________________
୨୨
ମାନବ ଧର୍ମ
ଯାଆନ୍ତୁ ଏବଂ ପରନ୍ତୁ ଯେ, ଭାଇ ତୁମକୁ କ’ଣ ଅସୁବିଧା ଅଛି ? ଆଉ ଏ । ଲୋକମାନଙ୍କୁ, ଯାହାଙ୍କୁ ଆପଣ କହୁଛନ୍ତି ନା ଯେ ଏମାନଙ୍କ ପାଇଁ ଦାନ କରିବା ଉଚିତ୍, ସେମାନେ ତ ମଦପିଇକରି ମଜା ଉଡ଼ାଉଛନ୍ତି ।
ପ୍ରଶ୍ନକର୍ତ୍ତା : ତାହା ଠିକ୍ କିନ୍ତୁ ଆପଣ ଯେଉଁ କହିଲେ ଯେ ସାଧାରଣ ଲୋକଙ୍କୁ ଦରକାର ଅଛି, ତେବେ ସେମାନଙ୍କୁ ଦେବା ତାହା ଧର୍ମ ହେଲା ନା ?
ଦାଦାଶ୍ରୀ :ହଁ, କିନ୍ତୁ ସେଥିରେ ମାନବ ଧର୍ମର କ’ଣ ନେବା-ଦେବା ? ମାନବ ଧର୍ମର ଅର୍ଥ କ’ଣ ଯେ ଯେମିତି ମୋତେ ଦୁଃଖ ହେଉଛି ସେମିତି ଅନ୍ୟମନଙ୍କୁ ମଧ୍ୟ ହେଉଥିବ ସେଥିପାଇଁ ଏପରି ଦୁଃଖ ନ ହେଉ ସେହିପରି ବ୍ୟବହାର କରିବା ଉଚିତ୍ ।
ପ୍ରଶ୍ନକର୍ତ୍ତା : ଏହିଭଳି ହିଁ ହେଲା ନା ? କାହାକୁ କପଡ଼ା ନଥିବ...
ଦାଦାଶ୍ରୀ : ନା, ତାହା ଦୟାଳୁର ଲକ୍ଷଣ ହେଲା । ସବୁ ଲୋକ ଦୟା କିପରି ଦେଖାଇ ପାରିବେ ? ତାହା ତ ଯିଏ ପଇସାବାଲା ହୋଇଥିବ ସେ ହିଁ କରିପାରିବ ।
| ପ୍ରଶ୍ନକର୍ତ୍ତା : ସାମାନ୍ୟ ମନୁଷ୍ୟକୁ ଠିରେ ପ୍ରାପ୍ତ ହେଉ, ଆବଶ୍ୟକତା ସବୁ ପୂର୍ଣ୍ଣ ହେଉ, ଏଥିପାଇଁ ସାମାଜିକ ସ୍ତରକୁ ଉପରକୁ ଉଠାଇବା ପାଇଁ ଚେଷ୍ଟା କରିବା, ତାହା ଠିକ୍ ? ସାମାଜିକ ସ୍ତର ଉଠାଇବା ଅର୍ଥାତ୍, ଆମେ ସରକାର ଉପରେ ଗୁପ ପକାଇବା ଯେ ଏମିତି କର, ଏ ଲୋକମାନଙ୍କୁ ଦିଆ । ଏପରି କରିବା ମାନବ ଧର୍ମରେ ଆସେ ?
ଦାଦାତ୍ରୀ : ନା । ସେ ସବୁ ମିଥ୍ୟା ଅହଂକାର ଅଟେ, ଏ ଲୋକଙ୍କର ।
। ସମାଜସେବା କରନ୍ତି, ତାହା ତ ଲୋକଙ୍କର ସେବା କରୁଛି, ଏପରି କୁହାଯିବ ଅଥବା ଦୟାକରୁଛି, ସମ୍ବେଦନା ଦେଖାଉଛି ଏପରି କୁହାଯିବ, କିନ୍ତୁ ମାନବ ଧର୍ମ ତ ସମସ୍ତଙ୍କୁ ସ୍ପର୍ଶ କରେ । ମୋ ଘଣ୍ଟା ହଜିଯିବ ତେବେ ମୁଁ ବୁଝିବି ଯେ, କେହି ମାନବ ଧର୍ମବାଲା ଥିବ ତେବେ ମୋ ଘଣ୍ଟା ମିଳିବ । ଆଉ ସେଭଳି ଯେଉଁମାନେ ମଧ୍ୟ ସେବା କରୁଥିବେ, ସେମାନେ କୁସେବା କରୁଛନ୍ତି । ଜଣଙ୍କୁ ମୁଁ କହିଲି, “ଏ କ’ଣ କରୁଛ ?
ସେମାନଙ୍କୁ ଏସବୁ କ’ଣ ପାଇଁ ଦେଉଛି ? ଏପରି ଦିଆଯାଏ ! ଆସିଲେ ବଡ଼ ସେବା କରିବାବାଲା ! ସେବକ ଆସିଲେ ! କ’ଣ ଦେଖୁକି ସେବା କରିବା ପାଇଁ ବାହାରିଛ ?” ଲୋକଙ୍କର ଟଙ୍କା ଭୁଲ ରାସ୍ତାରେ ଯାଉଛି ଆଉ ଲୋକେ ଦେଇଆସୁଛନ୍ତି ମଧ୍ୟ ।
ପ୍ରଶ୍ନକର୍ତ୍ତା : କିନ୍ତୁ ଆଜି ତାହାକୁ ହିଁ ମାନବ ଧର୍ମ କୁହାଯାଏ । ଦାଦାଶ୍ରୀ : ମଣିଷମାନଙ୍କୁ ଖତମ କରିପକାଉଛି, ତୁମେ ସେମାନଙ୍କୁ