SearchBrowseAboutContactDonate
Page Preview
Page 30
Loading...
Download File
Download File
Page Text
________________ ୨୧ ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ପ୍ରକ୍ରିୟା ଅଟେ । ଆମ ଇଣ୍ଡିୟାରେ ଆଜିକୁ କିଛି ବର୍ଷ ପୂର୍ବରୁ ଗାଁ’ ମାନଙ୍କରେ ପ୍ରତ୍ୟେକ ଘରେ ଗୋଟିଏ ଖଟିଆ ତ ବିଛା ହୋଇ ରହୁଥିଲା, ମ୍ୟାଲେରିଆବାଲା ଏକ-ଦୁଇ ଲୋକ ତ ଖଟିଆରେ ପଡ଼ି ରହୁଥିଲେ । କେଉଁ ମାସରେ ? ତେବେ କହିବା, ଭାଦ୍ରବ ମାସରେ । ଏଣୁ ଆମେ ଯଦି ଗାଁକୁ ଯିବା, ତେବେ ପ୍ରତ୍ୟେକ ଘର ବାହାରେ ଗୋଟେ ଅଧେ ଖଟିଆ ପଡ଼ିଥାଏ ଆଉ ସେଥିରେ ରୋଗୀ ଶୋଇ ରହିଥାଏ, ଘୋଡ଼େଇ ହୋଇ । ଜ୍ଵର ହେଉଥିଲା, ମ୍ୟାଲେରିଆ ଜ୍ବରରେ ଗ୍ରସ୍ତ । ଭାଦ୍ରବ ମାସରେ ମଶା ବହୁତ ହେଉଥିଲେ, ଏଣୁ ମ୍ୟାଲେରିଆ ବହୁତ ବ୍ୟାପୁଥିଲା, ଅର୍ଥାତ୍ ମ୍ୟାଲେରିଆ ପିତ୍ତକ୍ସର କୁହାଯାଏ । ତାହା ବାୟୁ ବା କଫ ଜ୍ବର ନୁହେଁ । ପିତ୍ତଜ୍ବର, ମାନେ ଏତେ ଅଧ୍ବକ ପିତ୍ତ ବଢ଼ିଯାଏ । ବର୍ଷାଦିନ ଏବଂ ପିତ୍ତ ଜ୍ଵର ଆଉ ପୁଣି ମଶା କାମୁଡ଼ନ୍ତି । ଯାହାକୁ ପିତ୍ତ ଅଧୁକ ଥାଏ। ତା’କୁ କାମୁଡ଼ନ୍ତି । ଏଣୁ ମଣିଷ, ଏ ସନ୍ଧାନକାରୀମାନେ ଏହା ସନ୍ଧାନ କଲେ ଯେ ହିନ୍ଦୁସ୍ତାନରେ କିଛି ରାସ୍ତା ବାହାର କର, ନହେଲେ ଲୋକସଂଖ୍ୟା ଅଧା ହୋଇଯିବ । ଏବେ ତ ଏ ମଶା କମି ଯାଇଛନ୍ତି, ନହେଲେ ମଣିଷ ଜୀବିତ ନଥାନ୍ତା । ଏଣୁ ପିତ୍ତଜ୍ବରକୁ ଶମନ କରିବା ପାଇଁ, ଏପରି ଶମନ କ୍ରିୟା କରିବା ପାଇଁ ଖୋଜି ବାହାର କରିଥିଲେ ଯେ ଏ ଲୋକେ ଦୁଧପାକ ବା ଖୁରି, କ୍ଷୀର ଏବଂ ଚିନି ଇତ୍ୟାଦି ଖାଇବେ ତେବେ ପିତ୍ତ କମିବ ଏବଂ ମ୍ୟାଲେରିଆରୁ କିଛିଟା ମୁକ୍ତି ମିଳିବ । ଏବେ ଏ ଲୋକେ ଘରର କ୍ଷୀର ଥିବ, ତଥାପି ଖୁରି-ଫିରି ବନାଉ ନଥିଲେ, ଦୁଧପାକ ଖାଉ ନଥିଲେ ଏମିତି ଏ ଲୋକେ ! ବହୁତ ନର୍ମାଲ ନା( !), ଏଣୁ କ’ଣ ହେବ, ତାହା ତୁମେ ଜାଣିଛ ? ଏବେ ଏ ଦୁଧପାକ ସବୁଦିନ ଖାଇବେ କିପରି ? । ଏବେ ବାପକୁ ଏକ ଅକ୍ଷର ବି ପହଞ୍ଚେ ନାହିଁ । କିନ୍ତୁ ଏ ଲୋକମାନେ ସନ୍ଧାନ କରିଥିଲେ ଯେ ଏ ହିନ୍ଦୁସ୍ତାନର ଲୋକେ ଚାରି ଅଣା ବି ଧର୍ମ କରିବେ, ଏପରି ନୁହଁନ୍ତି । ଏମିତି ଲୋଭୀ ଅଟନ୍ତି ଯେ ଦୁଇ ଅଣା ବି ଧର୍ମ କରିବେ ନାହିଁ । ସେଥିପାଇଁ ଏମିତି ଓଲଟା କାନ ଧରାଇଲେ ଯେ “ତୋ ବାପର ଶ୍ରାଦ୍ଧ ତ କର !’ ଏମିତି ସବୁ କହିବାକୁ ଆସନ୍ତି ନା ! ଏଣୁ ଶ୍ରାଦ୍ଧର ନାମ ଏହିଭଳି ଦେଇଦେଲେ । ସେଥିପାଇଁ ଲୋକମାନେ ପୁଣି ଆରମ୍ଭ କରିଦେଲେ ଯେ ବାପର ଶ୍ରାଦ୍ଧ ତ କରିବାକୁ ପଡ଼ିବ ନା ! ଆଉ ମୋ ଭଳି ଯଦି କେହି ଜିଦଖୋର ହୋଇଥିବ ଏବଂ ଶ୍ରାଦ୍ଧ କରୁ ନଥିବ ତେବେ କ’ଣ କୁହନ୍ତି ? ‘ବାପର ଶ୍ରାଦ୍ଧ ବି କରୁନାହିଁ ।’ ଆଖ-ପାଖ ବାଲା କିଟ୍-କିଟ୍ କରନ୍ତି, ଏଣୁ ପୁଣି ଶ୍ରାଦ୍ଧ
SR No.034311
Book TitleDeath Before During and After Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages64
LanguageOriya
ClassificationBook_Other
File Size26 MB
Copyright © Jain Education International. All rights reserved. | Privacy Policy