେଉଁ ସେବା କରୁଛନ୍ତି ସେମାନେ
Page #33
--------------------------------------------------------------------------
________________
୨୪
ମାନବ ଧର୍ମ
ଅନ୍ୟମାନଙ୍କଠାରୁ କପଡ଼ା ଆଣି ଏପରି ଲୋକଙ୍କୁ ଦିଅନ୍ତି, କିନ୍ତୁ ଏପରି ନେଉଥିବା ଲୋକେ କପଡ଼ା ବିକିକରି କଂସାବାସନ ନିଅନ୍ତି, ପଇସା ନିଅନ୍ତି । ଏପରି ନକରି ସେମାନଙ୍କୁ କିଛି କାମରେ ଲଗାଇ ଦିଅ । ଏଭଳି କପଡ଼ା ଆଉ ଖାଇବା ଦେବା, ମାନବ ଧର୍ମ ନୁହଁ । ସେମାନଙ୍କୁ କିଛି କାମରେ ଲଗାଅ ।
କଥାକୁ ସମସ୍ତେ ସ୍ୱୀକାର କରୁଛନ୍ତି ଆଉ ସେଥିରେ ତ’ କେବଳ ଦାନ ଦେଇ ସେମାନଙ୍କୁ ପଙ୍ଗୁ ବନାଉଛନ୍ତି ।
ପ୍ରଶ୍ନକର୍ତ୍ତା : ଆପଣ ଯେଉଁ କହୁଛନ୍ତି ସେ
ଦାଦାଶ୍ରୀ : ସେଥିପାଇଁ ଏସବୁ ପଙ୍ଗୁପଣ ଆଜି ଅଛି । ଏତେ ଅଧିକ ଦୟାଳୁ ଲୋକ, କିନ୍ତୁ ଏପରି ଦୟା କରିବାର ଆବଶ୍ୟକତା ନାହିଁ । ତାକୁ ଗୋଟିଏ ଠେଲା ଆଣି ଦିଅ, ଶାଗ-ପରିବା ଆଣିଦିଅ, ଦିନେ ବିକିବ, ତା’ ପରଦିନ ବିକିବ ତା’ ରୋଜଗାର ଆରମ୍ଭ ହୋଇଗଲା । ଏପରି ବହୁତ ରାସ୍ତା ଅଛି ।
ମାନବ ଧର୍ମର ନିଶାନୀ(ଲକ୍ଷଣ)
ପ୍ରଶ୍ନକର୍ତ୍ତା : ଆମେ ନିଜ ସାଙ୍ଗମାନଙ୍କ ମଧ୍ୟରେ ଦାଦାଜୀଙ୍କ କଥା କହୁ, ତେବେ ସେମାନେ କୁହନ୍ତି, ‘ଆମେ ମାନବ ଧର୍ମ ପାଳନ କରୁଛୁ ଆଉ ଏତିକି ଯଥେଷ୍ଟ ଅଟେ’, ଏମିତି କହି କଥାକୁ ଟାଳି ଦିଅନ୍ତି ।
ଦାଦାଶ୍ରୀ : ହଁ, କିନ୍ତୁ ମାନବ ଧର୍ମ ପାଳିବେ ତେବେ ମୁଁ ତାଙ୍କୁ ‘ଭଗବାନ’ କହିବି । ଖାଇଲ, ଗାଧୋଇଲ, ଚା’ ପିଇଲ ତାହା ମାନବ ଧର୍ମ ନୁହେଁ ।
ପ୍ରଶ୍ନକର୍ତ୍ତା : ନା । ମାନବ ଧର୍ମ ଅର୍ଥାତ୍ ଲୋକେ ଏପରି କହୁଛନ୍ତି ଯେ, ପରସ୍ପରକୁ ସାହାଯ୍ୟ କରିବା, କାହାର ଭଲ କରିବା, ଲୋକଙ୍କ ପାଇଁ ହେଲୁଫୁଲ ହେବା । ଲୋକେ ଏସବୁ କୁ ମାନବ ଧର୍ମ ବୁଝୁଛନ୍ତି |
ଦାଦାଶ୍ରୀ : ତାହା ମାନବ ଧର୍ମ ନୁହେଁ । ପଶୁ-ପକ୍ଷୀମାନେ ମଧ୍ୟ ନିଜ ପରିବାରକୁ ସାହାଯ୍ୟ କରିବାର ସମଝ ରଖନ୍ତି ବିଚରା !
