________________
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ବ୍ୟବହାର କର, ଉଚ୍ଚ ସଂସ୍କାରୀ ବନାଅ । ଏହି ପିଲାମାନଙ୍କୁ ଉଚ୍ଚ ସଂସ୍କାରୀ ବନାଅ । ତୁମେ ନିଜେ ତପ କର, କିନ୍ତୁ ସେମାନଙ୍କୁ ସଂସ୍କାରୀ ବନାଅ ।” ।
| ପ୍ରଶ୍ନକର୍ତ୍ତା : ଆମେ ସେମାନଙ୍କୁ ସୁଧାରିବା ପାଇଁ ତ ସମସ୍ତ ପ୍ରଚେଷ୍ଟା କରୁ, ତଥାପି ଯଦି ସେ ନ ସୁଧୁରେ ତେବେ ପୁଣି କ’ଣ ଆଦର୍ଶ ପିତାକୁ ତାହା ପ୍ରାରବ୍ଧ ବୋଲି ମାନି ଛାଡ଼ିଦେବା ଉଚିତ ?
ଦାଦାତ୍ରୀ : ନା, କିନ୍ତୁ ପ୍ରଚେଷ୍ଟା ତ ତୁମେ ତୁମ ଅନୁସାରେ କର ନା ? ତୁମ ପାଖରେ ସାର୍ଟିଫିକେଟ ଅଛି ? ବତାଅ ମୋତେ ।
ପ୍ରଶ୍ନକର୍ତ୍ତା : ଆମ ବୁଦ୍ଧି ଅନୁସାରେ ପ୍ରଚେଷ୍ଟା କରୁ ।
ଦାଦାଶ୍ରୀ : ତୁମ ବୁଦ୍ଧି ଅର୍ଥାତ, ମୁଁ ତୁମକୁ କହି ରଖେ ଯେ ଜଣେ ମଣିଷ ନିଜେ ଜଜ୍ ହୋଇଥିବ, ନିଜେ ହିଁ ଅପରାଧୀ ହୋଇଥିବ ଆଉ ଓକିଲ ବି ନିଜେ ହୋଇଥିବ, ତେବେ ସେ କିଭଳି ନ୍ୟାୟ କରିବ ?
। ନିଜ ସଂସ୍କାର ତ ପିଲା ନେଇକି ହିଁ ଆସେ । କିନ୍ତୁ ସେଥିରେ ତୁମକୁ ହେଳ୍ପ କରି ସେ ସଂସ୍କାରକୁ ରଙ୍ଗ ଦେବାର ଆବଶ୍ୟକତା ଅଛି ।
। କେବେବି ତା’କୁ ଛାଡ଼ିଦେବା ଉଚିତ ନୁହେଁ । ସେମାନଙ୍କର ଧାନ ରଖୁବା ଉଚିତ । ଛାଡ଼ିଦେବ ତେବେ ପୁଣି ସେ ଖତମ୍ ହୋଇଯିବ ।
ପ୍ରଶ୍ନକର୍ତ୍ତା : ହଁ, ଏପରି କରୁ, କିନ୍ତୁ ଲାଷ୍ଟ ଷ୍ଟେରେ କ’ଣ ତାହା ପ୍ରାରବ୍ଧ ଉପରେ ଛାଡ଼ିଦେବା ଉଚିତ ? |
ଦାଦାତ୍ରୀ : ନା, ଛାଡ଼ି ପାରିବା ନାହିଁ । ଏପରି ଛାଡ଼ିବାର ସମୟ ଆସେ, ତେବେ ମୋ ପାଖକୁ ନେଇ ଆସିବ । ମୁଁ ଅପରେଶନ କରିଦେବି । ଏପରି ଛାଡ଼ି ପାରିବା ନାହିଁ, ଜୋଖୁମ ଅଟେ ।
। ଜଣେ ପୁଅ ତା’ ବାପାଙ୍କ ନିଶ ଟାଣୁ ଥିଲା, ତ ବାପା ଖୁସି ହୋଇଗଲା । କହିଲା, ‘କେମିତିକା ପୁଅ ମୋର ! ଦେଖ, ମୋ ନିଶ ଟାଣିଲା !’ ନିଅ, ଏବେ ତା’ କହିବା ଅନୁସାରେ ଯଦି କରିବ ତେବେ ପୁଅ ନିଶ ଧରିବ ଏବଂ ବାରମ୍ବାର ଟାଣିବ, ତା’ପରେ ମଧ୍ୟ ଯଦି କିଛି ନ କହିବ ତେବେ ପୁଣି କ’ଣ ହେବ ? ଆଉ କିଛି ନ କରିବା ତେବେ ପିଲାଙ୍କୁ ଟିକେ ଚିମୁଟି ଦେବ, ଚିମୁଟି ଦେଲେ ସେ ବୁଝିବ ଯେ ଏହା ଠିକ କଥା ନୁହେଁ । ମୁଁ ଏ ଯେଉଁ ବ୍ୟବହାର କରୁଛି ତାହା ଠିକ ନୁହେଁ, ଏପରି ତା’କୁ ଜ୍ଞାନ ହେବ । ତା’କୁ ବେଶୀ ମାରିବ ନାହିଁ, ଧୀରେ କି ଚିମୁଟି ଦେବ ।