Book Title: Manav Dharma Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 17
________________ ମାନବ ଧର୍ମ ଭାଇ ମସ୍ତୀରେ ଗୁଲୁଥିବ, ସେଠାରେ ରାଜାକୁ ବୁଲିକରି ଯିବାକୁ ପଡ଼େ କିନ୍ତୁ ସେ ହଟେ ନାହିଁ । ଏହା ମାନବତାଠୁ ମଧ୍ୟ ବଡ଼ ଗୁଣ ଅଟେ ପୁଣି ମାନବତାଠୁ ମଧ୍ୟ ଉଚ୍ଚ, ଏପରି ସୁପର ହୁମାନ’ (ଦୈବୀ ମାନବ) କିଏ କୁହାଯିବ ? ତୁମେ ଦଶ ଥର କୌଣସି ବ୍ୟକ୍ତିର କ୍ଷତି କର, ତଥାପି,ଯେତେବେଳେ ତୁମକୁ ଦରକାର ଥିବ ସେତେବେଳେ ସେ ବ୍ୟକ୍ତି ତୁମକୁ ସାହାଯ୍ୟ କରେ ! ତୁମେ ପୁଣି । ତା’ର କ୍ଷତି କର, ତେବେ ମଧ୍ୟ ତୁମର କାମଥୁବ ତେବେ ସେହି ସମୟରେ ସେ ତୁମର । ‘ହେ?(ସାହାଯ୍ୟ) କରେ । ତା’ର ସଭାବ ହିଁ ହେଳ୍ପ କରିବା ଅଟେ । ଏଥିପାଇଁ ଆମେ ବୁଝିନେବା ଯେ ଏ ମନୁଷ୍ୟ ‘ସୁପର ହୁମାନ’ ଅଟେ । ଏହା ଦୈବୀଗୁଣ କୁହାଯାଏ । ଏପରି ମଣିଷ ତ’ କେବେ-କେମିତି ହିଁ ଥା’ନ୍ତି । ଏବେ ତ ଏପରି ମଣିଷ ମିଳୁ ନାହାନ୍ତି ନା ! କାହିଁକିନା ଲକ୍ଷେ ମଣିଷରେ ଜଣେ ଅଧେ ଏପରି ହୋଇଥିବେ, ଏପରି ଏହାର ଆକାର ହୋଇଗଲାଣି । । ମାନବତାର ଧର୍ମ ବିରୁଦ୍ଧରେ କୌଣସି ମଧ୍ୟ ଧର୍ମର ଆଚରଣ କରେ, ଯଦି ପାଶବିକ ଧର୍ମର ଆଚରଣ କରେ ତେବେ ପଶୁରେ ଯାଏ, ଯଦି ରାକ୍ଷସ ଧର୍ମର ଆଚରଣ କରେ ତେବେ ରାକ୍ଷସରେ ଯାଏ ଅର୍ଥାତ୍ ନର୍କଗତିରେ ଯାଏ ଆଉ ଯଦି ସୁପର ହ୍ୟମାନ ଧର୍ମର ଆଚରଣ କରେ ତେବେ ଦେବଗତିରେ ଯାଏ । ଏହା ତୁମେ ବୁଝିଲ, ମୁଁ ଯାହା କହିବାକୁ ଗୃହୁଁଛି ? । ଯେତିକି ଜାଣିଛନ୍ତି, ସେତିକି ସେମାନେ ଧର୍ମ ଶିଖାନ୍ତି ଏଠାରେ ସନ୍ଥ ପୁରୁଷ ଏବଂ ଜ୍ଞାନୀପୁରୁଷ ଜନ୍ମ ନିଅନ୍ତି ଏବଂ ସେମାନେ ଲୋକମାନଙ୍କୁ ଲାଭ ପହଞ୍ଚାନ୍ତି । ସେମାନେ ନିଜେ ପାରି ହୋଇ ସାରିଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ପାରି କରାଇ ଦିଅନ୍ତି । ନିଜେ ଯେପରି ହୋଇଛନ୍ତି ସେପରି କରାଇ ଦିଅନ୍ତି । ନିଜେ ଯଦି ମାନବ ଧର୍ମ ପାଳୁଥିବେ, ତେବେ ସେ ମାନବ ଧର୍ମ ଶିଖାନ୍ତି । ଏହାଠୁ ଅଧିକତର ଯଦି ସେ ଦୈବୀ ଧର୍ମର ପାଳନ କରୁଥିବେ ତେବେ ଦୈବୀ ଧର୍ମ ଶିଖାନ୍ତି । “ଅତି ମାନବ’ ( ସୁପର ହୁମାନ) ର ଧର୍ମ ଜାଣିଥିବେ ତେବେ ଅତି ମାନବ ଧର୍ମ ଶିଖାନ୍ତି, ଅର୍ଥାତ୍ ଯେଉଁ ଯେଉଁ ଧର୍ମ ଜାଣିଛନ୍ତି, ତାହାହିଁ ସେମାନେ ଶିଖାନ୍ତି । ଯଦି ସମସ୍ତ ଅବଲମ୍ବନରୁ ମୁକ୍ତତାର ଜ୍ଞାନ ଜାଣିଥିବେ, ସେ ମୁକ୍ତ ହୋଇଥିବେ, ତେବେ ସେ ମୁକ୍ତତାର ଜ୍ଞାନ ମଧ୍ୟ ଶିଖାଇ ଦିଅନ୍ତି ।

Loading...

Page Navigation
1 ... 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38