________________
ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ଦାଦାଶ୍ରୀ : ନା, ମନେ ପକାଇବା ପାଇଁ ବି ନୁହେଁ । ଏ ତ ଆମ ଲୋକେ ମୃତକ ପଛରେ ଧର୍ମ ନାମରେ ଚାରି ଅଣା ବି ଖର୍ଚ୍ଚ କରିବେ ଏପରି ନଥିଲେ । ଏଥପାଇଁ ପୁଣି ତାଙ୍କୁ ବୁଝାଗଲା ଯେ ଭାଇ, ତୁମ ପିତାଶ୍ରୀ ମରି ଯାଇଛନ୍ତି, ତେବେ କିଛି ଖର୍ଚ୍ଚ କର, କିଛି ଏମିତି କର, ସେମିତି କର। ତେବେ ପୁଣି ତୁମ ପିତାଶ୍ରୀଙ୍କୁ ପହଞ୍ଚିବ । ସେତେବେଳେ ଲୋକେ ବି ତା’କୁ ଗାଳି କରି କୁହନ୍ତି ଯେ, ବାପ ପାଇଁ କିଛି କର ! ଶ୍ରାଦ୍ଧ କର ! କିଛି ଭଲ କାମ କର ! ତେବେ ଏପରି କହି କହି ଦୁଇଶହ– ଚାରିଶହ, ଯାହା ବି ଖର୍ଚ୍ଚ କରାନ୍ତି ଧର୍ମ ନାମରେ, ସେତିକି ତାହାର ଫଳ ମିଳେ । ବାପ ନାଁ’ରେ କରେ ଏବଂ ପରେ ଫଳ ମିଳେ । ଯଦି ବାପର ନାଁ ନ କହିଥାନ୍ତେ ତେବେ ଏ ଲୋକେ ଚାରି ଅଣା ବି ଖର୍ଚ୍ଚ କରି ନଥାନ୍ତେ । ଅତଃ ଅନ୍ଧବିଶ୍ବାସ ଉପରେ ଏହି କଥା ଚାଲୁରହିଛି । ତୁମକୁ ବୁଝା ପଡ଼ିଲା ? ବୁଝି ପାରିଲ ନାହିଁ ?
ନ
90
ଏ ବ୍ରତ–ଉପବାସ କରନ୍ତି, ତାହା ସବୁ ଆୟୁର୍ବେଦ ପାଇଁ ଅଟେ, ଆୟୁର୍ବେଦ ପାଇଁ । ଏ ବ୍ରତ-ଉପବାସ ଆଦି କରନ୍ତି ମାନେ ଆୟୁର୍ବେଦରେ କିଭଳି ଫାଇଦା ହେବ, ସେଥିପାଇଁ ପ୍ରବନ୍ଧ କରିଛନ୍ତି ଏ ସବୁ । ଆଗର ଲୋକମାନେ ଭଲ ପ୍ରବନ୍ଧ କରିଛନ୍ତି । ଏହି ମୁର୍ଖ ମଣିଷଙ୍କୁ ବି ଫାଇଦା ହେବ, ସେଥିପାଇଁ ଅଷ୍ଟମୀ, ଏକାଦଶୀ, ପଞ୍ଚମୀ ଏପରି ସବୁ କରିଛନ୍ତି ଆଉ ଏ ଶ୍ରାଦ୍ଧ କରନ୍ତି ନା ! ଅତଃ ଶ୍ରାଦ୍ଧ, ତାହା ତ ବହୁତ ଭଲ ହେତୁ ପାଇଁ ରଖାଯାଇଛି ।
ପ୍ରଶ୍ନକର୍ତ୍ତା : ଦାଦାଶ୍ରୀ, ଶ୍ରାଦ୍ଧରେ କାଉକୁ ଖାଇବାକୁ ଦିଅନ୍ତି, ତାହାର କ’ଣ ତାତ୍ପର୍ଯ୍ୟ ଅଛି ? ଅଜ୍ଞାନତା କୁହାଯିବ ତାହା ?
ଦାଦାଶ୍ରୀ : ନା, ଅଜ୍ଞାନତା ନୁହେଁ । ଏହା ଏକ ପ୍ରକାର ଲୋକମାନେ ଶିଖାଇଛନ୍ତି ଯେ ଶ୍ରାଦ୍ଧ କର୍ମ ଏହିଭଳି ହୁଏ । ଆମର ଏଠାରେ ଶ୍ରାଦ୍ଧ କରିବାର ତ ବଡ଼ ଇତିହାସ ଅଛି । ଏହାର କ’ଣ କାରଣ ଥିଲା ? ଶ୍ରାଦ୍ଧ କେବେଠୁ ଆରମ୍ଭ ହୁଏ ନା ଭାଦ୍ରବ ଶୁକ୍ଳପକ୍ଷ ପୂଣ୍ଡିମାରୁ ନେଇ ଭାଦ୍ରବ କୃଷ୍ଣପକ୍ଷ ଅମାବାସ୍ୟା ପର୍ଯ୍ୟନ୍ତ ଶ୍ରାଦ୍ଧପକ୍ଷ କୁହାଯାଏ । ଷୋହଳ ଦିନର ଶ୍ରାଦ୍ଧ ! ଏବେ ଏ ଶ୍ରାଦ୍ଧ କ’ଣ ପାଇଁ ଏ ଲୋକମାନେ ଦେଇଛନ୍ତି ? ବହୁତ ବୁଦ୍ଧିମାନ ପ୍ରଜା ଅଟନ୍ତି ! ଏଣୁ ଶ୍ରାଦ୍ଧ ଯେଉଁ ଦେଇଛନ୍ତି, ତାହା ତ ସବୁ ବୈଜ୍ଞାନିକ