Book Title: Anger Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 14
________________ । କ୍ରୋଧ ବିଲୋ ନର୍ମାଲ ଇଜ୍ ଦ ଫିବର, ଏବଭ ନର୍ମାଲ ଇଜ୍ ଦ ଫିବର, ୯୮ ଇଜ୍‌ ଦ ନର୍ମାଲ । ଏଣୁ ଆମକୁ ନର୍ମାଲିଟୀ ହିଁ ଦରକାର । । କ୍ରୋଧୀ ଅପେକ୍ଷା କ୍ରୋଧ ନକରିବା ବାଲାକୁ ଲୋକେ ଅଧୁକ ଡରନ୍ତି । କ’ଣ କାରଣ ହୋଇଥିବ ଏହାର ? କ୍ରୋଧ ବନ୍ଦ ହେବା ପରେ ପ୍ରତାପ ଉତ୍ପନ୍ନ ହୁଏ । ଏପରି ପ୍ରକୃତିର ନିୟମ ଅଟେ ! ନହେଲେ ତା’ର ରକ୍ଷଣ କରିବା ବାଲା ମିଳିବେନି ନା ! କ୍ରୋଧ ତ’ ରକ୍ଷଣ ଥୁଲା, ଅଜ୍ଞାନତାରେ କ୍ରୋଧ ଦ୍ଵାରା ରକ୍ଷଣ ହେଉଥିଲା । ଚିଡ଼ଚିଡ଼ାର ନମ୍ବର ଶେଷରେ ପ୍ରଶ୍ନକର୍ତ୍ତା : ସାତ୍ତିକ ଚିଡ଼ ଅବା ସାତ୍ତ୍ଵିକ କ୍ରୋଧ, ଭଲ ନା ନୁହେଁ ? । ଦାଦାଶ୍ରୀ : ତାଙ୍କୁ ଲୋକେ କ’ଣ କୁହନ୍ତି ? ଏ ଛୋଟ ପିଲାମାନେ ମଧ୍ୟ ତାଙ୍କୁ କୁହନ୍ତି ଯେ, ଏ ତ ଚିଡ଼ଚିଡ଼ା ହିଁ ଅଟନ୍ତି !’ ଚିଡ଼ ତ ମୂର୍ଖତା ଅଟେ, ଫୁଲିନେସ ଅଟେ । ଚିଡ଼ କୁ ଦୁର୍ବଳତା କୁହାଯାଏ । ପିଲାଙ୍କୁ ଯଦି ଆମେ ପଚାରିବା ଯେ, ତୋ ବାପା କିପରି ଲୋକ ? ତେବେ ସେମାନେ ମଧ୍ୟ କହିବେ ଯେ, “ସେ ତ ବହୁତ ଚିଡ଼ଚିଡ଼ା ଅଟନ୍ତି !” । କୁହ ଏବେ ଇଜ୍ଜତ ବଢ଼ିଲା ନା କମିଲା ? ଏହି ୱିନେସ ନରହିବା ଉଚିତ । ଅର୍ଥାତ ଯେଉଁଠି ସାପ୍ସିକତା ଥିବ, ସେଠାରେ ନେସ ନଥିବ । ଘରେ ଛୋଟ ପିଲାଙ୍କୁ ଯଦି ପଚାରିବା ଯେ, “ତୋ ଘରେ ପ୍ରଥମ ନମ୍ବର କାହାର ?? ତେବେ ସେ ଦେଖୁନିଏ ଯେ ମୋ ଜେଜେମା ଚିଡୁ ନାହିଁ, ଏଥିପାଇଁ ସବୁଠୁ ଭଲ ସେ ଅଟନ୍ତି । ପ୍ରଥମ ନମ୍ବର ତାଙ୍କର । ପୁଣି ଦ୍ବିତୀୟ, ତୃତୀୟ, ଏପରି କରି-କରି ବାପାଙ୍କ ନମ୍ବର ଶେଷରେ ଆସେ ! ! କେଉଁଥିପାଇଁ ? କାରଣ ସେ ଚିଡ଼ଚିଡ଼ା ଅଟନ୍ତି, ଏଥିପାଇଁ । ମୁଁ କୁହେ ଯେ, “ବାପା ଟଙ୍କା ରୋଜଗାର କରି ତୁମ ପାଇଁ ଖର୍ଚ୍ଚ କରୁଛନ୍ତି ତଥାପି ତାଙ୍କର ଶେଷ ନମ୍ବର ?? ତେବେ କୁହନ୍ତି, “ହଁ” । ଏବେ କୁହ, ମେହନତ-ମଜୁରି କରୁଛି, ଖାଇବାକୁ ଦେଉଛି, ଟଙ୍କା ଆଣିକି ଦେଉଛି, ତଥାପି ଶେଷ ନମ୍ବର ଆପଣଙ୍କର ହିଁ ଆସିଲା ? |

Loading...

Page Navigation
1 ... 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50