________________
୨୬
ମାନବ ଧର୍ମ
ପ୍ରଶ୍ନକର୍ତ୍ତା : ହଁ, ଏଥପାଇଁ ତାହା ଅତ୍ୟାସ୍ତର ବନିଯାଏ ।
ଦାଦାଶ୍ରୀ : ଅତ୍ୟାୟର ହିଁ କୁହାଯିବ ! ଖୋଲା ଅତ୍ୟାୟର ! ତୁମେ କାହାକୁ ବାଧ୍ୟ କରିପାରିବ ନାହିଁ । ତୁମେ ତାକୁ ବୁଝାଇ ପାରିବ ଯେ ଭାଇ, ଏପରି କରିବ ତେବେ ତୁମକୁ ଲାଭଦାୟକ ହେବ, ତୁମେ ସୁଖ୍ ହେବ । ବାଧ୍ୟ ତ’ କରିପାରିବାନି କାହାରିକୁ ।
ଏପରି ଉଜ୍ଜଳ କରିବା ମନୁଷ୍ୟ
ଜୀବନ...
ଏହା ମଣିଷତ୍ଵ କିପରି କୁହାଯିବ ? ଦିନସାରା ଖାଇ-ପିଇକରି ବୁଲିଲେ ଆଉ ଜଣେ ଦିଜଣଙ୍କୁ ଗାଳି କରିକି ଆସିଲେ ଏବଂ ପୁଣି ରାତିରେ ଶୋଇଗଲେ, ଏହାକୁ ମଣିଷ ପଣିଆ କିପରି କହିପାରିବା ? ଏହିଭଳି ମଣିଷ ଜୀବନକୁ ଲଜ୍ଜିତ କରୁଛନ୍ତି । ମଣିଷତ୍ତ୍ଵ ତ’ ତାକୁ କୁହାଯିବ ଯେ, ସନ୍ଧ୍ୟାବେଳକୁ ପାଞ୍ଚ-ପଚିଶ-ଶହେ ଲୋକଙ୍କୁ ଥଣ୍ଡା ପହଞ୍ଚେଇ(ସୁଖ ଦେଇ) ଘରକୁ ଆସିଥିବ! ଆଉ ଏ ତ’ ମଣିଷ ଜୀବନକୁ ଲଜ୍ଜିତ କଲା !
ପୁସ୍ତକ ପହଞ୍ଚାଅ ସ୍କୁଲ-କଲେଜରେ
ଏ ତ’ ନିଜକୁ ନଜେ କ’ଣ ଭାବି ନେଇଛନ୍ତି ? କହୁଛନ୍ତି, ‘ଆମେ ମାନବ ଅଟୁ । ଆମକୁ ମାନବ ଧର୍ମ ପାଳନ କରିବାର ଅଛି ।’ ମୁଁ କହିଲି, ‘ହଁ, ନିଶ୍ଚୟ ପାଳନ କର । ନବୁଝି ବହୁତ ଦିନ କଲ, କିନ୍ତୁ ଏବେ ସଠିକ ବୁଝିକରି ମାନବ ଧର୍ମର ପାଳନ କରିବାର ଅଛି ।’ ମାନବ ଧର୍ମ ତ’ ଅତି ଶ୍ରେଷ୍ଠ ବସ୍ତୁ ଅଟେ ।
ପ୍ରଶ୍ନକର୍ତ୍ତା : କିନ୍ତୁ ଦାଦାଜୀ, ଲୋକେ ତ ମାନବ ଧର୍ମର ପରିଭାଷା ହିଁ ଅଲଗା ପ୍ରକାରର ଦେଉଛନ୍ତି । ମାନବ ଧର୍ମକୁ ବିଲକୁଲ ଅଲଗା ପ୍ରକାରର ବୁଝୁଛନ୍ତି |
ଦାଦାଶ୍ରୀ : ହଁ, ତାହାର କୌଣସି ଭଲ ପୁସ୍ତକ ହିଁ ନାହିଁ । କିଛି ସନ୍ଥ ଲେଖନ୍ତି କିନ୍ତୁ ତାହା ପୂର୍ବ ରୂପରେ ଲୋକଙ୍କୁ ବୁଝାପଡେ ନାହିଁ । ଏଥିପାଇଁ ଏପରି ହେବା ଉଚିତ୍ ଯେ, ପୂରା ଜିନିଷ(କଥା) ପୁସ୍ତକ ରୂପରେ ପଢ଼ିବ, ବୁଝିବ ତେବେ ଯାଇ ତା ମନରେ ଏପରି ଲାଗେ ଯେ ମୁଁ ଯାହା କିଛି ମାନୁଛି ସେ ସବୁ ଭୂଲ୍ ଅଟେ । ଏପରି ମାନବ ଧର୍ମର ପୁସ୍ତକ ପ୍ରସ୍ତୁତ କରି ସ୍କୁଲର ସମାନ ଆୟୁବର୍ଗର ପିଲାମାନଙ୍କୁ ସିଖାଇବା ଉଚିତ୍ । ଜାଗୃତିର ଆବଶ୍ୟକତା ଅଲଗା ଜିନିଷ ଅଟେ ଆଉ ଏ ସାଇକୋଲୋଜିକାଲ ଇଫେକ୍ଟ (ମାନସିକ ପ୍ରଭାବ) ଅଲଗା ଜିନିଷ ଅଟେ । ସ୍କୁଲରେ ଏପରି ଶିଖିଲେ ସେମାନଙ୍କୁ ମନେ ରହିବ । କାହାର କିଛି ଖସିପଡ଼ିଥିବା ଜିନିଷ ମିଳିଲେ ତାଙ୍କୁ ତୁରନ୍ତ ମନେ ପଡ଼ିବ,