ମାନବ ଧର୍ମ ଅର୍ଥାତ୍ ପ୍ରତ୍ୟେକ କଥାରେ ତାକୁ ବିଲ୍ଵର ଆସେ ଯେ ମୋ ସହ ଏପରି ହେବ ତେବେ କ’ଣ ହେବ ? ଏ ବିୟର ପ୍ରଥମେ ନଆସିଲେ ସେ ମାନବ ଧର୍ମରେ ନାହିଁ । କେହି ମୋତେ ଗାଳି ଦେଲା, ସେ ସମୟରେ ପ୍ରତିବାଦରେ ମୁଁ ତାକୁ ଗାଳି କରିବା ପୂର୍ବରୁ ମୋ ମନରେ ଏପରି ହୁଏ ଯେ, ‘ଯଦି ମୋତେ ଏତେ ଦୁଃଖ ହେଉଛି ତେବେ ପୁଣି ମୁଁ ଗାଳି କଲେ ତାକୁ କେତେ ଦୁଃଖ ହେବ !’ ଏପରି ବୁଝି କରି ସେ ଗାଳି ନଦେଇ ସମାଧାନ କରିଦିଏ ।
Page #34
--------------------------------------------------------------------------
________________
। ମାନବ ଧର୍ମ
୨୫
ଏହା ମାନବ ଧର୍ମର ପ୍ରଥମ ନିଶାନୀ ଅଟେ । ଏଇଠୁ ମାନବ ଧର୍ମ ଆରମ୍ଭ ହୁଏ । ମାନବ ଧର୍ମର ବିଗନିଗ୍( ଆରମ୍ଭ) ଏହିଠାରୁ ହିଁ ହେବା ଉଚିତ୍ ! ବିଗନିଙ୍ଗ ହିଁ ନ ହେବ ତେବେ ସେ ମାନବ ଧର୍ମ ବୁଝି ହିଁ ନାହିଁ ।
ପ୍ରଶ୍ନକର୍ତ୍ତା : ‘ମୋତେ ଦୁଃଖ ହୁଏ ସେହିପରି ଅନ୍ୟ ମାନଙ୍କୁ ମଧ୍ୟ ଦୁଃଖ ହୁଏ’ ଏ ଯେଉଁ ଭାବ, ସେ ଭାବ ଯେମିତି ଯେମିତି ଡେଭଲପ ହୁଏ, ତେବେ ପୁଣି ମଣିଷର ମଣିଷ ପ୍ରତି ଅଧିକରୁ ଅଧିକ ଏକତା ଡେଭଲପ ହୋଇ ଗୁଲେ ନା ?
ଦାଦାଶ୍ରୀ : ତାହା ତ’ ହୋଇଲେ, ସମ୍ପୂର୍ଣ୍ଣ ମାନବ ଧର୍ମର ଉର୍ଷ ହୁଏ । ପ୍ରଶ୍ନକର୍ତ୍ତା : ହଁ ତାହା ସହଜରୂପରେ ଉର୍ଷ ହୋଇଲେ । ଦାଦାଶ୍ରୀ : ସହଜରୂପେ ହୁଏ । । ପାପ କମ୍ କରିବା, ତାହା ପ୍ରକୃତ ମାନବ ଧର୍ମ
ମାନବ ଧର୍ମ ଦ୍ଵାରା ତ’ ଅନେକ ପ୍ରଶ୍ନର ସମାଧାନ ହୋଇଯାଏ ଆଉ ମାନବ ଧର୍ମ ଲେବଲ( ସାପେକ୍ଷିକ ସ୍ତର) ରେ ହେବା ଉଚିତ୍ । ଲୋକେ ଟୀକା କରନ୍ତି, ତାହା ମାନବ ଧର୍ମ କୁହାଯାଏ ହିଁ ନାହିଁ । କେତେ ଲୋକଙ୍କୁ ମୋକ୍ଷର ଆବଶ୍ୟକତା ନାହିଁ, କିନ୍ତୁ ମାନବ ଧର୍ମ ତ’ ସମସ୍ତଙ୍କୁ ଦରକାର ନା ! ମାନବ ଧର୍ମରେ ଆସିଲେ ବହୁତ ସାରା ପାପ କମ୍ ହୋଇଯାଏ ।
