Book Title: Anger Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
କ୍ରୋଧ
୩୭
ହୋଇଯାଏ, ସାରା ଜୀବନ ପାଇଁ ଅଲଗା ହୋଇଯାଏ, ତେବେ ତୋ କ୍ରୋଧ ମିଥ୍ୟା ଅଟେ ।? ସେ କ୍ରୋଧ ଯାହା ସାମ୍ବାବାଲାର ମନକୁ ବର୍ଷ-ଦୁଇବର୍ଷ ପାଇଁ ଅଲଗା କରିଦିଏ, ପରେ ପୁଣି ମିଶିଯାଏ, ତାହାକୁ ଅପ୍ରତ୍ୟାଖାନ କ୍ରୋଧ କୁହାଯାଏ, ଯାହା ସାମନାବାଲାର ମନକୁ କ୍ରେଡାଉନ କରି ପକାଏ, ତାହାକୁ ଅନ୍ତିମ ଶ୍ରେଣିର ୟୁଲେସ୍ କ୍ରୋଧ କୁହାଯାଏ, ତାହାକୁ ଅନନ୍ତାନୁବନ୍ଧି କୋଧ କୁହାଯାଏ । ଏବଂ ଲୋଭ ମଧ୍ୟ ଏପରି, ପୁଣି ମାନ, ସେମାନେ ସବୁ ଏପରି ମଭୁତ୍ ଥାନ୍ତି ଯେ ସେମାନଙ୍କର ଚାଲିଯିବା ପରେ ପୁଣି ମଣିଷ ଠିକ୍ ରାସ୍ତାକୁ ଆସିଯାଏ ଏବଂ ଗୁଣସ୍ଥାନ ପ୍ରାପ୍ତ କରେ, ନଚେତ ଗୁଣସ୍ଥାନରେ ହିଁ ଆସି ନଥାନ୍ତା । କ୍ରୋଧ-ମାନ-ମାୟାଲୋଭ, ଏ ଚାରି ଅନନ୍ତାନୁବନ୍ଧି କଷାୟ ଚାଲିଯିବେ ତେବେ ମଧ୍ୟ ବହୁତ ହୋଇଗଲା ।
ଏବେ ଯେବେ ‘ଜିନ’ଙ୍କ କଥା ଶୁଣିବେ, ତେବେ ଯାଇ ଏମାନେ ଯିବେ । ‘ଜିନ’ ଅର୍ଥାତ ଆମ୍ବିଜ୍ଞାନୀ । ପୁଣି ସେ କୌଣସି ମଧ୍ୟ ଧର୍ମର ଆମ୍ବିଜ୍ଞାନୀ ହୁଅନ୍ତୁ,
ବେଦାନ୍ତର ହୁଅନ୍ତୁ ଅବା ଜୈନଙ୍କର ହୁଅନ୍ତୁ । କିନ୍ତୁ ଆମ୍ବିଜ୍ଞାନୀ ହୋଇଥିବା ଦରକାର । ତାଙ୍କଠାରୁ ଶୁଣେ ତେବେ ଶ୍ରାବକ ହୁଏ। ଆଉ ଶ୍ରାବକ ହୋଇଯାଏ ତେବେ ତା’ର ଅନନ୍ତାନୁ ବନ୍ଧି କଷାୟ ଚାଲିଯାଏ । ପୁଣି ଆପେ ଆପେ ହିଁ କ୍ଷୟୋପସମ ହୋଇଚାଲେ ।
ଏବେ ଅନ୍ୟ ଉପାୟ ଏହା ଯେ ମୁଁ ତା’ର ଭେଦଜ୍ଞାନ କରାଇଦିଏ । ସେତେବେଳେ ସବୁ କଷାୟ ଚାଲିଯାଏ,ଦୂର ହୋଇଯାଏ । ଏହା ଏହି କାଳର ଆଶ୍ଚର୍ଯ୍ୟ ଅଟେ । ଏଥିପାଇଁ “ ଅକ୍ରମ ବିଜ୍ଞାନ” କହିଛି ନା !
-ଜୟ ସଚ୍ଚିଦାନନ୍ଦ

Page Navigation
1 ... 42 43 44 45 46 47 48 49 50