SearchBrowseAboutContactDonate
Page Preview
Page 12
Loading...
Download File
Download File
Page Text
________________ ମାନବ ଧର୍ମ ମୋର ଏତେ ଟଙ୍କା ହଜିଯିବ ତେବେ ମୋତେ କେତେ ଦୁଃଖ ହେବ ? ତେବେ ପୁଣି ଏ ଟଙ୍କା ଯାହର ହୋଇଥିବ ତା’କୁ କେତେ ଦୁଃଖ ହେଉଥିବ ?? ଏଥିପାଇଁ ଆମକୁ ଖବର କାଗଜରେ ବିଜ୍ଞାପନ ଦେବା ଉଚିତ୍ ଯେ, ଏହି ବିଜ୍ଞାପନର ଖର୍ଚ୍ଚଦେଇ, ପ୍ରମାଣ ଦେଇ ଆପଣଙ୍କର ବିଡ଼ା ନେଇଯାନ୍ତୁ । ବାସ୍, ଏହିପରି ମାନବତା ବୁଝିବାର ଅଛି । କାହିଁକିନା ଯେପରି ଆମକୁ ଦୁଃଖ ହେଉଛି ସେହିପରି ସାମ୍ବାବାଲାକୁ ମଧ୍ୟ ଦୁଃଖ ହେଉଥିବ, ଏତିକି ତ ଆମେ ବୁଝିପାରୁଛନ୍ତି ନା ? ଏହିଭଳି ପ୍ରତ୍ୟେକ କଥାରେ ଆପଣଙ୍କୁ ଏପରି ବିଚାର ଆସିବା ଉଚିତ । କିନ୍ତୁ ଆଜିକାଲି ତ ଏ ମାନବତା ବିସ୍ମୃତ ହୋଇଗଲାଣି, ହଜିଗଲାଣି ! ଏହାର ପରିଣାମ ସରୂପ ଏ ଦୁଃଖମାନେ ଅଛନ୍ତି ସବୁ ! ଲୋକେ ତ’ କେବଳ ନିଜର ସାର୍ଥରେ ହିଁ ପଡ଼ିଛନ୍ତି । ତାହା ମାନବତା କୁହାଯାଏ ନାହିଁ । । ଏବେ ତ’ ଲୋକେ ଏପରି ମାନୁଛନ୍ତି ଯେ ଯାହା ମିଳିଲା ତାହା ମାଗଣା ଅଟେ ନା !? ଆରେ ଭାଇ ! ସେମିତିରେ ତ’ ଯଦି ତୋର କିଛି ହଜିଗଲା, ତେବେ ତାହା ଅନ୍ୟ ପାଇଁ ମାଗଣା ହିଁ ହେଲା ନା !” ପ୍ରଶ୍ନକର୍ତ୍ତା : କିନ୍ତୁ ମୋତେ ଏ ଯେଉଁ ଟଙ୍କା ମିଳିଲା, ଆଉ କିଛି ନକଲେ, ମୋ ପାଖରେ ରଖୁବି ନାହିଁ, କିନ୍ତୁ ଗରିବଙ୍କ ମଧ୍ୟରେ ବାଣ୍ଟିଦେବି ତେବେ ? ଦାଦାଶ୍ରୀ: ନାଁ, ଗରିବଙ୍କ ମଧ୍ୟରେ ନୁହେଁ, ସେ ଟଙ୍କା ତା ମାଲିକ ପାଖରେ କିପରି ପହଞ୍ଚିବ ତା’କୁ ଖୋଜି ଖବରଦେଇ ତା’ ପାଖରେ ପହଞ୍ଚାଇ ଦେବ । ତଥାପି ଯଦି ସେ ଲୋକର ଠିକଣା ନମିଳେ, ସେ ପରଦେଶୀ ହୋଇଥିବ, ତେବେ ପୁଣି ଆମକୁ ସେ ଟଙ୍କାର ଉପଯୋଗ କୌଣସି ଭଲକାମ ପାଇଁ କରିବା ଉଚିତ୍, କିନ୍ତୁ ନିଜ ପାଖରେ ନରଖୁବା ଉଚିତ୍ । । ଆଉ ଯଦି ତୁ ମୋ କାହାର ଫେରାଇଥିବ ତେବେ ତୁ ମକୁ ମଧ୍ୟ ଫେରାଇବାବାଲା ମିଳିଯିବେ । ତୁମେ ହିଁ ଫେରାଇବନି ତେବେ ପୁଣି ତୁମର କିପରି ମିଳିବ ? ଅତଃ ଆମକୁ ନିଜର ଚିନ୍ତାଧାରା ବଦଳାଇବା ଉଚିତ୍ । ଏପରି ତ ଚଳିବା । ନାହିଁ ନା ! ଏହାକୁ ମାର୍ଗ ହିଁ କୁହାଯିବନି ନା ? ! ଏତେ ସାରା ଟଙ୍କା ରୋଜଗାର କରୁଛି ତଥାପି ସୁଖ ନାହିଁ, ଏହା କିପରି ? ! । ଏବେ ଯଦି ଆପଣ କାହାଠୁ ଦୁଇ ହଜାର ଟଙ୍କା ଆଣି ବେ ଆଉ ଫେରାଇବାର ସୁବିଧା ହେଉନାହିଁ ଏବଂ ମନରେ ଏପରି ଭାବ ହେଲା, “ଏବେ ମୁଁ ତା’କୁ କିପରି ଫେରାଇବି ? ତା’କୁ ‘ନା’ କହିଦେବା ।” ଏପରି ଭାବ ଆସିବା କ୍ଷଣି ମନରେ ବିଶ୍ଚର ଆସେ ଯେ ଯଦି ମୋ ପାଖରୁ କେହି ନେଇଯାଇଥିବ ଏବଂ ସେ ଏପରି
SR No.034048
Book TitleManav Dharma Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year2018
Total Pages38
LanguageOriya
ClassificationBook_Other
File Size2 MB
Copyright © Jain Education International. All rights reserved. | Privacy Policy