ତାହା ସମଝଦାରୀପୂର୍ବକ ହେବା ଉଚିତ୍ । ପ୍ରଶ୍ନକର୍ତ୍ତା : ମାନବ ଧର୍ମରେ, ଅନ୍ୟମାନଙ୍କ ପ୍ରତି ଯଦି ଆମର ଅପେକ୍ଷା ଥିବ ଯେ ତାକୁ ମଧ୍ୟ ଏହିଭଳି ବ୍ୟବହାର କରିବା ଉଚିତ୍, ତେବେ ତାହା ଅନେକ ଥର ଅତ୍ୟାର ବନିଯାଏ ।
। ଦାଦାତ୍ରୀ : ନା ! ପ୍ରତ୍ୟେକଙ୍କୁ ମାନବ ଧର୍ମରେ ରହିବା ଉଚିତ୍ । ସାମ୍ବାବାଲାକୁ ଏପରି ହେବା ଦରକାର, ସେମିତି କୌଣସି ନିୟମ ନଥାଏ । ମାନବ ଧର୍ମ ଅର୍ଥାତ୍ ନିଜେ ବୁଝିକରି ମାନବ ଧର୍ମର ପାଳନ କରିବା ସିଖେ ।
। ପ୍ରଶ୍ନକର୍ତ୍ତା : ହଁ ନିଜେ ବୁଝିକରି ! କିନ୍ତୁ ଏ ତ’ ଅନ୍ୟଙ୍କୁ କୁହନ୍ତି ଯେ ତୁମକୁ ଏପରି ବ୍ୟବହାର କରିବା ଉଚିତ୍, ଏମିତି କରିବ, ସେମିତି କରିବାକୁ ପଡିବ । । ଦାଦାଶ୍ରୀ : ଏପରି କହିବାର ଅକାର କାହାର ଅଛି ? ତୁମେ କ’ଣ ଗଭର୍ନର ଅଟ ? ତୁମେ ଏପରି କହି ପାରିବ ନାହିଁ ।
Page #35
--------------------------------------------------------------------------
________________
୨୬
ମାନବ ଧର୍ମ
ପ୍ରଶ୍ନକର୍ତ୍ତା : ହଁ, ଏଥପାଇଁ ତାହା ଅତ୍ୟାସ୍ତର ବନିଯାଏ ।
ଦାଦାଶ୍ରୀ : ଅତ୍ୟାୟର ହିଁ କୁହାଯିବ ! ଖୋଲା ଅତ୍ୟାୟର ! ତୁମେ କାହାକୁ ବାଧ୍ୟ କରିପାରିବ ନାହିଁ । ତୁମେ ତାକୁ ବୁଝାଇ ପାରିବ ଯେ ଭାଇ, ଏପରି କରିବ ତେବେ ତୁମକୁ ଲାଭଦାୟକ ହେବ, ତୁମେ ସୁଖ୍ ହେବ । ବାଧ୍ୟ ତ’ କରିପାରିବାନି କାହାରିକୁ ।
ଏପରି ଉଜ୍ଜଳ କରିବା ମନୁଷ୍ୟ
ଜୀବନ...
ଏହା ମଣିଷତ୍ଵ କିପରି କୁହାଯିବ ? ଦିନସାରା ଖାଇ-ପିଇକରି ବୁଲିଲେ ଆଉ ଜଣେ ଦିଜଣଙ୍କୁ ଗାଳି କରିକି ଆସିଲେ ଏବଂ ପୁଣି ରାତିରେ ଶୋଇଗଲେ, ଏହାକୁ ମଣିଷ ପଣିଆ କିପରି କହିପାରିବା ? ଏହିଭଳି ମଣିଷ ଜୀବନକୁ ଲଜ୍ଜିତ କରୁଛନ୍ତି । ମଣିଷତ୍ତ୍ଵ ତ’ ତାକୁ କୁହାଯିବ ଯେ, ସନ୍ଧ୍ୟାବେଳକୁ ପାଞ୍ଚ-ପଚିଶ-ଶହେ ଲୋକଙ୍କୁ ଥଣ୍ଡା ପହଞ୍ଚେଇ(ସୁଖ ଦେଇ) ଘରକୁ ଆସିଥିବ! ଆଉ ଏ ତ’ ମଣିଷ ଜୀବନକୁ ଲଜ୍ଜିତ କଲା !
