________________
୨୨
। ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... କରିଦିଏ । ତେବେ ପୁଣି ଭୋଜନ କରାଇ ଦିଏ।
। ସେତେବେଳେ ପୂର୍ଣ୍ଣିମା ଦିନରୁ ଖୁରି ଖାଇବାକୁ ମିଳେ ଏବଂ ପନ୍ଦର ଦିନ ପର୍ଯ୍ୟନ୍ତ ଖୁରି ମିଳୁଥାଏ । କାହିଁକିନା ଆଜି ମୋ ଘରେ, କାଲି ତୁମ ଘରେ ଆଉ ଲୋକଙ୍କୁ ମଧ୍ୟ ଅନୁକୁଳ ହୋଇଗଲା ଯେ, ‘ଚଳିବ, ଏବେ ପାଳି-ପାଳି ଖାଇବାର ଅଛି ନା ! ଠକିଯିବାର ନାହିଁ ଆଉ ପରେ ଖାଇବାକୁ ଦେବା କାଉକୁ ।’ ଏହିଭଳି ସନ୍ଧାନ କରିଥିଲେ । ତାହାଦ୍ଵାରା ପିତ୍ତ ସବୁ ଥମିଯାଏ । ତେବେ ଏଥିପାଇଁ ଏ ଲୋକମାନେ ଏହି ବ୍ୟବସ୍ଥା କରିଥିଲେ । ଏଣୁ ଆମ ଲୋକେ ସେତେବେଳେ କ’ଣ କହୁଥିଲେ ଯେ ଷୋହଳ ଶ୍ରାଦ୍ଧ ପରେ ଯଦି ଜୀବିତ ରହିଲା ତେବେ ନବରାତ୍ରିରେ ଆସିଲା !
। ହସ୍ତାକ୍ଷର ବିନା ମରଣ ବି ନାହିଁ କିନ୍ତୁ ପ୍ରକୃତିର ନିୟମ ଏପରି ଅଟେ ଯେ କୌଣସି ବି ମନୁଷ୍ୟକୁ ଏଠାରୁ ନେଇ ଯାଇ ପାରିବେ ନାହିଁ । ମରିବାବାଲାର ହସ୍ତାକ୍ଷର ବିନା ତା’କୁ ଏଠାରୁ ନେଇ ପାରିବେ ନାହିଁ । ଲୋକେ ହସ୍ତାକ୍ଷର କରୁଥିବେ କି ? ଏପରି କୁହନ୍ତି ନା ଯେ ‘ହେ ଭଗବାନ, ଏଠୁ ଯିବା ହେବ ତେବେ ଭଲ’ ଏବେ ଏପରି କାହିଁକି କୁହନ୍ତି ? ତାହା ତୁମେ ଜାଣିଛ ? କେବେ ଏମିତି ଭିତରେ ଦୁଃଖ ହୁଏ, ତେବେ ପୁଣି ଦୁଃଖ ସହି ନପାରି କୁହେ ଯେ “ଏ ଦେହ ଛୁଟିଯିବ ତେବେ ଭଲ ।’ ସେହିକ୍ଷଣି ହସ୍ତାକ୍ଷର କରାଇ ନିଏ ।
। ତାହା ପୂର୍ବରୁ କରିବ ‘ମୋତେ’ ସ୍ମରଣ | ପ୍ରଶ୍ନକର୍ତ୍ତା : ଦାଦାଜୀ, ଏପରି ଶୁଣିଛି ଯେ ଆତ୍ମହତ୍ୟା ପରେ ସେହିପରି ସାତ ଜନ୍ମ ହୁଏ, ଏହି କଥା ସତ ?
। ଦାଦାଶ୍ରୀ : ଯେଉଁ ସଂସ୍କାର ପଡ଼େ, ତାହା ସାତ-ଆଠ ଜନ୍ମ ପରେ ଯାଏ । ଏଣୁ କିଛି ଖରାପ ସଂସ୍କାର ପଡ଼ିବାକୁ ଦେବ ନାହିଁ । ଖରାପ ସଂସ୍କାର ଠାରୁ ଦୂରେଇ ରହିବ । ହଁ, ଏଠି ପଛେ ଯେତେ ଦୁଃଖ ହେଉ ତାହା ସହନ କରିବ, କିନ୍ତୁ ଗୁଳି ମାରିବା ନାହିଁ, ଆତ୍ମହତ୍ୟା କରିବ ନାହିଁ । ଏଥିପାଇଁ ବଡ଼ୋଦା ସହରରେ ଆଜିଠୁ କିଛି ବର୍ଷ ପୂର୍ବେ ସମସ୍ତଙ୍କୁ କହି ଦେଇଥିଲି ଯେ ଆତ୍ମହତ୍ୟାର ବିଚାର ଆସେ ତେବେ ମୋତେ