________________
୧୭
ପ୍ରତିକ୍ରମଣ
। ପ୍ରଶ୍ନକର୍ତ୍ତା : କିନ୍ତୁ ଏପରି ମାନ୍ୟତା ଅଛି ଯେ ତପ କରିବା ଦ୍ଵାରା କର୍ମର ନିର୍ଜରା ହୁଏ ।
। ଦାଦାଶ୍ରୀ : ଏପରି କେବେବି ହୁଏ ନାହିଁ । କେଉଁ ତପ ଦ୍ବାରା ନିର୍ଜରା ହୁଏ ? ଆନ୍ତରିକ ତପ ଦରକାର । ଅଦୀଠ ତପ, ଯାହା ମୁଁ କହେ ନା ଯେ ଆମର ସମସ୍ତ ମହାମ୍ବା ଅଦୀଠ ତପ କରନ୍ତି, ଯେଉଁ ତପ ଆରେ ଦେଖାଯାଏ ନାହିଁ । ଆଉ ଆରେ ଦେଖାଯାଉଥିବା ତପ ଆଉ ଯାହା ଜାଣି ହେଉଥିବ, ଏପରି ତପ, ସେ ସବୁର ଫଳ ପୁଣ୍ୟ ଅଟେ । ଆଉ ଅଦୀଠ ତପ ଅର୍ଥାତ ଭିତରର ତପ, ଆନ୍ତରିକ ତପ, ଯାହା ବାହାରକୁ ଦେଖାଯାଏ ନାହିଁ, ସେସବୁର ଫଳ ମୋକ୍ଷ ଅଟେ ।
। ସାଧୀଜୀମାନଙ୍କୁ କ’ଣ କରିବା ଉଚିତ ? ସାଧୀଜୀମାନେ ଜାଣନ୍ତି ଯେ ଆମକୁ କଷାୟ ହେଉଛି, ସାରାଦିନ କଷାୟ ହୋଇଚାଲିଥାଏ, ତେବେ ସେମାନଙ୍କୁ କ’ଣ କରିବା ଉଚିତ ? ସନ୍ଧ୍ୟାରେ ବସି ପୁରା ଗୋଟିଏ ଗୁଣସ୍ଥାନକ, ଏହି କଷାୟ ଭାବ ହେଲା, ୟାଙ୍କ ପ୍ରତି ଏହି କଷାୟ ଭାବ ହେଲା, ୟାଙ୍କ ପ୍ରତି ଏହି କଷାୟ ଭାବ ହେଲା, ବସି ତାଙ୍କରି ପାଇଁ ଏହିପରି ପ୍ରତିକ୍ରମଣ କରିବା ଉଚିତ ଏବଂ ପ୍ରତ୍ୟାଖ୍ୟାନ କରିବା ଉଚିତ ଯେ ‘ଏପରି କରିବି ନାହିଁ, ଏପରି କରିବି ନାହିଁ, ତେବେ ସେ ମୋକ୍ଷମାର୍ଗରେ ଚାଲୁଛନ୍ତି ।
। ଏପରି ତ କିଛି କରନ୍ତି ନାହିଁ, ଏଣୁ କ’ଣ ହେବ ? ଏହିପରି ମୋକ୍ଷମାର୍ଗକୁ ବୁଝିବା ତେବେ ସେହି ରାସ୍ତାରେ ଚାଲି ପାରିବା ନା, ବୁଝିବାର ଆବଶ୍ୟକତା ଅଛି ।
। ପ୍ରଶ୍ନକର୍ତ୍ତା : ଯେପର୍ଯ୍ୟନ୍ତ ତାଙ୍କଠାରୁ ପ୍ରତ୍ୟକ୍ଷ କ୍ଷମା ନମାଗିଛୁ, ସେପର୍ଯ୍ୟନ୍ତ ତାଙ୍କୁ ଭିତରେ ଖେଞ୍ଚୁଥିବ ନା ! ଅତଃ ପ୍ରତ୍ୟକ୍ଷ କ୍ଷମା ତ ମାଗିବାକୁ ପଡ଼ିବ ନା ?
। ଦାଦାଶ୍ରୀ : ପ୍ରତ୍ୟକ୍ଷ କ୍ଷମା ମାଗିବାର ଆବଶ୍ୟକତା ହିଁ ନାହିଁ । ଭଗବାନ ମନା କରିଛନ୍ତି । ଯଦି ଭଲ ମଣିଷ ହୋଇଥିବ ତେବେ, ତା’କୁ କ୍ଷମା ମାଗିବ, ପ୍ରତ୍ୟକ୍ଷ କ୍ଷମା ମାଗିବ ଆଉ ଯଦି ସେ କମଜୋର ମଣିଷ ହୋଇଥିବ ତେବେ କ୍ଷମା ମାଗିଲେ କଟାକ୍ଷ କରିବ । ଏବଂ କମଜୋର ମଣିଷ ଆହୁରି ବେଶୀ କମଜୋର ହୋଇଚାଲିବ । ଏଣୁ ପ୍ରତ୍ୟକ୍ଷ କରିବ ନାହିଁ ଆଉ ପ୍ରତ୍ୟକ୍ଷ କରିବାର ଥିବ ତେବେ ଯଦି ବହୁତ ଭଲ ମଣିଷ ହୋଇଥିବ, ତେବେ କରିବ । କମଜୋର ତ ଉପରୁ ମାରିବ । ଏବଂ ପୁରା ଜଗତ କମଜୋର ହିଁ ଅଟେ । ଓଲଟା କଟାକ୍ଷ କରିବ । ହଁ, ମୁଁ କହୁଥିଲି ନା, ତୁ ବୁଝୁନଥିଲୁ, ମାନୁ ହିଁ ନଥିଲି । ଏବେ ଆସିଲା ଠିକଣାକୁ ।’ ଆରେ ଭାଇ, ସେ ଠିକଣାରେ ହିଁ ଅଛି, ସେ ବିଗିଡ଼ି ନାହିଁ । ତୁ ବିଗିଡ଼ି ଯାଇଛୁ, ସେ ତ ସୁଧୁରୁଅଛି ।