ପୁସ୍ତକ ପହଞ୍ଚାଅ ସ୍କୁଲ-କଲେଜରେ
ଏ ତ’ ନିଜକୁ ନଜେ କ’ଣ ଭାବି ନେଇଛନ୍ତି ? କହୁଛନ୍ତି, ‘ଆମେ ମାନବ ଅଟୁ । ଆମକୁ ମାନବ ଧର୍ମ ପାଳନ କରିବାର ଅଛି ।’ ମୁଁ କହିଲି, ‘ହଁ, ନିଶ୍ଚୟ ପାଳନ କର । ନବୁଝି ବହୁତ ଦିନ କଲ, କିନ୍ତୁ ଏବେ ସଠିକ ବୁଝିକରି ମାନବ ଧର୍ମର ପାଳନ କରିବାର ଅଛି ।’ ମାନବ ଧର୍ମ ତ’ ଅତି ଶ୍ରେଷ୍ଠ ବସ୍ତୁ ଅଟେ ।
ପ୍ରଶ୍ନକର୍ତ୍ତା : କିନ୍ତୁ ଦାଦାଜୀ, ଲୋକେ ତ ମାନବ ଧର୍ମର ପରିଭାଷା ହିଁ ଅଲଗା ପ୍ରକାରର ଦେଉଛନ୍ତି । ମାନବ ଧର୍ମକୁ ବିଲକୁଲ ଅଲଗା ପ୍ରକାରର ବୁଝୁଛନ୍ତି |
ଦାଦାଶ୍ରୀ : ହଁ, ତାହାର କୌଣସି ଭଲ ପୁସ୍ତକ ହିଁ ନାହିଁ । କିଛି ସନ୍ଥ ଲେଖନ୍ତି କିନ୍ତୁ ତାହା ପୂର୍ବ ରୂପରେ ଲୋକଙ୍କୁ ବୁଝାପଡେ ନାହିଁ । ଏଥିପାଇଁ ଏପରି ହେବା ଉଚିତ୍ ଯେ, ପୂରା ଜିନିଷ(କଥା) ପୁସ୍ତକ ରୂପରେ ପଢ଼ିବ, ବୁଝିବ ତେବେ ଯାଇ ତା ମନରେ ଏପରି ଲାଗେ ଯେ ମୁଁ ଯାହା କିଛି ମାନୁଛି ସେ ସବୁ ଭୂଲ୍ ଅଟେ । ଏପରି ମାନବ ଧର୍ମର ପୁସ୍ତକ ପ୍ରସ୍ତୁତ କରି ସ୍କୁଲର ସମାନ ଆୟୁବର୍ଗର ପିଲାମାନଙ୍କୁ ସିଖାଇବା ଉଚିତ୍ । ଜାଗୃତିର ଆବଶ୍ୟକତା ଅଲଗା ଜିନିଷ ଅଟେ ଆଉ ଏ ସାଇକୋଲୋଜିକାଲ ଇଫେକ୍ଟ (ମାନସିକ ପ୍ରଭାବ) ଅଲଗା ଜିନିଷ ଅଟେ । ସ୍କୁଲରେ ଏପରି ଶିଖିଲେ ସେମାନଙ୍କୁ ମନେ ରହିବ । କାହାର କିଛି ଖସିପଡ଼ିଥିବା ଜିନିଷ ମିଳିଲେ ତାଙ୍କୁ ତୁରନ୍ତ ମନେ ପଡ଼ିବ,
Page #36
--------------------------------------------------------------------------
________________
ମାନବ ଧର୍ମ
। ୨୭
