________________
ସମ୍ପାଦକୀୟ ମଣିଷ ଜୀବନ ତ’ ସମସ୍ତେ ଜିଉଁଛନ୍ତି । ଜନ୍ମ ହେଲେ, ପଢ଼ିଲେ, ଘୃକିରୀ କଲେ, ବାହାହେଲେ, ବାପା ହେଲେ, ଜେଜେ ହେଲେ ଆଉ ପୁଣି କୋକେଇ ଉଠିଗଲା । ଜୀବନର କ’ଣ ଏହି କ୍ରମ ହୋଇଥିବ ? ଏହିଭଳି ଜୀବନ ଜିଇଁବାର ଅର୍ଥ କ’ଣ ? ଜନ୍ମ କାହିଁକି ନେବାକୁ ପଡେ ? ଜୀବନରେ କ’ଣ ପ୍ରାପ୍ତ କରିବାର ଅଛି ? ମନୁଷ୍ୟ
ଦେହର ପ୍ରାପ୍ତି ହୋଇଛି ଏଥିପାଇଁ ନିଜେ ମାନବ ଧର୍ମରେ ରହିବା ଉଚିତ୍ । ମାନବତା ରହିବା ଉଚିତ୍, ତେବେଯାଇ ଜୀବନ ଧନ୍ୟ ହେଲା କୁହାଯାଏ ।
। ମାନବତାର ପରିଭାଷା ନିଜ ଉପରୁ ହିଁ ସ୍ଥିର କରିବାର ଅଛି । ଯଦି ମୋତେ କେହି ଦୁଃଖ ଦିଏ ତେବେ ମୋତେ ଭଲ ଲାଗେ ନାହିଁ, ଏଥିପାଇଁ ମୋତେ କାହାକୁ ଦୁଃଖ ନଦେବା ଉଚିତ୍’ । ଏହି ସିଦ୍ଧାନ୍ତ ଜୀବନରେ ପ୍ରତ୍ୟେକ ବ୍ୟବହାରରେ ଯାହାକୁ ଫିଟ୍ କ୍ରିୟାକାରୀ) ହୋଇଗଲା, ତା’ ଠାରେ ପୂରା ମାନବତା ଆସିଗଲା ।
ମଣିଷ ଜୀବନ ତ’ ଘୂରି ଗତିର ଜଂକସନ୍, କେନ୍ଦ୍ରସ୍ଥାନ ଅଟେ । ସେଠାରୁ ଘୂରିଗତି କୁ ଯିବା ପାଇଁ ଛାଡ ଅଛି, କିନ୍ତୁ ଯେଉଁ କାରଣର ସେବନ କରିଥିବ, ସେହି ଗତିରେ ଯିବାକୁ ପଡ଼େ । ମାନବ ଧର୍ମରେ ରହିବ ତେବେ ପୁଣିଥରେ ମଣିଷ ଜନ୍ମ
ଦେଖୁବ ଆଉ ମାନବ ଧର୍ମରୁ ବିଚଳିତ ହୋଇଗଲ ତେବେ ପଶୁ ପକ୍ଷୀ ଜନ୍ମ ମିଳିବ । ମାନବ ଧର୍ମରୁ ମଧ୍ୟ ଆଗକୁ, ସୁପର ହ୍ୟୁମାନ(ଦୈବୀଗୁଣବାଲା ମନୁଷ୍ୟ)ର ଧର୍ମରେ ଆସିବ, ଆଉ ପୂରା ଜୀବନ ପରୋପକାର ହେତୁ ବିତାଇବ ତେବେ ଦେବଗତିରେ ଜନ୍ମ ହୁଏ । ମଣିଷ ଜୀବନରେ ଯଦି ଆଜ୍ଞାନୀଙ୍କ ପାଖରୁ ଆମ୍ବଧର୍ମ ପ୍ରାପ୍ତ କରିନେବ, ତେବେ ଅନ୍ତତଃ ମୋକ୍ଷଗତି-ପରମପଦ ପ୍ରାପ୍ତ କରିପାରିବ ।
। ପରମପୂଜ୍ୟ ଦାଦାଶ୍ରୀ ତ’, ମଣିଷ ନିଜ ମାନବ ଧର୍ମରେ ପ୍ରଗତି କରୁ, ଏପରି ସୁନ୍ଦର ସମଝ ସତସଙ୍ଗ ଦ୍ବାରା ପ୍ରାପ୍ତ କରାଇଛନ୍ତି । ସେ ସବୁ ପ୍ରସ୍ତୁତ ସଂକଳନରେ ଅଙ୍କିତ ହୋଇଛି । ସେହି ସମଝି ଆଜିକାଲିର ପିଲା ଆଉ ଯୁବକମାନଙ୍କ ପର୍ଯ୍ୟନ୍ତ ପହଞ୍ଚବ ତେବେ ଜୀବନର ପ୍ରାରମ୍ଭରୁ ହିଁ ସେମାନେ ମାନବ ଧର୍ମରେ ଆସିଯିବେ, ତେବେ ଏହି ମଣିଷ ଜୀବନକୁ ସାର୍ଥକ କରି ଧନ୍ୟ ହୋଇଯିବେ, ଏହି ଅଭ୍ୟର୍ଥନା ।
-ଡ଼ା. ନୀଭୂବହନ ଅମୀନ