Book Title: Anger Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 26
________________ ୧୯ କ୍ରୋଧ ଦ୍ଵିତୀୟରେ, ଏ କ୍ଳେଶ ହେଲା, ସେ କ୍ଷତି ଆଉ ତୃତୀୟରେ ଚାକର ସାଙ୍ଗରେ ବୈର ବନ୍ଧାହେଲା, ସେ କ୍ଷତି ! ଚାକର ବୈର(ଶତୃତା) ବାନ୍ଧେ ଯେ ‘ମୁଁ ଗରିବ ଅଟେ’, ଏଥ‌ିପାଇଁ ଏ ମୋତେ ଏପରି କହୁଛି ନା ! କିନ୍ତୁ ସେ ବୈର ଛାଡ଼ିବ ନାହିଁ । ଆଉ ଭଗବାନ କହିଛନ୍ତି ଯେ କାହାରି ସହ ମଧ୍ୟ ବୈର ବାନ୍ଧିବନି । କଦାଚିତ ପ୍ରେମ ବାନ୍ଧିପାରୁଛ ତେବେ ବାନ୍ଧ, କିନ୍ତୁ ବୈର ବାନ୍ଧିବ ନାହିଁ । କାରଣ ପ୍ରେମ ବାନ୍ଧିବ ତେବେ ସେ ପ୍ରେମ ନିଜେ ନିଜେ ହିଁ ବୈରକୁ ଖୋଳି ଉପାଡ଼ିଦେବ । ପ୍ରେମ ତ’ ଏପରି ଅଟେ ଯେ ବୈରୀର କବର ଖୋଳିପକାଏ । କିନ୍ତୁ ବୈରରୁ ତ’ ବୈର ବଢ଼ିଚାଲେ । ଏହିପରି ନିରନ୍ତର ବଢ଼ିଚାଲେ। ବୈର କାରଣରୁ ହିଁ ତ ଏବେ ପର୍ଯ୍ୟନ୍ତ ଭଟକିବାକୁ ପଡ଼ୁଛି ! ଏ ମଣିଷ କ’ଣ ପାଇଁ ଭଟକୁଛନ୍ତି ? କ’ଣ ତୀର୍ଥଙ୍କର ମିଳିନଥିଲେ ? ତେବେ କୁହନ୍ତି, ‘ନା, ତୀର୍ଥଙ୍କର ତ’ ବହୁତ ଜଣ ମିଳିଥିଲେ । ତାଙ୍କର ଦେଶନା ତୀର୍ଥଙ୍କରଙ୍କ ସନ୍ଦେଶ) ମଧ୍ୟ ଶୁଣିଥିଲି, କିନ୍ତୁ କିଛି ହେଲା ନାହିଁ ।’ କେଉଁ କଥାରେ ଅସୁବିଧା ଆସୁଛି ? କେଉଁଠି ଆପତ୍ତି ହେଉଛି ? ସେ ସବୁ ଆପତ୍ତିଗୁଡ଼ିକୁ ଦୂର କରିଦିଅ ନା! ଯଦି ଆପତ୍ତି ହେଉଛି ତେବେ ତାହା ସଙ୍କୁଚିତ ଦୃଷ୍ଟି ଅଟେ । ଜ୍ଞାନୀପୁରୁଷ ଲଙ୍ଗ ସାଇଟ୍(ଦୁରଦୃଷ୍ଟି) ଦେଇ ଦିଅନ୍ତି । ସେ ଲଙ୍ଗସାଇଟ୍ ଆଧାରରେ ସବୁକିଛି ‘ଯେମିତି କୁ ସେମିତି’ ଦେଖାଯାଏ । ପିଲାମାନଙ୍କ ଉପରେ ରାଗ ଆସେ ତେବେ... ପ୍ରଶ୍ନକର୍ତ୍ତା : ଘରେ ପିଲାମାନଙ୍କ ଉପରେ କ୍ରୋଧ ଆସୁଛି, ତ’ କରିବି ? ଦାଦାଶ୍ରୀ : ଅବୁଝାମି ଯୋଗୁଁ କ୍ରୋଧ ଆସୁଛି । ତା’କୁ ଯଦି ଆପଣ ପଚାରିବେ ଯେ, ‘ତୋତେ କ’ଣ ବହୁତ ମଜା ଆସୁଥୁଲା ? ( ଯେତେବେଳେ ମୁଁ ରାଗିଥିଲି)’ ତେବେ ସେ କହିବ ଯେ, ‘ମୋତେ ଭିତରେ ବହୁତ ଖରାପ ଲାଗିଲା, ବହୁତ ଦୁଃଖ ଲାଗିଲା ।’ ତା’କୁ ଦୁଃଖ ହେଉଛି, ଆପଣଙ୍କୁ ଦୁଃଖ ହେଉଛି ! ଏଥରେ ପିଲା ଉପରେ ଚିଡ଼ିବାର ଆବଶ୍ୟକ ହିଁ କେଉଁଠି ରହିଲା ପୁଣି ? ଆଉ ଚିଡ଼ିବା ଦ୍ୱାରା ସେମାନେ ସୁଧୁରି ଯାଉଛନ୍ତି ତେବେ ଚିଡ଼ । ରେଜଲ୍ଟ ଭଲ ଆସୁଛି ତେବେ ସେ ଚିଡ଼ିବା କାମର ଅଟେ । ରେଜଲ୍ଟ ହିଁ ଭଲ ଆସୁନାହିଁ ତେବେ ଚିଡ଼ିବାର ଅର୍ଥ କ’ଣ ! କ୍ରୋଧ କରିବା ଦ୍ବାରା ଲାଭ ହେଉଛି ତେବେ କର ଆଉ ଯଦି ଲାଭ ହେଉନାହିଁ

Loading...

Page Navigation
1 ... 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50