“ଆରେ,ମୋର ଖସିପଡ଼ିଥିଲେ ମୋତେ କେମିତି ଲାଗିଥାନ୍ତା ? ଏହାଦ୍ଵାରା ଅନ୍ୟମାନଙ୍କୁ କେତେ ଦୁଃଖ ହେଉଥିବ ? ବାସ୍, ଏହି ସାଇକୋଲୋଜିକଲ ଇଫେକ୍ଟ । ଏଥିରେ ଜାଗୃତିର ଆବଶ୍ୟକତା ନାହିଁ । ଏଥିପାଇଁ ଏଭଳି ପୁସ୍ତକ ଛାପିକରି ସମସ୍ତ ସ୍କୁଲକଲେଜରେ ଏକ ନିର୍ଦ୍ଦିଷ୍ଟ ବୟସ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନଙ୍କ ପାଇଁ ଉପଲବ୍ଧ କରାଇବା ଉଚିତ୍ ।
। ମାନବ ଧର୍ମର ପାଳନ କରିବା ତେବେ ପୁଣ୍ୟ କରିବାର ଆବଶ୍ୟକତା ହିଁ ନାହିଁ । ତାହା ପୁଣ୍ୟ ହିଁ ଅଟେ । ମାନବ ଧର୍ମର ତ’ ପୁସ୍ତକ ଲେଖାଯିବା ଦରକାର ଯେ, ମାନବ ଧର୍ମ ଅର୍ଥାତ୍ କ’ଣ ? ଏଭଳି ପୁସ୍ତକ ଲେଖାଯାଉ, ଯେଉଁ ପୁସ୍ତକ ଭବିଷ୍ୟତରେ ମଧ୍ୟ ଲୋକମାନଙ୍କୁ ପଢ଼ିବା ପାଇଁ ମିଳିବ !
ପ୍ରଶ୍ନକର୍ତ୍ତା : ତାହା ତ? ଏ ଭାଇ ଖବରକାଗଜରେ ଲେଖୁଦେବେ ନା ? । ଦାଦାତ୍ରୀ : ନା, ତାହା ଚଳିବ ନାହିଁ । ଲେଖାହୁଆ ଖବରକାଗଜ ତ’ ରଦ୍ଦିକୁ ଭୁଲିଯାଏ । ଏଥିପାଇଁ ପୁସ୍ତକ ଛାପିବା ଉଚିତ୍ । ପୁଣି ସେ ପୁସ୍ତକ ଯଦି କାହା ପାଖରେ ପଡ଼ିଥିବ ତେବେ ପୁଣି ଛାପିବାବାଲା କେହି ମିଳିଯିବ । ଏଥିପାଇଁ ମୁଁ କହୁଛି ଯେ ଏ । ସବୁ ହଜାର ହଜାର ପୁସ୍ତକ ସବୁ ଆବାଣୀ ପୁସ୍ତକ ବାଣ୍ଟି ସ୍କୁଲ । ଗୋଟେଅଧେ ରହିଯାଇଥିବ ତେବେ ଭବିଷ୍ୟତରେ ମଧ୍ୟ ଲୋକଙ୍କ କାମରେ ଆସିବ, ନହେଲେ ବାକି ଏସବୁ ତ ରଦ୍ଦିରେ ଗୁଲିଯିବ । ଯେଉଁ ଖବରକାଗଜ ଲେଖାଯାଉଛି, ତାହା ସୁନା ପରି ହୋଇଥିବ, ତଥାପି ପରଦିନ ରବ୍ଦରେ ବିକିଦେବେ ଆମ ହିନ୍ଦୁସ୍ତାନର ଲୋକ ! ଭିତରେ ଭଲ ପୃଷ୍ଠା ଥିବ ତାକୁ ଫାଡିବେ ନାହିଁ, କାହିଁକିନା ରଦ୍ଦରେ ସେତିକି ଓଜନ କମ ହୋଇଯିବ ନା ! ସେଥିପାଇଁ ଏ ମାନବ ଧର୍ମ ଉପରେ ଯଦି ପୁସ୍ତକ ଲେଖାଯାଏ...
