________________
୨୩
ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ସ୍ମରଣ କରିବ ଏବଂ ମୋ ପାଖକୁ ଆସିଯିବ । ଏଭଳି ମଣିଷ ଯଦି ହୋଇଥିବେ ନା, ଜୋସୂମବାଲା ମଣିଷ, ସେମାନଙ୍କୁ କହି ରଖୁଥିଲି । ସେ ପୁଣି ମୋ ପାଖକୁ ଆସେ, ତେବେ ତା’କୁ ବୁଝାଇ ଦିଏ । ପରଦିନ ଆତ୍ମହତ୍ୟା ବନ୍ଦ ହୋଇଯାଏ । ୧୯୫୧ ପରେ ସମସ୍ତଙ୍କୁ ଖବର କରି ଦେଇଥିଲି ଯେ ଯାହାକୁ ଆତ୍ମହତ୍ୟା କରିବାକୁ ଥିବ, ତେବେ ସେ ମୋତେ ଭେଟୁ, ଆଉ ପରେ କରୁ । କେହି ଆସେ ଯେ ମୋତେ ଆତ୍ମହତ୍ୟା କରିବାର ଅଛି ତେବେ ତା’କୁ ମୁଁ ବୁଝାଏ । ଆଖପାଖର ‘ କଜେଜ୍ (କାରଣ), ସର୍କଲ, ଆତ୍ମହତ୍ୟା କରିବା ପରି ଅଟେ ନା ନକରିବା ପରି, ସବୁ ତା’କୁ ବୁଝାଇ ଦିଏ। ଆଉ ତା’କୁ ପଛକୁ ଫେରାଇ ଆଣେ ।
ଆତ୍ମହତ୍ୟାର ଫଳ
ପ୍ରଶ୍ନକର୍ତ୍ତା : କେହି ମଣିଷ ଯଦି ଆତ୍ମହତ୍ୟା କରେ ତେବେ ତା’ର କେଉଁ ଗତି ହୁଏ ? ଭୂତ-ପ୍ରେତ ହୁଏ ?
ଦାଦାଶ୍ରୀ : ଆତ୍ମହତ୍ୟା କରିବା ଦ୍ଵାରା ତ ପ୍ରେତ ହୁଏ ଏବଂ ପ୍ରେତ ହୋଇ ଭଟକିବାକୁ ପଡ଼େ । ଏଣୁ ଆତ୍ମହତ୍ୟା କରି ଓଲଟା ଉପାଧ୍ୟ ଆପଣେଇ ନିଏ। ଥରେ ଆତ୍ମହତ୍ୟା କରେ, ତାହା ପରେ କେତେ ଜନ୍ମ ପର୍ଯ୍ୟନ୍ତ ତାହାର ପ୍ରତିଘୋଷ ଗୁଜନ
ହେଉଥାଏ ! ଆଉ ଏ ଯେଉଁ ଆତ୍ମହତ୍ୟା କରେ ତାହା କିଛି ନୂଆ କରୁନାହିଁ । ତାହା ତ ପୂର୍ବ ଜନ୍ମରେ ଆତ୍ମହତ୍ୟା କରିଥିଲା, ତାହାର ପ୍ରତିଘୋଷରୁ କରେ । ଏ ଯେଉଁ ଆତ୍ମହତ୍ୟା କରେ, ତାହା ତ ପୂର୍ବରେ କରିଥିବା ଆତ୍ମଘାତ କର୍ମର ଫଳ ଆସେ । ଏଣୁ ନିଜେ ନିଜେ ହିଁ ଆତ୍ମହତ୍ୟା କରେ । ଏଭଳି ପ୍ରତିଘୋଷ ପଡ଼ି ରହିଥାଏ ଯେ ସେ ତାହାକୁ ତାହା ହିଁ କରି ଆସୁଥାଏ । ଏଣୁ ନିଜେ ନିଜେ ଆତ୍ମହତ୍ୟା କରେ ଆଉ ଆତ୍ମହତ୍ୟା ହେବା ପରେ ପୁଣି ଅବଗତି ବାଲା ଜୀବ ହୋଇଯାଏ । ଅବଗତି ଅର୍ଥାତ ଦେହ ବିନା ଭଟକେ । ଭୂତ ହେବା କିଛି ସହଜ ନୁହେଁ । ଭୂତ ତ ଦେବଗତିର ଅବତାର ଅଟେ, ତାହା ସହଜ କଥା ନୁହେଁ । ଭୂତ ତ, ଯଦି ଏଠାରେ କଠୋର ତପ କରିଥିବ, ଅଜ୍ଞାନ ତପ କରିଥିବ, ତେବେ ଭୂତ ହୁଏ; ଯେବେକି ପ୍ରେତ ଅଲଗା ଅଟେ ।