________________
। ମାନବ ଧର୍ମ
୨୩
ବଞ୍ଚିବାକୁ ମଧ୍ୟ ଦେଉ ନାହିଁ । ସେ ଲୋକକୁ ମୁଁ ବହୁତ ଗାଳି ଦେଲି । କିଭଳି ଲୋକ ତୁମେ ? ତୁମକୁ ଏପରି କିଏ ଶିଖାଇଲା ? ଲୋକମାନଙ୍କ ପାଖରୁ ପଇସା ଆଣିବା । ଆଉ ନିଜ ଦୃଷ୍ଟିରେ ଯିଏ ଗରିବ ଲାଗେ ତାକୁ ଡାକିକରି ଦେବା। ଆରେ, ତାହାର ଥର୍ମୋମିଟର (ମାପଦଣ୍ଡ) କ’ଣ ? ଏ ଗରିବ ଲାଗିଲା ଏଥିପାଇଁ ତାକୁ ଦେବା ଆଉ ଏ ଲାଗିଲା ନାହିଁ ଏଥିପାଇଁ କ’ଣ ତାକୁ ଦେବା ନାହିଁ ? ଯାହାକୁ କଷ୍ଟର ଠିକ୍ ଭାବରେ ବର୍ଣ୍ଣନା କରିବା ଆସିଲା ନାହିଁ, ତାକୁ ଦେବା ନାହିଁ ଆଉ ଅନ୍ୟକୁ ଭଲ କହିବା ଆସିଲା, ତାକୁ ଦେବା । ଆସିଲା ବଡ଼ ଥର୍ମୋମିଟରବାଲା ! ପରେ ସେ ମୋତେ କହିଲା ଆପଣ ମୋତେ ଅନ୍ୟ କିଛି ରାସ୍ତା ଦେଖାନ୍ତୁ । ମୁଁ କହିଲି, ଏ ଲୋକ ଶରୀର ହିସାବରେ ତାଗଡ଼ା ଅଛି, ତା’କୁ ନିଜ ଟଙ୍କାରେ ହଜାରେ-ଦେଢ଼ହଜାରର ଏକ ଠେଲା ଆଣି ଦେବ, ଆଉ ଦୁଇଶହ ଟଙ୍କା ନଗଦ ଦେଇକରି କହିବ ଯେ ପରିବା-ପତ୍ର ନେଇ ଆଣ ଆଉ ବିକିବା ଆରମ୍ଭ କରିଦେ । ଆଉ ତାକୁ କହିବ ଯେ, ଏ ଠେଲାର ଭଡ଼ା ବାବଦାରେ ପ୍ରତି ଦୁଇ ଘୁରି ଦିନରେ ପଷ ଟଙ୍କା ଦେଇ ଆସିବୁ ।
ପ୍ରଶ୍ନକର୍ତ୍ତା : ପ୍ରୀ ଦେବୁ ନାହିଁ । ତା’କୁ ଏପରି ଉତ୍ପାଦନର ସାଧନ ଦେବୁ ।
। ଦାଦାଶ୍ରୀ : ହଁ, ନଚେତ ଏମିତି ତ ତୁମେ ତା’କୁ ବେକାର ବନଉଛି । ସାରା ସଂସାରରେ କେଉଁଠି ବେକାରୀ ନାହିଁ, ଏପରି ବେକାରୀ ତୁମେ ସୃଷ୍ଟି କରିଛି । ଏହା ଆମ ସରକାର ବିସ୍ତାର କରିଛନ୍ତି । ଏସବୁ କରି, ଏ ତ’ ଭୋଟ ନେବା ପାଇଁ ଏ ସବୁ ତୋଫାନ ଋଲିଛି ।
ମାନବ ଧର୍ମ ତ’ ସେଫସାଇଡ଼ ହିଁ ଦେଖାଏ ।
। ପ୍ରଶ୍ନକର୍ତ୍ତା : ଏହା ଠିକ୍ କଥା ଯେ ଆମେ ଦୟା ଦେଖାଇଲେ ସେଥିରେ ଏକ ପ୍ରକାରର ଏପରି ଭାବନା ହୁଏ ଯେ ସେ ଅନ୍ୟ କାହା ଯୋଗୁଁ ବଞ୍ଚିଛି ।
ଦାଦାଶ୍ରୀ : ତାକୁ ଖାଇବା-ପିଇବା ପାଇଁ ମିଳିଗଲା, ଏଥିପାଇଁ ପୁଣି ଯଦି ତାଙ୍କ ଭିତରେ କେହି ମଦ ରଖୁଥିବ, ସେଠାରେ ଯାଇ ବସେ ଏବଂ ଖାଇ-ପିଇ ମଜା ଉଡ଼ାଏ ।
ପ୍ରଶ୍ନକର୍ତ୍ତା : ହଁ ଏପରି ପିଅନ୍ତି, ତାହାର ଉପଯୋଗ ଏଭଳି ହୁଏ ।
ଦାଦାଶ୍ରୀ : ଯଦି ଏମିତି ହେଉଛି, ତେବେ ସେମାନଙ୍କୁ ବିଗାଡ଼ିବା ଉଚିତ୍ ନୁହେଁ । ଯଦି ଆମେ କାହାକୁ ସୁଧାରିପାରିବା ନାହିଁ ତେବେ ତାକୁ ବିଗାଡ଼ିବା ମଧ୍ୟ ଅନୁଚିତ୍ । ତାହା କିପରି ? ଏ ଲୋକମାନେ ଯେଉଁ ସେବା କରୁଛନ୍ତି ସେମାନେ