Book Title: Anger Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 11
________________ କ୍ରୋଧ । ଏପରି ଅଟେ, ଏହି ଜଗତରେ କେବେ ମଧ୍ୟ ଗରମ ହେବାର କୌଣସି କାରଣ ନଥାଏ । କେହି କୁହେ ଯେ, “ଏ ପିଲା କଥା ମାନୁନାହିଁ ତଥାପି ତାହା ଗରମ ହେବାର କାରଣ ନୁହେଁ । ସେଠାରେ ତୋତେ ଥଣ୍ଡାର ସହିତ କାମ ନେବାକୁ ହେବ । ଏ ତ ତୁ ନିର୍ବଳ ଅଟୁ ଏଥିପାଇଁ ଗରମ ହୋଇଯାଉଛି । ଆଉ ଗରମ ହୋଇଯିବା, ଭୟଙ୍କର ନିର୍ବଳତା କୁହାଯାଏ । ଏଣୁ ଯେତେବେଳେ ବହୁତ ଅଧିକ ନିର୍ବଳତା ଥିବ, ସେତେବେଳେ ଗରମ ହେବ ନା ! ଏଣୁ ଯିଏ ଗରମ ହୁଏ ତା’ ଉପରେ ତ ଦୟା ରଖୁବା ଉଚିତ ଯେ ଏହି ବିଚରାର ନିଜ ଉପରେ ତିଳେମାତ୍ର ମଧ୍ୟ କଣ୍ଡାଲ୍ ନାହିଁ । ଯାହାର ନିଜର ସଭାବ ହିଁ ତା’ କଣ୍ଡାରେ ନାହିଁ, ତା’ ଉପରେ ଦୟା ରଖୁବା ଉଚିତ୍ । ଗରମ ହେବା ମାନେ କ’ଣ ? ଯେ ପ୍ରଥମେ ନିଜେ ଜଳିବା ଆଉ ତା’ପରେ ସାମ୍ବାବାଲାକୁ ଜାଳିଦେବା । ଏ ଦିଆସିଲି ଲଗାଇବା ମାନେ ନିଜେ ହୁ ହୁ ହୋଇ ଜଳିବା ଏବଂ ପୁଣି ସାମ୍ବାବାଲାକୁ ଜାଳିଦେବା । ଅର୍ଥାତ ଗରମ ହେବା ଯଦି ନିଜ ହାତରେ ଥାଆନ୍ତା ତେବେ କେହି ଗରମ ହୋଇନଥାନ୍ତେ ନା ! ଜଳିବା କାହାକୁ ପସନ୍ଦ ? ଯଦି କେହି ଏପରି କୁହେ ଯେ, “କେବେ କେବେ ସଂସାରରେ କ୍ରୋଧ କରିବା ପାଇଁ ଆବଶ୍ୟକ ପଡ଼େ । ତେବେ ମୁଁ କହିବି ଯେ, ନା, ଏପରି କିଛି କାରଣ ନାହିଁ ଯେଉଁଥି ପାଇଁ କ୍ରୋଧ କରିବା ଦରକାର ପଡ଼େ । କ୍ରୋଧ ତ’ ନିର୍ବଳତା ଅଟେ, ଏଥିପାଇଁ ତାହା ହୋଇଯାଏ । ଭଗବାନ ଏଥିପାଇଁ ଅବଳା କହିଛନ୍ତି । ପୁରୁଷ କାହାକୁ କୁହନ୍ତି ? ଯାହାଠାରେ କ୍ରୋଧ-ମାନ-ମାୟା-ଲୋଭର ନିର୍ବଳତା ନଥିବ, ତା’କୁ ଭଗବାନ ପୁରୁଷ କହିଛନ୍ତି । ଅର୍ଥାତ୍ ଏ ଯେଉଁ ପୁରୁଷ ରୂପୀ ଦେଖା ଯାଉଛନ୍ତି ସେମାନଙ୍କୁ ମଧ୍ୟ ଅବଳା କହିଛନ୍ତି, କିନ୍ତୁ ଏମାନଙ୍କୁ ଲାଜ ଲାଗୁନାହିଁ ନା, ସେତିକି ଭଲ କଥା ! ନଚେତ୍ ଅବଳା କହିଲେ ତ ଲାଜେଇ ଯିବେ ନା ? କିନ୍ତୁ ଏମାନଙ୍କୁ କିଛି ହୋସ ହିଁ ନାହିଁ । କେତେ ହୋସ ଅଛି ? ଗାଧୋଇବା ପାଇଁ ପାଣି ଦେବ ତେବେ ଗାଧୋଇ ପଡ଼େ । ଖାଇବା, ଗାଧୋଇବା, ଶୋଇବା ଇତ୍ୟାଦି ସବୁର ହୋସ ଅଛି, କିନ୍ତୁ ଆଉ କିଛି ହୋସ ନାହିଁ, ମଣିଷପଣିଆର ଯାହା ବିଶେଷ ହୋସ କୁହାଯାଏ ଯେ ଏ ସଜ୍ଜନ ପୁରୁଷ ଅଟନ୍ତି, ଏପରି ସଜନତା ଲୋକଙ୍କୁ ଦେଖାଯାଉ, ତାହାର ହୋସ ନାହିଁ ।

Loading...

Page Navigation
1 ... 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50