________________
ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ...
୩୩ ‘ରାଇଟ୍' (ଅଧିକାର) ଅଛି । ଯାହାକୁ ଭୌତିକ ସୁଖ ଦରକାର ନାହିଁ, ତା’କୁ ଯୋନିରେ ପ୍ରବେଶ କରିବାର ରାଇଟ୍ ଚାଲିଯାଏ ।
ସମ୍ବନ୍ଧ ଜନ୍ମ-ଜନ୍ମର ପ୍ରଶ୍ନକର୍ତ୍ତା : ମନୁଷ୍ୟର ପ୍ରତ୍ୟେକ ଜନ୍ମର ପୁନର୍ଜନ୍ମ ସହିତ ସମ୍ବନ୍ଧ ଅଛି ?
ଦାଦାଶ୍ରୀ : ତାହା ତ ପ୍ରତ୍ୟେକ ଜନ୍ମ ପୂର୍ବଜନ୍ମ ହିଁ ହୋଇଥାଏ । ଅର୍ଥାତ ପ୍ରତ୍ୟେକ ଜନ୍ମର ସମ୍ବନ୍ଧ ପୁର୍ବଜନ୍ମରୁ ହି ହୋଇଥାଏ ।
ପ୍ରଶ୍ନକର୍ତ୍ତା : କିନ୍ତୁ ପୁର୍ବଜନ୍ମର ଏହି ଜନ୍ମ ସହିତ କ’ଣ ନେବା-ଦେବା ଅଛି ?
ଦାଦାଶ୍ରୀ : ଆରେ ଆସନ୍ତା ଜନ୍ମ ପାଇଁ ଏହା ପୁର୍ବଜନ୍ମ ହେଲା । ପଛ ଜନ୍ମ, ସେ ପୁର୍ବଜନ୍ମ ଅଛି, ତେବେ ଏହି ଜନ୍ମ ଅଛି । ଏହା ଆସନ୍ତା ଜନ୍ମର ପୁର୍ବଜନ୍ମ କୁହାଯାଏ ।
| ପ୍ରଶ୍ନକର୍ତ୍ତା : ହଁ, ତାହା ଠିକ କଥା । କିନ୍ତୁ କ’ଣ ପୁର୍ବଜନ୍ମରେ ଭିତରେ ଏପରି କିଛି ଥାଏ, ଯାହାର ଏହି ଜନ୍ମ ସହିତ କିଛି ସମ୍ବନ୍ଧ ଥିବ ?
। ଦାଦାଶ୍ରୀ : ବହୁତ ସମ୍ବନ୍ଧ, ପୁରା !, ପୁର୍ବଜନ୍ମରେ ବୀଜ ପଡ଼େ ଏବଂ ପରଜନ୍ମରେ ଫଳ ଆସେ । ଏଣୁ ସେଥିରେ, ବୀଜରେ ଏବଂ ଫଳରେ ଫରକ ନାହିଁ ? ସମ୍ବନ୍ଧ ହେଲା ନା ନାହିଁ ? ! ଆମେ ଧାନ ମଞ୍ଜି ବୁଣିବା, ତାହା ପୁର୍ବଜନ୍ମ ଏବଂ ଧାନ ଫଳେ, ତାହା ଏହି ଜନ୍ମ, ପୁଣି ଥରେ ଏହି ଧାନରୁ ବୀଜ ରୂପରେ ମଞ୍ଜି ପଡ଼ିଲା ତାହା ପୁର୍ବଜନ୍ମ ଆଉ ସେଥିରୁ ଧାନ ଫଳିଲା ତାହା ନୂଆ ଜନ୍ମ । ବୁଝିପାରିଲି ନା ନାହିଁ ?
। ପ୍ରଶ୍ନକର୍ତ୍ତା : ଜଣେ ବ୍ୟକ୍ତି ରାସ୍ତାରେ ଚାଲି ଚାଲି ଯାଉଛି ଏବଂ ଅନ୍ୟ କେତେ ସବୁ ରାସ୍ତାରେ ଚାଲି ଚାଲି ଯାଆନ୍ତି, କିନ୍ତୁ କୌଣସି ସାପ କେଉଁ ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ହିଁ କାମୁଡ଼େ, ତାହାର କାରଣ କ’ଣ ପୁନର୍ଜନ୍ମ ?
। ଦାଦାଶ୍ରୀ : ହଁ, ମୁଁ ଏହା ହିଁ କହିବାକୁ ଚାହୁଁଛି ଯେ ପୁନର୍ଜନ୍ମ ଅଛି । ସେଥିପାଇଁ ସେ ସାପ ତୁମକୁ କାମୁଡ଼େ, ପୁନର୍ଜନ୍ମ ନଥାନ୍ତା, ତେବେ ତୁମକୁ ସାପ