________________
୨୦
ପ୍ରତିକ୍ରମଣ
ପ୍ରଶ୍ନକର୍ତ୍ତା : ପୂର୍ବର ହିଁ ତ ଇଫେକ୍ଟରେ ଆସିଛି ।
ଦାଦାଶ୍ରୀ : ହଁ । ଇଫେକ୍ଟରେ ଆସିଛି । ଅର୍ଥାତ କଳେଜ୍ ରୂପରେ ତୁମକୁ ଶକ୍ତି ମାଗିବାର ଅଛି । ମୁଁ ନଅ କଲମରେ ଶକ୍ତି ମାଗିବାକୁ କହିଛି, ଏପରି ଶହେଦୁଇଶହ କଲମ ଲେଖୁବା ତେବେ ସବୁ ଶାସ୍ତ୍ର ଆସିଯିବ ସେଥୁରେ । ଏତିକି ହିଁ କରିବାର ଅଛି । ଦୁନିଆରେ କେତେ କରିବାର ଅଛି ? ଏତିକି ହିଁ । କର୍ତ୍ତାଭାବରେ ଯଦି କିଛି କରିବାର ଅଛି ତେବେ କେବଳ ଶକ୍ତି ମାଗିବାର ଅଛି ।
ପ୍ରଶ୍ନକର୍ତ୍ତା : ସେ ଶକ୍ତି ମାଗିବାର କଥା ନା ?
ଦାଦାଶ୍ରୀ : ହଁ । କାରଣ ମୋକ୍ଷରେ କ’ଣ ସମସ୍ତେ ଯାଉଛନ୍ତି ? ! କିନ୍ତୁ କର୍ତ୍ତାଭାବରେ କରିବାର ଥିବ ତେବେ ଏତିକି କରିବ, ଶକ୍ତି ମାଗିବ । କର୍ତ୍ତାଭାବରେ ଶକ୍ତି ମାଗିବ, ଏପରି କହୁଛି ।
ପ୍ରଶ୍ନକର୍ତ୍ତା : ଅର୍ଥାତ ଯିଏ ଜ୍ଞାନ ନେଇନାହାନ୍ତି, ସେମାନଙ୍କ ପାଇଁ ଏହି
କଥା ?
ଦାଦାଶ୍ରୀ : ହଁ । ଯିଏ ଜ୍ଞାନ ନେଇନାହାନ୍ତି । ଜଗତର ଲୋକଙ୍କ ପାଇଁ। ନହେଲେ ଏବେ ଯେଉଁ ରାସ୍ତାରେ ଲୋକେ ଚାଲୁଛନ୍ତି ନା, ତାହା ବିଲକୁଲ ଓଲଟା ରାସ୍ତା ଅଟେ । ସେଥିରେ କୌଣସି ବି ମଣିଷ ନିଜର ହିତ ଆଦୌ ପ୍ରାପ୍ତ କରିପାରିବ ନାହିଁ ।
‘ କରିବାର ଅଛି କିନ୍ତୁ ହେଉ ନାହିଁ’ ଉଦୟ (କର୍ମର) ଓଲଟା ଆସିଯାଏ ତେବେ କ’ଣ କରିହେବ ? ଭଗବାନ ତ ଏପରି କହିଥିଲେ ଯେ ‘ସ୍ଵରୂପରେ ରହି ଉଦୟକୁ ଜାଣ ।’ କରିବାକୁ କହି ନଥିଲେ । ‘ଏହାକୁ ଜାଣ’ ଏତିକି ହିଁ କହିଥିଲେ । ତାହା ବଦଳରେ ‘ଏହା କଲି କିନ୍ତୁ ହେଉ ନାହିଁ । କରୁଛୁ କିନ୍ତୁ ହୋଇପାରୁ ନାହିଁ । ବହୁତ ଇଚ୍ଛା ଅଛି କିନ୍ତୁ ହୋଇ ପାରୁନାହିଁ’ କୁହନ୍ତି । ଆରେ, କିନ୍ତୁ ବେକାରଟାରେ ତାହାକୁ ଗାଇଚାଲିଛୁ କ’ଣ ପାଇଁ । ‘ମୋ ଦ୍ଵାରା ହୋଇପାରୁ ନାହିଁ, ହୋଇପାରୁ ନାହିଁ ।’ ଏପରି ଚିନ୍ତନ କରିଲେ ଆତ୍ମା କିଭଳି ହୋଇଯିବ ? ପଥର ହୋଇଯିବ । ଆଉ ସେ ତ କେବଳ କ୍ରିୟା ହିଁ କରିବାକୁ ଯାଏ ଏବଂ ସାଥୀରେ ‘ହୋଇପାରୁ ନାହିଁ, ପାରୁନାହିଁ, ହୋଇ ପାରୁନାହିଁ’ କହେ ।
ହୋଇ
ମୁଁ ମନା କରୁଛି ଯେ ଏପରି କହିବା ଉଚିତ ନୁହେଁ । ‘ହେଉନାହିଁ’ ଏପରି ତ ଆଦୌ କହିବା ଉଚିତ ନୁହେଁ । ତୁ ତ ଅନନ୍ତ ଶକ୍ତିବାଲା ଅଟୁ, ମୁଁ ବୁଝାଇବା ପରେ