Book Title: Manav Dharma Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 21
________________ ୧୨ ମାନବ ଧର୍ମ ପୁଣି ଅଧାମ, ତାହା ତ’ ତାହାଠୁ ଆଗର କଥା । କିନ୍ତୁ ଏତିକି ମାନବ ଧର୍ମ ତ ଆସିବା ଉଚିତ୍ । ଯେତିକି ଚରିତ୍ରବଳ, ସେତିକି ବର୍ଭନ ପ୍ରଶ୍ନକର୍ତ୍ତା : କିନ୍ତୁ ଏ କଥା ବୁଝିବା ସତ୍ତ୍ୱେ ମଧ୍ୟ ଅନେକ ଥର ଆମକୁ ଏପରି ରୁହେ ନାହିଁ, ତାହାର କାରଣ କ’ଣ ? । ଦାଦାଶୀ: କାରଣ ଏ ଜ୍ଞାନ ଜଣା ହିଁ ନାହିଁ । ପ୍ରକୃତ ଜ୍ଞାନ ଜଣା ନାହିଁ । ଯେଉଁ ଜ୍ଞାନ ଜଣା ଅଛି ତାହା କେବଳ ପୁସ୍ତକ ଦ୍ଵାରା ପ୍ରାପ୍ତ ହୋଇଥିବା ଜ୍ଞାନ, କୌଣସି କୂଲୀଫାଇଡ଼(ଯୋଗ୍ୟ) ଗୁରୁଙ୍କଠାରୁ ଜାଣି ନାହିଁ । କୂଲୀଫାଇଡ଼ ଗୁରୁ ଅର୍ଥାତ ସେ ଯାହା ଯାହା ବତାନ୍ତି ତାହା ଆମକୁ ଭିତରେ ଏକ୍‌ଜାକୁ ( ଯଥାର୍ଥ ରୂପରେ) ହୋଇଯାଏ । ଆଉ ଯଦି ମୁଁ ବିଡ଼ି ପିଇ ଗୁଲିଥିବି ଆଉ ଆପଣଙ୍କୁ କହିବି ଯେ, ‘ବିଡ଼ି ଛାଡ଼ିଦିଅ ତେବେ ତାହାର କିଛି ପରିଣାମ ଆସେ ନାହିଁ । ସେଥିପାଇଁ ତ ଚରିତ୍ରବଳ ଦରକାର । ସେ ପାଇଁ ତ ଗୁରୁ ସମ୍ପୂର୍ଣ୍ଣ ଚରିତ୍ରବଳବାଲା ହୋଇଥିବେ, ତେବେ ଯାଇ ଆମ ଦ୍ଵାରା ପାଳନ ହେବ, ଅନ୍ୟଥା ଏମିତି ହିଁ ପାଳନ ହେବନି । । ଆପଣ ନିଜ ପିଲାକୁ କହିବେ ଯେ ଏହି ବୋତଲରେ ବିଷ ଅଛି । ଦେଖ, ଧଳା ଦେଖାଯାଉଛି ନା ! ତୁ ୟାକୁ ଛୁଇଁବୁନି । ତେବେ ସେ ବାଳକ କ’ଣ ପରେ ? ବିଷ ମାନେ କ’ଣ ? ସେତେବେଳେ ଆପଣ ବତାନ୍ତି ଯେ ବିଷମାନେ ୟାକୁ ପିଇଲେ ମରିଯାନ୍ତି । ତେବେ ସେ ପୁଣି ପରେ, ମରିଯିବାମାନେ କ’ଣ ?' ସେତେବେଳେ ଆପଣ କୁହନ୍ତି, “ କାଲି ସେଠାରେ ତାଙ୍କୁ ବାନ୍ଧିକରି ନେଇଯାଉଥିଲେ ନା, ତୁ କହୁଥିଲୁ ନିଅ ନାହିଁ ନିଅ ନାହିଁ, ମରିଗଲେ ସେହିପରି ନେଇଯାନ୍ତି । ଏହାଦ୍ୱାରା ସେ ବୁଝିପାରେ ଆଉ ପୁଣି ତାକୁ ଛୁଏଁ ନାହିଁ । ଜ୍ଞାନ ବୁଝାହୁଆ ହେବା ଦରକାର । । ଥରେ ବତାଇ ଦିଆଗଲା, ଏହା ବିଷ ଅଟେ’ ! ପରେ ସେ ଜ୍ଞାନ ତୁମକୁ ହାଜିର ରହିବା ଦରକାର ଆଉ ଯେଉଁ ଜ୍ଞାନ ହାଜିର ରହୁନଥିବ, ତାହା ଜ୍ଞାନ ହିଁ ନୁହେଁ, ତାହା ଅଜ୍ଞାନ ଅଟେ । ଏଠାରୁ ଅହମଦାବାଦ ଯିବାର ଜ୍ଞାନ, ଆପଣଙ୍କୁ ନସା ଆଦି ଦିଆଗଲା ଆଉ ପୁଣି ତା ଅନୁସାରେ ଯଦି ଅହମଦାବାଦ ନ ଆସେ ତେବେ ସେ ନକସା ହିଁ ଭୁଲ୍ ଅଟେ, ଏକ୍‌ଜାକୁ ଆସିବା ଦରକାର । । ଘୂରି ଗତିରେ ଭଟକିବାର କାରଣ... ପ୍ରଶ୍ନକର୍ତ୍ତା : ମନୁଷ୍ୟର କର୍ତ୍ତବ୍ୟ ସମ୍ବନ୍ଧରେ ଆପଣ କିଛି ବତାନ୍ତୁ ।

Loading...

Page Navigation
1 ... 19 20 21 22 23 24 25 26 27 28 29 30 31 32 33 34 35 36 37 38