Book Title: Anger Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 35
________________ ୨୮ କ୍ରୋଧ ଆସିଗଲା, ସେତେବେଳେ ଭିତରେ ଦୁଃଖ ହୁଏ, ଯେ ଏହା ଭୁଲ ହୋଇଗଲା, କିନ୍ତୁ ସାମନାବାଲାକୁ କ୍ଷମା ମାଗିବା ପାଇଁ ସାହସ ହୁଏ ନାହିଁ । । ଦାଦାଶ୍ରୀ : ଏଭଳି କ୍ଷମା ମାଗିବାର ହିଁ ନାହିଁ, ନଚେତ ପୁଣି ସେମାନେ ତା’ର ଦୂରୁପଯୋଗ କରିବେ । “ହଁ, ଏବେ ଆସିଲା ନା ଲାଇନକୁ ?” ଏପରି କହିବେ ! ନୋବଲ( ସନ୍ତାନ୍ତ ଶ୍ରେଣୀର) ଜାତି ନୁହେଁ ! ଏମାନେ କ୍ଷମା ମାଗିବା ଯୋଗ୍ୟ ଲୋକ ନୁହନ୍ତି । ଏଥିପାଇଁ ତା’ର ଶୁଦ୍ଧମାକୁ ସ୍ମରଣ କରି ମନରେ ହିଁ କ୍ଷମା ମାଗିନେବ । ହଜାରରେ କେଉଁଠି ଦଶଟି ମଣିଷ ଏପରି ବାହାରିବେ ଯେଉଁମାନେ କ୍ଷମା ମାଗିବା ପୂର୍ବରୁ ହିଁ କ୍ଷମା କରିଦେବେ । । ନଗଦ ପରିଣାମ, ହାର୍ଦ୍ଦିକ ପ୍ରତିକ୍ରମଣର । ପ୍ରଶ୍ନକର୍ତ୍ତା : କାହା ଉପରେ ବହୁତ କ୍ରୋଧ ହୋଇଗଲା, ସବୁ କହିସାରିବା ପରେ ଚୁପ ହୋଇଗଲୁ । ପରେ ଏ ଯାହାସବୁ କହିଦେଲୁ ତା’ ପାଇଁ ହୃଦୟ ବାରମ୍ବାର ଜଳୁଥାଏ, ତେବେ ତା’ ପାଇଁ ଗୋଟିଏ ରୁ ଅଧିକ ପ୍ରତିକ୍ରମଣ କରିବାକୁ ହେବ ? । ଦାଦାଶ୍ରୀ : ସେଥିରେ ଦୁଇ-ତିନି ଥର ହୃଦୟର ସହିତ ପ୍ରତିକ୍ରମଣ କରିବା ଆଉ ଏକଦମ୍ ଭଲଭାବରେ ହୋଇଗଲା ତେବେ ପୂରା ହୋଇଗଲା । “ ହେ ଦାଦା ଭଗବାନ ! ମୋ ଦ୍ବାରା ଜବରଦସ୍ତ କ୍ରୋଧ ହୋଇଗଲା, ସାମନାବାଲାକୁ ବହୁତ କଷ୍ଟ ହେଲା ! ସେଥିପାଇଁ କ୍ଷମା ମାଗୁଛି । ଆପଣଙ୍କ ସାନିଧ୍ୟରେ ଖୁବ୍ କ୍ଷମା ମାଗୁଛି । ଦୋଷ, କିନ୍ତୁ ମୃତପ୍ରାୟ ପ୍ରଶ୍ନକର୍ତ୍ତା : ଅତିକ୍ରମଣ ଦ୍ବାରା ଯେଉଁ ଉତ୍ତେଜନା ହୋଇଥାଏ, ତାହା ପ୍ରତିକ୍ରମଣ ଦ୍ଵାରା ଶାନ୍ତ ହୋଇଯାଏ ? । ଦାଦାଶ୍ରୀ : ହଁ, ଶାନ୍ତ ହୋଇଯାଏ । ଚିକଣି ଫାଇଲ୍ ଯେଉଁ ବ୍ୟକ୍ତି ସହ ଗାଢ଼ ଋଣାନୁବନ୍ଧ) ହୋଇଥିବ, ସେଠାରେ ତ’ ପାଞ୍ଚ-ପାଞ୍ଚ ହଜାର ପ୍ରତିକ୍ରମଣ କରିବାକୁ ପଡ଼େ, ତେବେ ଯାଇ ଶାନ୍ତ ହୁଏ । ରାଗ ବାହାରକୁ ଆସିନଥିବ କିନ୍ତୁ ବ୍ୟାକୁଳତା ହୋଇଯାଇଥିବ, ତେବେ ମଧ୍ୟ ତା’ର ପ୍ରତିକ୍ରମଣ ନକରିବା ତେବେ ସେତିକି ଦାଗ ଆମ ଉପରେ ରହିଯିବ । ପ୍ରତିକ୍ରମଣ କରିବା ଦ୍ଵାରା ସଫା

Loading...

Page Navigation
1 ... 33 34 35 36 37 38 39 40 41 42 43 44 45 46 47 48 49 50