SearchBrowseAboutContactDonate
Page Preview
Page 33
Loading...
Download File
Download File
Page Text
________________ ୨୪ ମାନବ ଧର୍ମ ଅନ୍ୟମାନଙ୍କଠାରୁ କପଡ଼ା ଆଣି ଏପରି ଲୋକଙ୍କୁ ଦିଅନ୍ତି, କିନ୍ତୁ ଏପରି ନେଉଥ‌ିବା ଲୋକେ କପଡ଼ା ବିକିକରି କଂସାବାସନ ନିଅନ୍ତି, ପଇସା ନିଅନ୍ତି । ଏପରି ନକରି ସେମାନଙ୍କୁ କିଛି କାମରେ ଲଗାଇ ଦିଅ । ଏଭଳି କପଡ଼ା ଆଉ ଖାଇବା ଦେବା, ମାନବ ଧର୍ମ ନୁହଁ । ସେମାନଙ୍କୁ କିଛି କାମରେ ଲଗାଅ । କଥାକୁ ସମସ୍ତେ ସ୍ୱୀକାର କରୁଛନ୍ତି ଆଉ ସେଥ‌ିରେ ତ’ କେବଳ ଦାନ ଦେଇ ସେମାନଙ୍କୁ ପଙ୍ଗୁ ବନାଉଛନ୍ତି । ପ୍ରଶ୍ନକର୍ତ୍ତା : ଆପଣ ଯେଉଁ କହୁଛନ୍ତି ସେ ଦାଦାଶ୍ରୀ : ସେଥ‌ିପାଇଁ ଏସବୁ ପଙ୍ଗୁପଣ ଆଜି ଅଛି । ଏତେ ଅଧିକ ଦୟାଳୁ ଲୋକ, କିନ୍ତୁ ଏପରି ଦୟା କରିବାର ଆବଶ୍ୟକତା ନାହିଁ । ତାକୁ ଗୋଟିଏ ଠେଲା ଆଣି ଦିଅ, ଶାଗ-ପରିବା ଆଣିଦିଅ, ଦିନେ ବିକିବ, ତା’ ପରଦିନ ବିକିବ ତା’ ରୋଜଗାର ଆରମ୍ଭ ହୋଇଗଲା । ଏପରି ବହୁତ ରାସ୍ତା ଅଛି । ମାନବ ଧର୍ମର ନିଶାନୀ(ଲକ୍ଷଣ) ପ୍ରଶ୍ନକର୍ତ୍ତା : ଆମେ ନିଜ ସାଙ୍ଗମାନଙ୍କ ମଧ୍ୟରେ ଦାଦାଜୀଙ୍କ କଥା କହୁ, ତେବେ ସେମାନେ କୁହନ୍ତି, ‘ଆମେ ମାନବ ଧର୍ମ ପାଳନ କରୁଛୁ ଆଉ ଏତିକି ଯଥେଷ୍ଟ ଅଟେ’, ଏମିତି କହି କଥାକୁ ଟାଳି ଦିଅନ୍ତି । ଦାଦାଶ୍ରୀ : ହଁ, କିନ୍ତୁ ମାନବ ଧର୍ମ ପାଳିବେ ତେବେ ମୁଁ ତାଙ୍କୁ ‘ଭଗବାନ’ କହିବି । ଖାଇଲ, ଗାଧୋଇଲ, ଚା’ ପିଇଲ ତାହା ମାନବ ଧର୍ମ ନୁହେଁ । ପ୍ରଶ୍ନକର୍ତ୍ତା : ନା । ମାନବ ଧର୍ମ ଅର୍ଥାତ୍ ଲୋକେ ଏପରି କହୁଛନ୍ତି ଯେ, ପରସ୍ପରକୁ ସାହାଯ୍ୟ କରିବା, କାହାର ଭଲ କରିବା, ଲୋକଙ୍କ ପାଇଁ ହେଲୁଫୁଲ ହେବା । ଲୋକେ ଏସବୁ କୁ ମାନବ ଧର୍ମ ବୁଝୁଛନ୍ତି | ଦାଦାଶ୍ରୀ : ତାହା ମାନବ ଧର୍ମ ନୁହେଁ । ପଶୁ-ପକ୍ଷୀମାନେ ମଧ୍ୟ ନିଜ ପରିବାରକୁ ସାହାଯ୍ୟ କରିବାର ସମଝ ରଖନ୍ତି ବିଚରା ! ମାନବ ଧର୍ମ ଅର୍ଥାତ୍ ପ୍ରତ୍ୟେକ କଥାରେ ତାକୁ ବିଲ୍ଵର ଆସେ ଯେ ମୋ ସହ ଏପରି ହେବ ତେବେ କ’ଣ ହେବ ? ଏ ବିୟର ପ୍ରଥମେ ନଆସିଲେ ସେ ମାନବ ଧର୍ମରେ ନାହିଁ । କେହି ମୋତେ ଗାଳି ଦେଲା, ସେ ସମୟରେ ପ୍ରତିବାଦରେ ମୁଁ ତାକୁ ଗାଳି କରିବା ପୂର୍ବରୁ ମୋ ମନରେ ଏପରି ହୁଏ ଯେ, ‘ଯଦି ମୋତେ ଏତେ ଦୁଃଖ ହେଉଛି ତେବେ ପୁଣି ମୁଁ ଗାଳି କଲେ ତାକୁ କେତେ ଦୁଃଖ ହେବ !’ ଏପରି ବୁଝି କରି ସେ ଗାଳି ନଦେଇ ସମାଧାନ କରିଦିଏ ।
SR No.034048
Book TitleManav Dharma Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages38
LanguageOriya
ClassificationBook_Other
File Size2 MB
Copyright © Jain Education International. All rights reserved. | Privacy Policy