________________
୨୪
। ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ବିକଳ୍ପ ବିନା ବହୁଏ ନାହିଁ ପ୍ରଶ୍ନକର୍ତ୍ତା : ଆତ୍ମହତ୍ୟାର ବିଚାର କାହିଁକି ଆସୁଥିବ ?
। ଦାଦାଶ୍ରୀ : ଭିତରେ ବିକଳ୍ପ ଖତମ ହୋଇଯାଏ, ସେଥିପାଇଁ । ଏ ତ ବିକଳ୍ପର ଆଧାରରେ ବଞ୍ଚି ରହିଥାଏ । ବିକଳ୍ପ ସମାପ୍ତ ହୋଇଯାଏ, ପରେ ଏବେ କ’ଣ କରାଯିବ, ତାହାର କୌଣସି ଦର୍ଶନ ଦେଖାଯାଏ ନାହିଁ, ସେଥିପାଇଁ ପୁଣି ଆତ୍ମହତ୍ୟା କରିବା ପାଇଁ ଭାବେ । ଏଣୁ ଏ ବିକଳ୍ପ ମଧ୍ୟ କାମର ଅଟନ୍ତି !
। ସହଜ ବିଚାର ବନ୍ଦ ହୋଇଯାଏ, ସେତେବେଳେ ଏ ସବୁ ଓଲଟା ବିଚାର ଆସେ । ବିକଳ୍ପ ବନ୍ଦ ହେବାକୁ ଥିବ ସେଥିପାଇଁ ଯେଉଁ ସହଜ ବିଚାର ଆସୁଥାଏ, ତାହା ମଧ୍ୟ ବନ୍ଦ ହୋଇଯାଏ । ଘୋର ଅନ୍ଧାର ହୋଇଯାଏ । ପରେ କିଛି ଦେଖାଯାଏ ନାହିଁ ! ସଂକଳ୍ପ ଅର୍ଥାତ ‘ମୋର’ ଏବଂ ବିକଳ୍ପ ଅର୍ଥାତ ‘ମୁଁ' । ଏ ଦୁହେଁ ବନ୍ଦ ହୋଇଯାନ୍ତି, ସେତେବେଳେ ମରିଯିବାର ବିଚାର ଆସେ ।
ଆତ୍ମହତ୍ୟାର କାରଣ
ପ୍ରଶ୍ନକର୍ତ୍ତା : ସେ ଯେଉଁ ତା’କୁ ବୃଦ୍ଧି ହେଲା, ଆତ୍ମହତ୍ୟା କରିବା ପାଇଁ, ତାହାର ରୁଟ୍(ମୂଳ) କ’ଣ ? |
ଦାଦାଶ୍ରୀ : ଆତ୍ମହତ୍ୟାର ରୁଟ୍ ତ ଏପରି ହୋଇଥାଏ ଯେ ସେ କେଉଁ ଜନ୍ମରେ ଆତ୍ମହତ୍ୟା କରିଥିବ ତେବେ ତାହାର ପ୍ରତିଘୋଷ ସାତ ଜନ୍ମ ପର୍ଯ୍ୟନ୍ତ ରହିଥାଏ । ଯେପରି ଆମେ ଯଦି ଏକ ବଲ୍ ପକାଇବା, ତିନି ଫୁଟ ଉପରୁ ପକାଇବା, ତେବେ ମନକୁ ମନ ଦ୍ଵିତୀୟ ଥର ଅଢ଼େଇ ଫୁଟ୍ ଉଠି ତଳକୁ ପଡ଼ିବ । ପରେ ଏକ ଫୁଟ୍ ଉଠି ତଳକୁ ପଡ଼େ, ଏପରି ହୁଏ କି ନାହିଁ ? ତିନି ଫୁଟ ପୁରା ଉଠେ ନାହିଁ, ମାତ୍ର ନିଜ ସ୍ଵଭାବରୁ ଅଢ଼େଇ ଫୁଟ୍ ଉଠି ତଳକୁ ପଡ଼େ, ତୃତୀୟ ଥର ଦୁଇ ଫୁଟ ଉଠି ପଡ଼େ, ଚତୁର୍ଥ ଥର ଦେଢ଼ ଫୁଟ ଉଠି ତଳକୁ ପଡ଼େ । ପରେ ଏକ ଫୁଟ ଉଠି ପଡ଼େ । ଏପରି ତାହାର ଗତିର ନିୟମ ହୋଇଥାଏ । ସେହିପରି ପ୍ରକୃତିର ମଧ୍ୟ ନିୟମ ଥାଏ । ସେ ଏ ଆତ୍ମହତ୍ୟା କରେ, ତେବେ ସାତ ଜନ୍ମ ଯାଏଁ ଆତ୍ମହତ୍ୟା କରିବାକୁ ହିଁ ପଡ଼େ । ଏବେ