________________
ମାନବ ଧର୍ମ
ଏପରି ଅଟେ ପାଶବତାର ଧର୍ମ । । ପ୍ରଶ୍ନକର୍ତ୍ତା : ପ୍ରକୃତ ଧର୍ମ ତ ମାନବ ଧର୍ମ ଅଟେ । ଏବେ ସେଥିରେ ଖାସ୍ ଏହା ଜାଣିବାର ଅଛି ଯେ, ପ୍ରକୃତ ମାନବ ଧର୍ମ ଅର୍ଥାତ୍ ‘ଆମଦ୍ଵାରା କାହାରିକୁ ମଧ୍ୟ ଦୁଃଖ ନ ହେଉ’ । ଏହା ତାହାର ସବୁଠୁ ବଡ ଆଧାର ଅଟେ । ଲକ୍ଷ୍ମୀର, ସତ୍ତାର,
ବୈଭବର, ଏସବୁର ଦୁରୂପଯୋଗ ନ କରିବା ଉଚିତ୍ । ସେମାନଙ୍କର ସଦୁପଯୋଗ କରିବା ଉଚିତ୍ । ଏସବୁ ମାନବ ଧର୍ମର ସିଦ୍ଧାନ୍ତ ଅଟେ, ଏପରି ମୁଁ ମାନେ, ତେବେ ଆପଣଙ୍କଠୁ ଜାଣିବାକୁ ଋହୁଁଛି ଯେ କ’ଣ ଏହା ଠିକ୍ ଅଟେ ?
ଦାଦାଶ୍ରୀ : ପ୍ରକୃତ ମାନବ ଧର୍ମ ଏହା ଯେ କୌଣସି ମଧ୍ୟ ଜୀବକୁ କିଞ୍ଚିତ୍ । ମାତ୍ର ମଧ୍ୟ ଦୁଃଖ ନଦେବା ଉଚିତ୍ । କେହି ଆମକୁ ଦୁଃଖ ଦିଏ ତେବେ ସେ ପାଶବତା କରୁଛି କିନ୍ତୁ ଯଦି ମାନବତା ରଖୁବାର ଅଛି ତେବେ ଆମକୁ ପାଶବତା ନକରିବା ଉଚିତ୍ । ଆଉ ମାନବ ଧର୍ମ ର ଭଲ ଭାବରେ ପାଳନ କରିବା ତେବେ ପୁଣି ମୋକ୍ଷପ୍ରାପ୍ତିରେ ବିଳମ୍ବ ହୁଏ ନାହିଁ । ମାନବ ଧର୍ମ ହିଁ ଯଦି ବୁଝିନେବା ତେବେ ବହୁତ ହୋଇଗଲା । ଅନ୍ୟ କୌଣସି ଧର୍ମ ବୁଝିବା ଭଳି ହିଁ ନୁହଁ । ମାନବ ଧର୍ମ ଅର୍ଥାତ୍ ପାଶବତା । ନକରିବା, ତାହା ମାନବ ଧର୍ମ ଅଟେ । ଯଦି ଆମକୁ କେହି ଗାଳି ଦିଏ ତେବେ ତାହା ପାଶବତା ଅଟେ, କିନ୍ତୁ ଆମେ ପାଶବତା କରିବା ନାହିଁ, ଆମେ ମନୁଷ୍ୟ ପରି ସମତା ରଖୁବା ଆଉ ତାକୁ ପରିବା ଯେ, “ଭାଇ, ମୋର ଦୋଷ କ’ଣ ? ତୁ ମୋତେ କହିବୁ ତେବେ ମୁଁ ନିଜ ଦୋଷ ସୁଧାରି ନେବି’ । ମାନବ ଧର୍ମ ଏପରି ହେବା ଉଚିତ୍
ଯେ, କାହାରିକୁ ଆମଦ୍ଵାରା କିଞ୍ଚତ୍ ମାତ୍ର ଦୁଃଖ ନହେବ । କାହାଦ୍ଵାରା ଆମକୁ ଦୁଃଖ ହୁଏ ତେବେ ତାହା ତା’ର ପାଶବିକ ଧର୍ମ ଅଟେ । ସେତେବେଳେ ତାହା ବଦଳରେ ଆମେ ପାଶବିକ ଧର୍ମ କରିପାରିବା ନାହିଁ । ପାଶବିକ ସାମ୍ନାରେ ପାଶବିକ ନହେବା, ଏହା ମାନବ ଧର୍ମ । ଆପଣ ବୁଝିପାରୁଛନ୍ତି ? ମାନବ ଧର୍ମରେ ‘ଯେମିତିକୁ ସେମିତି ଚଳେ ନାହିଁ । କେହି ଆମକୁ ଗାଳି ଦେବ ଏବଂ ଆମେ ତା’କୁ ଗାଳି ଦେବା, କେହି । ମନୁଷ୍ୟ ଆମକୁ ମାରିବ ତେବେ ଆମେ ତା’କୁ ମାରିବା, ପୁଣି ତ’ ଆମେ ପଶୁ ହୋଇଗଲେ ନା ! ମାନବ ଧର୍ମ କେଉଁଠି ରହିଲା ? ଏଣୁ ଧର୍ମ ଏପରି ହେବା ଉଚିତ୍ ଯେ କାହାରିକୁ ଦୁଃଖ ନହେବ ।
। କୁହାଯାଉଛି ମଣିଷ କିନ୍ତୁ ମଣିଷତ୍ତ୍ବ ତ? ଭୂଲିଯାଇଛି ତେବେ ପୁଣି ସେ କେଉଁ କାମର ? ଯେଉଁ ରାଶିରେ ତେଲ ହିଁ ନଥିବ, ତେବେ ସେ ରାଶି କେଉଁ କାମର ? | ତାହାକୁ ରାଶି କିପରି କହିବା ? ତା’ର ମଣିଷତ୍ତ୍ବ ତ? ଭୁଲିଯାଇଛି । ମଣିଷତ୍ତ୍ବ ପ୍ରଥମେ