________________
। ୧୯
ପ୍ରତିକ୍ରମଣ ଦିନରୁ ଚୋରି କରୁଛୁ ?” ତେବେ ସେ କହିବ, ‘ହଁ ।’ ପ୍ରେମରେ ପଚାରିବା ତେବେ ସବୁ କହିବ । ‘କେତେ ବର୍ଷ ହେଲାଣି କରୁଛୁ ?” ତେବେ ସେ କହିବ, ‘ବର୍ଷ ଦୁଇବର୍ଷ ହେଲାଣି କରୁଛି ।’ ପରେ ମୁଁ କୁହେ, “ଚୋରି କରୁଛୁ, ସେଥିରେ ଅସୁବିଧା ନାହିଁ, କିନ୍ତୁ ପ୍ରତିକ୍ରମଣ କରିବୁ ଏତିକି ।’ ତା’ ମୁଣ୍ଡରେ ହାତ ବୁଲେଇ ଦିଏ । । ଯିଏ ପ୍ରତିକ୍ରମଣ କଲା, ତା’ର ସବୁ ଚୋରି ଖତମ ହୋଇଗଲା । ଅଭିପ୍ରାୟ ବଦଳିଗଲା । ସେ ଏ ଯେଉଁ କରୁଅଛି, ସେଥିରେ ନିଜର ଅଭିପ୍ରାୟ ଏସ୍କେପ୍ତ କରେ ନାହିଁ । ନଟ୍ ହିଜ୍ ଓପିନିୟନ୍ !
। ଦାଦାଙ୍କ ନାମନେଇ ପୁଣି ପଶ୍ଚାତାପ କରିବୁ, ଏବେ ଆଉ କରିବି ନାହିଁ, ଚୋରି କଲି, ତାହା ଭୁଲ କଲି ଏବଂ ଏବେ ଆଉ ଏପରି କରିବି ନାହିଁ’, ଏପରି ତା’କୁ ଶିଖାଏ !
। ଏପରି ତା’କୁ ଶିଖାଇବା ପରେ, ପୁଣି ତା’ ମା-ବାପା କ’ଣ କହନ୍ତି, ‘ପୁଣି ଚୋରି କଲୁ ଆଉଥରେ ?? ପୁଣି ଯଦି ଚୋରି କରେ ତେବେ ମଧ୍ୟ ଏହିପରି କହିବ । ଏପରି କହିବା ଦ୍ଵାରା କ’ଣ ହୁଏ, ତାହା ମୁଁ ଜାଣିଛି । ଅନ୍ୟ କୌଣସି ଚାରା ନାହିଁ । । ଅର୍ଥାତ ଏହି ଅକ୍ରମ ବିଜ୍ଞାନ ଏପରି ଶିଖାଏ ଯେ ଏ ଯେଉଁ ବିଗିଡ଼ି ଯାଇଛି, ସେ ସୁଧୁରିବାର ନାହିଁ, କିନ୍ତୁ ଏହି ରୀତିରେ ତା’କୁ ସୁଧାରି । । । ସବୁ ଧର୍ମ କହନ୍ତି ଯେ, “ତୁମେ ତପର କର୍ଭା ଅଟ, ତ୍ୟାଗର କର୍ଭା ଅଟ । ତୁମେ ହିଁ ତ୍ୟାଗ କରୁଛି । ତୁମେ ତ୍ୟାଗ କରୁନାହିଁ ।’ ‘କରୁନାହିଁ’ କହିବା ତାହା ମଧ୍ୟ ‘କରୁଛି”, କହିବା ସହ ସମାନ ଅଟେ । ଏହିପରି କର୍ତ୍ତାପଣକୁ ସ୍ୱୀକାର କରନ୍ତି । ଏବଂ କହିବେ, “ମୋ ଦ୍ଵାରା ତ୍ୟାଗ ହେଉନାହିଁ ତାହା ମଧ୍ୟ କର୍ତ୍ତାପଣ ଅଟେ । ହଁ ! ଆଉ କର୍ତ୍ତାପଣକୁ ସ୍ୱୀକାର କରନ୍ତି, ସେ ସବୁ ଦେହାଧାସୀ ମାର୍ଗ ଅଟେ । ମୁଁ କର୍ତ୍ତାପଣକୁ ସ୍ୱୀକାର ହିଁ କରେ ନାହିଁ । ଆମ ପୁସ୍ତକରେ କେଉଁଠି ବି ‘ଏପରି କର’ ଏଭଳି ଲେଖା ନଥାଏ ।
। ଅର୍ଥାତ ଯାହା କରିବା କଥା ତାହା ରହିଗଲା ଏବଂ ‘ନ କରିବା କଥା’ ତାହା କରାଉଛନ୍ତି । ପୁଣି ‘ନ କରିବା କଥା’, ତାହା ହୁଏ ବି ନାହିଁ । ହେବ ବି ନାହିଁ ଏବଂ ବିନା କାରଣରେ ସେଥିରେ ୱେଷ୍ଟ ଅଫ୍ ଟାଇମ୍ ଏଣ୍ଡ ଏନର୍ଜି (ସମୟ ଏବଂ ଶକ୍ତିର ଅପବ୍ୟୟ) । କ’ଣ କରିବାର ଅଛି? ଏ ଅଲଗା ଜିନିଷ କରିବାର ଅଛି । ଯାହା କରିବାର ଅଛି, ତାହା ତ ତୁମକୁ ଶକ୍ତି ମାଗିବାର ଅଛି । ଏବଂ ପୂର୍ବରୁ ଯେଉଁ ଶକ୍ତି ମାଗିଛେ, ତାହା ଏବେ ହେଉଅଛି ।