Book Title: Manav Dharma Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ମାନବ ଧର୍ମ
। ୧୭ ।
ସମସ୍ତଙ୍କଠାରେ ଏକ ସମାନ ହିଁ ଅଟେ ନା ?
। ଦାଦାଶ୍ରୀ: ଏପରି ଅଟେ ଯେ ଯେପରି ଡେଭଲପମେଣ୍ଟ ହୋଇଥିବ, ସେପରି ତା’ର ସମଝଶକ୍ତି ହୋଇଥାଏ । ଜ୍ଞାନୀ, ସେ ମଧ୍ୟ ମନୁଷ୍ୟ ହିଁ ଅଟନ୍ତି ନା ! ଜ୍ଞାନୀର ମାନବତା, ଅଜ୍ଞାନୀର ମାନବତା, ପାପୀର ମାନବତା, ପୁଣ୍ୟଶାଳୀର ମାନବତା, ସମସ୍ତଙ୍କ ମାନବତା ଅଲଗା-ଅଲଗା ହୋଇଥାଏ । ମନୁଷ୍ୟ ଏକ ପ୍ରକାରର ଅଟନ୍ତି, ତଥାପି !
। ଜ୍ଞାନୀପୁରୁଷଙ୍କ ମାନବତା ଅଲଗା ପ୍ରକାର ହୋଇଥାଏ ଏବଂ ଅଜ୍ଞାନୀର ମାନବତା ଅଲଗା ପ୍ରକାର ହୋଇଥାଏ । ମାନବତା ସମସ୍ତଙ୍କ ପାଖରେ ଥାଏ, ଅଜ୍ଞାନୀ । ପାଖରେ ମଧ୍ୟ ମାନବତା ଥାଏ । ଯେଉଁମାନେ ଅନଡେଭଲପ(ଅବିକଶିତ) ଅଟନ୍ତି ତାଙ୍କର ମଧ୍ୟ ମାନବତା, କିନ୍ତୁ ସେ ମାନବତା ଅଲଗା ପ୍ରକାର ହୋଇଥାଏ । ତାହା ଅନଡେଭଲପ ଆଉ ଏହା ଡେଭଲପ । ଆଉ ପାପୀର ମାନବତା ଅର୍ଥାତ୍, ଆମକୁ ଯଦି ସାମ୍ନାରେ ର୍ଭେର ମିଳେ, ତେବେ ତା’ର ମାନବତା କିପରି କହିବ ? ଠିଆ ହୋଇ ରୁହ । ଆମେ ବୁଝିନେବା ଯେ, ଏହା ତା’ର ମାନବତା ଅଟେ । ତା’ର ମାନବତା ଆମେ ଦେଖୁନେଲେ ନା ? ସେ ଯଦି କୁହେ, “ଦେଇଦିଅ’ ତେବେ ଆମେ କହିବା, “ଏ ନେ ଭାଇ, ଶୀଘ୍ର ନେ ।’ ଆମକୁ ତୁ ଭେଟିଲୁ, ତାହା ତୋର ପୁଣ୍ୟ ଅଟେ ନା !
। ମୁମ୍ବାଇରେ ଜଣେ ବ୍ୟାକୁଳତାବାଲା(ଅଧୀର) ବ୍ୟକ୍ତି, ବ୍ୟାକୁଳତାବାଲା, ସେ ମୋତେ କହିଲା ଯେ, ଏବେ ତ କ୍ରୀରେ ବୁଲି ପାରିବାନି । ମୁଁ ପ\ରିଲି ‘କ’ଣ ହେଲା ଭାଇ ? ଏତେ ସାରା ବ୍ୟାଙ୍କୀ ଅଛି ଆଉ ବୁଲି ପାରିବାନି, ଏପରି କ’ଣ
ହେଲା ? କିଛି ନୂଆ ସରକାରୀ କାନୁନ ଆସିଛି କି ?’ ସେତେବେଳେ ସେ କହିଲା, ‘ନା, ଟୀକ୍କାବାଲା ଲୁଟି ନେଉଛନ୍ତି । ଟ୍ରାଲ୍ଲୀରେ ମାରି-ପିଟି ଲୁଟି ନେଉଛନ୍ତି ।’ ବିଆରେ ଏପରି ନିର୍ବୋଧତାର କଥା ଆପଣ କେବେ ପର୍ଯ୍ୟନ୍ତ କରୁଥିବେ ?” ଲୁଟିବା ନିୟମ ଅନୁସାରେ ହୁଏ ନା ନିୟମ ବାହାରେ ? ପ୍ରତିଦିନ ଗୁରିଜଣ ଲୋକ ଲୁଟା ହେଉଥିବେ, ଏବେ ସେ ପୁରସ୍କାର ଆପଣଙ୍କୁ ମିଳିବ, ଏହାର ବିଶ୍ବାସ ଆପଣଙ୍କୁ କେମିତି ହୋଇଗଲା ?
ସେ ପୁରସ୍କାର ତ’ କେଉଁ ହିସାବବାଲାକୁ କେଉଁ ଦିନ ମିଳେ, କ’ଣ ସବୁଦିନ ପୁରସ୍କାର ମିଳୁଥିବ ?
। ଏ ଖ୍ରୀଷ୍ଟୀୟାନ ମଧ୍ୟ ପୁନର୍ଜନ୍ମ ବୁଝନ୍ତି ନାହିଁ । ଭଲା ତୁମେ କେତେ ମଧ୍ୟ ତାଙ୍କୁ କୁହ ଯେ ତୁମେ ପୁନର୍ଜନ୍ମ କାହିଁକି ବୁଝୁନାହଁ ? ତଥାପି ସେମାନେ ମାନନ୍ତି ନାହିଁ । କିନ୍ତୁ ଆମେ (ସେମାନେ ଭୁଲ୍ ଅଟନ୍ତି) ଏପରି କହିପାରିବା ନାହିଁ, କାହିଁକିନା ଏହା

Page Navigation
1 ... 24 25 26 27 28 29 30 31 32 33 34 35 36 37 38