________________
ମାନବ ଧର୍ମ
୧୩।
ଦାଦାଶ୍ରୀ: ମନୁଷ୍ୟର କର୍ତ୍ତବ୍ୟରେ, ଯାହାକୁ ପୁଣି ମନୁଷ୍ୟ ହିଁ ହେବାକୁ ଥିବା ତା’ର ଲିମିଟ( ସୀମା) ବତାଉଛି । ଉପରକୁ ଚଢ଼ିବାର ନଥିବ ଅଥବା ତଳକୁ ଖସିବାର ନଥିବ, ଉପରେ ଦେବଗତି ଅଛି ଆଉ ତଳେ ପଶୁଗତି ଅଛି ଆଉ ତା’o ତଳେ ନର୍କଗତି ଅଛି । ଏପରି ଗତିସବୁ ଅଛି । ଆପଣ ମନୁଷ୍ୟଙ୍କ ବିଷୟରେ ପରୁଛନ୍ତି ?
ପ୍ରଶ୍ନକର୍ତ୍ତା : ଦେହ ଅଛି ସେ ପର୍ଯ୍ୟନ୍ତ ତ’ ମନୁଷ୍ୟଙ୍କ ପରି କର୍ତ୍ତବ୍ୟ ପାଳନ କରିବାକୁ ହେବ ନା ?
। ଦାଦାଶ୍ରୀ: ମନୁଷ୍ୟର କର୍ତ୍ତବ୍ୟ ପାଳନ କରୁଛନ୍ତି, ସେଥିପାଇଁ ତ’ ମନୁଷ୍ୟ ହେଲେ । ସେଥିରେ ଆମେ ଉତ୍ତୀର୍ଣ୍ଣ ହୋଇଛନ୍ତି, ତ ଏବେ କେଉଁଥିରେ ଉତ୍ତୀର୍ଣ୍ଣ ହେବାର ଅଛି ? ସଂସାର ଦୁଇ ପ୍ରକାରରେ ଚାଲିଥାଏ । ଏକ, ମନୁଷ୍ୟ ଜନ୍ମରେ ଆସିବାପରେ କ୍ରେଡ଼ିଟ୍ ଜମା କରନ୍ତି, ତେବେ ଉଚ୍ଚଗତିରେ ଯା’ନ୍ତି । ଡେବିଟ ଜମା କରନ୍ତି ତେବେ ତଳକୁ ଯାଆନ୍ତି ଆଉ ଯଦି କ୍ରେଡ଼ିଟ-ଡେବିଟ ଦୁଇଟିଯାକ ବ୍ୟାପାର ବନ୍ଦ କରିଦେବା ତେବେ ମୁକ୍ତି ହୋଇଯାଏ । ଏ ପାଞ୍ଚଟି ସାରା ଜାଗା ଖୋଲା ଅଛି । ଘୁରିଟି ଗତି ଅଛି । ବହୁତ କ୍ରେଡ଼ିଟ ଥୁବ ତେବେ ଦେବଗତି ମିଳେ । କ୍ରେଡ଼ିଟ ଅଧୁକ ଆଉ ଡେବିଟ କମ୍ ଥିବ ତେବେ ମନୁଷ୍ୟଗତି ମିଳେ । ଡେବିଟ ଅଧୁକ ଆଉ କ୍ରେଡ଼ିଟ କମ୍ ଥିବ ତେବେ ପଶୁଗତି ଆଉ ସମୃତୟା ଡେବିଟ ସେଠାରେ ନର୍କଗତି । ଏ ଗୁରିଟି ଗତି ଆଉ ପାଞ୍ଚନମ୍ବରବାଲା ଯେଉଁ ଅଛି ତାହା ମୋକ୍ଷଗତି । ଏ ଘୂରିଟିଯାକ ଗତି ମନୁଷ୍ୟ ପ୍ରାପ୍ତ କରି ପାରିବେ ଆଉ ପାଞ୍ଚନମ୍ବର ଗତି ତ’ ହିନ୍ଦୁସ୍ତାନର ମନୁଷ୍ୟ ହିଁ ପ୍ରାପ୍ତ କରିପାରିବେ ସେଶାଲ ଫର ଇଣ୍ଡିଆ’(ଖାସ୍ ହିନ୍ଦୁସ୍ତାନ ପାଇଁ) ଅନ୍ୟମାନଙ୍କ ପାଇଁ ତାହା ନୁହେଁ ।
ଏବେ ଯଦି ତା’କୁ ମନୁଷ୍ୟ ହେବାର ଅଛି ତେବେ ତାକୁ ଗୁରୁଜନମାନଙ୍କର ମା-ବାପାଙ୍କର ସେବା କରିବା ଉଚିତ୍, ଗୁରୁଙ୍କର ସେବା କରିବା ଉଚିତ୍ । ଲୋକମାନଙ୍କ ପ୍ରତି ଓବଲାଇଜିଙ୍ଗ୍ ନେଚର ( ପରୋପକାରୀ ସଭାବ) ରଖୁବା ଉଚିତ୍ । ବ୍ୟବହାର ଏପରି ରଖୁବା ଉଚିତ୍ ଯେ, ଦଶ ଦିଅ ଆଉ ଦଶ ନିଆ । ଏହିପରି ବ୍ୟବହାର ଶୁଦ୍ଧ ରଖୁବା ତେବେ ସାମ୍ବାବାଲା ସହିତ କିଛି ଦେବା-ନେବା ରୁହେ ନାହିଁ । ଏହିପରି ବ୍ୟବହାର କର, ସମ୍ପୂର୍ଣ୍ଣ ଶୁଦ୍ଧ ବ୍ୟବହାର । ମାନବତାରେ ତ, କାହାକୁ ମାରିବା ସମୟରେ ଅବା ମାରିବା ପୂର୍ବରୁ ଖୁଆଲ ଆସେ । ମାନବତା ଥିବ ତେବେ ଖୁଆଲ ଆସିବା ହିଁ ଉଚିତ୍ ଯେ, ଯଦି କେହି ମୋତେ ମାରିବ ତେବେ କ’ଣ ହେବ ? ଏ ଖୁଆଲ ପ୍ରଥମେ ଆସିବା ଉଚିତ୍ ତେବେ ଯାଇ ମାନବଧର୍ମ ରହି ପାରିବ, ନଚେତ ରହିବା ନାହିଁ । ଏଥିରେ ରହି ସବୁ ବ୍ୟବହାର କରାଯିବ ତେବେ ପୁଣି ମନୁଷ୍ୟତ୍ ପ୍ରାପ୍ତ ହେବ,