________________
। ମାତା-ପିତା ଏବଂ ପିଲାଙ୍କ ବ୍ୟବହାର । ଭାଇ, ମୂଲ୍ୟ କାହିଁକି ଖୋଜୁଛୁ ? ଏ ଯାହା କିଛି କଲୁ ତାହା ତ କର୍ଭବ୍ୟ ପାଳନ କଲୁ ! ଜଣେ ବ୍ୟକ୍ତି ନିଜ ପୁଅ ସହ ଯୁକ୍ତି କରୁଥିଲା, ପରେ ମୁଁ ତା’କୁ ଗାଳିଦେଲି । ସେ କହୁଥିଲା, ‘କରଜ ନେଇ ମୁଁ ତୋତେ ପଢ଼ାଇଲି । ଯଦି କରଜ ନ ନେଇଥାନ୍ତି ତେବେ କ’ଣ ତୁ ପଢ଼ି ପାରିଥାନ୍ତୁ ? ବୁଲୁଥାନ୍ତୁ ।’ ଭାଇ, ଅଯଥାରେ ବାଜେକଥା କାହିଁକି କହୁଛୁ ? ଏହା ତ ତୁମର କର୍ଭବ୍ୟ ଅଟେ, ଏପରି କହିପାରିବା ନାହିଁ ! ଏ ତ ପୁଅ ସମଝଦାର ଅଟେ । ଯଦି ‘ତୁମକୁ କିଏ ପଢ଼େଇ ଥିଲା?’ ଏପରି ପଚାରିଥାନ୍ତା ତେବେ କ’ଣ ଉତ୍ତର ଦେଇଥାନ୍ତ ? ଏମିତି ପାଗଳଙ୍କ ପରି କହି ଚାଲନ୍ତି ନା ଲୋକେ ? ମୁଖି ଲୋକ, ନିର୍ବୋଧ, କିଛି ଜଣା ହିଁ ନାହିଁ । । ପିଲାମାନଙ୍କ ପାଇଁ ସବୁକିଛି କରିବା ଉଚିତ । କିନ୍ତୁ ପିଲାମାନେ ଯଦି କୁହନ୍ତି ଯେ ‘ନା ବାପା ଏବେ ବହୁତ ହୋଇଗଲା ।” ତଥାପି ବାପା ତା’କୁ ଛାଡ଼େ ନାହିଁ, ତେବେ କ’ଣ ହେବ ? ପିଲାମାନେ ଲାଲ ପତାକା ଦେଖାଇବେ ତେବେ କ’ଣ ଆମକୁ ବୁଝିବା ଉଚିତ୍ ନୁହେଁ ? ତୁମକୁ କ’ଣ ଲାଗୁଛି ? ।
। ପୁଣି ସେ ଯଦି କୁହେ ଯେ ମୋତେ ବ୍ୟବସାୟ କରିବାର ଅଛି, ତେବେ ଆମକୁ ବ୍ୟବସାୟ ପାଇଁ କିଛି ରାସ୍ତା କରିଦେବା ଉଚିତ । ଏଥିରେ ବେଶୀ ଗଭୀରକୁ ଯିବାବାଲା ବାପା ମୁର୍ଖ ଅଟନ୍ତି । ଯଦି ସେ ଚାକିରୀରେ ଲାଗି ଯାଇଥିବ ତେବେ ଆମ ପାଖରେ ଯାହା କିଛି ଥିବ, ତାହାକୁ ଗଣ୍ଠିବାନ୍ଧି ରଖିଦେବା ଉଚିତ । କେତେବେଳେ ଅସୁବିଧାରେ ଥିବ, ସେତେବେଳେ ହଜାର-ଦୁଇ ହଜାର ପଠାଇବା ଉଚିତ । କିନ୍ତୁ ଏ ତ ସବୁବେଳେ ପଚାରି ଚାଲୁଥାଏ । ସେତେବେଳେ ପୁଅ କୁହେ ‘ତୁମକୁ ମନା କରୁଛି ନା ଯେ ମୋ କଥାରେ ଦଖଲ କରିନାହିଁ ।’ ସେତେବେଳେ ବାପ କ’ଣ କୁହେ, ‘ଏବେ ତା’ର ବୁଦ୍ଧି ହୋଇନାହିଁ, ସେଥିପାଇଁ ଏପରି କହୁଛି ।’ ଆରେ, ଏହା ତ ତୁମେ ନିବୃତ୍ତ ହୋଇଗଲ; ଭଲ ହେଲା ଜଞ୍ଜାଳ ଛୁଟିଲା । ପୁଅ ନିଜେ ହିଁ ତୁମକୁ ମନା କରୁଛି। ନା !
। ପ୍ରଶ୍ନକର୍ତ୍ତା : ଉଚିତ ରାସ୍ତା କେଉଁଟା ? ଆମେ ସେଠି ପିଲା ସମ୍ଭାଳିବୁ ନା ଆମ କଲ୍ୟାଣ ପାଇଁ ସସଙ୍ଗରେ ଆସିବୁ ?
। ଦାଦାଶ୍ରୀ : ପିଲାମାନେ ତ ଆପେ ଆପେ ସମ୍ବଲୁଛନ୍ତି । ତୁମେ ସେମାନଙ୍କୁ କ’ଣ ସମ୍ଭାଳିବ ? ନିଜ କଲ୍ୟାଣ କରିବା ତାହା ହିଁ ମୁଖ୍ୟ ଧର୍ମ । ନହେଲେ ଏ ପିଲାମାନେ ତ ସମ୍ଭାଳିହୋଇ ଅଛନ୍ତି ! ପିଲାମାନଙ୍କୁ କ’ଣ ତୁମେ ବଡ଼ କରୁଛି ? ବଗିଚାରେ ଗୋଲାପର ଚାରା ଲଗାଇଥିବ ତେବେ ରାତିରେ ବଢ଼ନ୍ତି ନା ବଢ଼ନ୍ତି ନାହିଁ ?