________________
୩୪
ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... କାମୁଡ଼ି ନଥାନ୍ତା, ପୁନର୍ଜନ୍ମ ଅଛି, ସେ ତୁମର ହିସାବ ତୁମକୁ ସୁଝେ । ଏ ସବୁ ହିସାବ ସୁଝୁଅଛି । ଯେପରି ଖାତାରେ ବାକିଥିବା ହିସାବ ସୁଝନ୍ତି ନା, ସେହିପରି ସବୁ ହିସାବ ସୁଝୁଅଛି । ଆଉ ‘ ଡେଭଲପମେଣ୍ଟ’ କାରଣରୁ ଏ ସବୁ ହିସାବ ଆମକୁ ବୁଝା ପଡୁଛି ମଧ୍ୟ । ସେଥିପାଇଁ ଆମର ଏଠି କେତେ ସବୁ ଲୋକଙ୍କୁ ଏପରି ମାନ୍ୟତା ମଧ୍ୟ ହୋଇ ଯାଇଛି ଯେ ପୁନର୍ଜନ୍ମ ନିଶ୍ଚୟ ଅଛି ! କିନ୍ତୁ ସେମାନେ ‘ପୁନର୍ଜନ୍ମ ନିଶ୍ଚୟ ଅଛି, ଏପରି କହି ପାରିବେ ନାହିଁ । ‘ନିଶ୍ଚୟ ଅଛି’ ଏପରି କିଛି ପ୍ରମାଣ ଦେଇ ପାରିବେ ନାହିଁ । କିନ୍ତୁ ତା’ର ନିଜର ଶ୍ରଦ୍ଧାରେ ବସି ଯାଇଛି, ଏପରି ସବୁ ଉଦାହରଣରୁ, ଯେ ପୁନର୍ଜନ୍ମ ଅଛି ତ ନିଶ୍ଚୟ !
। ଏ ଭଉଣୀ କହିବେ, ୟାକୁ କାହିଁକି ଭଲ ଶାଶୁ ମିଳିଲା ଆଉ ମୋତେ କାହିଁକି ଏପରି ମିଳିଲା ? ଅର୍ଥାତ ସଂଯୋଗ ସବୁ ଭଳିକି ଭଳି ମିଳେ ।
। ଆଉ କ’ଣ ଯାଏ ସାଥିରେ ? ପ୍ରଶ୍ନକର୍ତ୍ତା : ଏକ ଜୀବ ଅଲଗା ଦେହକୁ ଯାଏ । ସେଠାକୁ ପଥେନ୍ଦ୍ରିୟ ଆଉ ମନ ଇତ୍ୟାଦି ପ୍ରତ୍ୟେକ ଜୀବ ସାଥିରେ ନେଇ ଯାଏ ?
ଦାଦାଶ୍ରୀ : ନା, ନା, କିଛି ବି ନୁହଁ । ଇନ୍ଦ୍ରିୟ ତ ସବୁ ଏଜୋଷ୍ଟ (ଖାଲି) ହୋଇ ଖତମ ହୋଇଗଲା, ଇନ୍ଦ୍ରିୟ ସବୁ ତ ମରିଗଲେ । ଏଣୁ ତା’ ସାଥିରେ ଇନ୍ଦ୍ରିୟ ପରି କିଛି ବି ଯାଏ ନାହିଁ । କେବଳ ଏ କ୍ରୋଧ-ମାନ-ମାୟା-ଲୋଭ ଯାଆନ୍ତି । ସେହି କାରଣରୁ ଶରୀରରେ କ୍ରୋଧ-ମାନ-ମାୟା-ଲୋଭ ସବୁ ଆସିଗଲା । ଆଉ ସୂକ୍ଷ୍ମ ଶରୀର କିଭଳି ଅଟେ? ଯେପର୍ଯ୍ୟନ୍ତ ମୋକ୍ଷରେ ନ ଯାଆନ୍ତି, ସେପର୍ଯ୍ୟନ୍ତ ସାଥରେ ହିଁ ରୁହେ । ପଛେ ଯେଉଁଠି ଅବତାର ହେଉ, କିନ୍ତୁ ଏ ସୂକ୍ଷ୍ମ ଶରୀର ତ ସାଥରେ ହିଁ ଥାଏ ।
। ଇଲେକ୍ଟିକାଲ ବଡ଼ୀ। । ଆମ୍ବା ଦେହକୁ ଛାଡ଼ି ଏକୁଟିଆ ଯାଏ ନାହିଁ । ଆମ୍ବା ସହିତ ପୁଣି ସବୁ କର୍ମ, ଯାହାକୁ କାରଣ ଶରୀର କୁହାଯାଏ ସେସବୁ, ପୁଣି ତୃତୀୟରେ ‘ ଇଲେକ୍ଟିକାଲ ବତୀ’(ତେଜସ୍ ଶରୀର), ଏ ତିନିହେଁ ସାଥରେ ବାହାରନ୍ତି । ଯେପର୍ଯ୍ୟନ୍ତ ଏ ସଂସାର