________________
ମାନବ ଧର୍ମ
ନିଜକୁ ଭଲ ଲାଗେନାହିଁ, ତେବେ ସେହିଭଳି ସେ ଅନ୍ୟମାନଙ୍କ ଝିଅ ଉପରେ ଦୃଷ୍ଟି ନ ବିଗାଡୁ । କାହିଁକିନା ଏହି କଥା ସର୍ବଦା ଧ୍ୟାନରେ ରହିବା ଉଚିତ୍ ଯେ ଯଦି ମୁଁ କାହାର ଝିଅ ଉପରେ ଦୃଷ୍ଟି ବିଗାଡ଼ିବି ତେବେ କେହି ମୋ ଝିଅ ଉପରେ ନିଶ୍ଚୟ ଦୃଷ୍ଟି ବିଗାଡ଼ିବ । ଏପରି ଖୁଆଲ ରେ ରହିବା ଉଚିତ୍, ତେବେ ତାହା ମାନବ ଧର୍ମ କୁହାଯିବ ।
। ମାନବ ଧର୍ମ ମାନେ, ଯାହା ଆମକୁ ପସନ୍ଦ ନୁହେଁ ତାହା ଅନ୍ୟମାନଙ୍କ ସହ କରିବା ନାହିଁ । ମାନବ ଧର୍ମ ଲିମିଟ( ସୀମା)ରେ ଅଛି, ଲିମିଟରୁ ବାହାରେ ନୁହେଁ, କିନ୍ତୁ ସେତିକି ଯଦି ସେ କରେ ତେବେ ବହୁତ ହୋଇଗଲା ।
। ନିଜ ସ୍ତ୍ରୀ ହୋଇଥିବ ତେବେ ଭଗବାନ କୁହନ୍ତି ଯେ ତୁ ବିବାହ କରିଛୁ ତାକୁ ସଂସାର ସୀକାର କରିଛି, ତୋ ଶଶୁର ଘରବାଲା ସୀକାର କରିଛନ୍ତି, ତୋ ପରିବାରଜନ ସୀକାର କରିଛନ୍ତି, ସମସ୍ତେ ସୀକାର କରନ୍ତି । ସ୍ତ୍ରୀକୁ ନେଇ ସିନେମା ଦେଖବାକୁ ଯିବା ତେବେ କେହି ଆଙ୍ଗୁଳି ଉଠାଇବ ? ଆଉ ଯଦି ପର ସ୍ତ୍ରୀକୁ ନେଇ ଯିବା ତେବେ ?
ପ୍ରଶ୍ନକର୍ତ୍ତା : ଆମେରିକାରେ ଏଥିପାଇଁ ଆପତ୍ତି ଉଠାନ୍ତି ନାହିଁ ।
ଦାଦାଶ୍ରୀ: ଆମେରିକାରେ ଏଥିପାଇଁ ଆପତ୍ତି ଉଠାନ୍ତି ନାହିଁ, କି ନ୍ତୁ । ହିନ୍ଦୁସ୍ତାନରେ ଆପତ୍ତି ଉଠାଇବେ ନା ? ଏହା ଠିକ୍ କଥା, କିନ୍ତୁ ସେଠାକାର ଲୋକେ ଏକଥା ବୁଝନ୍ତି ନାହିଁ । କିନ୍ତୁ ଆମେ ଯେଉଁ ଦେଶରେ ଜନ୍ମ ହୋଇଛନ୍ତି, ସେଠାରେ ଏପରି ବ୍ୟବହାର ପାଇଁ ଆପତ୍ତି ଉଠାନ୍ତି ନା ! ଆଉ ଏପରି ଆପତ୍ତିଜନକ କାର୍ଯ୍ୟ ଦୋଷ ଅଟେ ।
। ଏଠାରେ ତ ୮୦ ପ୍ରତିଶତ ଲୋକେ ପଶୁ ଗତିରେ ଯିବାକୁ ଅଛନ୍ତି । ବର୍ତ୍ତମାନର ୮୦ ପ୍ରତିଶତ ମନୁଷ୍ୟ ! କାହିଁକିନା ମନୁଷ୍ୟ ଜନ୍ମ ପାଇକରି କ’ଣ କରୁଛନ୍ତି ? ତେବେ କହିବା ଅପମିଶ୍ରଣ କରୁଛନ୍ତି, ଅଣହକୁ ( ବି ନା ହକ୍ ର)ର ଭୋଗୁଛନ୍ତି, ଅଣହକ୍ର ଲୁଟି ନେଉଛନ୍ତି, ଅଣହତ୍କର ପ୍ରାପ୍ତ କରିବା ପାଇଁ ଇଚ୍ଛା କରୁଛନ୍ତି, ଏପରି ବିଶ୍ଚର କରୁଛନ୍ତି ଅଥବା ପରସ୍ତ୍ରୀ ଉପରେ ଦୃଷ୍ଟି ବିଗାଡୁଛନ୍ତି । ମନୁଷ୍ୟକୁ ନିଜ ସ୍ତ୍ରୀ ଭୋଗିବାର ହକ୍ତି ଅଛି, କିନ୍ତୁ ଅଣହତ୍କର, ପର ସ୍ତ୍ରୀ ଉପରେ ଦୃଷ୍ଟି ମଧ୍ୟ ବିଗାଡ଼ି ପାରିବା ନାହିଁ, ସେଥିପାଇଁ ମଧ୍ୟ ଦଣ୍ଡ ମିଳେ । କେବଳ ଦୃଷ୍ଟି ବିଗାଡ଼ିଲେ ତାହାର ମଧ୍ୟ ଦଣ୍ଡ, ତା’କୁ ପଶୁ ଗତି ପ୍ରାପ୍ତ ହୁଏ । କାହିଁକି ନା ତାହା ପାଶବତା କୁହାଯାଏ । (ପ୍ରକୃତରେ) ମାନବତା ଥିବା ଉଚିତ୍ ।
ମାନବ ଧର୍ମର ଅର୍ଥ କ’ଣ ? ହକ୍ର ଭୋଗିବା ତାହା ମାନବ ଧର୍ମ ଏପରି