________________
୨୦
ମାନବ ଧର୍ମ
ସଂକ୍ଷେପରେ, ପ୍ରତ୍ୟେକଙ୍କର ମାନବତା ନିଜ ଅନୁସାରେ ହୋଇଥାଏ । ‘ମୁଁ କାହାରିକୁ ଦୁଃଖ ଦେବିନାହିଁ”, ତାହା ମାନବତାର ବାଉଣ୍ଡୀ(ସୀମା) ଅଟେ ଏବଂ ସେ ବାଉଣ୍ଡୀ ପ୍ରତ୍ୟେକଙ୍କର ଅଲଗା-ଅଲଗା ହୋଇଥାଏ । ମାନବତାର କୌଣସି ସୈକୀକ ମାପଦଣ୍ଡ ନାହିଁ । ‘ଯାହାଦ୍ବାରା ମୋତେ ଦୁଃଖ ହୁଏ, ସେପରି ଦୁଃଖ ମୁଁ ଅନ୍ୟ କାହାକୁ ଦେବି ନାହିଁ । କେହି ମୋତେ ଏଭଳି ଦୁଃଖ ଦେବ ତେବେ କ’ଣ ହେବ ? ସେଥିପାଇଁ ସେଭଳି ଦୁଃଖ ମୁଁ କାହାକୁ ଦେବି ନାହିଁ ।’ ସେ ନିଜର ଯେତିକି ଡେଭଲପମେଣ୍ଟ ହୋଇଥବ, ସେ ଅନୁସାରେ କରେ ।
ସୁଖ ମିଳେ, ଦେଇ କରି ସୁଖ
ପ୍ରଶ୍ନକର୍ତ୍ତା : ମୁଁ ଜାଣିଛି ଯେ କାହାରି ମନକୁ ଦୁଃଖ ନ ହେବ, ଏହିପରି ବଞ୍ଚିବାର ଅଛି, ସେ ସବୁ ମାନବତାର ଧର୍ମ ଜାଣିଛି ।
ଦାଦାଶ୍ରୀ: ସେ ତ ସବୁ ମାନବତାର ଧର୍ମ ଅଟେ । ମାନବ ଧର୍ମର ଅର୍ଥ କ’ଣ ? ଆମେ ସାମ୍ନାବାଲାକୁ ସୁଖ ଦେବା ତେବେ ଆମକୁ ସୁଖ ମିଳିଋଲିବ । ଯଦି ଆମେ ସୁଖ ଦେବାର ବ୍ୟବହାର କରିବା ତେବେ ବ୍ୟବହାରରେ ଆମକୁ ସୁଖ ପ୍ରାପ୍ତ ହେବ ଆଉ ଦୁଃଖ ଦେବାର ବ୍ୟବହାର କରିବା ତେବେ ବ୍ୟବହାରରେ ଦୁଃଖ ପ୍ରାପ୍ତ ହେବ । ଏଥିପାଇଁ ଯଦି ଆମକୁ ସୁଖ ଦରକାର ତେବେ ବ୍ୟବହାରରେ ସମସ୍ତଙ୍କୁ ସୁଖ ଦିଅ ଆଉ ଦୁଃଖ ଦରକାର ତେବେ ଦୁଃଖ ଦିଅ । ଆଉ ଯଦି ଆତ୍ମାର ସଦ୍ଭାବିକ ଧର୍ମ ଜାଣିନେବା ତେବେ ପୁଣି ନିରନ୍ତର ସୁଖର ଅନୁଭବ ହେବ ।
ପ୍ରଶ୍ନକର୍ତ୍ତା : ସମସ୍ତଙ୍କୁ ସୁଖ ପହଞ୍ଚାଇବାର ଶକ୍ତି ପ୍ରାପ୍ତ ହେଉ, ଏପରି ପ୍ରାର୍ଥନା କରିବା ଉଚିତ୍ ନା ?
ଦାଦାଶ୍ରୀ: ହଁ, ଏପରି ପ୍ରାର୍ଥନା କରି ପାରିବା !
ଜୀବନ ବ୍ୟବହାରରେ ଯଥାର୍ଥ ମାନବ ଧର୍ମ
ପ୍ରଶ୍ନକର୍ତ୍ତା : ଏବେ ଯାହାକୁ ମନୁଷ୍ୟର ମୂଳ ଆବଶ୍ୟକତା କୁହନ୍ତି, ସେ ଭୋଜନ, ପାଣି, ଆରାମ ଆଦିର ବ୍ୟବସ୍ଥା ଆଉ ପ୍ରତ୍ୟେକ ମନୁଷ୍ୟଙ୍କୁ ଆସରା ମିଳୁ, ସେଥ୍ପାଇଁ ଚେଷ୍ଟାକରିବା ମାନବ ଧର୍ମ କୁହାଯାଏ ।
ଅଟେ । ମାନବ ଧର୍ମ ତ ଅଛି, ତାହା ପ୍ରାକୃତିକ ତୁମକୁ ଦେବାକୁ ପଡ଼େ ।
ଦାଦାଶ୍ରୀ : ମାନବ ଧର୍ମ ତ ଜିନିଷ ହିଁ ଅଲଗା ଏପର୍ଯ୍ୟନ୍ତ ଅଟେ ଯେ, ଏ ଦୁନିଆରେ ଲକ୍ଷ୍ମୀର ଯେଉଁ ଭାଗବା ଭାଗବାଣ୍ଟ ଅଟେ । ସେଥିରେ ମୋ ଭାଗରେ ଯାହା ଥାଏ ତାହା