Book Title: Manav Dharma Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ମାନବ ଧର୍ମ
। ୨୭
“ଆରେ,ମୋର ଖସିପଡ଼ିଥିଲେ ମୋତେ କେମିତି ଲାଗିଥାନ୍ତା ? ଏହାଦ୍ଵାରା ଅନ୍ୟମାନଙ୍କୁ କେତେ ଦୁଃଖ ହେଉଥିବ ? ବାସ୍, ଏହି ସାଇକୋଲୋଜିକଲ ଇଫେକ୍ଟ । ଏଥିରେ ଜାଗୃତିର ଆବଶ୍ୟକତା ନାହିଁ । ଏଥିପାଇଁ ଏଭଳି ପୁସ୍ତକ ଛାପିକରି ସମସ୍ତ ସ୍କୁଲକଲେଜରେ ଏକ ନିର୍ଦ୍ଦିଷ୍ଟ ବୟସ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନଙ୍କ ପାଇଁ ଉପଲବ୍ଧ କରାଇବା ଉଚିତ୍ ।
। ମାନବ ଧର୍ମର ପାଳନ କରିବା ତେବେ ପୁଣ୍ୟ କରିବାର ଆବଶ୍ୟକତା ହିଁ ନାହିଁ । ତାହା ପୁଣ୍ୟ ହିଁ ଅଟେ । ମାନବ ଧର୍ମର ତ’ ପୁସ୍ତକ ଲେଖାଯିବା ଦରକାର ଯେ, ମାନବ ଧର୍ମ ଅର୍ଥାତ୍ କ’ଣ ? ଏଭଳି ପୁସ୍ତକ ଲେଖାଯାଉ, ଯେଉଁ ପୁସ୍ତକ ଭବିଷ୍ୟତରେ ମଧ୍ୟ ଲୋକମାନଙ୍କୁ ପଢ଼ିବା ପାଇଁ ମିଳିବ !
ପ୍ରଶ୍ନକର୍ତ୍ତା : ତାହା ତ? ଏ ଭାଇ ଖବରକାଗଜରେ ଲେଖୁଦେବେ ନା ? । ଦାଦାତ୍ରୀ : ନା, ତାହା ଚଳିବ ନାହିଁ । ଲେଖାହୁଆ ଖବରକାଗଜ ତ’ ରଦ୍ଦିକୁ ଭୁଲିଯାଏ । ଏଥିପାଇଁ ପୁସ୍ତକ ଛାପିବା ଉଚିତ୍ । ପୁଣି ସେ ପୁସ୍ତକ ଯଦି କାହା ପାଖରେ ପଡ଼ିଥିବ ତେବେ ପୁଣି ଛାପିବାବାଲା କେହି ମିଳିଯିବ । ଏଥିପାଇଁ ମୁଁ କହୁଛି ଯେ ଏ । ସବୁ ହଜାର ହଜାର ପୁସ୍ତକ ସବୁ ଆବାଣୀ ପୁସ୍ତକ ବାଣ୍ଟି ସ୍କୁଲ । ଗୋଟେଅଧେ ରହିଯାଇଥିବ ତେବେ ଭବିଷ୍ୟତରେ ମଧ୍ୟ ଲୋକଙ୍କ କାମରେ ଆସିବ, ନହେଲେ ବାକି ଏସବୁ ତ ରଦ୍ଦିରେ ଗୁଲିଯିବ । ଯେଉଁ ଖବରକାଗଜ ଲେଖାଯାଉଛି, ତାହା ସୁନା ପରି ହୋଇଥିବ, ତଥାପି ପରଦିନ ରବ୍ଦରେ ବିକିଦେବେ ଆମ ହିନ୍ଦୁସ୍ତାନର ଲୋକ ! ଭିତରେ ଭଲ ପୃଷ୍ଠା ଥିବ ତାକୁ ଫାଡିବେ ନାହିଁ, କାହିଁକିନା ରଦ୍ଦରେ ସେତିକି ଓଜନ କମ ହୋଇଯିବ ନା ! ସେଥିପାଇଁ ଏ ମାନବ ଧର୍ମ ଉପରେ ଯଦି ପୁସ୍ତକ ଲେଖାଯାଏ...
ପ୍ରଶ୍ନକର୍ତ୍ତା : ଦାଦାଜୀଙ୍କ ବାଣୀ ମାନବ ଧର୍ମ ଉପରେ ବହୁତ-ସାରା ଥିବ ! । ଦାଦାଶ୍ରୀ : ବହୁତ, ବହୁତ, କାଫି ବାହାରିଛି । ମୁଁ ନୀରୁବହନକୁ ପ୍ରକାଶିତ କରିବା ପାଇଁ କହିବି । ନୀରୂବହନକୁ କୁହ ନା ! ବାଣୀ ବାହାର କରି ପୁସ୍ତକ ପ୍ରସ୍ତୁତ କରୁ ।
। ମାନବତା ମୋକ୍ଷ ନୁହଁ । ମାନବତାରେ ଆସିବା ପଶ୍ଚାତ୍ ମୋକ୍ଷ ପ୍ରାପ୍ତିର ପ୍ରସ୍ତୁତି ହୁଏ, ନହେଲେ ମୋକ୍ଷ ପ୍ରାପ୍ତ କରିବା କିଛି ସରଳ ନୁହଁ ।
ଜୟ ସଚ୍ଚିଦାନନ୍ଦ

Page Navigation
1 ... 34 35 36 37 38