Book Title: Anger Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୧୨
କ୍ରୋଧ
ସେତେବେଳେ କୁହାଯିବ ଯେତେବେଳେ ଏସବୁ ଦୁର୍ବଳତା ଚାଲିଯିବେ, ରହିବେ ହିଁ ନାହିଁ ।
ସମ୍ୟକ ଉପାୟ, ଜାଣ ଥରେ ମାତ୍ର ପ୍ରଶ୍ନକର୍ତ୍ତା : ଏପରି ଜାଣିବା ପରେ ମଧ୍ୟ କ୍ରୋଧ ହୋଇଯାଏ । ତାହାର କ’ଣ ନିବାରଣ ଅଛି ?
ଦାଦାଶ୍ରୀ : କିଏ ଜାଣିଛି ? ଜାଣିବା ପରେ କ୍ରୋଧ ହେବ ହିଁ ନାହିଁ । କ୍ରୋଧ ହୋଇଯାଉଛି ଏହାର ଅର୍ଥ ଜାଣି ହିଁ ନାହିଁ, କେବଳ ଅହଂକାର କରୁଛି ଯେ ମୁଁ ଜାଣିଛି’ ।
ପ୍ରଶ୍ନକର୍ତ୍ତା : କ୍ରୋଧ ହୋଇସାରିବା ପରେ ମନେ ପଡ଼େ ଯେ ମୋତେ କ୍ରୋଧ ନକରିବା ଉଚିତ ।
। ଦାଦାତ୍ରୀ : ନା, କିନ୍ତୁ ଜାଣିବା ପରେ କ୍ରୋଧ ହେବନାହିଁ । ମୁଁ ଏଠାରେ ଦୁଇଟି ବୋତଲ ରଖିବି, ଆଉ ବୁଝାଇ ଦେଇଥିବି ଯେ ଏହା ଔଷଧ ଅଟେ ଆଉ ଏହା ପଏଜନ ( ବିଷ) ଅଟେ । ଦୁଇଟିଯାକ ଏକାଭଳି ଦେଖାଯାଉଛି କିନ୍ତୁ ସେଥିରେ ଭୁଲଭାଲ୍ ନହେବ ତେବେ କହିପାରିବା ଯେ ଏ ଜାଣିଛି’, କିନ୍ତୁ ଭୁଲଭାଲ ହୋଇଯାଏ, ତେବେ ଏ କଥା ନିଶ୍ଚିତ ହୋଇଗଲା ଯେ ସେ ଜାଣି ହିଁ ନଥିଲା । ସେହିପରି ଯେବେ କ୍ରୋଧ ହୋଇଯାଏ, ସେତେବେଳେ କିଛି ମଧ୍ୟ ଜାଣିନାହିଁ କିନ୍ତୁ ଜାଣିବାର ଅହଂକାର କରୁଥାଅ । ଆଲୁଅରେ ଝୁଣ୍ଡୁଛି କି ? ଅର୍ଥାତ ଯେବେ ପର୍ଯ୍ୟନ୍ତ ଝୁଣ୍ଡୁଛି, ସେତେବେଳ ଯାଏଁ କିଛି ଜାଣି ହିଁ ନାହିଁ । ଏମାନେ ତ ଅନ୍ଧାରକୁ ହିଁ ଆଲୁଆ କହୁଛନ୍ତି, ତାହା ନିଜର ଭୁଲ ଅଟେ । ଏଥିପାଇଁ ସସଙ୍ଗ ରେ ବସି ଥରେ ଜାଣିନିଅ’, ପରେ କ୍ରୋଧ-ମାନ-ମାୟା-ଲୋଭ ସବୁକିଛି ଚାଲିଯିବ ।
ପ୍ରଶ୍ନକର୍ତ୍ତା : କ୍ରୋଧ ତ ସମସ୍ତଙ୍କର ହୋଇଯାଏ ନା ! ଦାଦାଶ୍ରୀ : କିନ୍ତୁ ଏ ଭାଇଙ୍କୁ ପଚାର, ସେ ତ ମନା କରୁଛନ୍ତି । ପ୍ରଶ୍ନକର୍ତ୍ତା : ସସଙ୍ଗରେ ଆସିବା ପରେ ପୁଣି କ୍ରୋଧ ଆସେ ନାହିଁ ନା !

Page Navigation
1 ... 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50