________________
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର
୫
ବାପ ପିଲାର ମା’କୁ ଡାକିଲା, ସେତେବେଳେ ସେ ରୁଟି ବେଲୁଥିଲା । ସେ କହିଲା, ‘କଣ କାମ ଅଛି ? ମୁଁ ରୁଟି ବେଲୁଛି ।’ ‘ତୁମେ ଏଠାକୁ ଆସ, ଶୀଘ୍ର ଆସ, ଶୀଘ୍ର ଆସ, ଶୀଘ୍ର ଆସ !’ ସେ ଦୌଡ଼ି-ଦୌଡ଼ି ଆସିଲା, ‘କଣ ହେଲା ?’ ତେବେ କୁହେ, ‘ଦେଖ, ଦେଖ, ପୁଅ କେତେ ହୁସିଆର ହୋଇଗଲାଣି ! ଦେଖ, ଗୋଡ଼ର ଗୋଇଠି ଉଚ୍ଚା କରି ପକେଟରୁ ପଚିଶ ଟଙ୍କା ବାହାର କଲା।’ ପିଲା ଏହା ଦେଖି ଭାବେ, ‘ ଆରେ ! ମୁଁ ଆଜି ବହୁତ ଭଲ କାମ କଲି । ଏବେ ମୁଁ ଏଭଳି କାମ ଶିଖୁଗଲି ।’ ଏମିତି ପୁଣି ସେ ଚୋର ବନିଗଲା । ତେବେ କ’ଣ ହେବ ? ‘ପକେଟରୁ ପଇସା ବାହାର କରିବା ଭଲ’ ଏପରି ଜ୍ଞାନ ତା’କୁ ପ୍ରକଟ ହୋଇଗଲା । ତୁମକୁ କ’ଣ ଲାଗୁଛି ? କ’ଣ ପାଇଁ କହୁ ନାହଁ ? କ’ଣ ଏପରି କରିବା ଉଚିତ ?
ଏଭଳି ଘଚକ୍କର( ମୁର୍ଖ, ବୋକା) କେଉଁଠୁ ଜନ୍ମ ହେଲେ ! ଏମାନେ ବାପ ହୋଇ ବସିଗଲେ ! ଲଜ୍ଜା ଲାଗୁନାହିଁ ? ଏହାଦ୍ଵାରା ପିଲାକୁ କିଭଳି ପ୍ରୋତ୍ସାହନ ମିଳିଲା, ତାହା ବୁଝାପଡୁଛି ? ପିଲା ଦେଖିଲା ଯେ ‘ ମୁଁ ବହୁତ ବଡ଼ ପରାକ୍ରମ କଲି ! ’ ଏହିପରି ଲୁଟିଯିବା କ’ଣ ଶୋଭା ଦେଉଛି ତୁମକୁ ? କ’ଣ କହିଲେ ପିଲାମାନଙ୍କୁ ‘ଏନ୍କରେଜମେଣ୍ଟ ’ (ପ୍ରୋତ୍ସାହନ) ମିଳିବ ଏବଂ କ’ଣ କହିଲେ କ୍ଷତି ହେବ, ତାହାର ଭାନ୍(ହୋସ) ତ ରହିବା ଉଚିତ ନା ? ଏ ତ ‘ ଅନଟେସ୍ଟେଡ଼ ଫାଦର’ (ଅଯୋଗ୍ୟ ପିତା) ଏବଂ ‘ ଅନଟେସ୍ଟେଡ଼ ମଦର’ (ଅଯୋଗ୍ୟ ମାତା) । ବାପ ମୂଳା ଏବଂ ମା ଗାଜର, ଏବେ କୁହ, ପିଲାମାନେ କେମିତି ହେବେ ? କ’ଣ ସେଓ ହେବେ ? !
ଅର୍ଥାତ କଳିଯୁଗରେ ଏହି ମାତା-ପିତାଙ୍କୁ ଏ ସବୁ ଆସୁ ହିଁ ନାହିଁ । ଆଉ କେତେ ତ ଭୁଲ ‘ ଏନ୍କରେଜମେଣ୍ଟ’ ଦିଅନ୍ତି । ସେମାନଙ୍କୁ ନେଇ ବୁଲିବାକୁ ଯାଆନ୍ତି । ପତ୍ନୀ କୁହେ, ‘ ପୁଅକୁ ଧର’ ତେବେ ପତି ପୁଅକୁ ଉଠେଇ(କାଖେଇ) ନିଏ । କ’ଣ କରିବ ? ଯଦି ସେ ଟିଙ୍ଗାଳିଆ ହୋଇଥବ ଏବଂ ନ ନିଏ ତେବେ ପତ୍ନୀ କହିବ, ‘ ପୁଅ କ’ଣ ଏକଲା ମୋର ? ମିଳିମିଶି ରଖୁବାର ଅଛି ।’ ଏମିତି-ସେମିତି କୁହେ ତେବେ ପତିକୁ କାଖେଇବାକୁ ହିଁ ପଡ଼େ, କ’ଣ ଏଥୁରୁ ଛୁଟକାରା ଅଛି ? କୁଆଡ଼େ ଯିବ ସେ ? ପିଲାଙ୍କୁ କୋଳେଇ କାଖେଇ ସିନେମା ଦେଖ୍ ଯିବା, ଦୌଡ଼ଧାପଡ଼ କରିବା । ପୁଣି ପିଲାଙ୍କୁ ସଂସ୍କାର କିପରି ମିଳିବ ?
ଜଣେ ବ୍ୟାଙ୍କ ମ୍ୟାନେଜର ମୋତେ କହିଲା, ‘ଦାଦାଜୀ, ମୁଁ ତ ସ୍ତ୍ରୀ ବା ପିଲାଛୁଆଙ୍କୁ ଏକ ଅକ୍ଷର ମଧ୍ୟ କେବେ କହିନାହିଁ । ପଛେ କେତେ ବି ଭୁଲ କରନ୍ତୁ, କିଛି ବି କରନ୍ତୁ, କିନ୍ତୁ ମୁଁ କିଛି କୁହେ ନାହିଁ ।’