________________
୧୪
। ମାନବ ଧର୍ମ
। ନଚେତ୍ ମନୁଷ୍ୟତ୍ଵ ପୁଣି ଥରେ ପ୍ରାପ୍ତ ହେବା ମଧ୍ୟ କଷ୍ଟସାଧ୍ୟ ଅଟେ ।
ଯାହାକୁ ଏହାର ଖବର ନାହିଁ ଯେ ଏହାର ପରିଣାମ କ’ଣ ହେବ, ତେବେ ସେ ମନୁଷ୍ୟ ହିଁ କୁହାଯାଏ ନାହିଁ । ଖୋଲା ଆଖୁରେ ଶୁଅନ୍ତି ତାହା ଅଜାଗୃତି, ସେ ମନୁଷ୍ୟ କୁହାଯାଏ ନାହିଁ । ଦିନସାରା ଅଣହତ୍କର ଭୋଗିବା ବିଷୟରେ ଭାବୁଥାନ୍ତି, ଅପମିଶ୍ରଣ କରନ୍ତି, ସେମାନେ ସବୁ ପଶୁଗତିରେ ଯାନ୍ତି । ଏଠାରୁ, ମନୁଷ୍ୟରୁ ସିଧା ପଶୁଗତିରେ ଯାଇ ସେଠାରେ ପୁଣି ଭୋଗେ ।
। ନିଜ ସୁଖ ଅନ୍ୟମାନଙ୍କୁ ଦେଇଦିଏ, ନିଜ ହକ୍କର ସୁଖ ମଧ୍ୟ ଅନ୍ୟମାନଙ୍କୁ ଦେଇ ଦିଏ ତେବେ ସେ ସୁପର ହ୍ୟୁମାନ କୁହାଯାଏ ଆଉ ଏଥିପାଇଁ ଦେବଗତିରେ ଯାଏ । ନିଜକୁ ଯେଉଁ ସୁଖ ଭୋଗିବାକୁ ଥିବ, ନିଜ ପାଇଁ ଯାହା ତିଆରି ହୋଇଛି, ତାହା ନିଜର ଦରକାର ଥିବ ତଥାପି ଅନ୍ୟମାନଙ୍କୁ ଦେଇଦିଏ, ସେ ସୁପର ହୁମାନ ଅଟେ । ଏଣୁ ଦେବଗତି ପ୍ରାପ୍ତ କରେ । ଆଉ ଯିଏ ଅନର୍ଥ କ୍ଷତି ପହଞ୍ଚାଏ, ନିଜକୁ କିଛି ଫାଇଦା ହେଉନଥିବ ତଥାପି ସାମ୍ବାବାଲାକୁ ବହୁତ କ୍ଷତି ପହଞ୍ଚାଏ , ସେ ନର୍କଗତିରେ ଯାଏ । ଯେଉଁ ଲୋକ ଅଣହକ୍ର ଭୋଗନ୍ତି, ସେମାନେ ତ ନିଜ ଫାଇଦା ପାଇଁ ଭୋଗନ୍ତି ଏଥିପାଇଁ ପଶୁଗତିରେ ଯା’ନ୍ତି । କିନ୍ତୁ ଯେଉଁମାନେ ବିନା କିଛି କାରଣରେ ଲୋକଙ୍କ । ଘର ଜାଳିପକାନ୍ତି, ଏପରି ଅନ୍ୟ କାମ କରନ୍ତି, ଦଙ୍ଗା-ଫସାଦ କରନ୍ତି, ସେମାନେ ସମସ୍ତେ ନର୍କର ଅଧିକାରୀ ଅଟନ୍ତି । ଯିଏ ଅନ୍ୟ ଜୀବର ପ୍ରାଣ ନିଅନ୍ତି ଅଥବା ପୋଖରୀରେ ବିଷ ମିଶାନ୍ତି, ଅଥବା କୂଅରେ ଏପରି କିଛି ପକାନ୍ତି, ସେମାନେ ସମସ୍ତେ ନର୍କର ଅଧିକାରୀ ଅଟନ୍ତି । ସବୁ ଜିମ୍ନଦାରୀ( ଦାୟୀଭୃଭାର)ଆମ ନିଜର ହିଁ ଅଟେ । ଏ ସଂସାରରେ ଏକ ବାଳ ସଦୃଶ ଜିମ୍ନଦାରୀ ମଧ୍ୟ ନିଜର ହିଁ ଅଟେ ।
। ପ୍ରକୃତିର ଘରେ ତିଳେମାତ୍ର ମଧ୍ୟ ଅନ୍ୟାୟ ନାହିଁ । ଏଠି ମନୁଷ୍ୟମାନଙ୍କ ଭିତରେ କଦାଚିତ ଅନ୍ୟାୟ ଥିବ, କିନ୍ତୁ ପ୍ରକୃତିର ଘର ସମ୍ପୂର୍ଣ୍ଣ ନ୍ୟାୟସଙ୍ଗତ ଅଟେ । କେବେ ମଧ୍ୟ ଅନ୍ୟାୟ ହୋଇ ନାହିଁ । ସବୁ ନ୍ୟାୟରେ ହିଁ ରୁହେ ଆଉ ଯାହା ହେଉଅଛି ତାହା ମଧ୍ୟ ନ୍ୟାୟ ହିଁ ହେଉଅଛି, ଏପରି ଯଦି ବୁଝାପଡ଼େ ତେବେ ତାହା ‘ଜ୍ଞାନ’ କୁହାଯାଏ । ଯାହା ହେଉଅଛି ତାହା ଭୁଲ୍ ହେଲା, ଏହା ଭୁଲ୍ ହେଲା, ଏହା ଠିକ୍
ହେଲା? ଏପରି କୁହନ୍ତି ତାହା ‘ଅଜ୍ଞାନ’ କୁ ହାଯାଏ । ଯାହା ହେଉଅଛି ତାହା କରେକ୍ଟ( ସଠିକ) ହିଁ ଅଟେ ।