Book Title: Manav Dharma Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 24
________________ ମାନବ ଧର୍ମ ୧୫ ଅଣ୍ଡରହ୍ମାଣ୍ଡ ସହ ମାନବ ଧର୍ମ ଯଦି କେହି ନିଜ ଉପରେ କ୍ରୋଧ କରେ ତାହା ଆମଦ୍ୱାରା ସହି ହୁଏ ନାହିଁ କିନ୍ତୁ ଦିନସାରା ଅନ୍ୟ ଉପରେ କ୍ରୋଧ କରି ଋଲିଥାନ୍ତି । ଆରେ ! ଏ କି ବୁଦ୍ଧି ? ଏହା ମାନବ ଧର୍ମ କୁହାଯାଏ ନାହିଁ । ନିଜ ଉପରେ ଯଦି କେହି ତିଳେ-ମାତ୍ର କ୍ରୋଧ କରେ ତେବେ ସହି ପାରେନାହିଁ ଆଉ ସେହି ମନୁଷ୍ୟ ଦିନସାରା ସମସ୍ତଙ୍କ ଉପରେ କ୍ରୋଧ କରିରୁଲିଥାଏ, କାରଣ ସେମାନେ ତୁମ ଅଧୀନରେ ଅଛନ୍ତି ଏଥ‌ିପାଇଁ ନା ? ଅଧୁନସ୍ତକୁ ମାରିବା ତ’ ବହୁତ ବଡ଼ ଅପରାଧ କୁହାଯାଏ । ମାରିବାର ଅଛି ତେବେ ଉପରୀ( ଆମ ଉପରେ ଯିଏ ଅଛି) କୁ ମାର ! ଭଗବାନଙ୍କୁ ଅଥବା ଉପରୀକୁ, କାହିଁକିନା ସେମାନେ ତୁମର ଉପରୀ ଅଟନ୍ତି, ଶକ୍ତିମାନ ଅଟନ୍ତି । ଏ ତ’ ଅଣ୍ଡରହ୍ମାଣ୍ଡ ଅଶକ୍ତ ଅଟେ, ଏଥ‌ିପାଇଁ ଜୀବନସାରା ତାକୁ ଗାଳି କରୁଥାଏ । ମୁଁ ତ, ଅଣ୍ଡରଲ୍ୟାଣ୍ଡ ଭଲା ଯେଭଳି ମଧ୍ୟ ଦୋଷୀ ହୋଇଥାଉ, ତଥାପି ତାକୁ ବଞ୍ଚାଇଛି, କିନ୍ତୁ ଉପରୀ ତ’ ଭଲା କେତେବି ଭଲ ଥାଉ ତଥାପି ମୋତେ ଉପରୀ ପୋଷାଏ ନାହିଁ ଆଉ ମୋତେ କାହାର ଉପରୀ ହେବାର ନାହିଁ । ଉପରୀ ଯଦି ଭଲ ହୋଇଥବ ତେବେ ମୋର କିଛି ଅସୁବିଧା ନାହିଁ, କିନ୍ତୁ ତାହାର ଏ ଅର୍ଥ ନୁହେଁ ଯେ ସେ ସବୁବେଳେ ଏପରି ରହିବ । ସେ କେବେ ଆମକୁ ଶୁଣାଇ ପାରେ ମଧ୍ଯ । ଉପରୀ କିଏ କୁହାଯାଏ ଯେ ଯିଏ ଅଣ୍ଡରଲ୍ୟାଣ୍ଡ କୁ ସମ୍ଭାଳେ ! ସେ ପ୍ରକୃତ ଉପରୀ । ମୁଁ ପ୍ରକୃତ ଉପରୀ ଖୋଜୁଛି । ମୋ ଉପରୀ ହୋ କିନ୍ତୁ ପ୍ରକୃତ ଉପରୀ ହୋ ! ତୁ ଆମକୁ ଧମକାଇବୁ, କ’ଣ ଆମେ ଏଇଥିପାଇଁ ଜନ୍ମ ହୋଇଛୁ ? ଏମିତି ତୁ ଆମକୁ କ’ଣ ଦେଇପକେଇବୁ ? ତୁମ ପାଖରେ କେହି ଋକିରୀ କରୁଥ‌ିବ ତେବେ ତାକୁ କେବେ ମଧ୍ୟ ତିରସ୍କୃତ କରିବ ନାହିଁ, ଚିଡ଼ାଇବ ନାହିଁ । ସମସ୍ତଙ୍କୁ ସମାନ ପୂର୍ବକ ରଖୁବ । କିଏ ଜାଣେ କାହାଠୁ କି ଲାଭ ହୋଇଯିବ ! ପ୍ରତ୍ୟେକ ବର୍ଗରେ ମାନବ ଧର୍ମ ପ୍ରଶ୍ନକର୍ତ୍ତା : ମନୁଷ୍ୟ ଗତିର ଚଉଦ ଲକ୍ଷ ଯୋନି, ଲେୟର୍ସ(ସ୍ତର) ଅଛି, କିନ୍ତୁ ଏମିତି ମାନବ ଜାତିକୁ ଦେଖ‌ିବା ତେବେ ବାୟୋଲୋଜୀକାଲୀ(ଜୈବିକ) ତ’ କାହା ମଧ୍ୟରେ କିଛି ଅନ୍ତର ନଜର ଆସେ ନାହିଁ, ସମସ୍ତେ ସମାନ ଲାଗନ୍ତି କିନ୍ତୁ ଏଥୁରୁ ଏହା ବୁଝିହେଉଛି ଯେ, ବାୟୋଲୋଜିକାଲ ଅନ୍ତର ଭଲା ନଥାଉ, କିନ୍ତୁ ସେମାନଙ୍କର ଯେଉଁ ମାନସିକ...

Loading...

Page Navigation
1 ... 22 23 24 25 26 27 28 29 30 31 32 33 34 35 36 37 38