Book Title: Anger Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 39
________________ ୩୨ କ୍ରୋଧ ତ’ ଡବଲ( ଦୋହରା) କ୍ରୋଧ ଅଟେ । ସହିବା ଅର୍ଥାତ ଦବାଇ ରଖିବା । ତାହା ତ’, ଯେବେ ଦିନେ ସ୍ତ୍ରୀଙ୍ଗ ଛିଟିକିବ ତେବେ ଜଣା ପଡ଼ିବ । ସହିବା କ’ଣ ପାଇଁ ? ଏହାର ତ’ ଜ୍ଞାନ ଦ୍ଵାରା ସମାଧାନ ବାହାର କରିନେବା । । କ୍ରୋଧରେ ବଡ଼ ହିଂସା ବୁଦ୍ଧି ଇମୋଶନାଲ ହୁଏ, ଜ୍ଞାନ ମୋଶନରେ ରୁହେ । ଯେପରି ଟ୍ରେନ୍ ମୋଶନରେ ଋଲେ, ଯଦି ତାହା ଇମୋଶନାଲ ହୋଇଯିବ ତେବେ ? ପ୍ରଶ୍ନକର୍ତ୍ତା : ଏକ୍ସିଡେଣ୍ଟ ହୋଇଯାଏ । ଦାଦାଶ୍ରୀ : ଏମିତି-ସେମିତି କରି କରି ଚାଲିବ ତେବେ ଏକ୍ସିଡ଼େଣ୍ଟ ହୋଇଯିବ । ଏହିପରି ମଣିଷ ଯେବେ ଇମୋଶନାଲ ହୁଏ, ତେବେ ଅନେକ ଜୀବା ଭିତରେ ମରିଯାନ୍ତି । କ୍ରୋଧ ହେଲା କ୍ଷଣି ଅନେକ ଛୋଟ ଛୋଟ ଜୀବ ମରିକରି ଶେଷ ହୋଇଯାନ୍ତି, ଆଉ ପୁଣି ନିଜେ ଦାବିକରେ ଯେ, “ମୁଁ ତ’ ଅହିଂସା ଧର୍ମର ପାଳନ କରୁଛି, ଜୀବ-ହିଂସା ତ’ କରେ ହିଁ ନାହିଁ ।” ଆରେ, କିନ୍ତୁ କ୍ରୋଧ ଦ୍ଵାରା ତ’ କେବଳ ଜୀବ ହିଁ ମାରୁଛୁ, ଇମୋଶନାଲ ହୋଇକରି ! । କ୍ରୋଧକୁ ଜିତି ପାରିବା ଏପରି ଦ୍ରବ୍ୟ ଅର୍ଥାତ ବାହାରର ବ୍ୟବହାର, ସେଥିରେ ପରିବର୍ତ୍ତନ ହୁଏ ନାହିଁ କିନ୍ତୁ ଯଦି ଭାବ ବଦଳିଯାଏ ତେବେ ବହୁତ ହୋଇଗଲା । କେହି କୁହେ ଯେ କ୍ରୋଧ ବନ୍ଦ କରିବାର ଅଛି, ତେବେ ଆଜି ହିଁ କ୍ରୋଧ ବନ୍ଦ ହୋଇଯିବ ନାହିଁ । କ୍ରୋଧକୁ ତ ଚିହ୍ନିବାକୁ ପଡ଼ିବ ଯେ କ୍ରୋଧ କ’ଣ ଅଟେ ? କାହିଁକି ସୃଷ୍ଟି ହୁଏ ? ତାହାର ଜନ୍ମ କେଉଁ ଆଧାରରରେ ହୁଏ ? ତା’ ମା କିଏ ? ବାପା କିଏ ? ସବୁ ଅନୁସନ୍ଧାନ ପରେ କ୍ରୋଧକୁ ଚିହ୍ନିହେବ । । ଯେ ମୁକ୍ତ ହୋଇସାରିଛି ସେ ହିଁ ମୁକ୍ତ କରାଇପାରିବେ ତୁମକୁ ସବୁ ବାହାର କରିବାର ଅଛି ? କ’ଣ କ’ଣ ବାହାର କରିବାର ଅଛି, ବତାଅ । ଲିଷ୍ଟ ( ସୂଚି) ବନାଇ ମୋତେ ଦିଅ । ସବୁ ବାହାର କରିଦେବି ।

Loading...

Page Navigation
1 ... 37 38 39 40 41 42 43 44 45 46 47 48 49 50