________________
ମାନବ ଧର୍ମ
। ୧୯
ନିଜକୁ ଯାହା ଅନୁକୂଳ ହୁଏ ସେହିପରି ଅନ୍ୟମାନଙ୍କ ପ୍ରତି ରଖୁବା ଉଚିତ୍ ଯେ ଯଦି ମୋତେ ଦୁଃଖ ହେଉଛି, ତେବେ ତା’କୁ ଦୁଃଖ କ’ଣ ପାଇଁ ହେବନାହିଁ ? ଆମର କେହି କିଛି ରିକରି ନିଏ ତ’ ଆମକୁ ଦୁଃଖ ହୁଏ, ତେବେ କାହାର ଭେରି କରିବା ସମୟରେ ଆମକୁ ବିଶ୍ଚର ଆସିବା ଉଚିତ୍ ଯେ, “ନା ! କାହାକୁ ଦୁଃଖ ହେଉ ଏପରି କେମିତି କରିପାରିବା ?? ଯଦି କେହି ମିଛ କହିଲେ ଆମକୁ ଦୁଃଖ ହୁଏ ତେବେ ଆମକୁ ମଧ୍ୟ କାହା ସହ ଏପରି କରିବା ପୂର୍ବରୁ ବିଶ୍ଚର କରିବା ଉଚିତ୍ । ପ୍ରତ୍ୟେକ ଦେଶର, ପ୍ରତ୍ୟେକ ମନୁଷ୍ୟର ମାନବତାର ଗ୍ରେଡ଼ସନ ଭିନ୍ନଭିନ୍ନ ହୋଇଥାଏ ।
। ମାନବତା ଅର୍ଥାତ୍ ‘ନିଜକୁ ଯାହା ପସନ୍ଦ ଆସେ ସେହିପରି ବ୍ୟବହାର ଅନ୍ୟମାନଙ୍କ ସହ କରିବା ।’ ଏ ଛୋଟ ବ୍ୟାଖ୍ୟା ଭଲ, କିନ୍ତୁ ପ୍ରତ୍ୟେକ ଦେଶର ଲୋକଙ୍କୁ ଅଲଗା-ଅଲଗା ଦରକାର ।
। ନିଜକୁ ଯାହା ଅନୁକୂଳ ନଆସେ, ସେପରି ପ୍ରତିକୂଳ ବ୍ୟବହାର ଅନ୍ୟମାନଙ୍କ ସହ ନକରିବା ଉଚିତ୍ । ନିଜକୁ ଅନୁକୂଳ ହେଉଥିବାପରି ବ୍ୟବହାର ଅନ୍ୟମାନଙ୍କ ସହ କରିବା ଉଚିତ୍ । ଯଦି ମୁଁ ତୁମ ଘରକୁ ଆସିଲି ସେତେବେଳେ ତୁମେ ‘ଆସନ୍ତୁ ,ବସନ୍ତୁ କହିଲ ଆଉ ତାହା ମୋତେ ଭଲ ଲାଗୁଥିବ, ତେବେ ମୋ ଘରକୁ ଯେବେ କେହି ଆସେ ସେତେବେଳେ ମୋତେ ମଧ୍ୟ ତା’କୁ ‘ଆସନ୍ତୁ, ବସନ୍ତୁ’ ଏପରି କହିବା ଉଚିତ୍, ଏହା ହିଁ ମାନବତା । ପୁଣି ଆମ ଘରକୁ କେହି ଆସିଲେ, ଆମେ ଏପରି କହିବା ନାହିଁ ଆଉ ସେମାନଙ୍କଠୁ ଆଶା କରିବା, ତାହା ମାନବତା କୁହାଯାଏ ନାହିଁ । ଆମେ କାହା ଘରକୁ ଅତିଥି ହୋଇ ଯାଇଥିବା ଆଉ ସେମାନେ ଭଲ ଭୋଜନ କରାନ୍ତୁ ଏପରି ଆଶା କରିବା, ତେବେ ଆମକୁ ମଧ୍ୟ ବିଶ୍ଚର କରିବା ଉଚିତ୍ ଯେ, ଆମ ଘରକୁ ଯେବେ କେହି ଅତଥା ଆସିବେ, ତାଙ୍କୁ ଭଲ ଭୋଜନ କରାଇବା । ଯେପରି ଦରକାର ସେହିପରି କରିବା ତାହା ମାନବତା ଅଟେ ।
। ନିଜକୁ ସାମ୍ଭାବାଲା ଜାଗାରେ ରଖ୍ ସବୁ ବ୍ୟବହାର କରିବା, ତାହା ମାନବତା ! ମାନବତା ପ୍ରତ୍ୟେକଙ୍କର ଅଲଗା-ଅଲଗା ହୋଇଥାଏ, ହିନ୍ଦୁଙ୍କର ଅଲଗା, ମୁସଲମାନଙ୍କର ଅଲଗା, ଖ୍ରୀଷ୍ଟୀୟାନଙ୍କର ଅଲଗା, ସମସ୍ତଙ୍କର ଅଲଗା-ଅଲଗା ଅଟେ । ଜୈନମାନଙ୍କ ମାନବତା ମଧ୍ୟ ଅଲଗା ଅଟେ ।
ଏମିତି ନିଜକୁ ଅପମାନ ଭଲଲାଗେ ନାହିଁ ଆଉ ଲୋକମାନଙ୍କର ଅପମାନ କରିବାରେ ଶୁରବୀର ହୋଇଥାଏ, ତାହା ମାନବତା କିପରି କୁହାଯିବ ? ଅର୍ଥାତ୍ ପ୍ରତ୍ୟେକ କଥାରେ ବିସ୍ତର ପୂର୍ବକ ବ୍ୟବହାର କରିବା, ତାହା ମାନବତା କୁହାଯାଏ ।