ପ୍ରଶ୍ନକର୍ତ୍ତା : ଦାଦାଜୀଙ୍କ ବାଣୀ ମାନବ ଧର୍ମ ଉପରେ ବହୁତ-ସାରା ଥିବ ! । ଦାଦାଶ୍ରୀ : ବହୁତ, ବହୁତ, କାଫି ବାହାରିଛି । ମୁଁ ନୀରୁବହନକୁ ପ୍ରକାଶିତ କରିବା ପାଇଁ କହିବି । ନୀରୂବହନକୁ କୁହ ନା ! ବାଣୀ ବାହାର କରି ପୁସ୍ତକ ପ୍ରସ୍ତୁତ କରୁ ।
। ମାନବତା ମୋକ୍ଷ ନୁହଁ । ମାନବତାରେ ଆସିବା ପଶ୍ଚାତ୍ ମୋକ୍ଷ ପ୍ରାପ୍ତିର ପ୍ରସ୍ତୁତି ହୁଏ, ନହେଲେ ମୋକ୍ଷ ପ୍ରାପ୍ତ କରିବା କିଛି ସରଳ ନୁହଁ ।
ଜୟ ସଚ୍ଚିଦାନନ୍ଦ
Page #37
--------------------------------------------------------------------------
________________
ପ୍ରାପ୍ତିସ୍ନାନ
ଦାଦା ଭଗବାନ ପରିବାର ଅଡାଲଜ : ତ୍ରିମନ୍ଦିର,ସୀମନ୍ଧର ସିଟୀ,ଅହମଦାବାଦ-କଲୋଲ ହାଇୱେ, ପୋଷ୍ଟ-ଅଡ଼ାଲଜ,
ଜିଲ୍ଲା-ଗାନ୍ଧିନଗର,ଗୁଜରାଟ-୩୮୨୪୨୧,ଫୋନ-(୦୭୯)୩୯୮୩୦୧୦୦ ରାଜକୋଟ : ତ୍ରିମନ୍ଦିର,ଅହମଦାବାଦ-ରାଜକୋଟ ହାଇୱେ, ତରଘଡିୟା ଚୋକଡ଼ି (ସର୍କଲ),
। ପୋ-ମାଲିୟାଣ, ଜିଲ୍ଲା-ରାଜକୋଟ,ଫୋନ-୯୨୭୪୧ ୧୧୩୯୩ ଭୁଜ୍ : ତ୍ରିମନ୍ଦିର, ହିଲ୍ ଗାର୍ଡେନର ପଛ, ଏୟାରପୋର୍ଟ ରୋଡ,(୦ ୨୮୩୨) ୨୯୦୧ ୨୩ ଗୋy : ତ୍ରିମନ୍ଦିର, ଭାମେୟା ଗାଁ, ଏନ୍ସିଆଇ ଗୋଡାଉନ୍ ସାମନାରେ, ଗୋଧା । (ଜି-ଫଚମହାଲ)
। ଫୋନ-(୦ ୨୬୭ ୨) ୨୬୨୩୦୦ ମୋର ବୀ :ତ୍ରି ମନ୍ଦିର, ମୋରବୀ-ନବଲଖି ହାଇୱେ,ପୋ :ଜୟପୁର, ଜିଲ୍ଲା-ରାଜକୋଟ ,
| (o ୨୮୨ ୨) ୨୯୭୦୯୭ ଅମ୍ବରେଲି: ତ୍ରିମନ୍ଦିର,ଲିଲିୟା ରୋଡ, ବାଇପାସ ଚୋକଡି,ଖାରାବାଡି, ୯୯ ୨୪୩୪୪୪୬୦ ସୁରେନ୍ଦ୍ରନଗର :ତ୍ରିମନ୍ଦିର,ସୁରେନ୍ଦ୍ରନଗର-ରାଜକୋଟ ହାଇୱେ,ଲୋକ ବିଦ୍ୟାଳୟ ପାଖ, ମୂଳି
ରୋଡ,୯୮୭୯ ୨୩୨୮୭୭ ଅହମଦାବାଦ :ଦାଦା ଦର୍ଶନ, ୫, ମମତାପାର୍କ ସୋସାଇଟୀ, ନବ ଗୁଜରାଟ କଲେଜ
। ପଛ, ଉସ୍ନାନପୁରା,ଅହମଦାବାଦ-୩୮୦୦୧୪,ଫୋନ-(୦୭୯) ୨୭୫୪୦୪୦୮ ବଡୋଦରା : ଦାଦା ମନ୍ଦିର, ୧୭,ମାମା କି ପୋଲ-ମୁହଲ୍ଲା,ରାବପୁରା ପୋଲିସ ଷ୍ଟେସନ ପାଖ,ସଲାଟ
