Book Title: Anger Oriya Author(s): Dada Bhagwan Publisher: Dada Bhagwan Aradhana Trust View full book textPage 9
________________ କ୍ରୋଧ ପ୍ରଶ୍ନକର୍ତ୍ତା : କିଛି ଜାଗାରେ ତ କ୍ରୋଧ ହେବା ହିଁ ଉଚିତ୍ । ଦାଦାଶ୍ରୀ : ନା, ନା । କ୍ରୋଧ ତ ନିଜେ ଏକ ଦୁର୍ବଳତା ଅଟେ । କିଛି ଜାଗାରେ କ୍ରୋଧ ହେବା ଉଚିତ, ତାହା ତ ସଂସାରୀ କଥା ଅଟେ । ଏମାନେ ତ’ ନିଜ ଦ୍ୱାରା କ୍ରୋଧ ପରିତ୍ୟାଗ କରିପାରନ୍ତି ନାହିଁ, ଏଥିପାଇଁ ଏପରି କୁହନ୍ତି ଯେ କ୍ରୋଧ ହେବା ହିଁ ଉଚିତ୍ ! ମନ ମଧ୍ୟ ନ ବିଗିଡ଼େ, ସେ ବଳବାନ । ପ୍ରଶ୍ନକର୍ତ୍ତା : ତେବେ ପୁଣି କେହି ମୋର ଅପମାନ କରିବ ଆଉ ମୁଁ ଶାନ୍ତିର ସହ ବସିରହିବି ତେବେ ତାହା ନିର୍ବଳତା କୁହାଯିବନି ? । ଦାଦାତ୍ରୀ : ନା । ଓହୋହୋ ! ଅପମାନ ସହିବା ତାହା ତ’ ବହୁତ ବଡ଼ ବଳ କୁହାଯାଏ ! ଏବେ ମୋତେ କେହି ଗାଳି ଦେବ ତେବେ ମୋତେ କିଛି ବି ହେବ ନାହିଁ, ତା’ ପ୍ରତି ମନ ବି ବିଗିଡ଼ିବ ନାହିଁ, ଏହା ବଳ ଅଟେ ! ଆଉ ନିର୍ବଳତା ତ’ ଏ ସମସ୍ତେ କିଟ୍-କିଟ୍ କରୁଥାନ୍ତି ନା, ଜୀବମାତ୍ର ପରସ୍ପର ଲଢ଼ିବାରେ ହିଁ ଲାଗିଥାନ୍ତି । ସେ ସବୁ ନିର୍ବଳତା କୁହାଯାଏ । ଅର୍ଥାତ ଶାନ୍ତିର ସହ ଅପମାନ ସହିବା, ତାହା ବହୁତ ବଡ଼ ବଳ କୁହାଯାଏ ଆଉ ଏପରି ଅପମାନ ଥରେ ମାତ୍ର ଇଂଘିଯିବା, ଗୋଟିଏ ଷ୍ଟେପ୍ ଇଂଘିଯିବା, ତେବେ ଶହେ ଷ୍ଟେପ ଇଂଘିବାର ଶକ୍ତି ଆସିଯିବ । ଆପଣଙ୍କୁ ବୁଝାପଡ଼ିଲା ନା ? ସାମ୍ଭାବ୍ୟକ୍ତି ଯଦି ବଳବାନ ହୋଇଥିବ, ତେବେ ଜୀବମାତ୍ର ତା ସମ୍ମୁଖରେ ନିର୍ବଳ ହୋଇଯାନ୍ତି । ତାହା ତ’ ତା’ର ସଭାବିକ ଗୁଣ ଅଟେ । କିନ୍ତୁ ଯଦି ନିର୍ବଳ ବ୍ୟକ୍ତି ଆପଣଙ୍କୁ ହଇରାଣ କରେ ଆଉ ତେବେ ମଧ୍ୟ ଆପଣ ତା’ର କିଛି ବିଗାଡ଼ନ୍ତି ନାହିଁ, ତେବେ ତାହା ବହୁତ ବଡ଼ ବଳ କୁହାଯିବ । । ବାସ୍ତବରେ ତ ନିର୍ବଳର ରକ୍ଷଣ କରିବା ଉଚିତ ଏବଂ ବଳବାନର ସାମ୍ନା କରିବା ଉଚିତ୍ । କିନ୍ତୁ ଏହି କଳିଯୁଗରେ ଏପରି ଲୋକ ଆଉ ନାହାନ୍ତି ନା ! ଏବେ ତ ନିର୍ବଳକୁ ହିଁ ମାରୁଛନ୍ତି ଆଉ ବଳବାନଠାରୁ ଖସି ପଳାଉଛନ୍ତି । ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ନିର୍ବଳର ରକ୍ଷା କରନ୍ତି ଏବଂ ବଳବାନର ସାମ୍ନା କରନ୍ତି । ଯଦି ଏପରି ଲୋକ ଥିବେ, ତେବେ ତାହା ତ’ କ୍ଷତ୍ରିୟଗୁଣ କୁହାଯିବ । ନଚେତ୍Page Navigation
1 ... 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50