________________
ପ୍ରତିକ୍ରମଣ
ମୋକ୍ଷମାର୍ଗରେ କ୍ରିୟାକାଣ୍ଡ ବା ଏପରି କିଛି ନଥାଏ । କେବଳ ସଂସାର ମାର୍ଗରେ କ୍ରିୟାକାଣ୍ଡ ଥାଏ । ସଂସାର ମାର୍ଗ ଅର୍ଥାତ ଯାହାକୁ ଭୌତିକ ସୁଖ ଦରକାର, ଅଲଗା କିଛି ଦରକାର, ତା’ପାଇଁ କ୍ରିୟାକାଣ୍ଡ । ମୋକ୍ଷମାର୍ଗରେ ଏପରି କିଛି ନଥାଏ । ମୋକ୍ଷମାର୍ଗ ମାନେ କ’ଣ ? ଆଲୋଚନା, ପ୍ରତିକ୍ରମଣ ଏବଂ ପ୍ରତ୍ୟାଖ୍ୟାନ । ଦୌଡ଼େଇ ଚାଲ ଗାଡ଼ି । ଏହା ଆମର ମୋକ୍ଷମାର୍ଗ । ସେଥରେ କ୍ରିୟାକାଣ୍ଡ ଏବଂ ଏପରି କିଛି ନଥାଏ ନା !
୧୮
ଆଲୋଚନାପ୍ରତିକ୍ରମଣପ୍ରତ୍ୟାଖ୍ୟାନ, ଏହା ହିଁ ହେଉଛି ମୋକ୍ଷମାର୍ଗ । କେତେ (ଅନେକ) ଜନ୍ମରୁ ମୋର ଏହି ଲାଇନ(ମାର୍ଗ), କେତେ ଜନ୍ମରୁ ଆଲୋଚନା– ପ୍ରତିକ୍ରମଣ-ପ୍ରତ୍ୟାଖ୍ୟାନ କରି କରି ଏ ପର୍ଯ୍ୟନ୍ତ ପହଞ୍ଚୁଛି ।
କଷାୟ କରିବ ନାହିଁ ଏବଂ ପ୍ରତିକ୍ରମଣ କରିବ, ଧର୍ମ କେବଳ ଏହି ଦୁଇଟି । କଷାୟ ନକରିବା, ତାହା ଧର୍ମ ଅଟେ । ଆଉ ଯଦି ପୂର୍ବକର୍ମ ଅନୁସାରେ ହୋଇଯାଏ ତେବେ ତାହାର ପ୍ରତିକ୍ରମଣ କରିବା, ଏହା ହିଁ ଧର୍ମ । ବାକି ଅନ୍ୟ କୌଣସି ଧର୍ମ ଭଳି କିଛି ନାହିଁ । ଏବଂ ଏହି ଦୁଇ ଆଇଟମ୍ ଏସବୁ ଲୋକେ ବାହାର କରିଦେଇଛନ୍ତି ! !
ଯଦି ତୁମେ କାହାକୁ ଓଲଟା କହିଲ ତେବେ ତୁମକୁ ପ୍ରତିକ୍ରମଣ କରିବାକୁ ପଡ଼ିବ, କିନ୍ତୁ ସେମାନଙ୍କୁ ବି ତୁମର ପ୍ରତିକ୍ରମଣ କରିବାକୁ ପଡ଼ିବ । ତାଙ୍କୁ କ’ଣ ପ୍ରତିକ୍ରମଣ କରିବା ଉଚିତ ଯେ ‘ମୁଁ କେବେ ଭୁଲ କରିଥୁବି ଯେ ୟାଙ୍କୁ ମୋତେ ଗାଳି ଦେବାର ସମୟ ଆସିଲା ? ’ ଅର୍ଥାତ ତାଙ୍କୁ ନିଜ ଭୁଲର ପ୍ରତିକ୍ରମଣ କରିବାକୁ ପଡ଼ିବ । ତାଙ୍କୁ ନିଜର ପୂର୍ବଜନ୍ମର ପ୍ରତିକ୍ରମଣ କରିବାକୁ ପଡ଼ିବ ଏବଂ ତୁମକୁ ତୁମର ଏହି ଜନ୍ମର ପ୍ରତିକ୍ରମଣ କରିବାକୁ ପଡ଼ିବ ! ଏହିପରି ପ୍ରତିଦିନ ପାଞ୍ଚଶହ-ପାଞ୍ଚଶହ ପ୍ରତିକ୍ରମଣ କରିବା ତେବେ ମୋକ୍ଷରେ ଯାଇପାରିବା !
ଯଦି କେବଳ ଏତିକି ହିଁ କରିବ ନା, ତେବେ ଅନ୍ୟ କୌଣସି ଧର୍ମ ନ ଖୋଜିବ ତେବେ ମଧ୍ଯ ଅସୁବିଧା ନାହିଁ । ଏତିକି ପାଳନ କରିବ ତେବେ ବହୁତ ହୋଇଗଲା, ଏବଂ ମୁଁ ତୋତେ ଗ୍ୟାରେଣ୍ଟି ଦେଉଛି, ତୋ ମୁଣ୍ଡରେ ହାତ ରଖ ଦେଉଛି । ମୋକ୍ଷ ପାଇଁ ଶେଷ ପର୍ଯ୍ୟନ୍ତ ମୁଁ ତୋତେ ସହଯୋଗ ଦେବି ! ତୋର ପ୍ରସ୍ତୁତି ଦରକାର । ଯଦି ଗୋଟିଏ ହିଁ ଶବ୍ଦ ପାଳନ କରିବ ତେବେ ବହୁତ ହୋଇଗଲା !
୫. ଅକ୍ରମ ବିଜ୍ଞାନର ରୀତି
ଅକ୍ରମ ଆମକୁ କ’ଣ କହେ ? ଯଦି କାହାକୁ ପଚାରିବା ଯେ, ‘ତୁ ଅନେକ