________________
। ମାନବ ଧର୍ମ
୨୫
ଏହା ମାନବ ଧର୍ମର ପ୍ରଥମ ନିଶାନୀ ଅଟେ । ଏଇଠୁ ମାନବ ଧର୍ମ ଆରମ୍ଭ ହୁଏ । ମାନବ ଧର୍ମର ବିଗନିଗ୍( ଆରମ୍ଭ) ଏହିଠାରୁ ହିଁ ହେବା ଉଚିତ୍ ! ବିଗନିଙ୍ଗ ହିଁ ନ ହେବ ତେବେ ସେ ମାନବ ଧର୍ମ ବୁଝି ହିଁ ନାହିଁ ।
ପ୍ରଶ୍ନକର୍ତ୍ତା : ‘ମୋତେ ଦୁଃଖ ହୁଏ ସେହିପରି ଅନ୍ୟ ମାନଙ୍କୁ ମଧ୍ୟ ଦୁଃଖ ହୁଏ’ ଏ ଯେଉଁ ଭାବ, ସେ ଭାବ ଯେମିତି ଯେମିତି ଡେଭଲପ ହୁଏ, ତେବେ ପୁଣି ମଣିଷର ମଣିଷ ପ୍ରତି ଅଧିକରୁ ଅଧିକ ଏକତା ଡେଭଲପ ହୋଇ ଗୁଲେ ନା ?
ଦାଦାଶ୍ରୀ : ତାହା ତ’ ହୋଇଲେ, ସମ୍ପୂର୍ଣ୍ଣ ମାନବ ଧର୍ମର ଉର୍ଷ ହୁଏ । ପ୍ରଶ୍ନକର୍ତ୍ତା : ହଁ ତାହା ସହଜରୂପରେ ଉର୍ଷ ହୋଇଲେ । ଦାଦାଶ୍ରୀ : ସହଜରୂପେ ହୁଏ । । ପାପ କମ୍ କରିବା, ତାହା ପ୍ରକୃତ ମାନବ ଧର୍ମ
ମାନବ ଧର୍ମ ଦ୍ଵାରା ତ’ ଅନେକ ପ୍ରଶ୍ନର ସମାଧାନ ହୋଇଯାଏ ଆଉ ମାନବ ଧର୍ମ ଲେବଲ( ସାପେକ୍ଷିକ ସ୍ତର) ରେ ହେବା ଉଚିତ୍ । ଲୋକେ ଟୀକା କରନ୍ତି, ତାହା ମାନବ ଧର୍ମ କୁହାଯାଏ ହିଁ ନାହିଁ । କେତେ ଲୋକଙ୍କୁ ମୋକ୍ଷର ଆବଶ୍ୟକତା ନାହିଁ, କିନ୍ତୁ ମାନବ ଧର୍ମ ତ’ ସମସ୍ତଙ୍କୁ ଦରକାର ନା ! ମାନବ ଧର୍ମରେ ଆସିଲେ ବହୁତ ସାରା ପାପ କମ୍ ହୋଇଯାଏ ।
ତାହା ସମଝଦାରୀପୂର୍ବକ ହେବା ଉଚିତ୍ । ପ୍ରଶ୍ନକର୍ତ୍ତା : ମାନବ ଧର୍ମରେ, ଅନ୍ୟମାନଙ୍କ ପ୍ରତି ଯଦି ଆମର ଅପେକ୍ଷା ଥିବ ଯେ ତାକୁ ମଧ୍ୟ ଏହିଭଳି ବ୍ୟବହାର କରିବା ଉଚିତ୍, ତେବେ ତାହା ଅନେକ ଥର ଅତ୍ୟାର ବନିଯାଏ ।
। ଦାଦାତ୍ରୀ : ନା ! ପ୍ରତ୍ୟେକଙ୍କୁ ମାନବ ଧର୍ମରେ ରହିବା ଉଚିତ୍ । ସାମ୍ବାବାଲାକୁ ଏପରି ହେବା ଦରକାର, ସେମିତି କୌଣସି ନିୟମ ନଥାଏ । ମାନବ ଧର୍ମ ଅର୍ଥାତ୍ ନିଜେ ବୁଝିକରି ମାନବ ଧର୍ମର ପାଳନ କରିବା ସିଖେ ।
। ପ୍ରଶ୍ନକର୍ତ୍ତା : ହଁ ନିଜେ ବୁଝିକରି ! କିନ୍ତୁ ଏ ତ’ ଅନ୍ୟଙ୍କୁ କୁହନ୍ତି ଯେ ତୁମକୁ ଏପରି ବ୍ୟବହାର କରିବା ଉଚିତ୍, ଏମିତି କରିବ, ସେମିତି କରିବାକୁ ପଡିବ । । ଦାଦାଶ୍ରୀ : ଏପରି କହିବାର ଅକାର କାହାର ଅଛି ? ତୁମେ କ’ଣ ଗଭର୍ନର ଅଟ ? ତୁମେ ଏପରି କହି ପାରିବ ନାହିଁ ।