________________
୧୦
ମାନବ ଧର୍ମ
ଦରକାର । ସେଥିପାଇଁ ସିନେମାବାଲା ଗାଉଛନ୍ତି ନା, କିତନା ବଦଲ ଗୟା ଇସାନ୍...' ତେବେ ପୁଣି ରହିଲା କ’ଣ ? ଇସାନ୍ ବଦଳି ଗଲା ତେବେ ସମସ୍ତ ପୁଞ୍ଜି ହଜିଗଲା ! ଏବେ କେମିତି ବେପାର କରିବୁ, ଭାଇ ?
। ଅଣ୍ଡରହ୍ମାଣ୍ଡ ସହ କର୍ତ୍ତବ୍ୟ ବହନ... । ପ୍ରଶ୍ନକର୍ତ୍ତା : ଆମ ତଳେ କେହି କାମ କରୁଥିବ, ଆମ ପୁଅ ହେଉ ବା ଅଫିସରେ କେହି ହେଉ, ଅବା କେହି ମଧ୍ୟ ହେଉ ଯଦି ସେ ନିଜର କର୍ତ୍ତବ୍ୟ ଭୁଲି ଯାଇଥିବ ତେବେ ସେହି ସମୟରେ ଆମେ ତାକୁ ସଠିକ୍ ଉପଦେଶ ଦିଅନ୍ତି । ଏବେ ଏହାଦ୍ବାରା ତାକୁ ଦୁଃଖ ହୁଏ ତେବେ ସେତେବେଳେ ବିରୋଧାଭାସ ଉତ୍ପନ୍ନ ହେଉଥିବା ପରି ଲାଗେ । ସେଠାରେ କ’ଣ କରିବା ଉଚିତ୍ ?
। ଦାଦାଶ୍ରୀ: ସେଥିରେ ଅସୁବିଧା ନାହିଁ । ତୁମର ଦୃଷ୍ଟି ଠିକ୍ ଅଛି ସେ ପର୍ଯ୍ୟନ୍ତ ଅସୁବିଧା ନାହିଁ । କିନ୍ତୁ ତା’ ଉପରେ ତୁମର ପାଶବତାର, ଦୁଃଖ ଦେବାର ଉଦ୍ଦେଶ୍ୟ ନଥିବା ଉଚିତ୍ । ଆଉ ବିରୋଧାଭାସ ଉତ୍ପନ୍ନ ହୁଏ ତେବେ ପୁଣି ଆମକୁ ତାଙ୍କଠାରୁ କ୍ଷମା ମାଗିନେବା ଉଚିତ୍ ଅର୍ଥାତ୍ ସେ ଭୁଲ୍ ସୀକାର କରିନିଅ । ମାନବଧର୍ମ ପୂରାହେବା ଉଚିତ୍ ।
ଋକର ଦ୍ବାରା ନଷ୍ଟ ହୋଇଯାଏ, ତେବେ... ଏ ଲୋକମାନଙ୍କ ମଧ୍ୟରେ ମତଭେଦ କାହିଁକି ହୁଏ ? ପ୍ରଶ୍ନକର୍ତ୍ତା : ମତଭେଦ ହେବାର କାରଣ ସାର୍ଥ ଅଟେ ।
ଦାଦାଶ୍ରୀ: ସାର୍ଥ ତ’ ତାକୁ କୁହାଯାଏ ଯେ ଝଗଡା ନକରିବା । ସାର୍ଥରେ ସର୍ବଦା ସୁଖ ଥାଏ ।
ପ୍ରଶ୍ନକର୍ତ୍ତା : କିନ୍ତୁ ଆଧାର୍ମିକ ସାର୍ଥ ହୋଇଥିଲେ ସେଥିରୁ ସୁଖ ମିଳେ । ଭୌତିକ ସାର୍ଥ ହୋଇଥିଲେ ତ’ ସେଥିରୁ ଦୁଃଖ ହିଁ ମିଳେ ନା !
ଦାଦାଶ୍ରୀ: ହଁ, କିନ୍ତୁ ଭୌତିକ ସାର୍ଥ ମଧ୍ୟ ଠିକ୍ ଅଟେ । ନିଜର ଯେଉଁ ସୁଖ ଅଛି ତାହା ଭୁଲି ନଯାଉ, କମ୍ ନ ହେଉ । ସେ ସୁଖ ବଢୁ, ଏପରି ରହିଥାଏ, କିନ୍ତୁ ଏ କ୍ରେଶ ହେବାଦ୍ବାରା ଭୌତିକ ସୁଖ ଭୁଲିଯାଏ । ସ୍ତ୍ରୀ ହାତରୁ ଗ୍ରାସ ଖସି ପଡ଼େ ଆଉ ସେଥିରେ ୨୦ ଟଙ୍କାର କ୍ଷତି ହେଉଥିବ ତେବେ ତୁରନ୍ତ ମନେମନେ ଆକୁଳିତ ହୋଇଯାଏ ଯେ, “କୋଡ଼ିଏ ଟଙ୍କା ନଷ୍ଟ କରିଦେଲା । ଆରେ ମୂର୍ଚ, ଏହାକୁ ନଷ୍ଟ ହେବା କୁହନ୍ତିନି, ଏ ତ’ ତାଙ୍କ ହାତରୁ ଖସି ପଡ଼ିଲା, ଯଦି ତୋ ହାତରୁ ଖସି ପଡ଼ିଥାନ୍ତା