ୱାଡା, ବଡୋଦରା, ୯୯୨୪୩୪୩୩୩୫ ମୁମ୍ବାଇ: ୯୩୨୩୫ ୨୮୯୦୧ , ବାଙ୍ଗାଲୋର :୯୫୯୦୯୭୯୦୯୯, କୋଲକତା:୦୩୩। ୩ ୨୯୩୩୮୮୫, ଜଳନ୍ଧର: ୯୮୧୪୦୬୩୦୪୩, ଜୟ ପୁର:୯୩୫ ୧୪ ୦୮ ୨୮୫, ହାଇଦ୍ରାବାଦ : ୯୯୮୯୮୭୭୭୮୬,ଇନ୍ଦୋର:୯୮୯୩୫୪୫୩୫୧ , ଅମରାବତୀ : ୯୪୨ ୨୯ ୧୫୦୬୪,ରାୟପୁର:୯୩୨୯୫ ୨୩୭୩୭ , ଭିଲାଈ: ୯୮୨୭୪୮୧୩୩୬ , ଦିଲ୍ଲୀ:୯୮୧୦୦୯୮୫୬୪,ଭୋପାଲ୍: ୯୪ ୨୫୦ ୨୪୪୦୫,ଚେନ୍ନାଇ:୯୩୮୦୧୫୯୯୫୭ । ଓଡିଶା:୮୭୬୩୦୭୩ ୧୧୧
www.dadabhagwan.org Email : info@dadabhagwan.org
Page #38
--------------------------------------------------------------------------
________________ ମାନବ ଧର୍ମ ଆପଣାନ୍ତୁ ଜୀବନରେ ! / ମାନବ ଧର୍ମ ଅର୍ଥାତ ପ୍ରତ୍ୟେକ କଥାରେ ତା’କୁ ବିଚାର ଆସେ ଯେ ମୋ ସହିତ ଏମିତି ହେଲେ କ'ଣ ହେବ ? କେହି ମୋତେ ଗାଳି ଦେଲା ସେତେବେଳେ ମୁଁ ବି ତା’କୁ ଗାଳି ଦିଏ, ତା ପୂର୍ବରୁ ମୋ ମନରେ ଏପରି ହେବା ଉଚିତ ଯେ ଯଦି ମୋତେ ହିଁ ଏତେ ଦୁଃଖ ହେଉଛି ତେବେ ପୁଣି ମୋ ଗାଳି ଦେବାରେ ତା’କୁ କେତେ ଦୁଃଖ ହେବ !" ଏପରି ମନରେ ଭାବି ସେ ସମାଧାନ କରିନେବ ତେବେ ଏହାର ଅନ୍ତ ଆସିବ / ଏହା ମାନବ ଧର୍ମର ପ୍ରଥମ ସଂକେତ ଅଟେ / ସେହିଠାରୁ ମାନବଧର୍ମ ଆରମ୍ଭ ହୁଏ / ଏଥିପାଇଁ ଏ ପୁସ୍ତକ ଛାପିକରି ସବୁ ସ୍କୁଲ-କଲେଜରେ ଆରମ୍ଭ ହୋଇଯିବା ଉଚିତ / ସମସ୍ତ କଥା ପୁସ୍ତକରୂପରେ ପଢ଼ିଦେ, ଦୁଝିବେ ତେବେ ତାଙ୍କ ମନରେ ଏପରି ହୁଏ ଯେ ଏସବୁ ଆମେ ଯେଉଁ ମାନୁଛନ୍ତି, ତାହା ଭୁଲ ଅଟେ / ଏବେ ସତ ବୁଝିକରି ମାନବ ଧର୍ମର ପାଳନ କରିବାର ଅଛି / ମାନବ ଧର୍ମ ତ’ ବହୁତ ଶ୍ରେଷ୍ଠ ବସ୍ତୁ ଅଟେ / -ଦାଦାତ୍ରୀ N2r 1,10H 24988 To Printed in India Price 10 dadabhagwan.org