________________
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ସେ ଏପରି ଭାବିଥବ ଯେ ଦାଦାଜୀ ମୋର ବହୁତ ପ୍ରଶଂସା କରିବେ । ସେ କ’ଣ ଆଶା ରଖୁଥିଲା ବୁଝିଲ ନା? ଆଉ ମୋତେ ତା’ ଉପରେ ଏତେ ରାଗ ଆସିଲା ଯେ ତୋତେ କିଏ ବ୍ୟାଙ୍କ ମ୍ୟାନେଜର କଲା ? ତୋତେ ପିଲା-ଛୁଆ ସମ୍ଭାଳିବା ଆସୁନାହିଁ ଏବଂ ସ୍ତ୍ରୀ ସମ୍ଭାଳିବା ଆସୁନାହିଁ ! ଏହା ଶୁଣି ସେ ତ ଡରିଗଲା ବିଚରା । ଓଲଟା ମୁଁ ତା’କୁ କହିଲି, ‘ତୁମେ ଅନ୍ତିମ ପ୍ରକାରର ବେକାର ମଣିଷ ଅଟ ! ତୁମେ ଏ ଦୁନିଆରେ କୌଣସି କାମର ନୁହଁ !’ ସେ ମନରେ ଭାବୁଥୁଲା ଯେ ମୁଁ ଏମିତି କହିବି ତେବେ ‘ଦାଦା’ ମୋତେ ବଡ଼ ପୁରସ୍କାର ଦେବେ । ପାଗଳ, ଏହାର ପୁରସ୍କାର ଦିଆଯାଉଥବ କେଉଁଠି ? ପିଲା ଯଦି ଭୁଲ କରେ ତେବେ ଆମେ ‘ ତୁ ଏପରି କାହିଁକି କଲୁ? ଆଉ ଏପରି କରିବୁନି ।’ ଏହିପରି ନାଟକୀୟ ରୂପରେ କହିବା ଉଚିତ; ନହେଲେ ପିଲା ବୁଝିବ ଯେ ସେ ଯାହା କିଛି କରୁଛି ତାହା ‘କରେକ୍ଟ’ ହିଁ ଅଟେ, କାହିଁକିନା ବାପ ‘ଏକ୍ସେପ୍ଟ’ କଲା । ଏପରି ନ କହିବା କାରଣରୁ ଘରେ ସବୁ ନିଃସଙ୍କୋଚ ହୋଇଗଲେଣି । ସବୁକିଛି କହିବ, କିନ୍ତୁ ନାଟକୀୟ ! ପିଲାମାନଙ୍କୁ ରାତିରେ ବସାଇ ବୁଝାଅ, କଥାବାର୍ତ୍ତା କର । ଘରର ସବୁ କୋଣରୁ ଅଳିଆ ଝାଡୁ କରିବାକୁ ପଡ଼ିବ ନା ? ପିଲାମାନଙ୍କୁ ଟିକେ ଥରାଇବା( ନାଟକୀୟ ଗାଳିଦେବା)ର ଆବଶ୍ୟକତା ଅଛି । ଏମିତିରେ ସଂସ୍କାର ତ ଥାଏ, କିନ୍ତୁ ଥରାଇବାକୁ ପଡ଼େ । ସେମାନଙ୍କୁ ଥରାଇବାରେ କିଛି ଦୋଷ ଅଛି ?
ଛୋଟ ପୁଅ-ଝିଅଙ୍କୁ ବୁଝାଇବ ଯେ ସକାଳେ ଗାଧୋଇ ପାଧୋଇ ଭଗବାନଙ୍କ ପୂଜା କର ଏବଂ ସବୁଦିନ ପ୍ରାର୍ଥନା କର ଯେ ‘ମୋତେ ଏବଂ ସାରା ଜଗତକୁ ସଦ୍ବୁଦ୍ଧି ଦିଅ, ଜଗତର କଲ୍ୟାଣ କର ।’ ସେମାନେ ଯଦି ଏତିକି କହିବେ ତେବେ ସେମାନଙ୍କୁ ସଂସ୍କାର ମିଳିଛି, ଏପରି କୁହାଯିବ ଏବଂ ମାତା-ପିତାଙ୍କ କର୍ମବନ୍ଧନ ଛୁଟିଯିବ । ଦ୍ଵିତୀୟରେ, ତୁମକୁ ପିଲାମାନଙ୍କ ଠାରୁ ‘ଦାଦା ଭଗବାନଙ୍କ ଅସୀମ ଜୟ ଜୟକାର ହେଉ’ ପ୍ରତିଦିନ ବୋଲାଇବା ଉଚିତ । ହିନ୍ଦୁସ୍ତାନର ପିଲାମାନେ ତ ଏତେ ସୁଧୁରି ଗଲେଣି, ଯେ ସିନେମା ବି ଯାଉନାହାନ୍ତି । ପ୍ରଥମେ ଦୁଇ-ତିନି ଦିନ ଟିକିଏ ଅଡୁଆ ଲାଗିବ । କିନ୍ତୁ ପରେ ଦୁଇ-ତିନି ଦିନ ପରେ ଅଭ୍ୟସ୍ତ ହୋଇଗଲେ, ଭିତରେ ସ୍ଵାଦ ଚାଖିଲେ, ଓଲଟା ସେମାନେ ନିଜେ ନିଜେ ମନେ ପକାଇବେ ।
(୨) କର୍ତ୍ତବ୍ୟର ଗୀତ କ’ଣ ଗାଇବା ?
ସ୍ଵିଚ୍ଛିକ କାର୍ଯ୍ୟର ପୁରସ୍କାର ଥାଏ । ଜଣେ ଭାଇ କର୍ତ୍ତବ୍ୟ ଯୋଗୁଁ କରିଥିବା କାର୍ଯ୍ୟର ପୁରସ୍କାର ପାଇବା ପାଇଁ ଚାହୁଁଥିଲେ ! ସାରା ସଂସାର ପୁରସ୍କାର ଖୋଜୁଛି ଯେ ‘ ମୁଁ ଏତେ–ଏତେ କଲି, ତୁମକୁ ଜଣା ନାହିଁ ? ତୁମକୁ ମୋର ମୂଲ୍ୟ ନାହିଁ ।’ ଆରେ