Book Title: Manav Dharma Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 25
________________ ୧୬ ମାନବ ଧର୍ମ ଦାଦାଶ୍ରୀ: ତାହା ଡେଭଲପ୍‌ମେଣ୍ଟ (ଆନ୍ତରିକ ବିକାଶ) ଅଟେ । ତାହାର ଭେଦ ଏତେ ସବୁ ଅଛି | ପ୍ରଶ୍ନକର୍ତ୍ତା : ଅଲଗା-ଅଲଗା ଲେୟର୍ସ ହେବା ସତ୍ତ୍ବେ ବାୟୋଲୋଜୀକାଲୀ ସମସ୍ତେ ସମାନ ହିଁ ଅଟନ୍ତି ତେବେ ପୁଣି ତାହାର କୌଣସି ଏକ କମନ୍(Common) ଧର୍ମ ହୋଇପାରିବ ନା ? ଦାଦାଶ୍ରୀ:କମନ୍ ଧର୍ମ ତ’ ମାନବ ଧର୍ମ, ସେ ନିଜ ସମଝ ଅନୁସାରେ ମାନବ ଧର୍ମ ପାଳେ । ପ୍ରତ୍ୟେକ ମନୁଷ୍ୟ ନିଜ ସମଝ ଅନୁସାରେ ମାନବ ଧର୍ମ ପାଳେ, କିନ୍ତୁ ଯିଏ ପ୍ରକୃତ ଅର୍ଥରେ ମାନବ ଧର୍ମ ପାଳୁଥ‌ିବେ, ସେ ସବୁଠୁ ଉତ୍ତମ କୁହାଯାନ୍ତି । ମାନବ ଧର୍ମ ତ’ ବହୁତ ଶ୍ରେଷ୍ଠ ଅଟେ କିନ୍ତୁ ମାନବ ଧର୍ମରେ ରହିବ ତେବେ ନା ! ଲୋକମାନଙ୍କ ମଧ୍ୟରେ ଆଉ ମାନବ ଧର୍ମ ରହିଛି କେଉଁଠି ? ମାନବ ଧର୍ମ ତ ବହୁତ ସୁନ୍ଦର ଅଟେ କିନ୍ତୁ ତାହା ଡ଼େଭଲପମେଣ୍ଟ ଅନୁସାରେ ହୋଇଥାଏ । ଆମେରୀକାନ୍‌ମାନଙ୍କ ମାନବ ଧର୍ମ ଅଲଗା ଆଉ ଆମର ମାନବ ଧର୍ମ ଅଲଗା ହୋଇଥାଏ । ପ୍ରଶ୍ନକର୍ତ୍ତା : ସେଥ‌ିରେ ମଧ୍ୟ ଫରକ ଅଛି, ଦାଦାଜୀ ? କିଭଳି ଫରକ ଅଛି ? ଦାଦାଶ୍ରୀ: ବହୁତ ଫରକ ଥାଏ । ଆମର ମମତା ଆଉ ତାଙ୍କର ମମତାରେ ଫରକ ଥାଏ । ଆମ ମାତା-ପିତାଙ୍କ ପ୍ରତି ଆମର ଯେତିକି ମମତା ଥାଏ ତାଙ୍କର ସେତିକି ନଥାଏ । ଏଥ‌ିପାଇଁ ମମତା କମ ହେବା ଦ୍ବାରା ଭାବରେ ଫରକ ହୋଇଥାଏ, ସେତିକି କମ ହୋଇଥାଏ । ପ୍ରଶ୍ନକର୍ତ୍ତା : ଯେତିକି ମମତା କମ ହୁଏ ସେତିକି ଭାବରେ ଫରକ ପଡ଼ି ଯାଏ ? ଦାଦାଶ୍ରୀ: ସେହି ମାତ୍ରାରେ ମାନବ ଧର୍ମ ଥାଏ । ଅତଃ ଆମ ଭଳି ମାନବ ଧର୍ମ ନଥାଏ, ସେମାନେ ତ’ ମାନବଧର୍ମରେ ହିଁ ଅଛନ୍ତି । ପାଖାପାଖ୍ ୮୦ ପ୍ରତିଶତ ଲୋକ ମାନବ ଧର୍ମରେ ହିଁ ଅଛନ୍ତି, କେବଳ ଆମ ଲୋକମାନେ ହିଁ ନାହାନ୍ତି । ଅନ୍ୟ ସମସ୍ତେ ସେମାନଙ୍କ ହିସାବରେ ତ ମାନବ ଧର୍ମରେ ହିଁ ଅଛନ୍ତି | ମାନବତାର ପ୍ରକାର, ଅଲଗା-ଅଲଗା ପ୍ରଶ୍ନକର୍ତ୍ତା : ଏ ଯେଉଁ ମାନବ ଗୋଷ୍ଠି ସବୁ ଅଛନ୍ତି, ସେମାନଙ୍କର ସମଝଶକ୍ତି, ଭଲା ଜୈନ ହୁଅନ୍ତୁ, ବୈଷ୍ଣବ ହୁଅନ୍ତୁ, ଖ୍ରୀଷ୍ଟୀୟାନ ହୁଅନ୍ତୁ, ତାହା

Loading...

Page Navigation
1 ... 23 24 25 26 27 28 29 30 31 32 33 34 35 36 37 38